ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିନେ ଅବରୋଧ ଓ ହିଂସା ପାଇଁ ପରିଚିତ ଥିବା ଉତ୍ତର ପୂର୍ବାଞ୍ଚଳ ଏବେ ନିଜ ଉନ୍ନୟନମୂଳକ କାମ ପାଇଁ ପରିଚିତ: ପ୍ରଧାନମନ୍ତ୍ରୀ

Posted On: 27 MAR 2023 10:35AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ଅବରୋଧ ଓ ହିଂସା ପାଇଁ ପରିଚିତ ଥିଲା, ହେଲେ ଏବେ ଏହି ଅଞ୍ଚଳ ନିଜର ଉନ୍ନୟନମୂଳକ କାମ ଓ ସର୍ବାଙ୍ଗୀନ ବିକାଶ ପାଇଁ ପରିଚିତି ପାଇଛି ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ମୋଦୀ ଏହା କହିଛନ୍ତି । ମନ୍ତ୍ରୀ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ପୁଣି ଥରେ ଏଏଫଏସପିଏ ଅନ୍ତର୍ଗତ ନାଗାଲାଣ୍ଡ, ଆସାମ, ମଣିପୁରର ଅଶାନ୍ତ ଅଞ୍ଚଳ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପୂର୍ବ ଭାରତରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି ।

ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉତ୍ତର ପୂର୍ବାଞ୍ଚଳରେ ସର୍ବାଙ୍ଗୀନ ବିକାଶ ହେଉଛି । ଦିନେ ଅବରୋଧ ଓ ହିଂସା ପାଇଁ ଜଣାଶୁଣା ଏହି ଅଞ୍ଚଳ ଏବେ ନିଜ ଉନ୍ନୟନମୂଳକ କାମ ପାଇଁ ପରିଚିତ ।

 

SR



(Release ID: 1911031) Visitor Counter : 79