ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧରୱାର୍ଡରେ ଇଲେକଟ୍ରୋନିକ ଉତ୍ପାଦନ କ୍ଲଷ୍ଟର ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁଳ ଭାବେ ଉପକୃତ କରିବ: ପ୍ରଧାନମନ୍ତ୍ରୀ

Posted On: 25 MAR 2023 11:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରୱାଡରେ ଥିବା ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟର ଧରୱାର୍ଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁତ ଲାଭଦାୟକ ହେବ । ଏହା ଉତ୍ପାଦନ ଏବଂ ନବସୃଜନ ଜଗତରେ କର୍ଣ୍ଣାଟକର ପଦକ୍ଷେପକୁ ମଧ୍ୟ ଆଗକୁ ନେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଟୁଇଟ୍‌ରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକର ଧରୱାଡ ଜିଲ୍ଲାକୁ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟର ମିଳିଛି । ଏହି କ୍ଲଷ୍ଟର ୧୫୦୦ କୋଟି ଟଙ୍କାର ବିନିଯୋଗକୁ ଆକର୍ଷିତ କରିବ ଏବଂ ୧୮,୦୦୦ ନିଯୁକ୍ତି ସୃଷ୍ଟି କରିବ, ଯାହା ଜିଲ୍ଲା ତଥା ରାଜ୍ୟର ଅର୍ଥନୀତିକୁ ମଜବୁତ କରିବ ।

କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଟୁଇଟ୍‍ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁତ ଉପକୃତ କରିବ । ଏହା ଉତ୍ପାଦନ ଏବଂ ନବସୃଜନ ଜଗତରେ କର୍ଣ୍ଣାଟକର ପଦକ୍ଷେପକୁ ମଧ୍ୟ ଆଗକୁ ନେବ ।”

HS



(Release ID: 1910752) Visitor Counter : 98