ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମତୁଆ ମହାମେଳା ପରିଦର୍ଶନ ପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 17 MAR 2023 9:35AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ମତୁଆ ମହା ମେଳା ପରିଦର୍ଶନ ପାଇଁ ଆହ୍ୱାନ ଜଣାଇବା ସହ ଦୟା ଓ ସେବାର ପଥ ପ୍ରଦର୍ଶନ କରିଥିବା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କୁ ପ୍ରଣାମ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“#MatuaMahaMela2023 ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ମତୁଆ ସମ୍ପ୍ରଦାୟର ପ୍ରାଣବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ବହୁ ସଂଖ୍ୟାରେ ଏହି ମେଳା ପରିଦର୍ଶନ ପାଇଁ ଲୋକଙ୍କୁ ଅନୁରୋଧ କରିବି । ଦୟା ଓ ସେବାର ପଥ ପ୍ରଦର୍ଶନ ପାଇଁ ଠାକୁର ଶ୍ରୀ ଶ୍ରୀ ହରିଚାନ୍ଦ ଜୀଙ୍କ ପ୍ରତି ମାନବସମାଜ ସଦା ଋଣୀ ରହିବ ।”

 

*****

S.R

 



(Release ID: 1908021) Visitor Counter : 103