ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୦ରେ ଜାତୀୟ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ମଂଚର ତୃତୀୟ ଅଧିବେଶନ ଉଦଘାଟନ କରିବେ


ଏହି ଅଧିବେଶନର ବିଷୟବସ୍ତୁ ରହିଛି “ବିଲ୍ଡିଂ ଲୋକାଲ ରେସିଲିଏନ୍ସ ଇନ ଏ ଚେଞ୍ଜିଂ କ୍ଲାଇମେଟ”

प्रविष्टि तिथि: 09 MAR 2023 4:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୦,୨୦୨୩ ଅପରାହ୍ନ .୩୦ରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଜାତୀୟ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ମଂଚ(ଏନପିଡିଆରଆର) ତୃତୀୟ ଅଧିବେଶନକୁ ଉଦଘାଟନ କରିବେ ଏହି ମଂଚର ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ରହିଛିବିଲ୍ଡିଂ ଲୋକାଲ ରେସିଲିଏନ୍ସ ଇନ ଚେଞ୍ଜିଂ କ୍ଲାଇମେଟ

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁବାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ବିଜେତାମାନଙ୍କୁ ପୁରସ୍କୃତ କରିବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ କର୍ତ୍ତୃପକ୍ଷ (ଓଏସଡିଏମଏ) ଲୁଙ୍ଗଲେଇ ଫାୟାର ଷ୍ଟେସନ, ମିଜୋରମ ୨୦୨୩ ବର୍ଷ ପାଇଁ ପୁରସ୍କାର ବିଜେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ପାଇଁ ଆୟୋଜିତ ଅଭିନବ ବିଚାର ଉପକ୍ରମ ତଥା ଉପକରଣ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀ ଉଦଘାଟନ କରିବେ

ଏନପିଡିଆରଆର ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ କ୍ଷେତ୍ରରେ ଥିବା ସୁଯୋଗ ସନ୍ଧାନ କରିବା ତଥା ଆଲୋଚନା, ଅଭିଜ୍ଞତା ବାଣ୍ଟିବା, ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା, କର୍ମକୈନ୍ଦ୍ରିକ ଗବେଷଣା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏକ ବହୁପକ୍ଷୀୟ ମଂଚ

 

SR


(रिलीज़ आईडी: 1906482) आगंतुक पटल : 202
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam