ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 28 FEB 2023 10:01AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଅବଦାନ ତଥା ଜଣେ ଉଲ୍ଲେଖନୀୟ ପ୍ରଶାସକ ଭାବରେ ତାଙ୍କୁ ମନେ ପକାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଜାଇ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ତଥା ଜଣେ ଉଲ୍ଲେଖନୀୟ ପ୍ରଶାସକ ଭାବରେ ସେ ମନେ ପଡନ୍ତି । ଜରୁରୀକାଳୀନ ପରିସ୍ଥିତିକୁ ପ୍ରତିରୋଧ କରିବା ଏବଂ ପରବର୍ତ୍ତୀ ସମୟରେ ଦେଶକୁ ଦିଗଦର୍ଶନ ଦେବାରେ ତାଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ ଅଟେ ।

HS



(Release ID: 1903008) Visitor Counter : 77