ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କନେକ୍ଟିଭିଟିରେ ଦେଶର ସମୃଦ୍ଧି ନିହିତ ଓ ଏହା ଆମର ପ୍ରାଥମିକତାଗୁଡିକ ମଧ୍ୟରେ ସବୁଠାରୁ ଉପରେ ରହିଛି: ପ୍ରଧାନମନ୍ତ୍ରୀ
Posted On:
25 FEB 2023 9:46AM by PIB Bhubaneshwar
ଖଜାନୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବେଲଘାଟ ଠାରୁ ସିକରିଗଞ୍ଜ ପର୍ଯ୍ୟନ୍ତ ଆଠ କିଲୋମିଟର ରାସ୍ତାର ପ୍ରଶସ୍ତୀକରଣ କାମ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସେହି ଅଞ୍ଚଳର ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସନ୍ଥ କବୀର ନଗର ସାଂସଦ ଶ୍ରୀ ପ୍ରବୀଣ ନିଶାଦଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ସାଂସଦ ଉପରୋକ୍ତ ରାସ୍ତାର ପ୍ରଶସ୍ତୀକରଣ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶର ସମୃଦ୍ଧି କନେକ୍ଟିଭିଟିରେ ନିହିତ ଓ ଏହା ଆମ ପ୍ରାଥମିକତାଗୁଡିକ ମଧ୍ୟରେ ସବୁଠାରୁ ଉପରେ ରହିଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ-ବହୁତ ଶୁଭେଚ୍ଛା । କନେକ୍ଟିଭିଟିରେ ହିଁ ଦେଶର ସମୃଦ୍ଧି ନିହିତ ରହିଛି ଓ ଏହା ଆମର ପ୍ରାଥମିକତାଗୁଡିକ ମଧ୍ୟରେ ସବୁଠାରୁ ଉପରେ ରହିଛି ।”
SR
(Release ID: 1902444)
Visitor Counter : 127
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam