କ୍ୟାବିନେଟ
ଭାରତ ଏବଂ ଗୁଆନା ମଧ୍ୟରେ ବିମାନ ସେବା ଚୁକ୍ତିନାମାକୁ କ୍ୟାବିନେଟ୍ ମଞ୍ଜୁରି
प्रविष्टि तिथि:
22 FEB 2023 12:46PM by PIB Bhubaneshwar
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଭାରତ ସରକାର ଏବଂ ଗୁଆନା ସରକାରଙ୍କ ମଧ୍ୟରେ ବିମାନ ସେବା ଚୁକ୍ତିନାମା ସ୍ୱାକ୍ଷରକୁ ମଞ୍ଜୁର କରିଛି। ବିମାନ ସେବା ରାଜିନାମା ଉଭୟ ପକ୍ଷ ମଧ୍ୟରେ କୁଟନୈତିକ ଆଦାନ ପ୍ରଦାନ ପରେ ଲାଗୁ ହେବ ଯାହା ଏହି ବିଷୟକୁ ସୁନିଶ୍ଚିତ କରିବ ଯେ ପ୍ରତ୍ୟେକ ପକ୍ଷ ଏହି ରାଜିନାମା ଲାଗୁ ହେବା ପାଇଁ ଆବଶ୍ୟକ ଆଭ୍ୟନ୍ତରୀଣ ପ୍ରକ୍ରିୟାକୁ ପୂରଣ କରିଛନ୍ତି।
ଗୁଆନାରେ ଭାରତୀୟମାନଙ୍କର ଏକ ବଡ଼ ଉପସ୍ଥିତି ରହିଛି ଏବଂ 2012 ଜନଗଣନା ଅନୁଯାୟୀ ଜନସଂଖ୍ୟାର ପ୍ରାୟ 40% ବିଶିଷ୍ଟ ସର୍ବ ବୃହତ ଗୋଷ୍ଠୀ ଅଟନ୍ତି। ଗୁଆନା ସହିତ ଏୟାର ସର୍ଭିସେସ୍ ଚୁକ୍ତିନାମା ସ୍ୱାକ୍ଷର ହେବା ଦୁଇ ଦେଶ ମଧ୍ୟରେ ବିମାନ ସେବା ଯୋଗାଇବା ପାଇଁ ଏକ ଢାଞ୍ଚା ସକ୍ଷମ କରିବ। ବଢ଼ୁଥିବା ବିମାନ ଚଳାଚଳ ବଜାର ଏବଂ ଭାରତରେ ବିମାନ ଚଳାଚଳ କ୍ଷେତ୍ରର ଉଦାରୀକରଣ ଭଳି ବିକାଶକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ବାୟୁ ସଂଯୋଗ ପାଇଁ ଅନେକ ଦେଶ ସହ ବିମାନ ସେବା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏୟାର ସର୍ଭିସେସ୍ ଏଗ୍ରିମେଣ୍ଟ (ଏଏସଏ) ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରେ ଯାହା ଦେଶର ସାର୍ବଭୌମତ୍ବ, ପରିବହନକାରୀଙ୍କ ଜାତୀୟତା ଏବଂ ଉଭୟ ପକ୍ଷର ନିର୍ଦ୍ଦିଷ୍ଟ ବିମାନ ସେବା ପାଇଁ ବ୍ୟବସାୟିକ ସୁଯୋଗ ଦୃଷ୍ଟିରୁ ପାରସ୍ପରିକତା ଉପରେ ଆଧାରିତ। ବର୍ତ୍ତମାନ ଭାରତ ସରକାର ଏବଂ ଗୁଆନା ସରକାର ମଧ୍ୟରେ କୌଣସି ବିମାନ ସେବା ଚୁକ୍ତି (ଏଏସଏ) ନାହିଁ ।
ଭାରତ ଏବଂ ଗୁଆନା ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ (ଚିକାଗୋ ସମ୍ମିଳନୀ) ରେ ସ୍ବାକ୍ଷରକାରୀ ଅଟନ୍ତି। ଭାରତ ସରକାର ଏବଂ ଗୁଆନା ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧୀମାନେ 06 ଡିସେମ୍ବର 2016 ରେ ବାହାମାସର ନାସାଉ ଠାରେ ଆଇସିଏଓ ଏୟାର ସର୍ଭିସେସ୍ ବୁଝାମଣା କାର୍ଯ୍ୟକ୍ରମରେ ସାକ୍ଷାତ କରିଥିଲେ ଯେଉଁଠାରେ ଉଭୟ ଦେଶ ନିର୍ଦ୍ଧାରିତ ବିମାନ ସେବା ପାଇଁ ଏଏସଏ କୁ ଆଗେଇ ନେଇଥିଲେ। ଭାରତ ଏବଂ ଗୁଆନା ମଧ୍ୟରେ 06 ଡିସେମ୍ବର 2016 ତାରିଖର ବୁଝାମଣା ପତ୍ର ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଏହାକୁ କରାଯାଇଥିଲା।
ଭାରତ ଏବଂ ଗୁଆନା ମଧ୍ୟରେ ନୂତନ ବିମାନ ସେବା ଚୁକ୍ତିନାମା ବର୍ଦ୍ଧିତ ଏବଂ କ୍ରମାଗତ ସଂଯୋଗ ପାଇଁ ସକ୍ଷମ ପରିବେଶ ଯୋଗାଇବ ଏବଂ ଉଭୟ ପକ୍ଷର ପରିବହନକାରୀଙ୍କୁ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବ।
BS
PR ID : 1901262
(रिलीज़ आईडी: 1901481)
आगंतुक पटल : 174
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam