ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 21 FEB 2023 3:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଆହ୍ୱାନ ଜଣାଇଛନ୍ତି । ପର୍ଯ୍ୟଟନ ମନ୍ତ୍ରଣାଳୟ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା ଆରମ୍ଭ କରୁଛନ୍ତି ।

ସ୍ଥାନୀୟ କଳା, ସଂସ୍କୃତି ଓ ଜୀବନଶୈଳୀକୁ ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରୁଥିବା ଗାଁଗୁଡିକୁ ସମ୍ମାନିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ।

ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ବ୍ୟାପକ ପର୍ଯ୍ୟଟନ କ୍ଷମତାକୁ ପ୍ରଦର୍ଶିତ କରିବା ପାଇଁ ଏହି ନିଆରା ପ୍ରୟାସରେ ଭାଗ ନେବାକୁ ମୁଁ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଆହ୍ୱାନ ଜଣାଉଛି ।

https://www.rural.tourism.gov.in/best-rural-village-competition.html

 

SR



(Release ID: 1901188) Visitor Counter : 119