ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ‘ସୁପୋଷିତ ମା’ ଉପକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 21 FEB 2023 11:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ସୁପୋଷିତ ମା ଉପକ୍ରମକୁ ପ୍ରଶଂସା କରିଛନ୍ତି । ଶ୍ରୀ ବିର୍ଲା କୋଟାର ରାମଗଞ୍ଜମଣ୍ଡି ଅଞ୍ଚଳରେ ସୁପୋଷିତ ମା ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ମା ଓ ଶିଶୁଙ୍କୁ ସୁସ୍ଥ ରଖିବା ଏହି ଉପକ୍ରମର ଉଦ୍ଦେଶ୍ୟ ।

ଲୋକସଭା ବାଚସ୍ପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମାନନୀୟ ଲୋକସଭା ଅଧ୍ୟକ୍ଷ ଜୀଙ୍କ ଆଉ ଏକ ପ୍ରେରଣାଦାୟୀ ଉପକ୍ରମ! ସୁସ୍ଥ ମା ଓ ଶିଶୁଙ୍କ ଠାରେ ସମ୍ପୂର୍ଣ୍ଣ ପରିବାରର ସମୃଦ୍ଧି ନିହିତ ରହିଛି ଓ ଏହା ହିଁ ଏକ ସଶକ୍ତ ସମାଜର ଆଧାରସ୍ତମ୍ଭ ।”

SR



(Release ID: 1901036) Visitor Counter : 126