ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ ଆର. ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଭାରତ- ଆମେରିକା ବ୍ୟାପକ ବୈଶିକ ରଣନୈତିକ ଭାଗିଦାରୀ ମଜବୁତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହାର ପରିଣାମସ୍ୱରୂପ ସମସ୍ତ କ୍ଷେତ୍ରରେ ଜୋରଦାର ବିକାଶ ହୋଇଛି

ପାରସ୍ପରିକ ଲାଭପ୍ରଦ ସହଯୋଗର ଚମତ୍କାର ଉଦାହରଣ ଭାବେ ଏୟାର ଇଣ୍ଡିଆ ଓ ବୋଇଂ ମଧ୍ୟରେ ଐତିହାସିକ ରାଜିନାମାକୁ ଉଭୟ ନେତାଙ୍କ ସ୍ୱାଗତ ଯାହା ଉଭୟ ଦେଶରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସମ୍ପ୍ରସାରଣ ଯୋଗୁଁ ସୃଷ୍ଟ ସୁଯୋଗର ବ୍ୟବହାର ପାଇଁ ବୋଇଂ ଓ ଅନ୍ୟ ଆମେରିକୀୟ କମ୍ପାନୀକୁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନିକଟରେ ୱାଶିଂଟନ ଡି.ସି.ରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତି (ଆଇସିଇଟି) ସମ୍ପର୍କିତ ପ୍ରଥମ ବୈଠକକୁ ଦୁଇ ନେତା ସ୍ୱାଗତ କରିବା ସହ ମହାକାଶ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଓ ଅନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ଦୃଢ ଇଚ୍ଛା ବ୍ୟକ୍ତ କଲେ

ଦୁଇ ଦେଶ ମଧ୍ୟରେ ପ୍ରାଣବନ୍ତ ଓ ପାରସ୍ପରିକ ଲାଭପ୍ରଦ ଜନ ସମ୍ପର୍କ ବୃଦ୍ଧି କରିବାକୁ ଉଭୟ ନେତା ଏକମତ

ଭାରତର ଜି ୨୦ ଅଧ୍ୟକ୍ଷତା ବେଳେ ଏହାର ସଫଳତା ସୁନିଶ୍ଚିତ କରିବାକୁ ଦୁଇ ନେତା ଲଗାତର ସମ୍ପର୍କରେ ରହିବାକୁ ସହମତ ହେଲେ

Posted On: 14 FEB 2023 9:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ ଆର. ବାଇଡେନଙ୍କ ମଧ୍ୟରେ ଆଜି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଉପଯୋଗୀ ବାର୍ତ୍ତାଳାପ ହୋଇଛି ।

ଭାରତ- ଆମେରିକା ବ୍ୟାପକ ବୈଶିକ ରଣନୈତିକ ଭାଗିଦାରୀ ମଜବୁତ ହେବାର ଫଳସ୍ୱରୂପ ସମସ୍ତ କ୍ଷେତ୍ରରେ ଜୋରଦାର ବିକାଶ ହୋଇଥିବାରୁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ବାଇଡେନ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରସ୍ପରିକ ଲାଭଜନକ ସହଯୋଗର ଚମତ୍କାର ଉଦାହରଣ ଭାବେ ଏୟାର ଇଣ୍ଡିଆ ଓ ବୋଇଂ ମଧ୍ୟରେ ଐତିହାସିକ ରାଜିନାମାକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଏହି ରାଜିନାମା ଉଭୟ ଦେଶରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସମ୍ପ୍ରସାରଣ ଯୋଗୁଁ ସୃଷ୍ଟ ସୁଯୋଗର ବ୍ୟବହାର ପାଇଁ ବୋଇଂ ଓ ଅନ୍ୟ ଆମେରିକୀୟ କମ୍ପାନୀକୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଛନ୍ତି । 

ନିକଟରେ ୱାଶିଂଟନ ଡି.ସି.ରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତି (ଆଇସିଇଟି) ସମ୍ପର୍କିତ ପ୍ରଥମ ବୈଠକକୁ ଦୁଇ ନେତା ସ୍ୱାଗତ କରିବା ସହ ମହାକାଶ, ସେମିକଣ୍ଡକ୍ଟର, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ସହ-ଉତ୍ପାଦନ ଓ ସହ-ବିକାଶ, ଜ୍ଞାନ ଓ ନବାଚାର ଇକୋସିଷ୍ଟମ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଦୃଢ ଇଚ୍ଛା ବ୍ୟକ୍ତ କରିଛନ୍ତି । ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ପ୍ରାଣବନ୍ତ ଓ ପାରସ୍ପରିକ ଲାଭପ୍ରଦ ସମ୍ପର୍କ ସୁଦୃଢ ପାଇଁ ଉଭୟ ନେତା ଏକମତ ହୋଇଛନ୍ତି । 

ଭାରତର ଜି ୨୦ ଅଧ୍ୟକ୍ଷତା ବେଳେ ଏହାର ସଫଳତା ସୁନିଶ୍ଚିତ କରିବାକୁ ଦୁଇ ନେତା ଲଗାତର ସମ୍ପର୍କରେ ରହିବାକୁ ସହମତ ହୋଇଛନ୍ତି । 

 

SR



(Release ID: 1899363) Visitor Counter : 142