ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ଫିଜିଓଥେରାପିଷ୍ଟ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


“ଆପଣମାନେ ଆଶା, ନମନୀୟତା ଓ ଆରୋଗ୍ୟର ପ୍ରତୀକ”

“ଆପଣଙ୍କ ବୃତ୍ତିଗତ ମନୋଭାବ ମତେ ପ୍ରେରଣା ଦେଇଛି”

“ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାର ଉତ୍ସାହ, ଦୃଢ଼ତା, ନିରବଚ୍ଛିନ୍ନତା ଓ ସହମତି ଶାସନକୁ ମଧ୍ୟ ବ୍ୟାପିଛି”

“ସରକାର ସ୍ୱାସ୍ଥ୍ୟଗତ, ବୃତ୍ତିଗତ ଓ ଅନ୍ୟାନ୍ୟ ଜାତୀୟ ଉଦେଶ୍ୟ ବିଲ୍ ଆଣିବା ପରେ ଫିଜିଓଥେରାପୀ ବହୁ ପ୍ରତୀକ୍ଷିତ ବୃତ୍ତିଗତ ସ୍ୱୀକୃତି ଲାଭ କରିଛି”

“ଜନସାଧାରଣଙ୍କୁ ଠିକ୍ ଭଙ୍ଗୀ, ଠିକ୍ ଅଭ୍ୟାସ ଓ ଠିକ୍ ବ୍ୟାୟାମ ଉପରେ ଶିକ୍ଷା ଦିଅନ୍ତୁ”

“ଯେତେବେଳେ ଯୋଗାଭ୍ୟାସ ଫିଜିଓଥେରାପୀ ସହ ଯୋଡ଼ି ହୋଇଯାଏ ଏହାର ବହୁଗୁଣିତ ହୋଇଥାଏ”

“ତୁର୍କୀ ଭୂକମ୍ପ ଭଳି ପରିସ୍ଥିତିରେ ଫିଜିଓଥେରାପିଷ୍ଟ ସହ ପରାମର୍ଶ ଖୁବ ଉପଯୋଗୀ କରାଯାଇପାରିବ”

“ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରେ ଯେ ଭାରତ ଫିଟ୍ ଏବଂ ସୁପରଫିଟ୍ ହେବ”

Posted On: 11 FEB 2023 10:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧-୦୨-୨୦୨୩) ଅହମ୍ମଦାବାଦ ଠାରେ ଭାରତୀୟ ଫିଜିଓଥେରାପୀ ସଂଘର ଜାତୀୟ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଫିଜିଓ ଥେରାପିଷ୍ଟମାନଙ୍କୁ ଆଶା, ଆଶ୍ୱସ୍ତି, ନମନୀୟତା ଓ ଆରୋଗ୍ୟର ପ୍ରତୀକ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଜଣେ ଫିଜିଓ ଥେରାପିଷ୍ଟ କେବଳ ଶରୀର ଆଘାତର ଉପଚାର କରେ ନାହିଁ ବରଂ ସେ ଶରୀର ପ୍ରତି ଥିବା ମନସ୍ତାତ୍ତ୍ୱିକ ଆହ୍ୱାନଗୁଡ଼ିକର ସାମ୍ନା କରିବାକୁ ପ୍ରେରଣା ଦିଏ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଫିଜିଓ ଥେରାପିଷ୍ଟମାନଙ୍କ ବୃତ୍ତିଗତ ଭାବନାର ପ୍ରଶଂସା କରିବା ସହ କିପରି ସେମାନଙ୍କ ସେହି ଉତ୍ସାହ ଆବଶ୍ୟକ ସ୍ଥଳେ ଶାସନ ବ୍ୟବସ୍ଥାକୁ ମଧ୍ୟ ବ୍ୟାପିଥାଏ ବୋଲି କହିଛନ୍ତି । ମୌଳିକ ଆବଶ୍ୟକତା ଯେପରିକି ବ୍ୟାଙ୍କ ଖାତା, ଶୌଚାଳୟ, ପାଇପ ପାଣି, ମାଗଣା ଡାକ୍ତର ଚିକିତ୍ସା ଓ ସାମାଜିକ ସୁରକ୍ଷା ଢ଼ାଲ ପ୍ରସ୍ତୁତି, ଦେଶର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ବ୍ୟକ୍ତିମାନେ ସ୍ୱପ୍ନ ଦେଖିବାକୁ ସାହସ ସଞ୍ଚୟ କରୁଛନ୍ତି । “ଆମେ ବିଶ୍ୱକୁ ଦେଖାଇ ଦେଇଛୁ ଯେ ସେମାନଙ୍କ ସାମର୍ଥ୍ୟ ବଳରେ ସେମାନେ ନୂତନ ଶିଖରରେ ପହଞ୍ଚୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି ସେ ବୃତ୍ତିର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ରୋଜଗାର ଆତ୍ମନିର୍ଭରଶୀଳତା ସୁନିଶ୍ଚିତ କରିବା ସହ ଭାରତ ମଧ୍ୟ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲଇ କହିଥିଲେ । ଏହି ବୃତ୍ତି ମଧ୍ୟ ସବକା ପ୍ରୟାସର ପ୍ରତୀକ, କାରଣ ରୋଗୀ ଓ ଚିକିତ୍ସକ ଉଭୟ ସମସ୍ୟା ଉପରେ କାର୍ଯ୍ୟ କରିଥାନ୍ତି ଓ ତାହା ଅନେକ ଯୋଜନା ଓ ସ୍ୱଚ୍ଛ ଭାରତ ଓ ବେଟି ବଚାଓ ଭଳି ଜନଆଂଦୋଳନରେ ପ୍ରତିଫଳିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଫିଜିଓ ଥେରାପୀ ମଧ୍ୟ ଉତ୍ସାହ, ଦୃଢ଼ତା, ନିରବଚ୍ଛିନ୍ନତା ଭଳି କେତେକ ବାର୍ତ୍ତା ପ୍ରଦାନ କରିଥାଏ ଓ ସେସବୁ ପ୍ରଶାସନର ନୀତି କାର୍ଯ୍ୟକାରୀ କରିବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।

ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଏକ ବୃତ୍ତି ଭାବେ ଫିଜିଓ ଥେରାପୀ ବହୁତ ପ୍ରତୀକ୍ଷିତ ସ୍ୱୀକୃତିଲାଭ କରିଛି । ସରକାର ଦ୍ୱାରା ଅଣାଯାଇଥିବା ମିଳିତ ଓ ସ୍ୱାସ୍ଥ୍ୟଯତ୍ନ ବୃତ୍ତିଧାରୀ ବିଲ୍ ପାଇଁ ଜାତୀୟ ଆୟୋଗ ଗଠନ କରିଛନ୍ତି ଓ ସେଥିରେ ଫିଜିଓ ଥେରାପିଷ୍ଟମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି । “ଏହାଫଳରେ ଆପଣମାନଙ୍କୁ ଭାରତ ଓ ଭାରତ ବାହାରେ ମଧ୍ୟ କାର୍ଯ୍ୟ କରିବା ସହଜ ହେବ । ସରକାର ମଧ୍ୟ ଫିଜିଓ ଥେରାପିଷ୍ଟମାନଙ୍କୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ନେଟୱର୍କରେ ସାମିଲ କରିଛନ୍ତି । ଏହା ଆପଣମାନଙ୍କୁ ରୋଗୀ ନିକଟରେ ପହଂଚିବାରେ ସୁବିଧାଜନକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡ଼ା ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଓ ଖେଲୋ ଇଣ୍ଡିଆରେ ମଧ୍ୟ ଫିଜିଓ ଥେରାପିଷ୍ଟମାନଙ୍କ ନିମନ୍ତେ ସୁଯୋଗ ରହିଛି ।

ସଠିକ ଭଙ୍ଗୀ, ଅଭ୍ୟାସ ଓ ବ୍ୟାୟାମ ଉପରେ ଲୋକମାନଙ୍କୁ ଶିକ୍ଷିତ କରିବା ଉପରେ ପ୍ରଧାନମନ୍ତ୍ରୀ ଫିଜିଓ ଥେରାପିଷ୍ଟମାନଙ୍କୁ ନିବେଦନ କରିଥିଲେ । “ଲୋକମାନେ ଫିଟନେସ ନେଇ ଠିକ୍ ପନ୍ଥା ଅନୁସରଣ କରିବା ଉଚିତ । ଆପଣମାନେ ଲେଖା ଓ ବକ୍ରୃତା ଜରିଆରେ ଏହା କରିପାରିବେ । ମୋର ଯୁବା ବନ୍ଧୁଗଣ ମଧ୍ୟ ଉତ୍ତର ଜରିଆରେ ମଧ୍ୟ ଏହା କରିପାରିବେ” ବୋଲି ସେ କହିଥିଲେ ।

ଫିଜିଓ ଥେରାପି ନେଇ ନିଜର ବ୍ୟକ୍ତିଗତ ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୋର ନିଜସ୍ୱ ଅଭିଜ୍ଞତା ହେଉଛି ଯେତେବେଳେ ଯୋଗର ବିଶେଷଜ୍ଞତା ଜଣେ ଫିଜିଓ ଥେରାପିଷ୍ଟ ସହ ମିଳିଯାଏ ସେତେବେଳେ ଏହାର ଶକ୍ତି ବହୁଗୁଣିତ ହୋଇଥାଏ । ଶରୀରର କେତେକ ସାଧାରଣ ସମସ୍ୟା ଯାହା ଅନେକ ସମୟରେ ଫିଜିଓ ଥେରାପି ଆବଶ୍ୟକ କରିଥାଏ, ଅନେକ ଯୋଗ ଦ୍ୱାରା ମଧ୍ୟ ଠିକ୍ ହୋଇଥାଏ । ତେଣୁ ଆପଣମାନେ ଫିଜିଓ ଥେରାପି ସହ ଯୋଗ ମଧ୍ୟ ଜାଣିବା ଦରକାର । ଏହା ଆପଣଙ୍କ ବୃତ୍ତିଗତ ଦକ୍ଷତାରେ ବୃଦ୍ଧି ଘଟାଇବ ।”

ଫିଜିଓ ଥେରାପି ବୃତ୍ତି ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ସହ ଯୋଡ଼ି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଅଭିଜ୍ଞତା ଓ କୌଶଳକୁ ଏକ ଦସ୍ତାବିଜ ଆକାରରେ ରଖି ମୌଖିକ ସନ୍ଦର୍ଭ ବା ଦୃଶ୍ୟଶ୍ରାବ ଉପସ୍ଥାନ ମାଧ୍ୟମରେ ବିଶ୍ୱ ଆଗରେ ଉପସ୍ଥାପନା କରିବା ଦରକାର ।

ଶ୍ରୀ ମୋଦୀ ମଧ୍ୟ ଏହାର ବୃତ୍ତିଧାରୀମାନଙ୍କୁ ଆଭାସୀ ପରାମର୍ଶ ଓ ଟେଲି ମେଡିସିନର ସାହାରା ନେବାକୁ ନିବେଦନ କରିଥିଲେ । ତୁର୍କୀରେ ହୋଇଥିବା ଭୂକମ୍ପ ଭଳି ସମସ୍ୟାରେ ଅନେକ ଫିଜିଓ ଥେରାପିଷ୍ଟଙ୍କ ଆବଶ୍ୟକତା ରହିଛି ଓ ଭାରତୀୟ ଫିଜିଓ ଥେରାପିଷ୍ଟମାନେ ମୋବାଇଲ ଫୋନ ଜରିଆରେ ସାହାଯ୍ୟ କରିପାରିବେ । ସେ ଫିଜିଓ ଥେରାପିଷ୍ଟ ସଂଘକୁ ଏ ଦିଗରେ ଚିନ୍ତା କରିବାକୁ ନିବେଦନ କରିଥିଲେ । “ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନଙ୍କ ଭଳି ବିଶେଷଜ୍ଞଙ୍କ ନେତୃତ୍ୱରେ ଭାରତ ଫିଟ୍ ଓ ସୁପରଫିଟ୍ ହୋଇପାରିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

 

SM/MB



(Release ID: 1898321) Visitor Counter : 126