ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲୋପୋଲି ମେଲୋଙ୍କ ପ୍ରବନ୍ଧ ‘ସଂସଦ ଓ ପିଏମଓରେ ଗୋଟିଏ ଦିନ’କୁ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 09 FEB 2023 11:38AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ପ୍ରବନ୍ଧ ସଂସଦ ଓ ପିଏମଓରେ ଗୋଟିଏ ଦିନକୁ ଶେୟାର କରିଛନ୍ତି । ମେଧାବୀ ଯୁବକଙ୍କୁ ଭେଟିବା ସୁଯୋଗ ପ୍ରଦାନ ପାଇଁ ପଦକ୍ଷେପ ନେଇଥିବା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ଏହି ବ୍ୟକ୍ତିଗତ ବିବରଣ ଆପଣମାନଙ୍କୁ ଆନନ୍ଦିତ କରିବ । ଏହି ପଦକ୍ଷେପ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଜୀଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ଯାହା ମୋତେ ମେଧାବୀ ଯୁବକଙ୍କୁ ଭେଟିବାର ସୁଯୋଗ ପ୍ରଦାନ କଲା ।”

 

SR



(Release ID: 1897734) Visitor Counter : 141