ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତୁର୍କୀରେ ଭୂକମ୍ପଜନିତ ପ୍ରାଣହାନୀରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 06 FEB 2023 12:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତୁର୍କୀରେ ଭୂକମ୍ପଜନିତ ପ୍ରାଣହାନୀ ଓ ସମ୍ପତ୍ତି ନଷ୍ଟ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ତୁର୍କୀ ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ତୁର୍କୀରେ ଭୂକମ୍ପଜନିତ ପ୍ରାଣହାନୀ ଓ ସମ୍ପତ୍ତି ନଷ୍ଟ ଯୋଗୁଁ ବ୍ୟଥିତ । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା । ତୁର୍କୀବାସୀଙ୍କ ସହ ଭାରତ ଦୃଢତାର ସହ ଉପସ୍ଥିତ ରହିଛି ଏବଂ ଏହି ଦୁଃଖଦ ଘଟଣାର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ।”   

 

SR



(Release ID: 1896745) Visitor Counter : 111