ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ୭୪ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ
Posted On:
26 JAN 2023 9:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଧନ୍ୟବାଦ ପ୍ରଧାନମନ୍ତ୍ରୀ @AlboMP । ଆପଣଙ୍କୁ ଓ ବନ୍ଧୁତ୍ୱ ପ୍ରିୟ ଅଷ୍ଟ୍ରେଲିଆବାସୀଙ୍କୁ ଅଷ୍ଟ୍ରେଲିଆ ଦିବସର ଶୁଭେଚ୍ଛା ।”
ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣଙ୍କ ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ @cmprachanda ଜୀ !”
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ @PMBhutan ଡଃ ଲୋଟେ ସେରିଂ ! ଦୁଇ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ଭୁଟାନ ସହିତ ନିଆରା ଭାଗିଦାରୀ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ।”
ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣଙ୍କ ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ibusolih । ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଭାରତ- ମାଳଦ୍ୱୀପ ଭାଗିଦାରୀ ଦ୍ୱାରା ମିଳିଥିବା ନିରନ୍ତର ପ୍ରଗତି ବେଶ ସନ୍ତୋଷଜନକ ।”
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତର ଗଣତନ୍ତ୍ର ଦିବସ ଅବସରେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ @netanyahu । ଆମ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଆଗ୍ରହୀ ।”
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତର ଗଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ କୃତଜ୍ଞ ମୋର ପ୍ରିୟ ବନ୍ଧୁ @EmmanuelMacron । ଭାରତର ଜି-୨୦ ଅଧ୍ୟକ୍ଷତା ଓ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସଫଳତା ପାଇଁ ଏକାଠି ମିଶି କାମ କରିବାର ଆପଣଙ୍କ ପ୍ରତିବନ୍ଧତାକୁ ଦୋହରାଉଛି । ବିଶ୍ୱ କଲ୍ୟାଣ ଦିଗରେ ଭାରତ ଓ ଫ୍ରାନ୍ସ ଏକ ମିଳିତ ଶକ୍ତି ।”
ମରିସସ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଧନ୍ୟବାଦ ପ୍ରଧାନମନ୍ତ୍ରୀ @KumarJugnauth । ଆଧୁନିକ ଗଣରାଜ୍ୟ ଭାବରେ ଆମର ମିଳିତ ଯାତ୍ରାରେ ଦୁଇ ଦେଶ ଜନକୈନ୍ଦ୍ରିକ ବିକାଶ ପାଇଁ ମିଳିତ ଉଦ୍ୟମ କରୁଛନ୍ତି ।
ମରିସସ ସହ ଆମର ଗୌରବାବହ ଭାଗିଦାରୀକୁ ଆହୁରି ଆଗେଇ ନେବା ପାଇଁ ଆଗ୍ରହୀ ।”
SR
(Release ID: 1894518)
Visitor Counter : 188
Read this release in:
Urdu
,
Kannada
,
English
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam