ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଉଷ୍ଣ ଅଭ୍ୟର୍ଥନା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 24 JAN 2023 8:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଉଷ୍ଣ ଅଭ୍ୟର୍ଥନା ଜଣାଇଛନ୍ତି । 

ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାନୁୟାରୀ ୨୪-୨୬, ୨୦୨୩ ପର୍ଯ୍ୟନ୍ତ ଭାରତକୁ ଔପଚାରିକ ଗସ୍ତରେ ଆସିଛନ୍ତି । ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ସିସି ୭୪ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତକୁ ସ୍ୱାଗତ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସି । ଆମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତକୁ ଆପଣଙ୍କ ଐତିହାସିକ ଗସ୍ତ ସମସ୍ତ ଭାରତୀୟଙ୍କ ପାଇଁ ବେଶ ଖୁସିର ବିଷୟ । ଆସନ୍ତାକାଲି ଆଲୋଚନା ପାଇଁ ଆଗ୍ରହୀ । @AlsisiOfficial”    

 

SR



(Release ID: 1893807) Visitor Counter : 107