ପୋଷ୍ଟ କରାଯିବା ଦିନାଙ୍କ:
25 JAN 2023 11:49AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜାତୀୟ ମତଦାତା ଦିବସର ଶୁଭେଚ୍ଛା । ଚଳିତ ବର୍ଷର ଥିମ ‘ମତଦାନ ଭଳି କିଛି ନାହିଁ, ମୁଁ ନିଶ୍ଚିତ ଭୋଟ ଦେବି’ ଦ୍ୱାରା ପ୍ରେରିତ ହୋଇ ଆମେ ସମସ୍ତେ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଆମ ଗଣତନ୍ତ୍ରକୁ ମଜବୁତ କରିବା । ଏ କ୍ଷେତ୍ରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଉଦ୍ୟମକୁ ପ୍ରଶଂସା କରୁଛି ।”
SR