ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳାର ଅଧିନରେ ଥିବା ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧,ଠଠଠ ନିଯୁକ୍ତି ଦାତାମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 20 JAN 2023 1:47PM by PIB Bhubaneshwar

ନମସ୍କାର!

ସାଥୀମାନେ,

୨ଠ୨୩ ବର୍ଷର ଏହା ହେଉଛି ପ୍ରଥମ ନିଯୁକ୍ତି ମେଳା । ୨ଠ୨୩ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ଆଶା ସହିତ ଆରମ୍ଭ ହୋଇଛି । ଏହା ସେହି ୭୧ ହଜାର ପରିବାର ପାଇଁ ଖୁସିର ଏକ ନୂତନ ଉପହାର ଆଣିଛି ଯାହାର ସଦସ୍ୟମାନେ ସରକାରୀ ସେବା କରିବାର ସୁଯୋଗ ପାଇଛନ୍ତି । ମୁଁ ସମସ୍ତ ଯୁବକ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଉଛି ।

ଆଜିର କାର୍ଯ୍ୟକ୍ରମ କେବଳ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ନୁହେଁ, କୋଟି କୋଟି ପରିବାରରେ ମଧ୍ୟ ଏକ ନୂତନ ଆଶାର କିରଣ ବିସ୍ତାର କରିବ । ଆଗାମୀ ଦିନରେ ଲକ୍ଷ ଲକ୍ଷ ପରିବାର ସରକାରୀ ଚାକିରିରେ ନିଯୁକ୍ତି ପାଇବାକୁ ଯାଉଛନ୍ତି ।

କେନ୍ଦ୍ର ସରକାରଙ୍କ ସହିତ କ୍ରମାଗତ ଭାବରେ ଅନେକ ଚାକିରି ମେଳା ଚାଲିଛି ଏବଂ ଏନଡିଏ ଏବଂ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଆୟୋଜିତ ହେଉଛି । ଗତକାଲି ଆସାମ ସରକାର ଏକ ଚାକିରି ମେଳାର ଆୟୋଜନ କରିଥିଲେ । ମୋତେ କୁହାଯାଇଛି ଯେ ନିକଟ ଭବିଷ୍ୟତରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରେ ଚାକିରି ମେଳା ଅନୁଷ୍ଠିତ ହେବାକୁ ଯାଉଛି । କ୍ରମାଗତ ଭାବରେ ଘଟୁଥିବା ଏହି ଚାକିରି ମେଳା ବର୍ତ୍ତମାନ ଆମ ସରକାରଙ୍କ ପରିଚୟ ପାଲଟିଛି ।

ଏହା ଦର୍ଶାଏ ଯେ ଆମ ସରକାର ଗ୍ରହଣ କରୁଥିବା ସଂକଳ୍ପ କିପରି ପ୍ରମାଣିତ କରେ । ଆପଣଙ୍କୁ ମନେଥିବ, ଗତ ବର୍ଷ ଧନତେରସର ଶୁଭ ଅବସରରେ ପ୍ରଥମ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା ।

ଆଜି ମୁଁ ମଧ୍ୟ କିଛି ଯୁବ ସହକର୍ମୀଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲି, ଯେଉଁମାନେ ଚାକିରି ମେଳାରେ ସରକାରୀ ସେବା ପାଇଥିଲେ । ସୁଖ ଏବଂ ସନ୍ତୁଷ୍ଟିର ଭାବନା ତାଙ୍କ ମୁହଁରେ ସ୍ପଷ୍ଟ ଦେଖା ଯାଉଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅତି ସାଧାରଣ ପରିବାରର ସଦସ୍ୟ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ଯୁବକ ଅଛନ୍ତି, ଯେଉଁମାନେ ଗତ ପାଞ୍ଚ ପିଢ଼ିରେ ସରକାରୀ ସେବା, ସମଗ୍ର ପରିବାର ସରକାରୀ ଚାକିରି ପାଇବାର ପରିବାରର ପ୍ରଥମ ସଦସ୍ୟ ଅଟନ୍ତି । ସେମାନେ କେବଳ ଖୁସି ନୁହଁନ୍ତି ଯେ ତାଙ୍କୁ ସରକାରୀ ସେବା କରିବା, ସରକାରୀ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ସେମାନେ ମଧ୍ୟ ସନ୍ତୁଷ୍ଟ ଯେ ସ୍ୱଚ୍ଛ ଏବଂ ନିରପେକ୍ଷ ନିଯୁକ୍ତି ପ୍ରକ୍ରିୟା ଯୋଗୁ ସେମାନଙ୍କର ଯୋଗ୍ୟତାକୁ ସମ୍ମାନ ଦିଆଯାଇଛି । ଆପଣମାନେ ସମସ୍ତେ ମଧ୍ୟ ଏହି କଥା ଅନୁଭବ କରିଥିବେ ଯେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆସିଛି । କେନ୍ଦ୍ରୀୟ ସେବାରେ ପୂର୍ବରୁ ଭର୍ତ୍ତି ପ୍ରକ୍ରିୟା ତୁଳନାରେ ଅଧିକ ସୁବ୍ୟବସ୍ଥିତ ଏବଂ ସମୟବଦ୍ଧ ହୋଇଛି ।

ସାଥୀମାନେ,

ଆଜି ଆପଣ ନିଯୁକ୍ତି ପ୍ରକ୍ରିୟାରେ ଯେଉଁ ସ୍ୱଚ୍ଛତା ଏବଂ ଗତି ଦେଖୁଛନ୍ତି ତାହା ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ଦୃଶ୍ୟମାନ ହେଉଛି । ଏକ ସମୟ ଥିଲା ଯେତେବେଳେ ବିଭିନ୍ନ କାରଣରୁ ନିୟମିତ ପଦୋନ୍ନତିରେ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଆମ ସରକାର ବିଭିନ୍ନ ବିବାଦର ସମାଧାନ କରିଛନ୍ତି, ଅନେକ କୋର୍ଟ-କଚେରୀ ମାମଲା ମଧ୍ୟ ଅଛି, ଦୀର୍ଘ ଦିନ ଧରି ଅଟକି ରହିଥିବା ପଦୋନ୍ନତିର ପୁନରୁଦ୍ଧାର ପାଇଁ ଏହା ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ସ୍ୱଚ୍ଛ ଢଙ୍ଗରେ ନିଯୁକ୍ତି ଏବଂ ପଦୋନ୍ନତି ଯୁବକମାନଙ୍କ ମନ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ । ଏହି ସ୍ୱଚ୍ଛତା ସେମାନଙ୍କୁ ଉନ୍ନତ ପ୍ରସ୍ତୁତି ସହିତ ପ୍ରତିଯୋଗିତାରେ ପ୍ରବେଶ କରିବାକୁ ପ୍ରେରଣା ଯୋଗାଇବ । ଆମ ସରକାର ନିରନ୍ତର ଭାବେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ।

ସାଥୀମାନେ,

ଆଜି ଯେଉଁମାନେ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ସେମାନଙ୍କ ପାଇଁ ଏହା ଏକ ନୂଆ ଯାତ୍ରା । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଏକ ବିକଶିତ ଭାରତ ଯାତ୍ରାରେ ଆପଣଙ୍କ ସକ୍ରିୟ ଭାଗିଦାରୀ ରହିବ, ବିଶେଷ ଦାୟିତ୍ୱ ରହିବ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ସରକାରଙ୍କ ପ୍ରତିନିଧି ଭାବରେ ସିଧାସଳଖ ଲୋକଙ୍କ ସହ କାରବାର କରିବେ । ଆପଣଙ୍କ ମଧରୁ ପ୍ରତ୍ୟେକ ନିଜ ନିଜ ଉପାୟରେ ଲୋକଙ୍କ ଜୀବନକୁ ପ୍ରଭାବିତ କରିବେ ।

ଆପଣ ନିଶ୍ଚୟ ଶୁଣିଥିବେ, ବ୍ୟବସାୟ ଜଗତରେ କୁହାଯାଇଛି ଯେ ଗ୍ରାହକ ସର୍ବଦା ଠିକ ଅଟନ୍ତି । ସେହିଭଳି ଶାସନରେ ଆମର ମନ୍ତ୍ର ହେବା ଉଚିତ- ନାଗରିକ ସର୍ବଦା ଠିକ । ସମାନ ଅନୁଭବ ଆମ ଭିତରେ ଥିବା ସେବା ପ୍ରବୃତ୍ତିକୁ ଅଧିକ ଶକ୍ତି ପ୍ରଦାନ କରିଥାଏ । ଆପଣ ଏହା କେବେ ଭୁଲିବେ ନାହିଁ ଯେ ଯେତେବେଳେ ଆପଣ ସରକାରୀ ଭାବରେ କାମ କରୁଛନ୍ତି, ତାହାକୁ ସରକାରୀ ସେବା କୁହାଯାଏ, ଚାକିରି କୁହାଯାଏ ନାହିଁ । ଯଦି ପ୍ରାଇଭେଟରେ ଯାଆନ୍ତି ତେବେ କହିଥାନ୍ତେ ଯେ ଜବ କରୁଛି । ସରକାରଙ୍କ ମଧ୍ୟକୁ ଆସିବେ ତେବେ କହିବେ ସେବା କରୁଛି । ଯଦି ଆପଣ ସେବା ମନୋଭାବକୁ ମନେ ରଖି ଏହି ୧୪ଠ କୋଟି ମୋର ଦେଶବାସୀଙ୍କ ସେବା କରିବାକୁ ଚାହୁଁଛନ୍ତି, ତେବେ ବହୁତ ଖୁସି ମିଳିବ । ଜୀବନରେ ଗୋଟିଏ ସୁଯୋଗ ମିଳିଛି ଏବଂ ସେହି ଭାବର ସହିତ ଆମେ ସେବା କରିବା ତେବେ ଏହା ଲୋକମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କୁ ମଧ୍ୟ ନିଜ କାମରେ ଆନନ୍ଦ ଆସିବ ।

ଆପଣମାନେ ବର୍ତ୍ତମାନ ଦେଖିଥିବେ ଯେ ସରକାରୀ ସେବାରେ ଥିବା ଆମର ଅନେକ କର୍ମଚାରୀ ସାଥୀ, କର୍ମଯୋଗୀଙ୍କୁ ବହୁ ଅନଲାଇନ ଶିକ୍ଷା ନେଉଛନ୍ତି । ଡିଜିଟାଲ ଟ୍ରେନିଂ ପ୍ଲାଟଫର୍ମ ଆଇଜିଓଟି (ଆଇଗଟ) କର୍ମଯୋଗୀରୁ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି । ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଅଲଗା ଏହି ପ୍ଲାଟଫର୍ମ ଉପରେ ଆହୁରି ମଧ୍ୟ ଅନେକ ପାଠ୍ୟକ୍ରମ ଅଛି, ଯାହା ଆପଣଙ୍କର ବ୍ୟକ୍ତିଗତ ସାମର୍ଥ୍ୟକୁ ବୃଦ୍ଧି କରିଥାଏ । ଆପଣଙ୍କର ବ୍ୟକ୍ତିତ୍ୱର ବିକାଶରେ, ଆପଣଙ୍କ ଚିନ୍ତାଧାରାର ଗଭୀରତାରେ ଉତ୍ତୋରତ୍ତର ପ୍ରଗତି ହୋଇଥାଏ, ଲାଭ ହୋଇଥାଏ ।

ମୋତେ ବିଶ୍ୱାସ ଅଛି ଯେ ପ୍ରଦୌଗିକ ମାଧ୍ୟମରେ ଆତ୍ମ ଶିକ୍ଷା ଆଜିର ପିଢ଼ିକୁ ଦିଆଯାଉଥିବା ଏକ ସୁଯୋଗ, ଏହାକୁ ଛାଡ଼ନ୍ତୁ ନାହିଁ । ଜୀବନରେ ନିରନ୍ତର ଶିକ୍ଷା ଜାରି ରଖିବାର ଉତ୍ସାହ ହିଁ ଆମ ସମସ୍ତଙ୍କୁ ଆଗକୁ ବଢ଼ାଇଥାଏ । ଏବଂ ମୁଁ ସବୁବେଳେ କହିଥାଏ ଯେ ନିଜ ଭିତରେ ଥିବା ଛାତ୍ରକୁ କେବେ ମରିବାକୁ ଦେବେ ନାହିଁ । ଆପଣ ମଧ୍ୟ, କେଉଁଠାକୁ ମଧ୍ୟ ଆସନ୍ତୁ, ଆପଣ କ୍ରମାଗତ ଭାବେ କିଛି ନା କିଛି ଶିଖନ୍ତୁ । ଯାହା ଆପଣଙ୍କର କ୍ଷମତା ଏବଂ ଏହି ସମସ୍ତ ପ୍ରୟାସ ଦ୍ୱାରା ହିଁ ଭାରତର କ୍ଷମତା ବୃଦ୍ଧି ପାଇବ ।

ପରିବର୍ତ୍ତିତ ଭାବରେ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହ ଭାରତରେ ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ କ୍ରମାଗତ ଭାବରେ ସୃଷ୍ଟି ହେଉଛି, ଯାହା ଆଜି ଭାରତ ଅନୁଭବ କରୁଛି । ଆଜି ଆତ୍ମନିଯୁକ୍ତି କ୍ଷେତ୍ରରେ ବହୁତ ଅଗ୍ରଗତି ହେଉଛି । ବିଗତ ୮ ବର୍ଷରେ, ବ୍ୟାପକ ଭିତ୍ତିଭୂମିର ବିକାଶ ହେତୁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଭିତ୍ତିଭୂମିରେ ୧ଠଠ ଲକ୍ଷ କୋଟିର ବିନିଯୋଗ ରୋଜଗାରର ସମ୍ଭାବନାର ଦ୍ୱାର ଖୋଲିଛି ।

ଆପଣ ଜାଣନ୍ତି ଯେ ଯେତେବେଳେ ଗୋଟିଏ ନୂତନ ସଡ଼କ ନିର୍ମାଣ ହୋଇଥାଏ ସେତେବେଳେ ଏହାର ଚାରିପାଖରେ ରୋଜଗାରର ମଧ୍ୟ ନୂଆ ଉପାୟ ସୃଷ୍ଟି ହେବାକୁ ଲାଗିଥାଏ । ସେହି ରାସ୍ତା ପାଶ୍ୱର୍ରେ ନୂଆ ବଜାର ଛିଡ଼ା ହୋଇଥାଏ, ସମସ୍ତ ପ୍ରକାରର ଦୋକାନ ଖୋଲିଥାଏ । ସଡ଼କ ହେବା ଯୋଗୁ ଚାଷୀମାନଙ୍କ ଉତ୍ପାଦ ସହଜରେ ବଜାରରେ ପହଞ୍ଚô ପାରିଥାଏ ।

ସେହିଭଳି ଯେତେବେଳେ କୌଣସି ଏକ ସ୍ଥାନ, ନୂଆ ରେଳ ଲାଇନ ସହ ସଂଯୁକ୍ତ ହୋଇଥାଏ, ସେତେବେଳେ ସେଠାରେ ବଜାର ସମୃଦ୍ଧି ହେବାକୁ ଲାଗିଥାଏ । ଉନ୍ନତ ସୁବିଧା ହେବା ଯୋଗୁ ପର୍ଯ୍ୟଟନର ମଧ୍ୟ ବିସ୍ତାର ହୋଇଥାଏ। ଏବଂ ଏହିଭଳି ଭାବରେ ପ୍ରତ୍ୟେକ ବିସ୍ତାରରେ ରୋଜଗାରର ନୂତନ ସମ୍ଭାବନା ବିଦ୍ୟମାନ ।

ଆଜି ଭାରତ ନେଟ ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ସଂକ୍ଷିପ୍ତିକରଣ ସଂଦେଶ ପାଇପାରୁଛି । ଯେତେବେଳେ ଆମେ ଇଣ୍ଟରନେଟ ମାଧ୍ୟମରେ ବିଶ୍ୱର ଅବଶିଷ୍ଟ ଦେଶ ସହିତ ଗ୍ରାମଗୁଡ଼ିକୁ ସଂଯୋଗ କରୁ, ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାକୁ ଲାଗିଲା । ଟେକ୍ନୋଲୋଜିକୁ ବୁଝି ପାରୁନଥିବା ବ୍ୟକ୍ତି ମଧ୍ୟ ଏହା ଜାଣିଲା ଯେ ପୂର୍ବରୁ କାର୍ଯ୍ୟଗୁଡ଼ିକ ପାଇଁ ଚାଲିବାକୁ ପଡୁଥିଲା, ତାହା ବର୍ତ୍ତମାନ ମୋବାଇଲ କିମ୍ବା କମ୍ପୁ୍ୟଟରରେ ଗୋଟିଏ କ୍ଲିକରେ କରିପାରୁଛୁ ।

ଆମେ ଦେଖୁ ଯେ ଏହି ସୁବିଧା ସୁଯୋଗ ନେବାକୁ ହେଲେ ଅନେକ ଥର ଟେକ୍ନୋଲୋଜି ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ିଥାଉ । ଏବଂ ସାଧାରଣ ଲୋକଙ୍କର ଏହି ଆବଶ୍ୟକତା ହେତୁ ରୋଜଗାରର ନୂତନ ସମ୍ଭାବନା ସୃଷ୍ଟି ହେଉଛି । ଆଜି ସହରାଞ୍ଚଳ, ଗ୍ରାମ କିମ୍ବା ସହରର ମଧ୍ୟ ଏମିତି ଉଦ୍ୟୋଗୀମାନେ ଦେଖାଯିବେ ଯେଉଁମାନେ ଲୋକମାନଙ୍କୁ ଅନଲାଇନ ସେବା ଯୋଗାଇବାରେ ନିଜର ଏକ ନୂତନ କ୍ଷେତ୍ର ଖୋଲି କାର୍ଯ୍ୟକୁ ଆଗକୁ ନେଉଛନ୍ତି । ଆଜି ଯେଉଁଭଳି ଭାବରେ ଲୋକମାନେ ଭାରତର ଛୋଟ ସହରରେ ଷ୍ଟାର୍ଟଅପ ଆରମ୍ଭ କରୁଛନ୍ତି, ଏହା ନୂତନ ପିଢ଼ି ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି, ଆତ୍ମବିଶ୍ୱାସର କେନ୍ଦ୍ରରେ ପରିଣତ ହୋଇଛି, ଅନୁଶୀଳନର ସଫଳତା ଯୁବଶକ୍ତିଙ୍କୁ ସାମର୍ଥ୍ୟର ବିଶ୍ୱବ୍ୟାପୀ ସ୍ୱୀକୃତି ସୃଷ୍ଟି କରିଛି ।

ସାଥୀମାନେ,

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପୁଅ ଏବଂ ଝିଅମାନେ ଅତି ସାଧାରଣ ପରିବାରରୁ ଆସିଛନ୍ତି । ଏ ପର୍ଯ୍ୟନ୍ତ ପହଂଚିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଆପଣଙ୍କ ମା’-ବାପା ମଧ୍ୟ ବହୁତ କଷ୍ଟ କରିଛନ୍ତି । ଆଜି ଆପଣ ଏକ ସ୍ଥାୟୀ ଭାବରେ ୧୪ଠ କୋଟି ଦେଶବାସୀଙ୍କୁ ସେବା କରିବାର ସୁଯୋଗ ପାଇଛନ୍ତି, କିନ୍ତୁ ଆପଣଙ୍କ ଭିତରେ ଥିବା ସେହି ଭାବନାକୁ ଜୀବନ୍ତ ରଖନ୍ତୁ ଯାହା ଆପଣଙ୍କୁ ଏଠାରେ ପହଂଚାଇବାକୁ ପ୍ରେରଣା ଦେଇଛି । ସର୍ବଦା ଶିଖିବା ଜାରି ରଖନ୍ତୁ, ସବୁବେଳେ ନିଜର କୌଶଳକୁ ନବୀକରଣ କରି ଆହୁରି ଆଗକୁ ବଢ଼ିବାକୁ ଚେଷ୍ଟା ଜାରି ରଖନ୍ତୁ ।

ମୋ ତରଫରୁ ଆପଣଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ସଫଳ ହୁଅନ୍ତୁ, କିନ୍ତୁ ଆମ ଦେଶ ମଧ୍ୟ ସଫଳ ହେଉ । ଆପଣ ଆଗକୁ ବଢ଼ନ୍ତୁ, କିନ୍ତୁ ଆମର ଦେଶ ମଧ୍ୟ ଆଗକୁ ବଢ଼ିବା ଆବଶ୍ୟକ । ଏବଂ ଦେଶକୁ ଆଗକୁ ବଢ଼ାଇବା ପାଇଁ ଆପଣ ମଧ୍ୟ ସକ୍ଷମ ହେବାକୁ ପଡ଼ିବ, ସକ୍ଷମ ହେବାକୁ ପଡ଼ିବ । ନିରନ୍ତର ଭାବରେ ଆପଣ ନିଜର ବିକାଶ କରୁଥାନ୍ତୁ ଏବଂ ଆପଣ ଦାୟିତ୍ୱବାନ ଅଟନ୍ତି । ମୋର ଆପଣଙ୍କୁ ବହୁତ ବହୁତ ଶୁଭକାମନା । 

ବହୁତ ବହୁତ ଧନ୍ୟବାଦ ।

 

NS/MB



(Release ID: 1892638) Visitor Counter : 97