ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଏଚ୍‌ଡି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିମନ୍ତେ ସକ୍ଷମ ହେବେ 28 ଟି ଆଞ୍ଚଳିକ ଚ୍ୟାନେଲ୍ ବିଆଇଏନ୍‌ଡି ଯୋଜନା ଅନ୍ତର୍ଗତ 80 ପ୍ରତିଶତରୁ ଅଧିକ ଜନସଂଖ୍ୟା ପର୍ଯ୍ୟନ୍ତ ଏଫ୍‌ଏମ୍ କଭରେଜ୍ ପରିସର ବୃଦ୍ଧି ଜାମ୍ମୁ କାଶ୍ମୀରର ସୀମାରେ 76 ପ୍ରତିଶତ ଏବଂ ଭାରତ - ନେପାଳ ସହିତ 63 ପ୍ରତିଶତ ପର୍ଯ୍ୟନ୍ତ କଭରେଜ୍ ସଂପ୍ରସାରିତ ହେବ


ପ୍ରସାର ଭାରତୀ ଦୁର୍ଗମ, ଆଦିବାସୀ, ଏଲଡବ୍ଲୁଇ ଏବଂ ସୀମାବର୍ତ୍ତୀ କ୍ଷେତ୍ର ଗୁଡିକରେ 8 ଲକ୍ଷରୁ ଅଧିକ ଡିଡି ଡିଟିଏଚ୍ ରିସିଭର ସେଟ୍‌ର ମାଗଣା ବଣ୍ଟନ କରିବ
06 ଜାନୁଆରୀ 2022, ପିଆଇବି, ଦିଲ୍ଲୀ

Posted On: 06 JAN 2023 3:52PM by PIB Bhubaneshwar

କ୍ୟାବିନେଟ୍ 4 ଜାନୁଆରୀ, 2023 ରେ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ଆଧୁନିକୀକରଣ, ଉନ୍ନତିକରଣ ଏବଂ ସମ୍ପ୍ରସାରଣ ନିମନ୍ତେ 2025-26 ରେ ଶେଷ ହେବାକୁ ଯାଉଥିବା ପାଞ୍ଚ ବର୍ଷର ଅବଧି ନିମନ୍ତେ 2539.61 କୋଟି ଟଙ୍କାର ବ୍ୟୟ ଅଟକଳ ସହିତ "ପ୍ରସାରଣ ଭିତ୍ତିଭୂମି ନେଟୱର୍କ ବିକାଶ (ବିଆଇଏନ୍‌ଡି- ବ୍ରଡକାଷ୍ଟ ଇନ୍‌ଫ୍ରାଷ୍ଟ୍ରକ୍‌ଚର ନେଟୱର୍କ ଡେଭଲପମେଂଟ) ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଆକାଶବାଣୀ ଏବଂ ଦୂରଦର୍ଶନର ପ୍ରାଥମିକ ପ୍ରକଳ୍ପ ଗୁଡିକ ସାମିଲ୍ ଅଟନ୍ତି, ଯେଉଁଥିରେ ଏଫ୍‌ଏମ୍ ରେଡିଓ ନେଟୱର୍କ ଏବଂ ମୋବାଇଲ୍ ଟିଭି ଉତ୍ପାଦନ ସୁବିଧା ଗୁଡିକର ବିସ୍ତାର ଏବଂ ସୁଦୃଢ଼ୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରା ଯାଇଛି । ଏହି କାର୍ଯ୍ୟ ପାଇଁ 950 କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି ଯାହା ଫାଷ୍ଟ - ଟ୍ରାକ୍ ମୋଡ୍‌ରେ ସମ୍ପୂର୍ଣ୍ଣ କରାଯିବ।

ଏହି ଯୋଜନା ଏଲଡବ୍ଲୁଇ, ସୀମାବର୍ତ୍ତୀ ଏବଂ କୌଶଳଗତ କ୍ଷେତ୍ରରେ ବଡ଼ ଧରଣର ଉନ୍ନୟନ ନିମନ୍ତେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ସାଧାରଣ ପ୍ରସାରଣକୁ ବ୍ୟାପକ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବାର ଲକ୍ଷ୍ୟ ବହନ କରେ । ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ଦର୍ଶକଙ୍କ ପାଇଁ ଉଚ୍ଚ ଗୁଣାତ୍ମକ ମାନର ବିଷୟ ବସ୍ତୁର ବିକାଶ, ଅଧିକ ଚ୍ୟାନେଲ୍ ଗୁଡିକୁ ସମଯୋଜିତ କରିବା ପାଇଁ ଡିଟିଏଚ୍ ପ୍ଲାଟଫର୍ମର କ୍ଷମତାକୁ ଉନ୍ନତ କରି ବିଭିନ୍ନ ବିଷୟବସ୍ତୁର ଉପଲବ୍ଧ କରାଇବା ସଙ୍ଗେ ସଙ୍ଗେ ଦର୍ଶକଙ୍କ ପାଇଁ ଉପଲବ୍ଧ ବିକଳ୍ପ ଗୁଡିକୁ ବିସ୍ତାର କରିବ । ଏହି ଯୋଜନାଟି ମଧ୍ୟ ବାମପନ୍ଥୀ ଉଗ୍ରବାଦ ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ମୁଖ୍ୟତଃ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ- ପର୍ଯ୍ୟାୟର ସହର ଗୁଡିକରେ ଏଫ୍‌ଏମ୍ ନେଟୱର୍କର ବିସ୍ତାର ପାଇଁ ଲକ୍ଷ୍ୟ ରଖିଛି ।

ପ୍ରସାର ଭାରତୀର ଯୁଗ୍ମ କାର୍ଯ୍ୟ କ୍ଷେତ୍ର ଗୁଡିକ ମଧ୍ୟରେ, ଅଲ୍ ଇଣ୍ଡିଆ ରେଡିଓ ଦେଶରେ ଶ୍ରୋତା ମାନଙ୍କୁ 501 ଏଆଇଆର୍ ପ୍ରସାରଣ କେନ୍ଦ୍ର ଗୁଡିକ ମାଧ୍ୟମରେ 653 ଏଆଇଆର୍ ଟ୍ରାନ୍ସମିଟର (122 ମଧ୍ୟମ ତରଙ୍ଗ, 7 ଲଘୁ ତରଙ୍ଗ ଏବଂ 524 ଏଫ୍‌ଏମ୍ ଟ୍ରାନ୍ସମିଟର) ମାଧ୍ୟମରେ ବିଶ୍ୱ ସେବା, ପଡୋଶୀ ସେବା ସହିତ 43 ବିବିଧ ଭାରତୀ ଚ୍ୟାନେଲ, 25 ରେନବୋ ଚ୍ୟାନେଲ ଏବଂ 4 ଏଫ୍‌ଏମ୍ ଗୋଲ୍ଡ ଚ୍ୟାନେଲ ସେବା ପ୍ରଦାନ କରିଥାଏ ।

ଦୂରଦର୍ଶନ ଏହାର ଦର୍ଶକ ମାନଙ୍କୁ 66 ଦୂରଦର୍ଶନ କେନ୍ଦ୍ର ଗୁଡିକ ମାଧ୍ୟମରେ 36 ଡିଡି ଚ୍ୟାନେଲ୍ ସୃଷ୍ଟି କରି ବିଭିନ୍ନ ବିତରଣ ପ୍ଲାଟଫର୍ମ ଯେପରିକି କେବୁଲ୍‌, ଡିଟିଏଚ୍‌, ଆଇପିଟିଭି "ନ୍ୟୁଜ୍ ଅନ୍ ଏଆଇଆର’ ମୋବାଇଲ୍ ଆପ୍‌, ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଏହାର ଆନ୍ତର୍ଜାତିକ ଚ୍ୟାନେଲ୍ ଡିଡି ଇଣ୍ଡିଆ ସହିତ 190 + ଦେଶରେ ବିଶ୍ୱ ସ୍ତରୀୟ ଉପସ୍ଥିତି ଥିବା ବିଭିନ୍ନ ବିତରଣ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ପ୍ରସାରିତ କରିଥାଏ । 

ନିମ୍ନଲିଖିତ ପ୍ରମୁଖ କାର୍ଯ୍ୟ ଗୁଡ଼ିକୁ ବିଆଇଏନଡି ଯୋଜନା ଅଧୀନରେ ଯୋଜନା କରାଯାଇଛି 

ଅଲ୍‌ ଇଣ୍ଡିଆ ରେଡିଓ

ଦେଶରେ ଏଫ୍‌ଏମ୍ କଭରେଜ୍ ପରିସରକୁ ଭୌଗୋଳିକ କ୍ଷେତ୍ର ଏବଂ ଜନସଂଖ୍ୟା ହିସାବରେ 58.83% ଏବଂ 68%ରୁ ଯଥାକ୍ରମେ 66.29% ଏବଂ 80.23% କୁ ବୃଦ୍ଧି କରିବା ।

ଭାରତ ନେପାଳ ସୀମାରେ ଥିବା ଏଆଇଆର୍ ଏଫ୍‌ଏମ୍ ପ୍ରସାରଣ ପରିସରକୁ 48.27 % ରୁ 63.02 % କୁ ବୃଦ୍ଧି କରିବା ।

ଏଆଇଆର୍ ଏଫ୍‌ଏମ୍ ପ୍ରସାରଣ ପରିସରକୁ ଜାମ୍ମୁ ଏବଂ କାଶ୍ମୀର ସୀମାରେ 62% ରୁ 76% କୁ ବୃଦ୍ଧି କରିବା ।

30,000 ବର୍ଗ କି.ମି. ଅଂଚଳକୁ ପରିସରଭୁକ୍ତ କରି ପ୍ରସାରଣ କରିବା ପାଇଁ ରାମେଶ୍ୱରମ ଠାରେ 300 ମିଟର ଟାୱାରରେ ଏକ 20 କିଲୋୱାଟ ଏଫ୍‌ଏମ୍ ଟ୍ରାନ୍ସମିଟର ସ୍ଥାପନ କରାଯିବ ।

ଦୂରଦର୍ଶନ

ପ୍ରସାର ଭାରତୀର ସୁବିଧା ଗୁଡିକରେ ନୂତନ ପ୍ରସାରଣ ଏବଂ ଷ୍ଟୁଡିଓ ଉପକରଣ ସ୍ଥାପନ କରି ଡିଡି ଏବଂ ଏଆଇଆର୍ ଚ୍ୟାନେଲ ଗୁଡ଼ିକର ଚେହେରାରେ ପରିବର୍ତ୍ତନ ଆଣିବା ।

ଡିଡିକେ ବିଜୟୱାଡା ଏବଂ ଲେହ ସ୍ଥିତ ଆର୍ଥ ଷ୍ଟେସନର 24 ଘଣ୍ଟିଆ ଚ୍ୟାନେଲ୍ ନିମନ୍ତେ ଉନ୍ନତିକରଣ ।

ସମ୍ମାନଜନକ ଜାତୀୟ ସମାରୋହ / କାର୍ଯ୍ୟକ୍ରମ ଏବଂ ଭିଭିଆଇପି ପ୍ରସାରଣକୁ ପରିସରଭୁକ୍ତ କରିବା ପାଇଁ ଫ୍ଲାଏ ଆୱେ ୟୁନିଟ୍ ଗୁଡ଼ିକର ଆରମ୍ଭ ।

28 ଆଂଚଳିକ ଦୂରଦର୍ଶନ ଚ୍ୟାନେଲ ଗୁଡିକ ହାଇ- ଡେଫିନେସନ୍ କାର୍ଯ୍ୟକ୍ରମ ଉତ୍ପାଦନ ସକ୍ଷମ କେନ୍ଦ୍ର ଭାବରେ ସ୍ଥାନାନ୍ତରିତ ହେବ ।

ସମଗ୍ର ଦୂରଦର୍ଶନ ନେଟୱର୍କରେ 31 ଆଂଚଳିକ ନ୍ୟୁଜ୍ ୟୁନିଟ୍ ଗୁଡିକୁ ଉନ୍ନତ ସମ୍ବାଦ ସଂଗ୍ରହ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଉନ୍ନତିକରଣ ଏବଂ ଆଧୁନିକୀକରଣ କରାଯିବ ।

ଡିଡିକେ ଗୁଆହାଟୀ, ଶିଲଂ, ଆଇଜଲ୍‌, ଇଟାନଗର, ଅଗରତାଲା, କୋହିମା, ଇମ୍ଫାଲ, ଗ୍ୟାଙ୍ଗଟକ୍ ଏବଂ ପୋର୍ଟ ବ୍ଲେୟାରରେ ଏଚ୍‌ଡିଟିଭି ଚ୍ୟାନେଲ ଗୁଡ଼ିକର ଉନ୍ନତିକରଣ ଏବଂ ପ୍ରତିସ୍ଥାପନ ।

ଯୋଜନାର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଉଛି :

100 ଟି ସହିତ 10 କିଲୋୱାଟ୍ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ 41 ଏଫ୍‌ଏମ୍ ଟ୍ରାନ୍ସମିଟର ଦେଶରେ 6 ଲକ୍ଷ ବର୍ଗ ମିଟରରୁ ଅଧିକ ଏଫ୍‌ଏମ୍ ପ୍ରସାରଣ ପରିସର ବୃଦ୍ଧି ପାଇଁ 100 ୱାଟ୍‌ର ଟ୍ରାନ୍ସମିଟର ମୁଖ୍ୟତଃ ଟିୟର-II ଏବଂ ଟିୟର-III ସହର, ଏଲଡବ୍ଲ୍ୟୁଇ ଏବଂ ସୀମାବର୍ତ୍ତୀ ଅଂଚଳ ତଥା ଦେଶର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ସ୍ଥାପନା କରିବା ।

ଡିଡି ଫ୍ରି ଡିସ୍ କ୍ଷମତା ବିଦ୍ୟମାନ 116 ଚ୍ୟାନେଲରୁ ପ୍ରାୟ 250 ଚ୍ୟାନେଲକୁ ବୃଦ୍ଧି କରି ମାଗଣାରେ ଚ୍ୟାନେଲ ଗୁଡିକର ଉନ୍ନତ ଏବଂ ବିବିଧ ସେବା ଯୋଗା ଯାଇପାରିବ ।

ଏଠାରେ ଏହା ସୂଚନା ଦେବା ପ୍ରଯୁଜ୍ୟ ଯେ, ଡିଡି ମାଗଣା ଡିସ୍ ହେଉଛି ପ୍ରସାର ଭାରତୀର ଫ୍ରି-ଟୁ-ଏୟାର ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍‌) ପ୍ଲାଟଫର୍ମ , ଯାହାର ଆନୁମାନିକ 4.30 କୋଟି ସଂଯୋଗ ଅଛି (ଫିକ୍କି ଏବଂ ଇ ଆଣ୍ଡ ୱାଇ ରିପୋର୍ଟ 2022 ଅନୁଯାୟୀ), ଯାହା ଏହାକୁ ଭାରତର ସର୍ବ ବୃହତ ଡିଟିଏଚ୍ ପ୍ଲାଟଫର୍ମରେ ପରିଣତ କରିଛି । ଏହି ପ୍ଲାଟଫର୍ମର ଚ୍ୟାନେଲ ଦେଖିବା ପାଇଁ ଡିଡି ଫ୍ରି ଡିସର ଦର୍ଶକମାନେ କୌଣସି ମାସିକ କିମ୍ବା ବାର୍ଷିକ ଦେୟ ଦେବା ଆବଶ୍ୟକ ନାହିଁ। ଏହି ପ୍ଲାଟଫର୍ମରେ 167 ଟି ଟିଭି ଚ୍ୟାନେଲର ସମୃଦ୍ଧ ଗୁଚ୍ଛ ଅଛି, ସେଗୁଡ଼ିକ ହେଉଛି 49 ଟି ଦୂରଦର୍ଶନ ଏବଂ ସଂସଦ ଚ୍ୟାନେଲ, ଅଗ୍ରଣୀ ପ୍ରସାରଣକାରୀଙ୍କ 77 ଟି ଘରୋଇ ଟିଭି ଚ୍ୟାନେଲ (11 ଜିଇସି, 14 ଚଳଚ୍ଚିତ୍ର, 21 ସମ୍ବାଦ, 7 ମ୍ୟୁଜିକ, 9 ଆଂଚଳିକ, 7 ଭୋଜପୁରୀ, 1 କ୍ରୀଡ଼ା, 5 ଭକ୍ତି ଚ୍ୟାନେଲ, 3 ବିଦେଶୀ ଚ୍ୟାନେଲ), 51 ଶିକ୍ଷାଗତ ଚ୍ୟାନେଲ ଏବଂ 48 ରେଡିଓ ଚ୍ୟାନେଲ । 

ବିପର୍ଯ୍ୟୟ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିରବଚ୍ଛିନ୍ନ ଡିଟିଏଚ୍ ସେବା ସୁନିଶ୍ଚିତ କରିବା ପାଇଁ ଡିଡି ମାଗଣା ଡିସ୍ ବିପର୍ଯ୍ୟୟ ପୁନରୁଦ୍ଧାର ସୁବିଧା ପ୍ରତିଷ୍ଠା କରିବା ।

ନିରବଚ୍ଛିନ୍ନ ଏବଂ ଦକ୍ଷ ଉତ୍ପାଦନ ଏବଂ ପ୍ରସାରଣ ପାଇଁ ଫିଲ୍ଡ ଷ୍ଟେସନ ଗୁଡିକର ପ୍ରସାରଣ ସୁବିଧା ଗୁଡ଼ିକର ସ୍ୱୟଂଚାଳନାକରଣ ଏବଂ ଆଧୁନିକୀକରଣ । ଏହା ସ୍ୱୟଂଚାଳିତ ପ୍ଲେଆଉଟ୍ ସୁବିଧା, ଆଧୁନିକ ସମୟ ପାଇଁ ନ୍ୟୁଜ୍ ରୁମ୍ କମ୍ପ୍ୟୁଟର ସିଷ୍ଟମ୍‌, ନ୍ୟୁଜ୍ ପ୍ରଡକ୍ସନ୍ ସିଷ୍ଟମ୍‌, ରିୟଲ୍ ଟାଇମ୍ ପ୍ରସ୍ତୁତିକରଣ ଏଡିଟିଂ ଏବଂ ଟ୍ରାନ୍ସମିସନ୍‌, ଅତ୍ୟାଧୁନିକ ଷ୍ଟୁଡିଓ କ୍ୟାମେରା, ଲେନ୍ସ, ସୁଇଚର, ରାଉଟର ଇତ୍ୟାଦି ଯୋଗାଣ ପାଇଁ ଫାଇଲ୍ ଆଧାରିତ କାର୍ଯ୍ୟ ପ୍ରବାହକୁ ଅନ୍ତର୍ଭୁକ୍ତ କରେ ଏବଂ ଏହା ହେଉଛି ସାରା ଦେଶରେ ଡିଡିର ଫିଲ୍‌ଡ ଷ୍ଟେସନ୍ ଗୁଡିକ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ । ଏହି ଦକ୍ଷତା ବିକାଶ ପଦକ୍ଷେପ ଡିଡିକୁ ଆଧୁନିକ- ସମୟର ଟିଭି ଷ୍ଟୁଡିଓ ନିର୍ମାଣର ସମୟ, ପ୍ରଯୁକ୍ତି ଏବଂ କୌଶଳ ସହିତ ତାଳ ଦେଇ ଚାଲିବାରେ ସକ୍ଷମ କରାଇବ ।

ମନୋରଞ୍ଜନ, ସ୍ୱାସ୍ଥ୍ୟ, ଶିକ୍ଷା, ଯୁବା, କ୍ରୀଡା ଏବଂ ଅନ୍ୟାନ୍ୟ ସାଧାରଣ ବିଷୟବସ୍ତୁ ଉପରେ ଧ୍ୟାନ ଦେଇ ଆଂଚଳିକ ଭାଷାରେ ସମୃଦ୍ଧ ବିଷୟବସ୍ତୁ ପ୍ରଦାନ କରିବା ।

ଶୀଘ୍ର ପ୍ରତିକ୍ରିୟା ସାମର୍ଥ୍ୟ ସହିତ ସମ୍ବାଦ ସଂଗ୍ରହ ସୁବିଧାକୁ ମଜଭୁତ କରିବା ଏବଂ ସ୍ଥାନୀୟ ଏବଂ ଅତ୍ୟଧିକ ସ୍ଥାନୀୟ ସମ୍ବାଦ ପରିବେଷଣର ଅଂଶ ବୃଦ୍ଧି କରିବା ପାଇଁ ଏହାକୁ ଅର୍ଦ୍ଧ- ଗ୍ରାମାଂଚଳକୁ ବିସ୍ତାର କରିବା ।

ଭିଜୁଆଲ୍ ସମୃଦ୍ଧ କାର୍ଯ୍ୟକ୍ରମ ବିଷୟବସ୍ତୁ ଉତ୍ପାଦନ ପାଇଁ ସମ୍ବର୍ଦ୍ଧିତ ବାସ୍ତବିକତା ଏବଂ ଆଭାସୀ ବାସ୍ତବିକତା ପରି ନୂତନ ଟେକ୍ନୋଲୋଜିକୁ ସାମିଲ୍ କରିବା ।

ଉପଗ୍ରହ ଟ୍ରାନ୍ସପଣ୍ଡର ଗୁଡିକର ଦକ୍ଷ ବ୍ୟବହାର ପାଇଁ ସ୍ପେକ୍ଟ୍ରମ୍ ଦକ୍ଷ ପ୍ରଯୁକ୍ତିବିଦ୍ୟା ସହିତ ବିଦ୍ୟମାନ ଅପ୍ ଲିଙ୍କ୍ ଷ୍ଟେସନ୍ ଗୁଡ଼ିକର ନବୀକରଣ ।

ଏଆଇଆର୍ ଏବଂ ଡିଡି - ନେଟୱର୍କରେ ତଥ୍ୟ ପ୍ରବାହର ପ୍ରଭାବଶାଳୀ ପରିଚାଳନା ସହିତ ଶାସନରେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବା ।

ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରୀୟ ଶ୍ରୋତା ମାନଙ୍କ ପାଇଁ ଡିଜିଟାଲ୍ ପହଂଚ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ।

ଦୁର୍ଗମ, ଆଦିବାସୀ, ଏଲ୍‌ଡବ୍ଲ୍ୟୁଇ ଏବଂ ସୀମାବର୍ତ୍ତୀ ଅଂଚଳ ପାଇଁ 8 ଲକ୍ଷରୁ ଅଧିକ ଡିଡି ଡିଟିଏଚ୍ ରସିଭର୍ ସେଟ୍ ଗୁଡିକର ମାଗଣା ବଂଟନ ଯୋଜନା କରାଯାଇଛି ଯାହା ଏହି ଅଂଚଳରେ ଦର୍ଶକ ମାନଙ୍କୁ ଟେଲିଭିଜନ୍ ଏବଂ ରେଡିଓ ସେବାରେ ପ୍ରବେଶ କରାଇବାକୁ ସକ୍ଷମ କରିବ ।

ଏହି ଯୋଜନା ପ୍ରସାରଣ ଉପକରଣ ଗୁଡିକର ଯୋଗାଣ ଏବଂ ସ୍ଥାପନ ସହିତ ଜଡିତ ଉତ୍ପାଦନ ଏବଂ ସେବା ମାଧ୍ୟମରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ । ବିଷୟବସ୍ତୁ ଉତ୍ପାଦନ ବିଭିନ୍ନ ମିଡିଆ କ୍ଷେତ୍ରରେ ବିଷୟବସ୍ତୁ ଉତ୍ପାଦନ ପରିସରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରିବ ।

 

SSP/BS


(Release ID: 1889357) Visitor Counter : 155