କ୍ୟାବିନେଟ
azadi ka amrit mahotsav

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ମୋପା, ଗୋଆକୁ ‘ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦର - ମୋପା, ଗୋଆ’ ନାମରେ ନାମିତ କରିବା ପାଇଁ କ୍ୟାବିନେଟ (ଏକ୍ସ- ପୋଷ୍ଟ ଫ୍ୟାକ୍ଟୋ) ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 04 JAN 2023 4:10PM by PIB Bhubaneswar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଚାରି ଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ସ୍ୱର୍ଗବାସୀ ଶ୍ରୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ମୋପା, ଗୋଆକୁ ‘ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦର - ମୋପା, ଗୋଆ' ନାମରେ ନାମିତ କରିବା ପାଇଁ (ଏକ୍ସ- ପୋଷ୍ଟ ଫ୍ୟାକ୍ଟୋ) ଅନୁମୋଦନ ପ୍ରଦାନ କରିଛନ୍ତି । 

ଗୋଆ ରାଜ୍ୟବାସୀଙ୍କ ଇଚ୍ଛା ପୂରଣ କରିବା ପାଇଁ , ଗୋଆର ମାନନୀୟ ମୁଖ୍ୟମନ୍ତ୍ରୀ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର, ମୋପା, ଗୋଆକୁ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର - ମୋପା, ଗୋଆ ' ନାମରେ ନାମିତ କରିବା ନିମନ୍ତେ ଗୋଆ ରାଜ୍ୟ ସରକାରଙ୍କ କ୍ୟାବିନେଟର ସର୍ବସମ୍ମତି ନିର୍ଣ୍ଣୟ ସମ୍ପର୍କରେ ଅବଗତ କରାଇଛନ୍ତି ।

ଗୋଆର ମୋପା ଠାରେ ଥିବା ଗ୍ରୀନଫିଲ୍ଡ ବିମାନ ବନ୍ଦରକୁ ଡିସେମ୍ବର ୨୦୨୨ ରେ ମାନନୀୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଆଧୁନିକ ଗୋଆ ନିର୍ମାଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ରକ୍ଷାମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ କରି ତାଙ୍କ ନାମରେ ଏହି ବିମାନ ବନ୍ଦରର ନାମକରଣ କରାଯାଇଛି ।

*******

SSP

 

 

 


(ରିଲିଜ ଆଡି: 1888607) ପରିଦର୍ଶକ କାଉଣ୍ଟର : 155