ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର ଉଦ୍‌ଯାପନ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ


ତିନୋଟି ଜାତୀୟ ଆୟୁଷ ଅନୁଷ୍ଠାନ ଗୁଡିକୁ ଉଦ୍‌ଘାଟନ କରିଛନ୍ତି

“ଆୟୁର୍ବେଦ କେବଳ ଚିକିତ୍ସା ଭିତରେ ସୀମିତ ହୋଇ ରହି ନଥାଏ, ଏହା ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରେ”

“ଆନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ବିଶ୍ୱ ସ୍ତରର ପର୍ବ ଭାବରେ ପାଳନ କରା ଯାଇଥାଏ”

“ଆମେ ବର୍ତ୍ତମାନ ‘ଜାତୀୟ ଆୟୁଷ ଗବେଷଣା କନ୍ସୋର୍ଟିୟମ୍‌' ଗଠନ ଦିଗରେ ଅଗ୍ରଗତି କରୁଛୁ”

“ଆୟୁଷ ଉଦ୍ୟୋଗ ଯାହା ୮ ବର୍ଷ ପୂର୍ବେ ପ୍ରାୟ ୨୦ ହଜାର କୋଟି ଟଙ୍କା ଥିଲା ତାହା ଆଜି ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାରେ ପହଂଚି ଯାଇଛି”

“ପାରମ୍ପରିକ ଚିକିତ୍ସାର କ୍ଷେତ୍ର କ୍ରମାଗତ ଭାବରେ ବିସ୍ତାର ଲାଭ କରୁଛି ଏବଂ ଆମକୁ ଏହାର ପ୍ରତ୍ୟେକ ସମ୍ଭାବ୍ୟତାର ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ପଡିବ”

“ 'ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ”ର ଅର୍ଥ ହେଉଛି ସ୍ୱାସ୍ଥ୍ୟର ଏକ ସାର୍ବଭୌମିକ ଦୃଷ୍ଟିକୋଣ”

Posted On: 11 DEC 2022 5:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ସେ ତିନୋଟି ଜାତୀୟ ଆୟୁଷ ଅନୁଷ୍ଠାନ ଗୁଡିକର ଉଦ୍‌ଘାଟନ ମଧ୍ୟ କରିଥିଲେ । ଏହି ତିନୋଟି ଜାତୀୟ ଅନୁଷ୍ଠାନ - ଗୋଆ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (ଏଆଇଆଇଏ), ଗାଜିଆବାଦ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁନାନି ମେଡିସିନ୍ (ଏନ୍‌ଆଇୟୁଏମ୍‌) ଏବଂ ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି (ଏନ୍‌ଆଇଏଚ୍‌) ଗବେଷଣା ଏବଂ ଆନ୍ତର୍ଜାତୀୟ ସହଯୋଗକୁ ଆହୁରି ମଜବୁତ କରିବ ଏବଂ ଲୋକ ମାନଙ୍କୁ ସୁଲଭ ଆୟୁଷ ସେବା ଗୁଡିକ ମଧ୍ୟ ପ୍ରଦାନ କରିବ । ପ୍ରାୟ ୯୭୦ କୋଟି ଟଙ୍କା ମୋଟ୍ ବ୍ୟୟରେ ବିକଶିତ ହୋଇଥିବା ଏହି ଅନୁଷ୍ଠାନ ଗୁଡ଼ିକ ପ୍ରାୟ ୫୦୦ଟି ଡାକ୍ତରଖାନା ଶଯ୍ୟା ସହିତ ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟାକୁ ପ୍ରାୟ ୪୦୦ ବୃଦ୍ଧି କରିବ । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର ସମସ୍ତ ପ୍ରତିନିଧି ମାନଙ୍କୁ ଗୋଆର ସୁନ୍ଦର ମାଟିକୁ ସ୍ୱାଗତ କରିଥିଲେ ଏବଂ ବିଶ୍ୱ ଆୟୁର୍ବେଦ କଂଗ୍ରେସର ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜାଦୀର ଅମୃତ କାଳ ଅବଧି ଚାଲିଥିବାବେଳେ ବିଶ୍ୱ ଆୟୁର୍ବେଦ କଂଗ୍ରେସର ଆୟୋଜନ କରା ଯାଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅମୃତ କାଳରଏକ ପ୍ରମୁଖ ସଙ୍କଳ୍ପ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭାରତର ବୈଜ୍ଞାନିକ, ଜ୍ଞାନ ଏବଂ ସାଂସ୍କୃତିକ ଅଭିଜ୍ଞତା ମାଧ୍ୟମରେ ବିଶ୍ୱ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ଆୟୁର୍ବେଦ ଏଥିପାଇଁ ଏକ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ମାଧ୍ୟମ ଅଟେ । ଭାରତର ଜି – ୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜି -୨୦ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟରେ ସୂଚନା ଦେଇଛନ୍ତି । 

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ବିଶ୍ୱର ୩୦ରୁ ଅଧିକ ଦେଶ ଆୟୁର୍ବେଦକୁ ପାରମ୍ପରିକ ଔଷଧ ପଦ୍ଧତି ଭାବରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଆୟୁର୍ବେଦର ବ୍ୟାପକ ସ୍ୱୀକୃତି ନିଶ୍ଚିତ କରିବା ପାଇଁ ଏବଂ ଅଧିକ ନିରନ୍ତର କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆଜି ଉଦ୍‌ଘାଟିତ ହୋଇଥିବା ତିନିଟି ଜାତୀୟ ପ୍ରତିଷ୍ଠାନ ଆୟୁଷ ସ୍ୱାସ୍ଥ୍ୟସେବା ନିମନ୍ତେ ନୂତନ ଗତି ପ୍ରଦାନ କରିବ ।

ଆୟୁର୍ବେଦର ଦାର୍ଶନିକ ଆଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆୟୁର୍ବେଦ ଚିକିତ୍ସା ଭିତରେ ସୀମିତ ନରହି ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ” । ଏହାର କାରଣ ହେଉଛି ପ୍ରବୃତ୍ତି ଗୁଡିକର ବିଭିନ୍ନ ପରିବର୍ତ୍ତନ ମାଧ୍ୟମରେ ବିଶ୍ୱ ଜୀବନର ଏହି ପ୍ରାଚୀନ ପଦ୍ଧତି ଆଡକୁ ଗତି କରୁଛି ବୋଲି ସେ ସୂଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରି ଏହା ମଧ୍ୟ କହିଥିଲେ ଯେ, ଆୟୁର୍ବେଦକୁ ନେଇ ଭାରତରେ ଅନେକ କାମ ପୂର୍ବରୁ ଚାଲି ଆସିଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସେ ଆୟୁର୍ବେଦ ସହ ଜଡିତ ଅନୁଷ୍ଠାନ ଗୁଡିକୁ ପ୍ରୋତ୍ସାହିତ କରିଥିଲେ ଏବଂ ଗୁଜରାଟ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟର ଉନ୍ନତି ଦିଗରେ କାର୍ଯ୍ୟ କରିଥିଲେ । 

ଏହାର ଫଳସ୍ୱରୂପ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାମନଗର ଠାରେ ପାରମ୍ପରିକ ଔଷଧ ନିମନ୍ତେ ପ୍ରଥମ ଏବଂ ଏକମାତ୍ର ବିଶ୍ୱ ସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ସରକାରଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ , ଆୟୁଷ ମନ୍ତ୍ରଣାଳୟର ପ୍ରତିଷ୍ଠା ହୋଇଛି ଯାହା ଆୟୁର୍ବେଦ ପ୍ରତି ଉତ୍ସାହ ଏବଂ ବିଶ୍ୱାସକୁ ବୃଦ୍ଧି କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମ୍ସ ସ୍ତରର ସର୍ବ ଭାରତୀୟ ଅୟୁର୍ବେଦ ସଂସ୍ଥାନ ମଧ୍ୟ ପ୍ରତିଷ୍ଠା କରା ଯାଉଛି । ଚଳିତ ବର୍ଷ ଆରମ୍ଭରେ ହୋଇଥିବା ଗ୍ଲୋବାଲ୍ ଆୟୁଷ ଇନୋଭେସନ୍ ଆଣ୍ଡ ଇନଭେଷ୍ଟମେଂଟ ଶିଖର ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପାରମ୍ପରିକ ଔଷଧ କ୍ଷେତ୍ରରେ ଭାରତର ଉଦ୍ୟମକୁ ଡବ୍ଲ୍ୟୁଏଚ୍‌ଓ ଭୁରି ଭୁରି ପ୍ରଶଂସା କରିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ପର୍ବ ଭାବରେ ପାଳନ କରୁଛି । ଶ୍ରୀ ମୋଦୀ କହିଛନ୍ତି ଯେ, “ଏକ ସମୟ ଥିଲା ଯେତେବେଳେ ଯୋଗକୁ ଅବହେଳା କରା ଯାଇଥିଲା କିନ୍ତୁ ଆଜି ଏହା ସମଗ୍ର ମାନବ ଜାତି ପାଇଁ ଆଶା ଏବଂ ଆକାଂକ୍ଷାର ଉତ୍ସ ହୋଇ ପାରିଛି ।

ଆଜିର ଦୁନିଆରେ ଆୟୁର୍ବେଦର ବିଳମ୍ବିତ ବିଶ୍ୱ ସ୍ତରୀୟ ଚୁକ୍ତି, ସୁଗମତା ଏବଂ ସ୍ୱକୃତି ଉପରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଉନ୍ନତ ବିଜ୍ଞାନ କେବଳ ପ୍ରମାଣକୁ ପବିତ୍ର ଗ୍ରିଲ୍ ଭାବରେ ବିବେଚନା କରେ । ‘ତଥ୍ୟ ଆଧାରିତ ପ୍ରମାଣ' ର ନଥୀକରଣ ଦିଗରେ ନିରନ୍ତର କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆୟୁର୍ବେଦର ଫଳାଫଳ ତଥା ପ୍ରଭାବ ଆମ ସପକ୍ଷରେ ରହିଛି, କିନ୍ତୁ ପ୍ରମାଣ ଦୃଷ୍ଟିରୁ ଆମେ ପଛରେ ରହି ଥିଲେ । ଆଧୁନିକ ବୈଜ୍ଞାନିକ ମାନକ ଗୁଡିକର ପ୍ରତ୍ୟେକ ଦାବିକୁ ଯାଂଚ କରିବା ପାଇଁ ଆମର ଡାକ୍ତରୀ ତଥ୍ୟ, ଅନୁସନ୍ଧାନ ଏବଂ ପତ୍ରିକା ଗୁଡ଼ିକୁ ଏକାଠି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । 

ଏହି ପରିପ୍ରେକ୍ଷୀରେ କରା ଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ପ୍ରମାଣ ଆଧାରିତ ଅନୁସନ୍ଧାନ ତଥ୍ୟ ପାଇଁ ଆୟୁଷ ଅନୁସନ୍ଧାନ ପୋର୍ଟାଲ ନିର୍ମାଣ କରାଯିବା ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଗବେଷଣା ଅଧ୍ୟୟନରୁ ଉପଲବ୍ଧ ତଥ୍ୟ ଅଛି ଏବଂ କରୋନା ଅବଧି ସମୟରେ, ଆମର ଆୟୁଷ ସମ୍ପର୍କିତ ପ୍ରାୟ ୧୫୦ ନିର୍ଦ୍ଦିଷ୍ଟ ଗବେଷଣା ଅଧ୍ୟୟନ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ବର୍ତ୍ତମାନ ଏକ ଜାତୀୟ ଆୟୁଷ ଅନୁସନ୍ଧାନ କନ୍ସୋର୍ଟିୟମ୍‌' ଗଠନ କରିବା ଦିଗରେ ଆଗକୁ ବଢ଼ୁଛୁ” ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ , ଆୟୁର୍ବେଦ ମଧ୍ୟ ଏକ ଜୀବନଶୈଳୀର ପଦ୍ଧତି ମଧ୍ୟ ଅଟେ । ଏକ ମେସିନ୍ କିମ୍ବା କମ୍ପ୍ୟୁଟର ଯାହା ଶେଷ ବ୍ୟବହାରକାରୀଙ୍କ ଜ୍ଞାନ ଅଭାବରୁ ତ୍ରୁଟିପୂର୍ଣ୍ଣ ହୋଇ ଯାଇଥାଏ ସେ ସମ୍ପର୍କିତ ଏକ ଅନୁରୂପ ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁର୍ବେଦ ଆମକୁ ଶରୀର ଏବଂ ମନ ଏକତ୍ର ସୁସ୍ଥ ରହିବା ଉଚିତ୍ ଏବଂ ପରସ୍ପର ସହ ସୁସମ୍ପର୍କ ରଖିବା ଉଚିତ୍ ବୋଲି ଶିକ୍ଷା ଦେଇଥାଏ । 

ଆୟୁର୍ବେଦର ବିଶେଷତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଉପଯୁକ୍ତ ନିଦ’ ଆଜି ଚିକିତ୍ସା ବିଜ୍ଞାନ ପାଇଁ ଏକ ବଡ଼ ଆଲୋଚନାର ବିଷୟ, କିନ୍ତୁ ଭାରତର ଆୟୁର୍ବେଦ ବିଶେଷଜ୍ଞ ମାନେ ଏହା ଉପରେ ଶହ ଶହ ବର୍ଷ ପୂର୍ବରୁ ବିସ୍ତୃତ ଭାବରେ ଲେଖିଥିଲେ । 

 

ଅର୍ଥ ବ୍ୟବସ୍ଥାରେ ଆୟୁର୍ବେଦର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆୟୁର୍ବେଦ କ୍ଷେତ୍ରରେ ଔଷଧୀୟ ଚାଷ, ଆୟୁଷ ଔଷଧ ଉତ୍ପାଦନ ତଥା ଯୋଗାଣ ତଥା ଡିଜିଟାଲ ସେବା ଗୁଡିକ ଭଳି ଆୟୁର୍ବେଦ କ୍ଷେତ୍ରରେ ନୂତନ ସୁଯୋଗ ବିଷୟରେ କହିଥିଲେ । ସେ କହିଛନ୍ତି ଯେ, ଏହି କ୍ଷେତ୍ରରେ ଆୟୁଷ ଷ୍ଟାର୍ଟ - ଅପ୍ ପାଇଁ ବହୁତ ସୁଯୋଗ ଅଛି । ଆୟୁର୍ବେଦ କ୍ଷେତ୍ରରେ ସମସ୍ତଙ୍କ ପାଇଁ ସୁଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆୟୁଷ କ୍ଷେତ୍ରରେ ପ୍ରାୟ ୪୦,୦୦୦ ଏମ୍‌ଏସ୍‌ଏମ୍‌ଇ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ଆୟୁଷ ଉଦ୍ୟୋଗ ଯାହା ୮ ବର୍ଷ ପୂର୍ବେ ପ୍ରାୟ ୨୦ ହଜାର କୋଟି ଟଙ୍କା ଥିଲା ଆଜି ପ୍ରାୟ ୧.୫ ଲକ୍ଷ କୋଟିରେ ପହଂଚି ଯାଇଛି । ସେ କହିଛନ୍ତି ଯେ , ଏହାର ଅର୍ଥ ହେଉଛି ୭ - ୮ ବର୍ଷ ଭିତରେ ଏହି କ୍ଷେତ୍ରରେ ୭ ଗୁଣ ଅଭିବୃଦ୍ଧି ଘଟିଛି । ସେ ଏହି କ୍ଷେତ୍ରର ବିଶ୍ୱ ସ୍ତରରେ ଅଭିବୃଦ୍ଧି ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଏବଂ ହର୍ବାଲ ମେଡିସିନ୍ ଏବଂ ମସଲା ପାଇଁ ବର୍ତ୍ତମାନର ବିଶ୍ୱ ବଜାର ପ୍ରାୟ ୧୨୦ ବିଲିୟନ ଡ଼ଲାର୍ ବା ୧୦ ଲକ୍ଷ କୋଟି ଟଙ୍କା ବୋଲି ସେ କହିଛନ୍ତି । “ପାରମ୍ପରିକ ଔଷଧର ଏହି କ୍ଷେତ୍ର କ୍ରମାଗତ ଭାବରେ ବିସ୍ତାର ଲାଭ କରୁଛି ଏବଂ ଆମକୁ ଏହା ସହିତ ଜଡିତ ସମସ୍ତ ସମ୍ଭାବ୍ୟତାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ପଡିବ । ଗ୍ରାମୀଣ ଅର୍ଥନୀତି ପାଇଁ ଆମ କୃଷକ ମାନଙ୍କ ନିମନ୍ତେ କୃଷିର ଏକ ନୂତନ କ୍ଷେତ୍ର ଉନ୍ମୁକ୍ତ ହେଉଛି, ଯେଉଁଥିରେ ସେମାନେ ମଧ୍ୟ ବହୁତ ଭଲ ମୂଲ୍ୟ ପାଇବେ । ଏଥିରେ ଯୁବକ ମାନଙ୍କ ପାଇଁ ହଜାର ହଜାର ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଥିଲେ ।

ବିଶେଷ କରି ଗୋଆ ଭଳି ରାଜ୍ୟ ପାଇଁ ଆୟୁର୍ବେଦ ଏବଂ ଯୋଗ ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଆ ସ୍ଥିତ ସର୍ବ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏଆଇଆଇଏ) ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ଭାବେ ସାବ୍ୟସ୍ତ ହୋଇପାରେ ।

ପ୍ରଧାନମନ୍ତ୍ରୀ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଭବିଷ୍ୟତ ଦୃଷ୍ଟକୋଣକୁ ବୁଝାଇଥିଲେ, ଯାହାକୁ ଭାରତ ବିଶ୍ୱ ସ୍ତରରେ ଆଗକୁ ଆଣିଛି । “ ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ' ର ଅର୍ଥ ହେଉଛି ସ୍ୱାସ୍ଥ୍ୟର ଏକ ସାର୍ବଭୌମିକ ଦୃଷ୍ଟିକୋଣ । ଏହା ସାମୁଦ୍ରିକ ପ୍ରାଣୀ ହେଉ, ବନ୍ୟ ପ୍ରାଣୀ, ମଣିଷ କିମ୍ବା ଉଦ୍ଭିଦ ହେଉ, ସେମାନଙ୍କର ସ୍ୱାସ୍ଥ୍ୟ ପରସ୍ପର ସହ ଜଡିତ । ସେମାନଙ୍କୁ ପୃଥକ ଭାବରେ ଦେଖିବା ପରିବର୍ତ୍ତେ, ଆମକୁ ସେମାନଙ୍କୁ ଏକ ସମୁଦାୟ ଭାବରେ ଦେଖିବାକୁ ପଡିବ । ଆୟୁର୍ବେଦର ଏହି ସାମଗ୍ରିକ ଦୃଷ୍ଟିକୋଣ ଭାରତର ପରମ୍ପରା ଏବଂ ଜୀବନଶୈଳୀର ଏକ ଅଂଶ ହୋଇ ଯାଇଛି ବୋଲି ସେ ସୂଚନା ଦେଇଥିଲେ । ଆୟୁର୍ବେଦ କଂଗ୍ରେସକୁ ସେ ଆହ୍ୱାନ ଦେଇଛନ୍ତି ଯେ, ଆୟୁଷ ଏବଂ ଆୟୁର୍ବେଦକୁ ଆଗକୁ ବୃଦ୍ଧି କରିବା ପାଇଁ କିପରି ଏକ ରୋଡମ୍ୟାପ ପ୍ରସ୍ତୁତ ହୋଇ ପାରିବ ।

ଏହି ଅବସରରେ ଏସ୍‌. ଶ୍ରୀଧରନ୍ ପିଲ୍ଲାଇ, ଆୟୁଷ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଆୟୁଷର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ମୁଞ୍ଜାପାରା ମହେନ୍ଦ୍ର ଭାଇ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପାଦ ୟେସୋ ନାୟକ ଏବଂ ବିଜ୍ଞାନ ଭାରତର ଅଧ୍ୟକ୍ଷ ଡଃ ଶେଖର ମାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିଶ୍ୱ ଆୟୁର୍ବେଦ କଂଗ୍ରେସ (ଡବ୍ଲୁଏସି) ଏବଂ ଆରୋଗ୍ୟ ଏକ୍ସପୋର ନବମ ସଂସ୍କରଣରେ ୫୦ରୁ ଅଧିକ ଦେଶ, ଆନ୍ତର୍ଜାତୀୟ ସ୍ତରର ଛାତ୍ର ତଥା ଆୟୁର୍ବେଦର ବିଭିନ୍ନ ହିତାଧିକାରୀ ମାନଙ୍କ ପ୍ରତିନିଧିତ୍ୱ କରୁଥିବା ୪୦୦ ରୁ ଅଧିକ ବିଦେଶୀ ପ୍ରତିନିଧି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଡବ୍ଲୁଏସିର ନବମ ସଂସ୍କରଣର ବିଷୟବସ୍ତୁ ହେଉଛି “ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ” ।

ତିନୋଟି ଉଦ୍‌ଘାଟିତ ଅନୁଷ୍ଠାନ - ଗୋଆ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (ଏଆଇଆଇଏ), ଗାଜିଆବାଦ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁନାନି ମେଡିସିନ୍ (ଏନ୍‌ଆଇୟୁଏମ୍‌) ଏବଂ ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି (ଏନ୍‌ଆଇଏଏଚ୍‌) ଗବେଷଣା ଏବଂ ଆନ୍ତର୍ଜାତୀୟ ସହଯୋଗକୁ ଆହୁରି ମଜବୁତ କରିବ ଏବଂ ଲୋକ ମାନଙ୍କ ସେବା ଉଦ୍ଦେଶ୍ୟରେ ସୁଲଭ ମୂଲ୍ୟରେ ଆୟୁଷ ଚିକିତ୍ସା ସୁବିଧାକୁ ମଧ୍ୟ ସୁଗମ କରିବ । ପ୍ରାୟ ୯୭୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ଅନୁଷ୍ଠାନ ଗୁଡ଼ିକ ପ୍ରାୟ ୫୦୦ ଡାକ୍ତରଖାନା ଶଯ୍ୟା ସହିତ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟାକୁ ପ୍ରାୟ ୪୦୦ ବୃଦ୍ଧି କରିବ ।

 

SSP



(Release ID: 1882644) Visitor Counter : 310