ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 DEC 2022 9:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫ ସ୍ଥାପନା ଦିବସ ଅବସରରେ ବିଏସଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ସୁରକ୍ଷା ତଥା ନିଷ୍ଠାର ସହ ଦେଶସେବାରେ ବିଏସଏଫର ଅସାଧାରଣ ଟ୍ରାକ ରେକର୍ଡକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତ @BSF_India କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ବିଏସଏଫ ସ୍ଥାପନା ଦିବସର ଶୁଭେଚ୍ଛା । ଭାରତର ସୁରକ୍ଷା ତଥା ନିଷ୍ଠାର ସହ ଦେଶସେବାରେ ଏହି ବଳର ଟ୍ରାକ ରେକର୍ଡ ଅସାଧାରଣ । ପ୍ରାକୃତିକ ବିପର୍ଯ୍ୟୟ ଭଳି ଆହ୍ୱାନମୂଳକ ପରିସ୍ଥିତିରେ ବିଏସଏଫର ମହତ କାର୍ଯ୍ୟ ପ୍ରଶଂସନୀୟ ।”    

 

SR



(Release ID: 1880407) Visitor Counter : 158