ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ମଲ୍ଟି - ସିଷ୍ଟମ୍ ଅପରେଟର୍ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲାଟଫର୍ମ ସେବା ଗୁଡିକ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

Posted On: 30 NOV 2022 3:09PM by PIB Bhubaneshwar

୧. କେବୁଲ ଟେଲିଭିଜନ୍ ନେଟୱର୍କ ନିୟମ, ୧୯୯୪, ମଲ୍ଟି ସିଷ୍ଟମ ଅପରେଟର୍ସ (ଏମ୍‌ଏସ୍‌ଓ) କୁ ନିଜସ୍ୱ ପ୍ରୋଗ୍ରାମିଂ ସେବାକୁ ସିଧାସଳଖ ନିଜ ଗ୍ରାହକଙ୍କୁ କିମ୍ବା ଏକ କିମ୍ବା ଅଧିକ ସ୍ଥାନୀୟ କେବୁଲ ଅପରେଟର ମାଧ୍ୟମରେ ପଠାଇବାକୁ ଅନୁମତି ଦେଇଥାଏ । ଏହି ନିଜସ୍ୱ ପ୍ରୋଗ୍ରାମିଂ ସେବା ଗୁଡିକ ‘ପ୍ଲାଟଫର୍ମ ସର୍ଭିସେସ୍ (ପିଏସ୍‌)' ନାମରେ ପରିଚିତ, ଯେଉଁଥିରେ ଅଧିକାଂଶ ‘ସ୍ଥାନୀୟ- ଚ୍ୟାନେଲ୍‌' ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଗୁଡ଼ିକ ଏମ୍‌ଏସ୍‌ଓ ପ୍ରଦାନ କରାଯାଇଥିବା ସ୍ଥାନୀୟ ସ୍ତରରେ ସ୍ୱତନ୍ତ୍ର ପ୍ରୋଗ୍ରାମିଂ ସେବା ଦ୍ୱାରା ସୃଷ୍ଟି ହେଉଛି ।

୨. କେବୁଲ ଟେଲିଭିଜନ୍ ନେଟୱର୍କ ନିୟମ, ୧୯୯୪ ର ନିୟମ ୬ (୬) ଅନୁଯାୟୀ ; ଏହି ମନ୍ତ୍ରଣାଳୟ ୩୦.୧୧.୨୦୨୨ ରେ ଭାରତରେ ଏମ୍‌ଏସ୍‌ଓ ଦ୍ୱାରା ପ୍ରଦାନ କରାଯାଇଥିବା ‘ପ୍ଲାଟଫର୍ମ ସେବା ଗୁଡିକ' ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଗୁଡିକ ‘ପ୍ଲାଟଫର୍ମ ସେବା' ପାଇଁ ସଂଜ୍ଞା ପ୍ରଦାନ କରିଥାଏ ଏବଂ ପ୍ଲାଟଫର୍ମ ସେବା ଗୁଡିକ ଚଳାଇବାରେ ଏମ୍‌ଏସ୍‌ଓ ଗୁଡ଼ିକ ପାଇଁ ମାନଦଣ୍ଡ ନିର୍ଦ୍ଧାରିତ କରିଥାଏ, ଯାହା ଅନ୍ୟ ସମସ୍ତ କଥା ସହିତ ନିମ୍ନଲିଖିତ ଗୁଡିକୁ ଅନ୍ତର୍ଭୁକ୍ତ କରେ :

- ପ୍ରତି ପିଏସ୍ ଚ୍ୟାନେଲ୍ ୧୦୦୦ ଟଙ୍କା ନାମମାତ୍ର ଶୁଳ୍କରେ ଏମ୍‌ଏସ୍‌ଓ ଦ୍ୱାରା ପିଏସ୍ ଚ୍ୟାନେଲ ଗୁଡିକ ପାଇଁ ସରଳ ଅନ୍‌ଲାଇନ୍ ପଞ୍ଜିକରଣ ପ୍ରକ୍ରିୟା । ଏହି ଉଦ୍ଦେଶ୍ୟ ପାଇଁ ଅନଲାଇନ୍ ପଞ୍ଜିକରଣ ପୋର୍ଟାଲ୍ ପ୍ରସ୍ତୁତି ଚାଲିଛି ଏବଂ ଖୁବ୍ ଶୀଘ୍ର ସୂଚିତ କରାଯିବ ।

- କେବଳ କମ୍ପାନୀ ଭାବରେ ପଞ୍ଜିକୃତ ସଂସ୍ଥା ଗୁଡ଼ିକୁ ସ୍ଥାନୀୟ ଖବର ଏବଂ ସାମ୍ପ୍ରତିକ ଘଟଣାବଳୀ ଗୁଡ଼ିକର ପ୍ରସାର କରିବାକୁ ଅନୁମତି ଦିଆ ଯାଇଛି । "କମ୍ପାନୀ’ ଭାବରେ ପଞ୍ଜିକୃତ ହୋଇ ନଥିବା ଏବଂ ସ୍ଥାନୀୟ ଖବର ତଥା ସାମ୍ପ୍ରତିକ ଘଟଣାବଳୀ ପ୍ରସାର କରିବାକୁ ଇଚ୍ଛା କରୁଥିବା ଏମ୍‌ଏସ୍‌ଓ ଗୁଡିକ "କମ୍ପାନୀ’ ରେ ରୂପାନ୍ତରିତ ହେବା ପାଇଁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ସହିତ ୩ ମାସ ମଧ୍ୟରେ ଆବେଦନ କରିବାକୁ ବାଧ୍ୟତାମୂଳକ ଅଟେ । 

- ସମୁଦାୟ ଅପରେଟର ପ୍ରତି ଅନୁମତି ପ୍ରାପ୍ତ ପିଏସ୍ ଚ୍ୟାନେଲ ଗୁଡିକର ମୋଟ ଚ୍ୟାନେଲ୍ ପରିବହନ କ୍ଷମତାର ୫% ରେ କ୍ୟାପ୍ କରିବାକୁ ହେବ ।

- ଗ୍ରାହକ ମାନଙ୍କର ସ୍ଥାନୀୟ ଭାଷା ଏବଂ ସଂସ୍କୃତିର ଆବଶ୍ୟକତାକୁ ପୂରଣ କରିବା ପାଇଁ , ପିଏସ୍ ଚ୍ୟାନେଲ୍ ଗୁଡ଼ିକରେ ଏହି ସୀମାର ଗଣନା ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ସ୍ତରରେ କରାଯିବ । ଏଥି ସହ, ଜିଲ୍ଲା ସ୍ତରରେ ସ୍ଥାନୀୟ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ୨ ଟି ପିଏସ୍ ଚ୍ୟାନେଲ ଗୁଡିକୁ ଅନୁମତି ଦିଆଯିବ । 

- ସମସ୍ତ ପିଏସ୍ ଚ୍ୟାନେଲ୍ ଗୁଡିକୁ ପଞ୍ଜିକୃତ ଟିଭି ଚ୍ୟାନେଲରୁ ସେମାନଙ୍କୁ ପୃଥକ କରିବା ପାଇଁ ‘ପ୍ଲାଟଫର୍ମ ସେବା' ଭାବରେ ଏକ ଶୀର୍ଷକ ରଖିବାକୁ ହେବ ।

- ପିଏସ୍‌ର ବିଷୟବସ୍ତୁ ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ହେବ ଏବଂ ଅନ୍ୟ କୌଣସି ବିତରଣ ପ୍ଲାଟଫର୍ମ ଅପରେଟର ମାନଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଅଂଶୀଦାର ହେବ ନାହିଁ । ତଥାପି, ମନ୍ଦିର, ଗୁରୁଦ୍ୱାର ଇତ୍ୟାଦି ଧାର୍ମିକ ସ୍ଥଳରୁ ସିଧା ପ୍ରସାରଣ କରିବାକୁ ଅନୁମତି ଦିଆଯିବ ।

- ସମସ୍ତ ପିଏସ୍ ଚ୍ୟାନେଲ ଗୁଡିକ ଇଲେକ୍ଟ୍ରୋନିକ୍ ପ୍ରୋଗ୍ରାମ୍ ଗାଇଡ୍ (ଇପିଜି) ରେ ସେମାନଙ୍କର ସର୍ବାଧିକ ଖୁଚୁରା ମୂଲ୍ୟ ଏବଂ ଟ୍ରାଇର ପ୍ରଯୁଜ୍ୟ ନିର୍ଦ୍ଦେଶ / ନିୟମାବଳୀ ଅନୁଯାୟୀ ପିଏସ୍‌କୁ ସକ୍ରିୟ / ନିଷ୍କ୍ରିୟ କରିବା ପାଇଁ ବିକଳ୍ପ ସହିତ ‘ପ୍ଲାଟଫର୍ମ ସର୍ଭିସେସ୍‌' ଶ୍ରେଣୀ ଅଧୀନରେ ଏକା ସହିତ ରଖାଯିବ । 

 - ପିଏସ୍ ପ୍ରଦାନ କରୁଥିବା ଏମ୍‌ଏସ୍‌ଓ ଗୁଡିକ ୯୦ ଦିନ ପାଇଁ ସମସ୍ତ ପିଏସ୍ ଚ୍ୟାନେଲ ପ୍ରୋଗ୍ରାମର ରେକର୍ଡିଂ ପ୍ରସ୍ତୁତ କରି ରଖିବେ ।

- ଯେ କୌଣସି ବିଷୟବସ୍ତୁ ସମ୍ବନ୍ଧୀୟ ଅଭିଯୋଗ ସିଟିଏନ୍ ଅଧିନିୟମ, ୧୯୯୫ ଅନୁଯାୟୀ ନିର୍ଦ୍ଧାରିତ ପ୍ରାଧିକୃତ ଅଧିକାରୀ ଏବଂ ରାଜ୍ୟ / ଜିଲ୍ଲା ମନିଟରିଂ କମିଟି ଦ୍ୱାରା ଯାଂଚ କରାଯିବ ।

- ୩୦ ନଭେମ୍ବର, ୨୦୨୨ ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଏମ୍‌ଏସ୍‌ଓ ଗୁଡ଼ିକୁ ୧୨ ମାସର ଅବଧି ପ୍ରଦାନ କରା ଯାଇଛି ।

୩. ପଞ୍ଜିକୃତ ଟିଭି ଚ୍ୟାନେଲ ଗୁଡିକୁ ବିତରଣ ପାଇଁ କେବୁଲ ଅପରେଟର ମାନଙ୍କୁ ପଞ୍ଜିକରଣ ପ୍ରଦାନ କରା ଯାଇଛି । କେବୁଲ ଅପରେଟର ମାନଙ୍କର ନେଟୱର୍କ କ୍ଷମତା ମୁଖ୍ୟତଃ ସେଥି ପାଇଁ ବ୍ୟବହୃତ ହେଉଛି କି ନାହିଁ ନିଶ୍ଚିତ କରିବାକୁ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରା ଯାଇଛି । ସେମାନଙ୍କ ଗ୍ରାହକଙ୍କ ଦ୍ୱାରା ସ୍ଥାନୀୟ ବିଷୟବସ୍ତୁର ଚାହିଦା ପୂରଣ କରିବା ପାଇଁ ଏମ୍‌ଏସ୍‌ଓ ଗୁଡ଼ିକ ପାଇଁ ନିର୍ଦ୍ଦେଶାବଳୀ ଗୁଡିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରା ଯାଇଛି । ଅଧିକନ୍ତୁ, ଏହି ନିର୍ଦ୍ଦେଶାବଳୀ ଗୁଡିକ ପିଏସ୍ ଚ୍ୟାନେଲ୍ ଗୁଡିକର ବିଷୟବସ୍ତୁ ସମ୍ବନ୍ଧରେ ପ୍ରୋଗ୍ରାମ କୋଡ୍ ଏବଂ ବିଜ୍ଞାପନ ସଂକେତକୁ ପାଳନ କରିବା, ୯୦ ଦିନ ପାଇଁ ରେକର୍ଡିଂ ରଖିବା ଇତ୍ୟାଦି ଏବଂ ଚୋରିର ବିପଦକୁ ମୁକାବିଲା କରିବାରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥାଏ ।

*****

SSP

 

 



(Release ID: 1880079) Visitor Counter : 174