ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 NOV 2022 10:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲକୁ ଅଭିନନ୍ଦନ ଜଣାଇଛନ୍ତି ଏହି ଉତକ୍ଷେପଣରେ ସାମିଲ ଥିବା ସମସ୍ତ କମ୍ପାନୀକୁ ଶ୍ରୀ ମୋଦୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲ କୁ ଅଭିନନ୍ଦନ ଇଓଏସ୍‍-୦୬ ଉପଗ୍ରହ ଆମର ସାମୁଦ୍ରିକ ସମ୍ବଳର ଉପଯୋଗ ଲାଗି ସହାୟତା କରିବ

ଭାରତୀୟ କମ୍ପାନୀ ପିକ୍ସେଲ ସ୍ପେସ୍ ଏବଂ  ଧ୍ରୁବ ସ୍ପେସ୍ ତରଫରୁ ଟି ଉପଗ୍ରହ ଉତକ୍ଷେପଣ ଏକ ନୂତନ ଯୁଗର ଆରମ୍ଭ, ଯେଉଁଠାରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତୀୟ ପ୍ରତିଭା ସମ୍ପୂର୍ଣ୍ଣ ରୂପେ ଅନୁଭୂତ ହୋଇପାରିବ ଏହି ଉତକ୍ଷେପଣରେ ଜଡିତ ସମସ୍ତ କମ୍ପାନୀ ଏବଂ ପ୍ରତ୍ୟେକଙ୍କୁ ଅଭିନନ୍ଦନ

HS


(ରିଲିଜ ଆଡି: 1879240) ପରିଦର୍ଶକ କାଉଣ୍ଟର : 156