ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋ ଓ ଇନ-ସ୍ପେସକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
18 NOV 2022 5:26PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ- ସବଓର୍ବିଟାଲର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଇନ-ସ୍ପେସକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ପାଇଁ ଏକ ଐତିହାସିକ କ୍ଷଣ, ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ରକେଟ ବିକ୍ରମ-ଏସ ଆଜି ଶ୍ରୀହରିକୋଟାରୁ ଉତକ୍ଷେପିତ ହୋଇଛି ! ଭାରତର ଘରୋଇ ମହାକାଶ ଶିଳ୍ପ ପାଇଁ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସଫଳତା ହାସଲ କରିଥିବାରୁ @isro ଓ @INSPACeINDକୁ ଅଭିନନ୍ଦନ ।”
“ଏହି ସଫଳତା ଆମ ଯୁବପିଢିଙ୍କ ଅସୀମ ପ୍ରତିଭାର ପ୍ରମାଣ ଦେଉଛି, ଯେଉଁମାନେ ଜୁନ ୨୦୨୦ରେ ଯୁଗାନ୍ତକାରୀ ମହାକାଶ କ୍ଷେତ୍ର ସଂସ୍କାର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ ।”
*******
SR/PS
(Release ID: 1877177)
Visitor Counter : 199
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam