ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 16 NOV 2022 9:57PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ମଧ୍ୟାହ୍ନ ଭୋଜନ ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରନ୍‌ଙ୍କୁ ଭେଟିଛନ୍ତି ।

ଦୁଇ ନେତା ପ୍ରତିରକ୍ଷା, ବେସାମରିକ ଆଣବିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ଆର୍ଥିକ ଯୋଗଦାନର ନୂତନ କ୍ଷେତ୍ରରେ ସହଯୋଗର ଗଭୀରତାକୁ ସେମାନେ ସ୍ୱାଗତ କରିଛନ୍ତି ।

ପାରସ୍ପରିକ ସ୍ୱାର୍ଥ ଜଡିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

HS


(ରିଲିଜ ଆଡି: 1876632) ପରିଦର୍ଶକ କାଉଣ୍ଟର : 140