ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲି ଠାରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ

प्रविष्टि तिथि: 16 NOV 2022 8:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜି - ୨୦ ଶିଖର ସମ୍ମିଳନୀ ସମୟରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ଲି. ସିଏନ୍ ଲୁଙ୍ଗଙ୍କ ସହ ତ୍ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଗତ ବର୍ଷ ରୋମ୍ ଠାରେ ଆୟୋଜିତ ଜି - ୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଲୁଙ୍ଗଙ୍କ ସହିତ ହୋଇଥିବା ତାଙ୍କର ସାକ୍ଷାତକୁ ମନେ ପକାଇଥିଲେ ।

ସେପ୍ଟେମ୍ବର ୨୦୨୨ ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଭାରତ - ସିଙ୍ଗାପୁର ମନ୍ତ୍ରୀ ସ୍ତରୀୟ ଗୋଲ୍ ଟେବୁଲ ବୈଠକର ଉଦଘାଟନୀ ଅଧିବେଶନ ସମେତ ଉଭୟ ପ୍ରଧାନମନ୍ତ୍ରୀ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଦୃଢ଼ କୌଶଳପୂର୍ଣ୍ଣ ଭାଗିଦାରୀ ଏବଂ ନିୟମିତ ଉଚ୍ଚ ସ୍ତରୀୟ ମନ୍ତ୍ରୀ ତଥା ଅନୁଷ୍ଠାନିକ ପାରସ୍ପରିକ ଭାବ ବିନିମୟ ସମ୍ପର୍କରେ ଆଲୋଚନା କରିଥିଲେ ।

ବିଶେଷ କରି ଫିନଟେକ, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ବିସ୍ତାରିତ କରିବାକୁ ଦୁଇ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସବୁଜ ଅର୍ଥନୀତି, ଭିତ୍ତିଭୂମି ଏବଂ ଡିଜିଟାଲିକରଣ ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ତଥା ଭାରତର ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ, ସମ୍ପତ୍ତି  ମୁଦ୍ରାକରଣ ଯୋଜନା ଏବଂ ଗତି ଶକ୍ତି ଯୋଜନାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଙ୍ଗାପୁରକୁ ନିମନ୍ତ୍ରଣ କରିଥିଲେ ।

ସାମ୍ପ୍ରତିକ ସମୟର ବିଶ୍ୱ ସ୍ତରୀୟ ତଥା କ୍ଷେତ୍ରୀୟ ବିକାଶ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ଭାରତର ‘ଆକ୍ଟ ଇଷ୍ଟ୍‌’ ବା ପୂର୍ବ ଦିିଗ ପାଇଁ କାର୍ଯ୍ୟ ନୀତି ଏବଂ ୨୦୨୧ - ୨୦୨୪ ମଧ୍ୟରେ ଏସିଆନ - ଭାରତ ସମ୍ପର୍କରେ ସଂଯୋଜକ ଭାବରେ ସିଙ୍ଗାପୁରର ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ । ଭାରତ - ଏସିଆନର ବହୁମୁଖୀ ସହଯୋଗକୁ ଆଗକୁ ବଢାଇବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ନେତା ସେମାନଙ୍କର ଇଚ୍ଛାକୁ ଦୋହରାଇ ଥିଲେ ।

ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଲୁଙ୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ  ଏହା ସହିତ ଆସନ୍ତା ବର୍ଷ ଜି -୨୦ ଶିଖର ସମ୍ମିଳନୀ ପାଇଁ ତାଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।

***

SSP


 


(रिलीज़ आईडी: 1876594) आगंतुक पटल : 159
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam