ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 15 NOV 2022 9:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲି ଠାରେ ଜି-୨୦ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ ଆର. ବାଇଡେନ ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଜୋକୋ ୱିଦୋଦୋଙ୍କୁ ଭେଟିଛନ୍ତି ।  

ଆନ୍ତର୍ଜାତିକ ଆର୍ଥିକ ସହଯୋଗ ପାଇଁ ଜି-୨୦ ଏକ ପ୍ରମୁଖ ମଞ୍ଚ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇବା ସହ ବୈଶିକ ଆହ୍ୱାନଗୁଡିକର ମୁକାବିଲା ପାଇଁ ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡିକୁ ଏକାଠି କରିବାରେ ନିଜ କ୍ଷମତା ପ୍ରଦର୍ଶନ ଜାରି ରଖିବାରେ ଜି-୨୦ର ମହତ୍ତ୍ୱକୁ ରେଖାଙ୍କିତ କରିଛନ୍ତି । ଜି-୨୦ ଆମ ଅର୍ଥବ୍ୟବସ୍ଥା ଓ ସର୍ବୋପରି ନିରନ୍ତର ତଥା ସମାବେଶୀ ବିକାଶ ପୁନରୁଦ୍ଧାର ଏବଂ ସାମ୍ପ୍ରତିକ ଜଳବାୟୁ, ଶକ୍ତି ଓ ଖାଦ୍ୟ ସଙ୍କଟ, ବୈଶିକ ସ୍ୱାସ୍ଥ୍ୟ ସଂରଚନା ମଜବୁତ ସହ ପ୍ରଯୁକ୍ତି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ପ୍ରୟାସ କରୁଛି ।

ଭାରତ ନିଜ ଅଧ୍ୟକ୍ଷତା ବେଳେ ଅନ୍ୟ ବିକାଶଶୀଳ ଦେଶଗୁଡିକ ପାଇଁ ଚିନ୍ତା ବ୍ୟକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୁନିଶ୍ଚିତ କରିଛନ୍ତି । ଏହା ସହିତ ଦୁର୍ବଳ ଦେଶଗୁଡିକର ସହାୟତା କରିବା, ସମାବେଶୀ ବିକାଶକୁ ସମର୍ଥନ, ଆର୍ଥିକ ସୁରକ୍ଷା ଓ ବିଶ୍ୱ ଯୋଗାଣ ଶୃଙ୍ଖଳ ମଜବୁତ କରିବା, ବହୁପକ୍ଷୀୟ ଆର୍ଥିକ ସଂସ୍ଥାନଗୁଡିକ ପାଇଁ ଉନ୍ନତ ଓ ଅଭିନବ ପାଣ୍ଠି ଯୋଗାଣ ମଡେଲ ବିକଶିତ କରିବା, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଅର୍ଥନୈତିକ ଭଙ୍ଗୁରତା, ଦାରିଦ୍ର୍ୟ ହ୍ରାସ ଓ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଭଳି ଆହ୍ୱାନ ସମାଧାନ କରିବା ଏବଂ ଭିତ୍ତିଭୂମି ସହ ସମ୍ପର୍କିତ ବ୍ୟବଧାନ ହ୍ରାସ କରିବା ପାଇଁ ସରକାରୀ ଓ ଘରୋଇ ପାଣ୍ଠି ଯୋଗାଣର ସୁଫଳ ପ୍ରଦାନ କରିବାରେ ଜି-୨୦ର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଭାରତର ଅଧ୍ୟକ୍ଷତାରେ ଜି-୨୦ର କାର୍ଯ୍ୟକୁ ସମର୍ଥନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ୱିଦୋଦୋ ଓ ରାଷ୍ଟ୍ରପତି ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

 

SR



(Release ID: 1876343) Visitor Counter : 165