ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଓପି ୨୭ ରେ ଭାରତର ଜାତୀୟ ବିବୃତ୍ତି

Posted On: 15 NOV 2022 7:58PM by PIB Bhubaneshwar

କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଆଜି ସିଓପି ୨୭ ରେ ଭାରତର ଜାତୀୟ ବିବୃତ୍ତି ପ୍ରଦାନ କରିଛନ୍ତି

ମାନ୍ୟବର,

ସର୍ବ ପ୍ରଥମେ ଜୋରଦାର ଉଦ୍ୟମ ଏବଂ ସୁନ୍ଦର ଆତିଥେୟତା ପାଇଁ ଆମର ଆୟୋଜକ ଏବଂ ସିଓପି ୨୭ ସଭାପତି, ଆରବ ରିପବ୍ଲିକ୍ ଅଫ୍ ଇଜିପ୍ଟକୁ କୃତଜ୍ଞତା ଜଣାଉଛି

ଏକ ବର୍ଷ ପୂର୍ବେ, ଗ୍ଲାସଗୋରେ, ଆମେ ବିଜ୍ଞାନର ଆହ୍ୱାନକୁ ଗ୍ରହଣ କରିଥିଲୁ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଏବଂ ପ୍ରତିଜ୍ଞା ସହିତ ଆଗକୁ ଆସିଥିଲୁ

ଶର୍ମ-ଏଲ୍‌-ଶେଖରେ ଚଳିତ ବର୍ଷ ଆମ କାର୍ଯ୍ୟର ମୂହୂର୍ତ୍ତ ଅଟେ, ଏବଂ ଇଜିପ୍ଟର ପ୍ରେସିଡେନସି ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିଛନ୍ତି

ମାନ୍ୟବର

ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୭୦ ସୁଦ୍ଧା ଗ୍ଲାସଗୋରେ ନେଟ୍‍ ଜିରୋ ର୍ନିଗମନ ହାସଲ କରିବାର ଲକ୍ଷ୍ୟ ଘୋଷଣା କରିଛନ୍ତି ଗୋଟିଏ ବର୍ଷ ମଧ୍ୟରେ ଭାରତ ଏହାର ଦୀର୍ଘକାଳୀନ ନିମ୍ନ ର୍ନିଗମନ ଅଭିବୃଦ୍ଧି ରଣନୀତି ଦାଖଲ କରିଛି ଯାହା ପ୍ରମୁଖ ଅର୍ଥନୈତିକ କ୍ଷେତ୍ରରେ ନିମ୍ନ ଅଙ୍ଗାରକାମ୍ଳ ପରିବର୍ତ୍ତନ ପଥକୁ ଦର୍ଶାଉଛି

ଆମର ୨୦୩୦ ଜଳବାୟୁ ଲକ୍ଷ୍ୟ ବୃଦ୍ଧି ପାଇଁ ଆହ୍ୱାନର ଜବାବ ଦେଇ, ଭାରତ ଅଗଷ୍ଟ ୨୦୨୨ ରେ ଏହାର ଜାତୀୟ ର୍ନିଦ୍ଧାରିତ ଅବଦାନକୁ ଅପଡେଟ୍ କରିଥିଲା ଆମେ ବିକଳ୍ପ ଶକ୍ତି ଭାବେ ଅକ୍ଷୟ ଶକ୍ତି, -ମୋବିଲିଟି, ଇଥାନଲ ମିଶ୍ରିତ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ ରେ ଦୀର୍ଘକାଳୀନ ନୂତନ ପ୍ରୋତ୍ସାହନ ଆରମ୍ଭ କରିଛୁ

ଆନ୍ତର୍ଜାତୀୟ ସୌର ମଞ୍ଚ ଏବଂ ବିପର୍ଯ୍ୟୟ ସ୍ଥିରତା ଭିତ୍ତିଭୂମି ସମନ୍ୱୟ ସମିତି ପରି କାର୍ଯ୍ୟ ତଥା ସମାଧାନ-ଆଧାରିତ ମିଳିତ ମଞ୍ଚ ମାଧ୍ୟମରେ ଆମେ ଦୃଢ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ, ଉଭୟ ଭାରତ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପ୍ରତିପାଳନ କରାଯାଇଥିଲା

ବିଶ୍ୱର ମଙ୍ଗଳ ପାଇଁ ଆମର ସାମୂହିକ କାର୍ଯ୍ୟର ନୈତିକତା ପାଇଁ ଏହା ଏକ ପ୍ରମାଣ

. ବିଲିୟନ ଲୋକ ବାସ କରୁଥିବା ଘର, ଭାରତ ଏହି କଷ୍ଟଦାୟକ ପ୍ରୟାସ କରୁଛି, ବାସ୍ତବତା ସତ୍ୱେ ବିଶ୍ୱର ର୍ନିଗମନରେ ଆମର ଅବଦାନ ପ୍ରତିଶତରୁ କମ୍ ଏବଂ ମୁଣ୍ଡପିଛା ବାର୍ଷିକ ର୍ନିଗମନ ବିଶ୍ୱର ହାରାହାରି ଏକ ତୃତୀୟାଂଶ ଅଟେ

ଏକ ନିରାପଦ ଗ୍ରହରେ ଭାରତର ଦୂରଦୃଷ୍ଟିରେ ଏକ ଶବ୍ଦ ମନ୍ତ୍ର - ପରିବେଶ ପାଇଁ ଜୀବନଶୈଳୀ ଯାହା ପ୍ରଧାନମନ୍ତ୍ରୀ ମୋଦୀ ସିଓପି୨୬ ରେ ଆମର ଜାତୀୟ ବିବୃତ୍ତିରେ ଦର୍ଶାଇଛନ୍ତି ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ମାନ୍ୟବର ଆଣ୍ଟୋନିଓ ଗୁଟେରସଙ୍କ ଉପସ୍ଥିତିରେ ୨୦ ଅକ୍ଟୋବର ୨୦୨୨ ରେ ମିଶନ୍ ଲାଇଫ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା

ଚେତନାହୀନ ଏବଂ ବିନାଶକାରୀ ବ୍ୟବହାରରୁ ମନମୁଖୀ ଏବଂ ସୁଚିନ୍ତିତ ଉପଯୋଗକୁ ବିଶ୍ୱରେ ଏକ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ ଆମେ ଏହି ଗ୍ରହ ପୃଥିବୀର ଟ୍ରଷ୍ଟି ଅଟୁ ନିରନ୍ତର ଜୀବନଶୈଳୀ ମାଧ୍ୟମରେ ଆମେ ଏହାକୁ ପ୍ରତିପାଳନ କରିବା ଆବଶ୍ୟକ ଯାହା ଉତ୍ସର ବ୍ୟବହାରକୁ ଅନୁକୂଳ କରେ ଏବଂ ବର୍ଜ୍ୟବସ୍ତୁକୁ କମ୍ କରିଥାଏ

ବିଶ୍ୱର ବହୁଳ ଜନସଂଖ୍ୟା ବିଶିଷ୍ଟ ଗଣତନ୍ତ୍ର ଏବଂ ଏକ ଉଦୀୟମାନ ଅର୍ଥନୀତି ଭାବରେ ଭାରତ ଉଦାହରଣ ଦେଇ ନେତୃତ୍ୱ ନେବାକୁ ଚେଷ୍ଟା କରେ ଏବଂ ବ୍ୟକ୍ତିଗତ, ପରିବାର ଏବଂ ସମ୍ପ୍ରଦାୟ ଭିତ୍ତିକ କାର୍ଯ୍ୟ ପାଇଁ ମିଶନ୍ ଲାଇଫ୍‍ ର ଏକ ଅଂଶ ହେବାକୁ ବିଶ୍ୱ ସମୁଦାୟକୁ ଆମନ୍ତ୍ରଣ କରେ

ମାନ୍ୟବର

ଭାରତ ୨୦୨୩ ମସିହାରେ "ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତଉଦ୍ଦେଶ୍ୟରେ ଜି -୨୦ ସଭାପତିତ୍ୱ ଗ୍ରହଣ କରୁଛି ମାନବିକତା ପାଇଁ ସୁରକ୍ଷିତ ଗ୍ରହ ଆଡକୁ ଆମର ଯାତ୍ରା, ଗୋଟିଏ ଦେଶ ଯାହାକୁ କୌଣସି ଦେଶ ଏକାକୀ କରି ପାରିବେ ନାହିଁ ଆମର ମାର୍ଗଦର୍ଶିକା ଭାବରେ ସମାନତା ଏବଂ ଜଳବାୟୁ ନ୍ୟାୟ ସହିତ ଏହା ଏକ ସାମୂହିକ ଯାତ୍ରା

ଆମେ  ଆଶା  କରୁଛୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢେଇ ଏକ ପରିବାର ଭାବରେ ବିଶ୍ୱକୁ ଏକଜୁଟ କରିବ

HS

 



(Release ID: 1876245) Visitor Counter : 148