ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ

Posted On: 10 NOV 2022 7:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଜୋକୋ ୱିଦୋଦୋଙ୍କ ଆମନ୍ତ୍ରଣ କ୍ରମେ ୧୭ତମ ଜି ୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ନଭେମ୍ବର ୧୪-୧୬ ପର୍ଯ୍ୟନ୍ତ ବାଲି, ଇଣ୍ଡୋନେସିଆ ଗସ୍ତ କରିବେ । 

ବାଲି ଶିଖର ସମ୍ମିଳନୀ ଅବସରରେ ଜି-୨୦ ନେତୃବୃନ୍ଦ ଶିଖର ସମ୍ମିଳନୀର ଶୀର୍ଷକ ମିଳିତ ପୁନରୁଦ୍ଧାର, ମଜବୁତ ପୁନରୁଦ୍ଧାର ଅନ୍ତର୍ଗତ ପ୍ରମୁଖ ବୈଶିକ ଆହ୍ୱାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ । ଜି-୨୦ ଶିଖର ସମ୍ମିଳନୀ କାର୍ଯ୍ୟସୂଚୀର ଅଂଶବିଶେଷ ସ୍ୱରୂପ- ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମ୍ପର୍କିତ ତିନିଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବ ।      

ଶିଖର ସମ୍ମିଳନୀର ସମାପନୀ ଅଧିବେଶନରେ ରାଷ୍ଟ୍ରପତି ୱିଦୋଦୋ ସାଙ୍କେତିକ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜି-୨୦ ଅଧ୍ୟକ୍ଷ ଭାର ହସ୍ତାନ୍ତର କରିବେ । ଡିସେମ୍ବର ୧, ୨୦୨୨ରୁ ଭାରତ ଔପଚାରିକ ଭାବେ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବ । 

ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବୈଠକ କରିବେ । ପ୍ରଧାନମନ୍ତ୍ରୀ ବାଲି ଠାରେ ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବା ସହ ଆଲୋଚନା ମଧ୍ୟ କରିବେ । 

 

SR



(Release ID: 1875607) Visitor Counter : 89