ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସନ୍ଥ କବି ଶ୍ରୀ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କୁ ବିଧାନ ସୌଧ, ବେଙ୍ଗଲୁରୁ ଠାରେ ପ୍ରଧାନମନ୍ତ୍ରୀଙ୍କ ପୁଷ୍ପାଞ୍ଜଳି ଅର୍ପଣ

Posted On: 11 NOV 2022 3:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଧାନ ସୌଧ, ବେଙ୍ଗଲୁରୁ ଠାରେ ସନ୍ଥ କବି କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । 

କନକ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଆଜି କନକ ଦାସ ଜୟନ୍ତୀର ପବିତ୍ର ଅବସରରେ ମୁଁ ବେଙ୍ଗଲୁରୁ ଠାରେ ଶ୍ରୀ କନକ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲି । ଆମକୁ ଭକ୍ତି ମାର୍ଗ ପ୍ରଦର୍ଶନ, କନ୍ନଡ ସାହିତ୍ୟକୁ ସମୃଦ୍ଧ କରିବା ତଥା ସାମାଜିକ ଏକତାର ବାର୍ତ୍ତା ଦେଇଥିବାରୁ ଆମେ ତାଙ୍କ ପ୍ରତି କୃତଜ୍ଞ ।”

ପ୍ରଧାନମନ୍ତ୍ରୀ ମହର୍ଷି ବାଲ୍ମିକୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ ସମ୍ପର୍କରେ ଟ୍ୱିଟ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ ଓ କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥାୱରଚାନ୍ଦ ଗେହଲତ ମଧ୍ୟ ଉପସ୍ଥିତ ଥିଲେ ।  

SR



(Release ID: 1875185) Visitor Counter : 150