ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତର ଲୋଗୋ, ଥିମ ଓ ୱେବସାଇଟ ଉନ୍ମୋଚିତ

Posted On: 08 NOV 2022 6:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଅଧ୍ୟୟତା ପାଇଁ ଆଜି ଭାରତର ଲୋଗୋ, ଥିମ ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।

ଭର୍ଚୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ଲୋଗୋ ଏବଂ ଥିମ୍ ସମ୍ପର୍କିତ ତଥ୍ୟ ନିମ୍ନରେ ପ୍ରଦତ୍ତ ହୋଇଛି:

ଲୋଗୋ ଓ ଥିମର ବ୍ୟାଖ୍ୟା

ଜି-୨୦ ଲୋଗୋ ଭାରତର ଜାତୀୟ ପତାକାର ଆକର୍ଷକ ରଙ୍ଗ ଗେରୁଆ, ଧଳା, ସବୁଜ ଏବଂ ନୀଳ ରଙ୍ଗ ଦ୍ୱାରା ପ୍ରେରିତଭାରତର ଜାତୀୟ ଫୁଲ ପଦ୍ମ ସହିତ ପୃଥିବୀକୁ ଯୋଡା ଯାଇଛି, ଯାହା ଆହ୍ୱାନ ମଧ୍ୟରେ ବିକାଶକୁ ଦର୍ଶାଉଛି । ଜୀବନ ପ୍ରତି ଭାରତର ଗ୍ରହ ଅନୁକୂଳ ଆଭିମୁଖ୍ୟ, ଯାହା ପ୍ରକୃତି ସହ ପୂର୍ଣ୍ଣ ସହାବସ୍ଥାନକୁ ପୃଥିବୀ ପ୍ରତିଫଳିତ କରୁଛି । ଜି-୨୦ ଲୋଗୋ ତଳେ ଦେବନାଗରୀ ଲିପିରେ 'ଭାରତ' ଲେଖାଯାଇଛି । 

ଲୋଗୋ ଡିଜାଇନ୍ ପାଇଁ ଆୟୋଜିତ ପ୍ରତିଯୋଗିତାରେ ପ୍ରାପ୍ତ ଚିନ୍ତାଧାରାଗୁଡିକୁ ନେଇ ଏହି ଲୋଗୋ ଡିଜାଇନ ହୋଇଛି । ମାଇଁଗଭ ପୋର୍ଟାଲରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏହା ଜି-୨୦ରେ ଭାରତର ଅଧ୍ୟକ୍ଷତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନଭାଗିଦାରୀ ଆଭିମୁଖ୍ୟର ଅନୁରୂପ ।

ଭାରତର ଜି-୨୦ ଅଧ୍ୟକ୍ଷତାର ଥିମ ବା ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ପ୍ରାଚୀନ ମହା ଉପନିଷଦରୁ ଆସିଥିବା ଏହି ପ୍ରାଚୀନ ସଂସ୍କୃତ ବାକ୍ୟର ଅର୍ଥ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଏହା ମୂଳତଃ ମାନବ, ପଶୁ, ଉଦ୍ଭିଦ ଓ ଅଣୁଜୀବ ଆଦି ସମସ୍ତ ଜୀବନ ଓ ପୃଥିବୀ ଏବଂ ବ୍ରହ୍ମାଣ୍ଡରେ ସେମାନଙ୍କ ପାରସ୍ପରିକ ସମ୍ପର୍କକୁ ସୁନିଶ୍ଚିତ କରିଥାଏ ।

ଏହି ଥିମ୍ ବ୍ୟକ୍ତିଗତ ଜୀବନଶୈଳୀ ସହ ଜାତୀୟ ବିକାଶ ସ୍ତରରେ ନିଜ ସମ୍ପର୍କ, ପରିବେଶ ଅନୁକୂଳ ଓ ଦାୟିତ୍ୱସମ୍ପନ୍ନ ବିକଳ୍ପ ସହ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ) ଉପରେ ଆଲୋକପାତ କରିଥାଏ । ଏହାର ପରିଣାମସ୍ୱରୂପ ବୈଶିକ ସ୍ତରରେ ପରିବର୍ତ୍ତନମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏକ ସ୍ୱଚ୍ଛ, ସବୁଜ ଓ ଉଜ୍ଜ୍ୱଳ ଭବିଷ୍ୟତ ମିଳିପାରିବ

ଲୋଗୋ ଏବଂ ଥିମ୍ ମିଳିତ ଭାବେ ଭାରତର ଜି-୨୦ ଅଧ୍ୟକ୍ଷତାର ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛନ୍ତି । ଆଜିର ଅଶାନ୍ତ ସମୟରେ ସ୍ଥାୟୀ, ବ୍ୟାପକ, ଦାୟିତ୍ୱସମ୍ପନ୍ନ ଓ ସମାବେଶୀ ଉପାୟରେ ବିଶ୍ୱର ସମସ୍ତଙ୍କ ପାଇଁ ନ୍ୟାୟସଙ୍ଗତ ଓ ସମ ବିକାଶ ପାଇଁ ଏହା ପ୍ରୟାସ କରିବ । ଆମ ଜି-୨୦ ଅଧ୍ୟକ୍ଷତା ପାଇଁ ନିଜ ପରିବେଶ ପ୍ରଣାଳୀ ସହ ସହାବସ୍ଥାନ ଭଳି ନିଆରା ଭାରତୀୟ ଆଭିମୁଖ୍ୟକୁ ଏହି ଥିମ୍ ପ୍ରତିନିଧିତ୍ୱ କରୁଛି ।   

ଭାରତ ପାଇଁ ଜି-୨୦ ଅଧ୍ୟକ୍ଷତା ଅମୃତକାଳ ଆରମ୍ଭର ପ୍ରତୀକ । ଅଗଷ୍ଟ ୧୫, ୨୦୨୨ରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଆରମ୍ଭ କରି ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ  ୨୫ ବର୍ଷ ଏହାର ଅବଧି ରହିବ । ମାନବକୈନ୍ଦ୍ରିକ ଦୃଷ୍ଟିକୋଣ ସମ୍ପନ୍ନ ଏକ ଭବିଷ୍ୟବାଦୀ, ସମୃଦ୍ଧ, ସମାବେଶୀ ଓ ବିକଶିତ ସମାଜ ହାସଲ ଏହାର ଲକ୍ଷ୍ୟ ରହିବ ।

ଜି-୨୦ ୱେବସାଇଟ

ଭାରତର ଜି-୨୦ ଅଧ୍ୟକ୍ଷତା ୱେବସାଇଟ www.g20.in ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଡିସେମ୍ବର ୧, ୨୦୨୨ରେ ଭାରତ ଜି-୨୦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହି ୱେବସାଇଟ ସ୍ୱତଃ www.g20.org କୁ ମାଇଗ୍ରେଟ ହୋଇଯିବ । ଜି-୨୦ ଓ ଏହାର ସଂଚାଳନ ବ୍ୟବସ୍ଥା ସମ୍ପର୍କରେ ଉଚିତ ସୂଚନା ସହ ୱେବସାଇଟକୁ ଜି-୨୦ ସମ୍ପର୍କିତ ସୂଚନା ଭଣ୍ଡାର ଭାବେ ବିକଶିତ କରାଯିବ । ଏହି ୱେବସାଇଟରେ ନାଗରିକମାନଙ୍କ ମତାମତ ପାଇଁ ମଧ୍ୟ ଏକ ବିଭାଗ ରହିଛି ।

ଜି-୨୦ ଆପ୍

ଏହି ୱେବସାଇଟ୍ ବ୍ୟତୀତ ଏକ ମୋବାଇଲ ଆପ୍ ଜି-୨୦ ଭାରତ ମଧ୍ୟ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉନ୍ମୋଚିତ ହୋଇଛି ।

 

SR



(Release ID: 1874720) Visitor Counter : 246