ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦କୁ ସଫଳତାର ସହିତ ସମାପ୍ତ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ


ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୪୭୩୫ କ୍ୱିଂଟାଲ୍ ସ୍କ୍ରାପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ବିକ୍ରି କରି କରି ୩.୭୧ କୋଟି ଟଙ୍କାର ରାଜସ୍ୱ ଅର୍ଜନ କରିଛି

୧,୭୫,୪୪୭ ବର୍ଗ ଫୁଟ ସ୍ଥାନକୁ ଆବର୍ଜନା ମୁକ୍ତ କରିଛି

୧୦୮୨୯୮ ଭୌତିକ ଫାଇଲ ଗୁଡିକ ସମୀକ୍ଷା କରା ଯାଇଛି ଏବଂ ସେଥି ମଧ୍ୟରୁ ୬୬୯୩୮କୁ ବହିଷ୍କାର କରାଯାଇଛି

୩୩୬ ଆଉଟଡୋର ଅଭିଯାନ କରା ଯାଇଛି ଏବଂ ୩୭୬୬ ଟି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି

Posted On: 03 NOV 2022 8:42PM by PIB Bhubaneshwar

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହା ସହିତ ସଂଯୁକ୍ତ ତଥା ଅଧୀନସ୍ଥ କାର୍ଯ୍ୟାଳୟ, ସ୍ୱୟଂଶାସିତ ସଂସ୍ଥା, ନିୟାମକ ସଂସ୍ଥା ଏବଂ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଯେପରିକି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି);  କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି); ପ୍ରକାଶନ ବିଭାଗ ; ଭାରତୀୟ ସମ୍ବାଦପତ୍ର ପଞ୍ଜିକରଣ କାର୍ଯ୍ୟାଳୟ (ଆରଏନ୍‌ଆଇ); ସେଂଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍‌ସି) ; ଇଲେକ୍ଟ୍ରୋନିକ୍ ମିଡିଆ ମନିଟରିଂ ସେଂଟର (ଇଏମ୍‌ଏମ୍‌ସି); ନୂତନ ମିଡିଆ ୱିଙ୍ଗ (ଏନଏମଡବ୍ଲ୍ୟୁ); ପ୍ରସାର ଭାରତୀ (କ - ଅଲ୍ ଇଣ୍ଡିଆ ରେଡିଓ, ଖ- ଦୂରଦର୍ଶନ);  ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ), ପୁନେ;  ସତ୍ୟଜିତ୍ ରାୟ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍  (ଏସଆରଏଫଟିଆଇ), କୋଲକାତା;  ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) ; ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ; ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଂଟସ୍ (ଇଣ୍ଡିଆ) ଲିମିଟେଡ୍  (ବିଇସିଆଇଏଲ୍‌) ଏବଂ ନ୍ୟାସନାଲ ଫିଲ୍ମ ଡେଭଲପମେଂଟ କର୍ପୋରେସନ୍ ଲିମିଟେଡ୍ (ଏନଏଫ୍‌ଡିସି) (ଏକୀକୃତ ଚଳଚ୍ଚିତ୍ର ମିଡିଆ ୟୁନିଟ୍ ଗୁଡିକୁ ଅନ୍ତର୍ଭୁକ୍ତ କରି) ସର୍ବ ଭାରତୀୟ ଆଧାରରେ ୨ ଅକ୍ଟୋବର ୨୦୨୨ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ୨.୦ ଚଳାଇ ଥିଲା, ଯେଉଁଥିରେ ବିଚାରାଧୀନ ବିଷୟ ଗୁଡ଼ିକର ବହିଷ୍କରଣ, ପୁରୁଣା / ଅନାବଶ୍ୟକ ଫାଇଲ ଗୁଡିକର ପରିଷ୍କରଣ ଏବଂ କାର୍ଯ୍ୟାଳୟ ଗୁଡ଼ିକର ସାମଗ୍ରିକ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଥାନ ପରିଚାଳନା ଉପରେ ଧ୍ୟାନ ଦିଆ ଯାଇଥିଲା । ବିଭିନ୍ନ ମାନଦଣ୍ଡ ଗୁଡିକ  ଆଧାରରେ ଅଭିଯାନର ସଫଳତା ନିମ୍ନରେ ଦିଆ ଯାଇଛି : -

-              ୧୪ ଏମପି ପରିପ୍ରେକ୍ଷୀ (ରେଫରେନସେସ୍‌), ୩୨୦ ଜନ ଅଭିଯୋଗ, ୧୮୧ ପିଜି ଅପିଲ୍ ସମୂହ ଏବଂ ୪ ଟି ସଂସଦୀୟ ଆଶ୍ୱାସନାକୁ ମଞ୍ଜୁରୀ ପ୍ରଦାନ କରା ଯାଇଛି

-              ୧୦୮୨୯୮ ଭୌତିକ ଫାଇଲ ଗୁଡ଼ିକର ସମୀକ୍ଷା କରା ଯାଇଛି,  ଯେଉଁଥିରୁ ୬୬୯୩୮କୁ ବହିଷ୍କରଣ କରା ଯାଇଥିଲା, ୨୨୧୭ ଇ - ଫାଇଲ ଗୁଡିକର ସମୀକ୍ଷା କରା ଯାଇଥିଲା, ଯାହା ମଧ୍ୟରୁ ୧୮୬୮ଟି  ବନ୍ଦ ଥିଲା୧,୭୫,୪୪୭ ବର୍ଗଫୁଟ ସ୍ଥାନ କବ୍‌ଜା ମୁକ୍ତ ହୋଇଛି ଏବଂ ୩, ୭୧,୬୬,୮୪୬ ଟଙ୍କା ଅର୍ଜନ କରା ଯାଇଛି ।

-              ୩୩୬ ଆଉଟଡୋର ସ୍ୱଚ୍ଛତା ଅଭିଯାନ ଆୟୋଜିତ କରା ଯାଇଥିଲା ଏବଂ ୩୭୬୬ ଟି ସ୍ଥାନ ସଫା କରା ଯାଇଥିଲା ।

୨. ପ୍ରସ୍ତୁତି ପର୍ଯ୍ୟାୟ

- ୧୪ ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ପ୍ରସ୍ତୁତି ପର୍ଯ୍ୟାୟ ସମୟରେ, ନୋଡାଲ୍ ଅଫିସରଙ୍କ ନିଯୁକ୍ତି, ସଂଲଗ୍ନ ତଥା ଅଧସ୍ତନ କାର୍ଯ୍ୟାଳୟରେ ସମ୍ବେଦନଶୀଳତା ସୃଷ୍ଟି କରିବା ଏବଂ ସେମାନଙ୍କ କ୍ଷେତ୍ର କାର୍ଯ୍ୟାଳୟ ଗୁଡ଼ିକର ଏବଂ ସେମାନଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ସ୍ୱଚ୍ଛତା ଅଭିଯାନ ସ୍ଥଳ ଗୁଡିକୁ ବାଛିବା ଏବଂ ଚିହ୍ନଟ କରିବା, ସ୍କ୍ରାପ୍ ଏବଂ ଅନାବଶ୍ୟକ ସାମଗ୍ରୀ ଗୁଡିକର ଚିହ୍ନଟ, ପୁରୁଣା କାଗଜପତ୍ର / ପତ୍ରିକା ଇତ୍ୟାଦି ବିକ୍ରି ପାଇଁ ବିକ୍ରେତା ନିଯୁକ୍ତି ଇତ୍ୟାଦି ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା ।

- ମାନନୀୟ ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୨୯ ସେପ୍ଟେମ୍ବର ୨୦୨୨ ରେ ଏହି ଅଭିଯାନର ପ୍ରାକ୍ - ନିରୀକ୍ଷଣ କାର୍ଯ୍ୟର ଅଂଶ ବିଶେଷ ଭାବରେ ଅହମ୍ମଦାବାଦର ଦୂରଦର୍ଶନ କେନ୍ଦ୍ରକୁ ୨୯ ସେପ୍ଟେମ୍ବର ୨୦୨୨କୁ ପରିଦର୍ଶନରେ ଯାଇଥିଲେ, ଯାହା ଏହି ଅଭିଯାନକୁ ସଫଳ କରିବା କ୍ଷେତ୍ରରେ ଏକ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ଅପାର ଉତ୍ସାହ ସୃଷ୍ଟି କରିଥିଲା । 

-              ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଅଭିଯାନ ଆରମ୍ଭ ପୂର୍ବରୁ ପ୍ରସ୍ତୁତି ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।

-              ଏହି ଅଭିଯାନର ସଫଳତା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ସଚେତନତା ସୃଷ୍ଟି ପାଇଁ ଡିଏଆରପିଜି ସହିତ ସମନ୍ୱୟ / ସହଯୋଗରେ କାର୍ଯ୍ୟାନ୍ୱୟନ ପାଇଁ ମନ୍ତ୍ରଣାଳୟର ସମସ୍ତ ମିଡିଆ ୟୁନିଟକୁ ମିଡିଆ ଯୋଜନା ଏବଂ ନିର୍ଦ୍ଦେଶାବଳୀ ପ୍ରଦାନ କରା ଯାଇଥିଲା ।

 ୩. ଅଭିଯାନ ପର୍ଯ୍ୟାୟ

- ୨ ଅକ୍ଟୋବର ୨୦୨୨ ରେ ସ୍ୱତନ୍ତ୍ର ଅଭିଯାନ ୨.୦ ର ଶୁଭାରମ୍ଭ ସହିତ, ଡିଏଆରପିଜିର ନିର୍ଦ୍ଦେଶାବଳୀ ଅନୁଯାୟୀ ଅଗ୍ରଗତିର ଯାଂଚ ପ୍ରତିଦିନ କରା ଯାଇଥିଲା । ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ମଧ୍ୟ ମିଡିଆ ୟୁନିଟ୍ ଏବଂ ସେମାନଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟରେ ନିୟୋଜିତ କରା ଯାଇଥିଲା ଏବଂ ସେହି ସ୍ଥାନ ଗୁଡିକରେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ଏବଂ ଲକ୍ଷ୍ୟ ଗୁଡିକର ସଫଳ ରୂପାୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶନ କରା ଯାଇଥିଲା ।

- ସ୍ୱତନ୍ତ୍ର ଅଭିଯାନ ୨.୦ ର ଅଗ୍ରଗତି ଡିଏଆରପିଜି ଦ୍ୱାରା ପ୍ରତିଦିନ ଏକ ଉତ୍ସର୍ଗୀକୃତ ପୋର୍ଟାଲ https://www.pgportal.gov.in/scdpm22 ଉପରେ ନଜର ରଖା ଯାଇଥିଲା । ସଫଳତା ଉପରେ ଏକତ୍ରିତ ତଥ୍ୟ ପ୍ରତିଦିନ ଉଲି୍ଲଖିତ ପୋର୍ଟାଲରେ ଅପଲୋଡ୍ ହେଉଥିଲା ।

- ସ୍ୱତନ୍ତ୍ର ଅଭିଯାନ ୨.୦ର ବିଭିନ୍ନ କାର୍ଯ୍ୟ ଉପରେ ସଂକ୍ଷେପରେ ମନ୍ତ୍ରଣାଳୟର ସଫଳତା ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ନିମ୍ନଲିଖିତ ଅଟେ ।

Sl. No

Category

Progress as on October 31st, 2022

1

Swachhata Campaign Sites (Outdoor)

336

2

Number of spots where cleaning and disposal has taken place (indoor and outdoor)

3,766

3

Record Management:

Files Reviewed (physical + e-files)

1,10,515

4

Public Grievances + Appeals Redressed

501

5

Revenue Earned

Rs. 3,71,66,846

6

Space Freed ( in Sqr feet)

1,75,447

7

MP’s References

14

8

Parliamentary Assurance

4

9

Quantity of Scraps/old items/newspapers etc. disposed of ( Qtl.)

4735

 

 

୪. ଆକ୍ସନ୍ ପଏଂଟ ଯେଉଁଠାରେ ସଫଳତା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହୋଇଛି ।

କ) ଆଉଟଡୋର ଅଭିଯାନ (ପ୍ରାରମ୍ଭିକ ଲକ୍ଷ୍ୟ- ୧୯୬ ସଫଳତା- ୩୩୬)

ଖ) ବହିଷ୍କରଣ ପାଇଁ ଭୌତିକ ଫାଇଲ ଗୁଡିକର ସମୀକ୍ଷା (ପ୍ରାରମ୍ଭିକ ଲକ୍ଷ୍ୟ- ୪୮୭୨୬  ସଫଳତା -୧୦୮୨୯୮)

ଗ) ଇ- ଫାଇଲ ଗୁଡିକର ସମୀକ୍ଷା (ପ୍ରାରମ୍ଭିକ ଲକ୍ଷ୍ୟ- ୮୬ ସଫଳତା -୨୨୧୭)

ଘ) ସ୍ଥାନ ସଫା କରିବା ଉପରେ ସଫଳତା ଯେଉଁଠାରେ କୌଣସି ଲକ୍ଷ୍ୟ ଦିଆଯାଇ ନଥାଏ - ୩୭୬୬ ।

୫. ଉଲ୍ଲେଖନୀୟ ସଫଳତା ଦେଖାଇବା ପାଇଁ ସାଇଟ ଗୁଡିକର ସୁଟିଂ ।

ଉଲ୍ଲେଖନୀୟ ସଫଳତା ସହିତ ୪ ଟି ସାଇଟର ସୁଟିଂ ଡିଏଆରପି ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଥିଲା ଏବଂ ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।  ଏହି ସବୁ :

କ) ଦୂରଦର୍ଶନ କେନ୍ଦ୍ର, ଜୟପୁର ; ଖ) ଅଲ ଇଣ୍ଡିଆ ରେଡିଓ, ଜୟପୁର; ଗ) ଅଲ ଇଣ୍ଡିଆ ରେଡିଓ, ତ୍ରିଭେନ୍ଦ୍ରମ୍ ଏବଂ ଘ) କେନ୍ଦ୍ରୀୟ ଯୋଗାଯୋଗ  ବ୍ୟୁରୋ (ସିବିସି), ଷ୍ଟୋର ରୁମ୍ ।

୬. ସଫଳତାର କାହାଣୀ ।

କ) ଡିଡିକେ ଅହମ୍ମଦାବାଦ ।

ଖ) ଏଆଇଆରର ସଫଳତା ।

ଗ)  ସିବିସି (୧୦ ବର୍ଷରୁ ଅଧିକ ବିଲ୍ ଏବଂ ନମୁନା ଖବରକାଗଜ ଗୁଡିକୁ ବାହାର କରି ଦିଆଯାଇଥିଲା)

୭. ସ୍ୱତନ୍ତ୍ର ଅଭିଯାନ ୨.୦ ସମୟ ମଧ୍ୟରେ ପ୍ରକାଶନର ସଫଳତା

a) Total Number of Tweets

1174

b)Total Number of Videos

318

c)Total no of short films screened

17

d)Total Number of Other Social Media Posts

834

e)PIB Statement issued

3

 

୮. ବିଭିନ୍ନ ମିଡିଆ ମାଧ୍ୟମରେ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଗୁଡିକ ।

ସ୍ୱତନ୍ତ୍ର ଅଭିଯାନ ୨.୦ ଅଧୀନରେ ଯଥାକ୍ରମେ ଡିଡିକେ ଅହମ୍ମଦାବାଦ ଏବଂ ଏଆର୍  ବିଜୟୱାଡାକୁ ଏଚ୍‌ଏମ୍‌ଆଇବି ଏବଂ ଏଚଏମଏସଆଇବି ପରିଦର୍ଶନ ବିଷୟରେ ସ୍ଥାନୀୟ ମିଡିଆ କଭରେଜ୍ ।

ପ୍ରିଂଟ ମିଡିଆ

ସ୍ୱତନ୍ତ୍ର ଅଭିଯାନ ୨.୦ ର ସଚେତନତା ଏବଂ ପ୍ରଭାବ ବୃଦ୍ଧି କରିବା ପାଇଁ ସ୍ୱଚ୍ଛତା ବିଷୟ ଉପରେ ଆଧାର କରି ଚଳଚ୍ଚିତ୍ର ବିଭାଗ  ୭ ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲା । ଏହି ଚଳଚ୍ଚିତ୍ର ଗୁଡ଼ିକ ନିମ୍ନଲିଖିତ ଅଟେ:

୧. ଧାମନର୍ (୧୦ ମିନିଟ୍‌)

ସାରାଂଶ  ; ସେମାନଙ୍କର ନିଷ୍ଠା ଏବଂ ପରିଶ୍ରମ ସହିତ ଧାମନର ଲୋକମାନେ ନିଜ ଗାଁକୁ ମହାରାଷ୍ଟ୍ରର ଏକ ମଡେଲ ଗ୍ରାମରେ ପରିଣତ କରିଛନ୍ତି ।

୨. ଚିମୁ (୪ ମିନିଟ୍‌)

ସାରାଂଶ  ; ଚିମୁ ବାହାରେ ଅଳିଆ ଆବର୍ଜନ ପକାଇବାର  କ୍ଷତିକୁ ହୃଦୟଙ୍ଗମ କରେ ଏବଂ ସହରକୁ କିପରି ପରିଷ୍କାର ରଖାଯିବ ତାହା ଅନ୍ୟମାନଙ୍କୁ ଶିଖାଇବାକୁ ସ୍ଥିର କଲା ।

୩. ଚର୍ଚ୍ଚଗେଟ୍ ଫାଷ୍ଟ (୩ ମିନିଟ୍‌)

ସାରାଂଶ : ଛେପ ପକାଇବା ଭଳି ଏକ କାର୍ଯ୍ୟ ଆମ ସମାଜ, ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଦର୍ଶାଏ ।

୪. ମିଷ୍ଟର କ୍ଲିନ୍ କମ୍ ଟୁ ଦ ସିଟି (୩ ମିନିଟ୍‌)

ସାରାଂଶ : ସହରକୁ ସଫା ରଖିବା ପାଇଁ ନାଗରିକ ଭାବନା ଉପରେ ଚଳଚ୍ଚିତ୍ର ।

୫. ପାଇପ୍‌ଡ ପାଇପର ଅଫ୍ ମୁମ୍ବାଇ (୪ ମିନିଟ୍‌)

ସାରାଂଶ  : ସ୍ୱଚ୍ଛତା ଉପରେ ଏହା ଏକ ଆନିମେସନ୍ ଫିଲ୍ମ । ଏହା ବାର୍ତ୍ତା  ଦେଇଥାଏ ଯେ ତୁମର ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ହେଉଛି ତୁମର ଦାୟିତ୍ୱବୋଧ ଏବଂ ଏହା ବାଧ୍ୟତାମୂଳକ, ଯଦି ତୁମେ ଏହାକୁ ଅଣଦେଖା କର ତୁମେ ନିଜ ବିପଦରେ ପଡିବ ।

୬. ହିସାବ୍ ଦୋ (୩ ମିନିଟ୍‌)

ସାରାଂଶ  :  ସହରକୁ କିପରି ସଫା ରଖାଯାଏ ସେ ବିଷୟରେ ଫିଲ୍ମ । ତୁମର ଆଖପାଖକୁ ସଫା ରଖିବା ତୁମର ସାମାଜିକ ଦାୟିତ୍ୱ ।

୭. ପ୍ଲାଷ୍ଟିକ୍ ୱାର୍ଲ୍ଡ (୭ ମିନିଟ୍‌)

ସାରାଂଶ  :  ଏକ ଆନିମେସନ୍ ଚଳଚ୍ଚିତ୍ର ଯାହା ଭବିଷ୍ୟତର ବିସ୍ତୃତ ଏବଂ ଶୁଷ୍କ ଦୃଶ୍ୟକୁ ଚିତ୍ରଣ କରିଥାଏ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରେ ଆବୃତ ଏବଂ ମାନବ ଜୀବନ ଏବଂ ପରିବେଶ ଉପରେ ପ୍ଲାଷ୍ଟିକର ବିପଜ୍ଜନକ ପ୍ରଭାବ ବିଷୟରେ ସତର୍କ କରିଥାଏ ।

୯. ୩୧ ଅକ୍ଟୋବର ୨୦୨୨ ପରେ ଚାଲୁଥିବା / ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

କ) ପୁରୁଣା / ଖରାପ ଯାନ ଗୁଡିକୁ ବିସର୍ଜନ କରିବା - ୧୯୪ ।

ଖ) ସିବିସିରେ ୧୦ ବର୍ଷରୁ ଅଧିକ ଦିନ ଧରି ରହିଥିବା ବିଲ୍ ଏବଂ ନମୁନା ଖବରକାଗଜ ଗୁଡିକ ବାହାର କରା ଯାଉଛି ।

ଗ) ଏଆଇଆର୍ ରେ ଷ୍ଟେସନ୍ / ଅଫିସ୍‌ର ବିଦ୍ୟୁତ୍ କ୍ଷେତ୍ରର ଯାଂଚ ଚାଲିଛି ।

ଘ) ଜାତୀୟ ଗଣମାଧ୍ୟମ କେନ୍ଦ୍ର (ପିଆଇବି), ନୂଆଦିଲ୍ଲୀ ରେ ଉଦ୍ୟାନ କୃଷିର ଉନ୍ନତି ।

ଙ) ପ୍ରକାଶନ ବିଭାଗ ଦ୍ୱାରା ଲାଇବ୍ରେରୀ ଗୁଡ଼ିକୁ ପ୍ରଦାନ କରିବାକୁ ଥିବା ପୁସ୍ତକ ।

7

3 (1)

 

SSP



 

 



(Release ID: 1873567) Visitor Counter : 176