ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୋରବି ସ୍ଥିତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ଅବଗତ କରାଗଲା

ପ୍ରଭାବିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

Posted On: 31 OCT 2022 8:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଭବନ, ଗାନ୍ଧିନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୋରବି ସ୍ଥିତି ସମୀକ୍ଷା କରିଛନ୍ତି ।

ମୋରବି ଠାରେ ହୋଇଥିବା ଦୁଃଖଦ ଦୁର୍ଘଟଣା ପରେ ହୋଇଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଦୁର୍ଘଟଣାର ସମସ୍ତ ଦିଗ ସମ୍ପର୍କରେ ଆଲୋଚନା ହୋଇଛି । ପ୍ରଭାବିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।  

ଏହି ଉଚ୍ଚସ୍ତରୀୟ ବୈଠକରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୃହ ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭି, ଗୁଜୁରାଟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଗୃହ ବିଭାଗ ଓ ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

 

SR


(Release ID: 1872669) Visitor Counter : 129