ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
प्रविष्टि तिथि:
29 OCT 2022 6:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ଆଲୋଚନା କରିଛନ୍ତି ଓ ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । କାତାରରେ ଫିଫା ବିଶ୍ୱକପର ସଫଳ ଆୟୋଜନ ପାଇଁ ଶ୍ରୀ ମୋଦୀ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମହାମହିମ କାତାର ଅମୀର @TamimBinHamadଙ୍କ ସହ ବାର୍ତ୍ତାଳାପ ସନ୍ତୋଷଜନକ ଥିଲା । ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି ଓ କାତାରରେ @FIFAWorldCupର ସଫଳ ଆୟୋଜନ ପାଇଁ ଶୁଭକାମନା ଜଣାଇଲି । ୨୦୨୩ରେ ଭାରତ- କାତାର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ମିଳିତ ଭାବେ ପାଳନ କରିବାକୁ ଉଭୟେ ସହମତ ହେଲୁ ।”
SR
(रिलीज़ आईडी: 1871892)
आगंतुक पटल : 208
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam