ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରାଖଣ୍ଡର ମାଣା ଗାଁରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2022 8:31PM by PIB Bhubaneshwar
ଜୟ ବଦ୍ରୀ ବିଶାଲ, ଜୟ ବଦ୍ରୀ ବିଶାଲ, ଜୟ ବଦ୍ରୀ ବିଶାଲ, ଜୟ ବାବା କେଦାର, ଜୟ ବାବା କେଦାର, ଜୟ ବାବା କେଦାର ।
ଉତ୍ତରାଖଣ୍ଡର ଗଭର୍ଣ୍ଣର ଗୁରମିତ ସିଂହ ଜୀ, ଏଠିକାର ଲୋକପ୍ରିୟ ମୃଦୁଭାଷୀ, ପ୍ରତ୍ୟେକ ମୁହୂର୍ତ୍ତରେ ଯାହାଙ୍କ ମୁଖମଣ୍ଡଳରେ ସ୍ମିତହାସ୍ୟ ରହିଥାଏ, ଏମିତି ହେଉଛନ୍ତି ଆମର ପୁଷ୍କର ସିଂହ ଧାମୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ତୀରଥ ସିଂହ ରାୱତ ଜୀ, ଭାଇ ଧନ ସିଂହ ରାୱତ ଜୀ, ମହେନ୍ଦ୍ର ଭାଇ ଭଟ୍ଟ ଜୀ, ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।
ଆଜି ବାବା କେଦାର ଏବଂ ବଦ୍ରୀ ବିଶାଲ ଜୀଙ୍କ ଦର୍ଶନ କରି, ତାଙ୍କ ଆଶୀର୍ବାଦ ପ୍ରାପ୍ତ କରି ଜୀବନ ଧନ୍ୟ ହୋଇଗଲା, ମନ ପ୍ରସନ୍ନ ହୋଇଗଲା, ଏବଂ ଏହି ମୁୂହୂର୍ତ୍ତ ମୋ ପାଇଁ ଚିରଞ୍ଜୀବ ହୋଇଗଲା । ବାବାଙ୍କ ସାନ୍ନିଧ୍ୟ ଯୋଗୁ ବାବାଙ୍କ ଆଦେଶରୁ, ବାବାଙ୍କ କୃପାରୁ ଗତ ଥର ଯେତେବେଳେ ଆସିଥିଲି । ସେତେବେଳେ କିଛି ଶବ୍ଦ ମୋ ମୁହଁରୁ ବାହାରିଥିଲା। ସେହି ଶବ୍ଦ ମୋର ଥିଲା, କେମିତି ଆସିଲ? କାହିଁକି ଆସିଲ? କିଏ ଦେଲା ଜଣାନାହିଁ । କିନ୍ତୁ ଏମିତି ମୁହଁରୁ ବାହାରି ଯାଇଥିଲା । ଏହି ଦଶକ ଉତ୍ତରାଖଣ୍ଡର ଦଶକ ହେବ । ଏବଂ ମୋତେ ପୂରା ବିଶ୍ୱ ଅଛି ଯେ ଏହି ଶବ୍ଦ ଉପରେ ବାବାଙ୍କ, ବଦ୍ରୀ ବିଶାଲଙ୍କ, ମା’ ଗଙ୍ଗାଙ୍କ ନିରନ୍ତର ଆଶୀର୍ବାଦର ଶକ୍ତି ସର୍ବଦା ରହିଥିବ, ଏହା ମୋର ହୃଦୟ କହୁଛି । ଏହା ମୋର ସୌଭାଗ୍ୟ ଯେ ଆଜି ମୁଁ ଆପଣଙ୍କ ମଧ୍ୟରେ ଏହି ନୂଆ ପ୍ରକଳ୍ପଗୁଡ଼ିକ ସହିତ ପୁଣି ସେହି ସଂକଳ୍ପକୁ ଦୋହରାଇବାକୁ ଆସିଛି । ଏବଂ ଏହା ମୋର ସୌଭାଗ୍ୟ ଯେ ଆଜି ମୋତେ ଆପଣ ସମସ୍ତଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଲା ।
ମାଣା ଗ୍ରାମ, ଭାରତର ଅନ୍ତିମ ଗ୍ରାମ ଭାବରେ ଜଣାଯାଇଥାଏ । କିନ୍ତୁ ଯେମିତି ଆମର ମୁଖ୍ୟମନ୍ତ୍ରୀ ଜୀ ଇଚ୍ଛା ପ୍ରକଟ କଲେ ବର୍ତ୍ତମାନ ମୋ ପାଇଁ ମଧ୍ୟ ସୀମାରେ ଥିବା ପ୍ରତ୍ୟେକ ଗାଁ ଦେଶର ପ୍ରଥମ ଗାଁ ଅଟେ । ସୀମାରେ ବସତି ସ୍ଥାପନ କରୁଥିବା ଆପଣଙ୍କ ଭଳି ସମସ୍ତ ମୋର ସାଥୀ ଦେଶର ସଶକ୍ତ ପ୍ରହରୀ ଅଟନ୍ତି । ଏବଂ ମୁଁ ଆଜି ମାଣା ଗାଁର ପୁରୁଣା ସ୍ମୃତିକୁ ସତେଜ କରିବାକୁ ଚାହୁଁଛି । କିଛି ପୁରୁଣା ଲୋକ ଅଛି ତାଙ୍କୁ ମନେ ଥିବ, ମୁଁ ମୁଖ୍ୟମନ୍ତ୍ରୀ ହୋଇଗଲି, ପ୍ରଧାନମନ୍ତ୍ରୀ ହୋଇଗଲି, ଏଥିପାଇଁ ସୀମାରେ ଥିବା ଏହି ପ୍ରଥମ ପ୍ରହରୀ ଗାଁକୁ ମନେ ପକାଉଛି, ଏମିତି ନୁହେଁ । ଆଜି ୨୫ ବର୍ଷ ପୂର୍ବରୁ ଯେତେବେଳେ ମୁଁ ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟକର୍ତ୍ତା ଭାବରେ କାମ କରୁଥିଲି ନା’ ମୋତେ କେହି ଅଧିକ ଜାଣିଥିଲେ ନା’ ମୋର ସେହି ପ୍ରକାରର କୌଣସି ସାଧାରଣ ଜୀବନ ଥିଲା । ମୁଁ ସଂଗଠନର ଲୋକଙ୍କ ମଧ୍ୟରେ ହିଁ ନିଜର ଜୀବନ ବିତାଉଥିଲି, କାମ କରୁଥିଲି ଏବଂ ସେହି ସମୟରେ ମାଣାରେ ମୁଁ ଉତ୍ତରାଖଣ୍ଡ ଭାଜପାର କାର୍ଯ୍ୟ ସମିତିର ମିଟିଂ ଡାକିଥିଲି । ଯେତେବେଳେ ମୋର ଉତ୍ତରାଖଣ୍ଡର ସମସ୍ତ କାର୍ଯ୍ୟକର୍ତ୍ତା ମୋ ଉପରେ ବହୁତ ସେହି ସମୟରେ ଅସନ୍ତୁଷ୍ଟ ଥିଲେ, ପ୍ରଶ୍ନ ପଚାରୁଥିଲେ ଯେ ସାହବ ଏତେ ଦୂର କେତେ କଷ୍ଟରେ ଯିବାକୁ ହେବ । କେତେ ସମୟ ଯିବ । ମୁଁ କହିଲି ଭାଇ ଯେଉଁ ଦିନ ଉତ୍ତରାଖଣ୍ଡ ବିଜେପିର ହୃଦୟରେ ମାଣାର ମହତ୍ତ୍ୱ ପକ୍କା ହୋଇଯିବ, ଉତ୍ତରାଖଣ୍ଡର ଜନତାଙ୍କ ହୃଦୟରେ ଭାଜପା ପାଇଁ ମହତ୍ତ୍ୱ ଆସିଯିବ । ଏବଂ ଏହାର ପରିଣାମ ଏହା ଯେ ମାଣା ଗାଁର ମାଟିର ଶକ୍ତି ଅଛି । ଏହି ମାଣା ଗାଁର ମୋର ଭାଇ-ଭଉଣୀମାନଙ୍କର ଆଦେଶ ଅଛି, ଆଶୀର୍ବାଦ ଅଛି ଯେ ଆଜି କ୍ରମାଗତ ଭାବେ ଆପଣଙ୍କ ଆଶୀର୍ବାଦ ରହିଥାଏ । ଏବଂ ମୁଁ ଉତ୍ତରାଖଣ୍ଡର ନୂଆ ସରକାର ହେବା ପରେ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଥମ ଥର କହୁଛି । ତେବେ ମୁଁ ଆଜି ଯେତେବେଳେ ଏଠାକୁ ଆସିଛି, ଏବଂ ମାଣା ଧରିତ୍ରୀରୁ ମୁଁ ପୂରା ଉତ୍ତରାଖଣ୍ଡର ଭାଇ-ଭଉଣୀଙ୍କୁ, ଆମ ସମସ୍ତଙ୍କୁ ପୁଣିଥରେ ସେବା କରିବାର ଅବସର ଦେଲେ, ଏଥିପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି ।
ସାଥୀମାନେ,
ଏକବିଂଶ ଶତାବ୍ଦୀର ବିକଶିତ ଭାରତର ନିର୍ମାଣର ଦୁଇଟି ପ୍ରମୁଖ ସ୍ତମ୍ଭ ଅଟେ । ପ୍ରଥମ, ନିଜ ଐତିହ୍ୟ ଉପରେ ଗର୍ବ ଏବଂ ଦ୍ୱିତୀୟରେ, ବିକାଶ ପାଇଁ ପ୍ରତ୍ୟେକ ସମ୍ଭବ ପ୍ରୟାସ । ଆଜି ଉତ୍ତରାଖଣ୍ଡ, ଏହି ଦୁଇଟି ସ୍ତମ୍ଭକୁ ମଜବୁତ କରୁଛି । ଆଜି ସକାଳେ ମୁଁ ବାବା କେଦାରଙ୍କର ଏବଂ ପରେ ବଦ୍ରୀନାଥ ବିଶାଲଙ୍କ ଚରଣରେ ଯାଇ ପ୍ରାର୍ଥନା କଲି ଏବଂ ତା’ ସହିତ, କାରଣ ପରାମାତ୍ମା ମୋତେ ଯେଉଁ କାମ ଦେଇଛନ୍ତି ତାହା ମଧ୍ୟ ମୋତେ କରିବାକୁ ହୋଇଥାଏ । ଏବଂ ମୋ ପାଇଁ ଦେଶର ୧୩ଠ କୋଟିର ଜନତା ସେମାନେ ମଧ୍ୟ ପରମାତ୍ମାର ସ୍ୱରୂପ ଅଟନ୍ତି । ଏବଂ ଏଥିପାଇଁ ମୁଁ ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କଲି । ଏବଂ ବର୍ତ୍ତମାନ ଆପଣଙ୍କ ମଧ୍ୟକୁ ଆସି ମୋତେ ୨ ରୋପ୍ ୱେ ପ୍ରକଳ୍ପର ଶିଳାନ୍ୟାସର ସୌଭାଗ୍ୟ ମିଳିଲା । ଏହାଦ୍ୱାରା କେଦାରନାଥ ଜୀ ଏବଂ ଗୁରୁଦଦ୍ୱାର ହେମକୁଣ୍ଡ ସାହେବଙ୍କ ଦର୍ଶନ କରିବା ଆହୁରି ସହଜ ହୋଇଯିବ । ଗୁରୁଗ୍ରନ୍ଥ ସାହେବଙ୍କର ଆମ ଉପରେ କୃପା ରହିଥାଉ । ସ୍ୱାମୀ ପୂଜ୍ୟ ଗୁରୁମାନଙ୍କର ଆମ ଆଶୀର୍ବାଦ ଯୋଗୁ ଆମକୁ ସୁଯୋଗ ମିଳିଛି । ବାବା କେଦାରଙ୍କ ଆଶୀର୍ବାଦ ରହିଥାଉ ଏବଂ ଆପଣ କରିପାରୁଥିବେ, ଏହି ରୋପୱେ ଖମ୍ବଗୁଡ଼ିକ, ତା’ର, ଭିତରେ ବସିବାକୁ କାର, ଏତିକି ମାତ୍ର ନୁହେଁ । ଏହି ରୋପୱେ ଦ୍ରୁତ ଗତିରେ ଆପଣଙ୍କୁ ବାବାଙ୍କ ପାଖକୁ ନେଇଯିବ କେବଳ ଏତିକି ନୁହେଁ । ଏହା ରହିବା ଦ୍ୱାରା ଏହା ଉପରେ କାମ କରୁଥିବା ଲୋକମାନେ ଆପଣ କଳ୍ପନା କରିପାରିବେ ନାହିଁ, ମୋର ଦେଶର ୧୩ଠ କୋଟି ଦେଶବାସୀଙ୍କ ଆଶୀର୍ବାଦ ତାଙ୍କ ଉପରେ ବରଷିବାକୁ ଯାଉଛି । ହିମକୁଣ୍ଡ ସାହବ ଦୁନିରେ ଗୁରୁ ଗ୍ରନ୍ଥ ସାହେବଙ୍କର ପବିତ୍ର ପୂଜା କରୁଥିବା ଯେତେ ମୋର ଭାଇ-ଭଉଣୀ ଅଛନ୍ତି, ଆଜି ଆମକୁ ଆଶୀର୍ବାଦ ଦେଉଛନ୍ତି ଯେ ଆଜି ହେମକୁଣ୍ଡ ସାହବ ପର୍ଯ୍ୟନ୍ତ ଏହି ରୋପ ୱେ ପାର୍ଯ୍ୟନ୍ତ ଏହି ରୋପ ୱେ ନିର୍ମିତ ହେଉଛି । ଆପଣ କଳ୍ପନା କରିପାରିବେ ନାହିଁ ଯେ ଏହାର ଶକ୍ତି କେତେ । ଆପଣ ଦେଖନ୍ତୁ ଆଜି ୟୁକେ ହେଉ, ଜର୍ମାନୀ ହେଉ, କାନାଡ଼ା ହେଉ, ସେଠାରେ ଉତ୍ସବ ପାଳନ କରାଯାଉଛି । କାରଣ ବର୍ତ୍ତମାନ ହେମକୁଣ୍ଡ ସାହବ ପର୍ଯ୍ୟନ୍ତ ଯିବାକୁ ରୋପୱେ ତିଆରି ହୋଇଯିବ । ଆହୁରି ସମୟ ବଞ୍ଚôବ, ଭକ୍ତିରେ ମନ ଆହୁରି ଅଧିକ ଲାଗିବ ।
ବିକାଶର ଏହି ସମସ୍ତ ପ୍ରକଳ୍ପ ପାଇଁ ଉତ୍ତରାଖଣ୍ଡକୁ ଏବଂ ଦେଶ ବିଦେଶର ଆସ୍ଥା ଥିବା ପ୍ରତ୍ୟେକ ଶ୍ରଦ୍ଧାଳୁମାନଙ୍କୁ ମୁଁ ଆଜି ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ଗୁରୁମାନଙ୍କର କୃପା ରହିଥାଉ, ବାବା କେଦାରଙ୍କ କୃପା ରହିଥାଉ, ବଦ୍ରୀ ବିଶାଲଙ୍କ କୃପା ରହିଥାଉ, ଏଠାରେ ଏବଂ ଆମର ସମସ୍ତ ଶ୍ରମିକ ସାଥୀମାନଙ୍କୁ ମଧ୍ୟ ଶକ୍ତି ମିଳୁ, ଯାହାକି ତାହା ମଧ୍ୟ ସମ୍ପୂର୍ଣ୍ଣ ଶକ୍ତିର ସହିତ ସମୟ ସମୟ ମଧ୍ୟରେ ଏହି କାର୍ଯ୍ୟକୁ ପୂରା କରିବି । ଏବଂ ଆମେ ପ୍ରାର୍ଥନା କରିବା, ପ୍ରତ୍ୟେକ ଥର ପ୍ରାର୍ଥନା କରିବା, କାରଣ ଏହା ବହୁତ କଠିନ ଇଲାକା ଅଟେ । ଏଠାରେ କାମ କରିବାକୁ ବହୁତ କଠିନ ହୋଇଥାଏ। ପବନ ଜୋର ଚାଲିଥାଏ ଏବଂ ଏତେ ଶିଖରକୁ ଯାଇ କାମ କରିବାକୁ ହେବ । ପରମାତ୍ମାଙ୍କୁ ପ୍ରାର୍ଥନା କରିବି ଯେ ଏହି ପୁରା କାର୍ଯ୍ୟ କରିବା ସମୟରେ କୌଣସି ଦୁର୍ଘଟଣା ହୋଇ ନ’ଯାଉ, କୌଣସି ଆମର ସାଥିର କ୍ଷତି ହୋଇ ନ’ଯାଉ, ଏହା ଆମେ ପ୍ରାର୍ଥନା କରିଥାଉ, ଏବଂ ଯେଉଁ ମଧ୍ୟ ଗାଁ ନିକଟରେ ସେ କାମ କରନ୍ତି ସେ ଭଗବାନଙ୍କ କାମ କରିଥାନ୍ତି । ଆପଣ ସେମାନଙ୍କୁ ସମ୍ଭାଳିବେ, ତାଙ୍କୁ ଶ୍ରମିକ ଭାବିବେ ନାହିଁ, ତାଙ୍କୁ ଶ୍ରମିକ ଭାବିବେ ନାହିଁ, ତାଙ୍କୁ ଶ୍ରମିକ ଭାବିବେ ନାହିଁ, ଏହା ଭାବିବେ ନାହିଁ ଯେ ତାଙ୍କୁ ତାଙ୍କ ପଇସା ମିଳୁଛି, କାମ କରୁଛନ୍ତି, ଆଜ୍ଞା ନା’ ସେ ପରମାତ୍ମାଙ୍କ ସେବା କରୁଛନ୍ତି । ସେ ଆପଣଙ୍କ ଗାଁର ଅତିଥି ଅଟନ୍ତି । କଠିନ କରିବାବାଲା ଅଟନ୍ତି, ତାଙ୍କର ଯେତେ ଦାୟିତ୍ୱ ନେବେ କାମ ସେତିକି ଦ୍ରୁତ ହେବ । କରିବେ ନା? ତାଙ୍କର ଦାୟିତ୍ୱ ନେବେନା? ନିଜ ପିଲାଙ୍କ ଭଳି ସମ୍ଭାଳିବେ, ନିଜର ଭାଇ-ଭଉଣୀଙ୍କ ଭଳି ଯତ୍ନ ନେବେ ।
ସାଥୀମାନେ,
ଆଜି ଯେତେବେଳେ ମୁଁ ବାବା କେଦାରଙ୍କ ଧାମକୁ ଯାଇଥିଲି । ସେଠାରେ ଯେଉଁ ଶ୍ରମିକ ଭାଇ ଓ ଭଉଣୀମାନେ କାମ କରୁଥିଲେ ସେମାନଙ୍କ ସହିତ ମୋତେ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା । ଯେଉଁ ଇଞ୍ଜିନିୟର ମାନେ ଥିଲେ, ତାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା । ମୋତେ ବହୁତ ଭଲ ଲାଗିଲା ଏବଂ ସେ କହୁଥିଲେ ଯେ ଆମେ କୌଣସି ରାସ୍ତାର କିମ୍ବା ଇମାତର କାମ କରୁନାହିଁ । ଆମେ ବାପାଙ୍କ ପୂଜା କରୁଛୁ, ବାବାଙ୍କ ପୂଜା କରୁଛୁ ଏବଂ ଏହା ଆମର ପୂଜା କରିବାର ପ୍ରଣାଳୀ ଅଟେ ।
ସାଥୀମାନେ,
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ, ମୁଁ ଲାଲକିଲ୍ଲାରୁ ଏକ ଆହ୍ୱାନ କରିଥିଲି । ଏହି ଆହ୍ୱାନ ଥିଲା, ଦାସତ୍ୱର ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତିର । ସ୍ୱାଧୀନତାର ଏତେ ବର୍ଷ ପରେ, ଶେଷରେ ମୋତେ ଏହା କାହିଁକି କରିବାକୁ ପଡ଼ିଲା? କ’ଣ ଆବଶ୍ୟକତା ଥିଲା କହିବା? ଏଇଟା ଏଥିପାଇଁ, କାରଣ ଆମର ଦେଶକୁ ଦାସତ୍ୱର ମାନସିକତା ଏମିତି ଜାବୁଡ଼ି ଧରିଛି ଯେ ପ୍ରଗତିର ପ୍ରତ୍ୟେକ କାର୍ଯ୍ୟ କିଛି ଲୋକଙ୍କୁ ଅପରାଧ ଭଳି ଲାଗିଥାଏ । ଏଠାରେ ଦାସତ୍ୱର ନିକିତିରୁ ପ୍ରଗତିର କାର୍ଯ୍ୟକୁ ଓଜନ କରାଯାଇଥାଏ । ଏଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମର ଏଠାରେ, ଆମର ଆସ୍ଥା ସ୍ଥଳୀର ବିକାଶକୁ ନେଇ ଏକ ଘୃଣା ଭାବ ଥିଲା । ବିଦେଶରେ ସେଠିକାର ସଂସ୍କୃତି ସହ ଯୋଡ଼ି ହୋଇଥିବା ସ୍ଥାନର ଏହି ଲୋକମାନେ ପ୍ରଶଂସା କରି କରି ଥକୁ ନ ଥିଲେ, କିନ୍ତୁ ଭାରତରେ ଏହି ପ୍ରକାରର କାର୍ଯ୍ୟକୁ ହୀନ ଦୃଷ୍ଟିରେ ଦେଖା ଯାଉଥିଲା । ଏହି କାରଣରୁ ଗୋଟିଏ ଥିଲା- ଆମର ସଂସ୍କୃତିକୁ ନେଇ ହୀନ ଭାବନା, ନିଜର ଧାର୍ମିକ ସ୍ଥାନ ଉପରେ ଅବିଶ୍ୱାସ, ଆମର ଐତିହ୍ୟ ପ୍ରତି ଉଦାସୀନତା । ଏବଂ ଏହା ଆମର ସମାଜରେ ଆଜି ବଢ଼ିବାରେ ଲାଗିଛି, ଏମିତି ନୁହେଁ । ସ୍ୱାଧୀନତା ପରେ ସୋମନାଥ ମନ୍ଦିର ନିର୍ମାଣ ସମୟରେ କ’ଣ ଘଟିଥିଲା, ତାହା ଆମେ ସମସ୍ତେ ଜାଣିଛୁ । ଏହାପରେ ଆମେ ରାମ ମନ୍ଦିରର ନିର୍ମାଣ ସମୟରେ ଇତିହାସ ସହିତ ମଧ୍ୟ ଭଲ ଭାବରେ ପରିଚିତ ଅଛୁ । ଏହିପରି ଭାବରେ ଦାସତ୍ୱର ଏହି ମାନସିକତା ଆମର ବିଶ୍ୱାସର ପବିତ୍ର ସ୍ଥାନଗୁଡ଼ିକୁ ଅବ୍ୟବସ୍ଥାରେ ପରିଣତ କରିଥିଲା । ବିଗତ ଶହ ଶହ ବର୍ଷର ପାଣିପାଗର ପରିସ୍ଥିତିକୁ ସହ ସହ ପଥର, ମନ୍ଦିର ସ୍ଥଳ, ପୂଜା ସ୍ଥାନକୁ ଯିବାର ମାର୍ଗ, ସେଠାରେ ପାଣିର ବ୍ୟବସ୍ଥା ଥିବ ତାହାହେଲେ ତାହାର ନଷ୍ଟ, ସବୁକିଛି ନଷ୍ଟ ହୋଇ ଯାଇଥିଲା । ଆପଣ ମନେ ପକାନ୍ତୁ ସାଥୀମାନେ, ଦଶନ୍ଧି ଧରି ଆମର ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକର ଅବସ୍ଥା ଏପରି ଥିଲା ଯେ ସେଠିକାର ଯାତ୍ରା ଜୀବନର ସବୁଠାରୁ କଠିନ ଯାତ୍ରା ହୋଇ ଯାଉଥିଲା । ଯାହା ପ୍ରତି କୋଟି କୋଟି ଲୋକମାନଙ୍କର ଶ୍ରଦ୍ଧା ଥିବ, ହଜାର ହଜାର ବର୍ଷରୁ ଶ୍ରଦ୍ଧା ଥିବ, ଜୀବନର ଏକ ସ୍ୱପ୍ନ ଥିବ ଯେ ସେହି ଧାମରେ ଯାଇ ମଥା ଟେକି ଆସିବି, କିନ୍ତୁ ସରକାର ଏମିତି ଥିଲେ ଯେ ନିଜର ହିଁ ନାଗରିକଙ୍କୁ ସେ ପର୍ଯ୍ୟନ୍ତ ଯିବାର ସୁବିଧା ଦେବା ତାଙ୍କୁ ଜରୁରୀ ଲାଗିଲା ନାହିଁ । ଜଣାନାହିଁ କେଉଁ ଦାସତ୍ୱର ମାନସିକତା ତାଙ୍କୁ ଜାବୁଡ଼ି ଧରି ରଖିଥିଲା । ଏହା ଅନ୍ୟାୟ ଥିଲା କି ନାହିଁ ଭାଇମାନେ? ଏହା ଅନ୍ୟାୟ ଥିଲା କି ନାହିଁ? ଏହି ଉତ୍ତର ଆପଣଙ୍କର ନୁହେଁ, ଏହି ଉତ୍ତର ୧୩ଠ କୋଟି ଦେଶବାସୀଙ୍କର ଅଟେ ଏବଂ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଭଗବାନ ମୋତେ ଏହି କାମ ଦେଇଛନ୍ତି ।
ଭାଇ ଓ ଭଉଣୀମାନେ
ଏହି ଅବହେଳା ଯୋଗୁ ଲକ୍ଷ ଲକ୍ଷ କୋଟି କୋଟି ଜନସାଧାରଣଙ୍କ ଭାବନା ପ୍ରତି ଅପମାନର ଭାବ ଛପି ରହିଥିଲା । ଏହା ପଛରେ ସରକାରଙ୍କର ନିହିତ ସ୍ୱାର୍ଥ ଥିଲା । କିନ୍ତୁ ଭାଇ ଏବଂ ଭଉଣୀମାନେ, ଏହି ଲୋକମାନେ ହଜାର ବର୍ଷର ପୁରୁଣା ଆମର ସଂସ୍କୃତିର ଶକ୍ତିକୁ ବୁଝିପାରିଲେ ନାହିଁ । ସେମାନେ ଏହା ଭୁଲିଗଲେ ଯେ ବିଶ୍ୱାସର ଏହି କେନ୍ଦ୍ର କେବଳ ଏକ ଢାଞ୍ଚା ନୁହେଁ ବରଂ ଆମ ପାଇଁ ଏହା ପ୍ରାଣଶକ୍ତି ଅଟେ, ପ୍ରାଣବାୟୁ ସଦୃଶ । ତାହା ଆମ ପାଇଁ ଏମିତି ଶକ୍ତିପୁଞ୍ଜ ଅଟେ, ଯେଉଁ କଠିନରୁ କଠିନ ପରିସ୍ଥିତି ମଧ୍ୟରେ ଆମକୁ ଜୀବନ୍ତ କରି ରଖିବାକୁ ହେବ । ତାଙ୍କର ଘୋର ଅବହେଳା ସତ୍ତ୍ୱେ ମଧ୍ୟ ଆମର କେବଳ ଆଧ୍ୟାତ୍ମିକ କେନ୍ଦ୍ରର ମହତ୍ତ୍ୱ କମିନାହିଁ, ନା’ ତାକୁ ନେଇ ଆମର ସମର୍ପଣ ଭାବରେ କୌଣସି ପ୍ରଭାବ ପଡ଼ିଲା ନାହିଁ । ଏବଂ ଆଜି ଦେଖନ୍ତୁ, କାଶୀ, ଉଜ୍ଜୈନ, ଅଯୋଧ୍ୟା ଏଭଳି ଅଗଣିତ ଶ୍ରଦ୍ଧାଳୁଙ୍କ କେନ୍ଦ୍ର ରହିଛି ନିଜର ଗୌରବକୁ ପୁନଃ ପ୍ରାପ୍ତ କରୁଛି । କେଦାରନାଥ, ବଦ୍ରୀନାଥ, ହେମକୁଣ୍ଡ ସାହେବଙ୍କୁ ମଧ୍ୟ ନିଜର ପବିତ୍ରତା ବଜାୟ ରଖିବା ସହିତ ଆଧୁନିକତା ସହିତ ସୁବିଧାମାନ ଯୋଡ଼ାଯାଉଛି । ଆଯୋଧ୍ୟାରେ ଏପରି ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଗୁଜରାଟର ପାୱାଗଡ଼ରେ ମା’ କାଳୀକାଙ୍କର ମନ୍ଦିରରୁ ନେଇ ଦେବୀ ବିନ୍ଧ୍ୟାଚଳଙ୍କ କରିଡ଼ର ପର୍ଯ୍ୟନ୍ତ, ଭାରତ ଏହା ସାଂସ୍କୃତିକ ଉନ୍ନତିର ଆହ୍ୱାନ କରୁଛି । ବିଶ୍ୱାସର ଏହି କେନ୍ଦ୍ର ପର୍ଯ୍ୟନ୍ତ ପହଂଚିବା ଏବେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ଏବଂ ସରଳ ହେଉଛି । ଏବଂ ଯେଉଁ ବ୍ୟବସ୍ଥାମାନ ବିକଶିତ ହେଉଛି । ତାହା ଆମର ପୂର୍ବପୁରୁଷମାନଙ୍କ ପାଇଁ ସୁବିଧା ହେଉଛି । କିନ୍ତୁ ମୋତେ ବିଶ୍ୱାସ ଅଛି ଯେ ମୋର ଦେଶର ଆଗାମୀ ପିଢ଼ି ୧୨-୧୫-୧୮-୨ଠ-୨୨ ବର୍ଷର ଯୁବକମାନେ ପୁଅ-ଝିଅମାନେ ତାଙ୍କ ପାଇଁ ମଧ୍ୟ ଏହି ଶ୍ରଦ୍ଧାର ଆକର୍ଷଣର କେନ୍ଦ୍ର ହେବ । ଏହା ଆମର ନୀତି ହେବା ଦରକାର । ଏବେ ଆମର ଦିବ୍ୟାଙ୍ଗ ସାଥୀ ମଧ୍ୟ ଏହି ସ୍ଥାନକୁ ଯାଇ ଦର୍ଶନ କରୁଛନ୍ତି । ମୋର ମନେ ଅଛି ମୁଁ ଯେତେବେଳେ ଗିରନାରରେ ରୋପ ୱେ ତିଆରି କଲି । ୮ଠ-୮ଠ ବର୍ଷର ମାତା-ପିତା ଏମିତି ବୟୋଜ୍ୟେଷ୍ଠ ଲୋକମାନେ ସେଠାକୁ ଆସିବା ପରେ ମୋତେ ଚିଠି ଲେଖୁଥିଲେ ଯେ କେବେ ଭାବିନଥିଲେ ଯେ ଗିରନାର ପର୍ବତକୁ ଯାଇ ଏତେ ଏତେ କ୍ଷେତ୍ରର ମୁଁ ଦର୍ଶନ କରିପାରିବି । ଆଜି ସେମାନେ ଆଶୀର୍ବାଦ ଦେଉଛନ୍ତି । ଗୋଟିଏ ରୋପୱେ କରିଛି ।
ସାଥୀମାନେ,
ଏହି ଶକ୍ତିକୁ ଅନେକ ଲୋକ ଚିହ୍ନିପାରିଲେ ନାହିଁ । ଆଜି ସମଗ୍ର ଦେଶ ନିଜ ଆଧ୍ୟାତ୍ମିକ କେନ୍ଦ୍ରକୁ ନେଇ ଗୌରବର ଭାବନାରେ ପରିପୂର୍ଣ୍ଣ ହୋଇଯାଇଛି । ଉତ୍ତରାଖଣ୍ଡର ଏହି ଦେବଭୂମି ସ୍ୱୟଂ ଏହି ପରିବର୍ତ୍ତନର ସାକ୍ଷୀ ହୋଇଛି । ଡବଲ ଇଞ୍ଜିନର ସରକାର ହେବା ପୂର୍ବରୁ କେଦାରନାଥରେ ମୁଁ ଗୋଟିଏ ଋତୁରେ ଅଧିକରୁ ଅଧିକ ୫ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ଏବେ ଏହି ଋତୁରେ ଏହି ସଂଖ୍ୟା ୪୫ ଲକ୍ଷ ହୋଇଛି ବୋଲି ମୋତେ କୁହାଯାଇଛି, ଏବେ ଦେଖନ୍ତୁ ।
ସାଥୀମାନେ,
ବିଶ୍ୱାସ ଏବଂ ଆଧ୍ୟାତ୍ମିକର ସ୍ଥଳରେ ଏହି ପୁନଃନିର୍ମାଣର ଆଉ ଏକ ପକ୍ଷ ରହିଛି, ଯାହାର ସେତିକି ଆଲୋଚନା ହୋଇପାରୁ ନାହିଁ । ଏହି ପକ୍ଷ ହେଉଛି ପାହାଡ଼ରେ ଥିବା ଲୋକମାନଙ୍କ ଜୀବନରେ ସହଜତା, ପାହାଡ଼ରେ ଯୁବକମାନଙ୍କର ରୋଜଗାର । ଯେତେବେଳେ ପାହାଡ଼ ଉପରେ ରେଳ ରାସ୍ତା ଏବଂ ରୋପ ୱେ ପହଂଚିଥାନ୍ତି, ତେବେ ଏହି ପାହାଡ଼ର ଜୀବନ ଆହୁରି ଉନ୍ନତି, ବିଳାସପୂର୍ଣ୍ଣ ଏବଂ ଅଧିକ ସହଜ ହୋଇ ଯାଇଥାଏ । ଏହି ସୁବିଧାମାନ ପାହାଡ଼ ଉପରେ ପର୍ଯ୍ୟଟନକୁ ମଧ୍ୟ ବଢ଼ାଇଥାଏ, ପରିବହନ ମଧ୍ୟ ସହଜ କରି ଦେଇଥାଏ । ଏବେ ଆମ ସରକାର ଡ୍ରୋନରେ ମଧ୍ୟ ପାହାଡ଼ ଉପରେ ଜିନିଷର ପରିବହନର ପ୍ରମୁଖ ସାଧନ କରିବାରେ କାର୍ଯ୍ୟ କରୁଛି, କାରଣ ଆଜିକାଲି ଡ୍ରୋନ ଆସୁଛି, ୨ଠ କିଲୋ, ୨୫ କିଲୋ, ୫ଠ କିଲୋ ପର୍ଯ୍ୟନ୍ତ ଜିନିଷ ଉଠାଇ ଦ୍ରୁତ ଗତିରେ ଦ୍ୱିତୀୟ ସ୍ଥାନକୁ ମଧ୍ୟ ଓହ୍ଲାଇ ଦେଇଥାଏ । ଆମେ ତାହାକୁ ଆଣିବାକୁ ଚାହୁଁଛୁ । ଯାହାକି ଆପଣଙ୍କ ଏଠାରେ ଯେଉଁ ଫଳ, ପନିପରିବା ଉତ୍ପାଦନ ହୋଇଥାଏ, ସେହି ସତେଜ ଜିନିଷଗୁଡ଼ିକ ବଡ଼ ସହରରେ ପହଂଚିଥାଏ, ଯାହାକି ଆପଣଙ୍କର ଭଲ ରୋଜଗାର ହେବ । ଏବଂ ମୁଁ ଆଜି ଭାରତବର୍ଷର ସୀମାରେ ଦେଶର ରକ୍ଷା କରୁଥିବା ଗ୍ରାମବାସୀମାନଙ୍କ ମଧ୍ୟକୁ ଆସିଛି ସେତେବେଳେ ଏବେ ମୁଁ ଆପଣ ଯେଉଁ ଆମର ମା’-ଭଉଣୀମାନଙ୍କ ସ୍ୱୟଂସହାୟକ ଗୋଷ୍ଠୀର ଭଉଣୀମାନେ ଯେଉଁ ଉତ୍ପାଦ ଉତ୍ପାଦନ କରିଥାନ୍ତି । ଯେଉଁ କଥା, ସେହି ପାହାଡ଼ର ଲୁଣ, ସେହି ସମସ୍ତ ଜିନିଷଗୁଡ଼ିକୁ ମୁଁ ଦେଖୁଛି । ଏବଂ ବିନା ପ୍ୟାକେଟିଂରେ ସମୁହଙ୍କ ଠାରେ ମୋର ମନ ବଡ଼ ପ୍ରସନ୍ନ କରିଦେଲା ଆଜ୍ଞା । ମା’ ଏବଂ ଭଉଣୀମାନଙ୍କୁ ପ୍ରଣାମ କରୁଛି, କେତେ ଭଲ କାମ କରିଛନ୍ତି ଆପଣ, କିନ୍ତୁ ମୁଁ ଏଠାରୁ ଭାରତବର୍ଷରୁ ଯେଉଁ ପ୍ରବାସୀ ଆସିଥାନ୍ତି, ଯେଉଁ ପର୍ଯ୍ୟଟକ ଆସିଥାନ୍ତି, ଯେଉଁ ସାହସିକତା ପାଇଁ ଆସିଥାନ୍ତି, ଯେଉଁ ଶ୍ରଦ୍ଧା ପାଇଁ, କୌଣସି ଭାବରେ କାହିଁକି ଆସି ନ ଥବ। ଗୋଟିଏ ଜୀବନର ରୂପରେଖା ପ୍ରସ୍ତୁତ କରନ୍ତୁ ଯେ ଆପଣଙ୍କ ଯାତ୍ରାରେ ଯେତେ ଖର୍ଚ୍ଚ ହୋଇଥାଏ । ପରିବହନର ଖର୍ଚ୍ଚ କରୁଛନ୍ତି, ଖାଇବା ପଛରେ ଖର୍ଚ୍ଚ କରିବାର ଥିବ, ବଡ଼ ହୋଟେଲରେ ରହିବା ପାଇଁ ଖର୍ଚ୍ଚ କରୁଥିବେ । ଆପଣ ମନରେ ଗୋଟିଏ ରୂପରେଖ ବନାନ୍ତୁ ।
ଭାରତ-ଚୀନ ସୀମାରେ ଅବସ୍ଥିତି ଏବଂ ଭାରତର ଏହି ସୀମାକୁ ଜଗି ରହିଥିବା ସେହି ଭାରତର ୧୩ଠ କୋଟି ଦେଶବାସୀଙ୍କୁ ମୁଁ ଏହି ଗାଁ ମଧ୍ୟରୁ କହୁଛି । ମୁଁ ତାଙ୍କ ତରଫରୁ କହୁଛି । ଆପଣ ଯେଉଁଠିକୁ ଯାତ୍ରା କରିବାକୁ ଯିବେ ଏହି କଠିନ କ୍ଷେତ୍ରକୁ ଆସନ୍ତ କିମ୍ବା ପୁରୀ ଯାଆନ୍ତୁ କିମ୍ବା କନ୍ୟାକୁମାରୀ ଯାଆନ୍ତୁ କିମ୍ବା ସୋମନାଥ, କେଉଁଠାକୁ ମଧ୍ୟ ଯାଆନ୍ତୁ ଏକ ସଂକଳ୍ପ ନିଅନ୍ତୁ । ଯେମିତି ମୁଁ ଭୋକାଲ ଫର ଲୋକାଲ କଥା କହିଥାଏ । ମୁଁ ଆଜି ଆଉ ଗୋଟିଏ ସଂକଳ୍ପ ପାଇଁ ପ୍ରାର୍ଥନା କରୁଛି ଏବଂ ଦେଶବାସୀଙ୍କୁ ପ୍ରାର୍ଥନା କରିବା ଏହା ମୋର ଦାୟିତ୍ୱ ହେଉଛି ଆଜ୍ଞା । ମୁଁ ଆଦେଶ ଦେଇପାରିବି ନାହିଁ । ପ୍ରାର୍ଥନା ତ’ କରିପାରିବି । ମୁଁ ପ୍ରାର୍ଥନା କରୁଛି ଯେ ଆପଣ ଯେତିକି ଖର୍ଚ୍ଚ କରୁଛନ୍ତି, ନିଶ୍ଚିତ କରନ୍ତୁ ଅତି କମରେ ୫ ଶତକଡ଼ା ଯାହା ମୋଟ ଖର୍ଚ୍ଚ ଆପଣଙ୍କ ଯାତ୍ରାର ହେବ ସେଥିରେ ୫ ଶତକଡ଼ା, ଯଦି ୧ଠଠ ଟଙ୍କା ଖର୍ଚ୍ଚ କରୁଥା ତେବେ ୫ ଟଙ୍କା ସେହି ସ୍ଥାନରେ ଯାହା କିଛି ମଧ୍ୟ ସ୍ଥାନୀୟ ଉତ୍ପାଦ ଅଛି, ସ୍ଥାନୀୟ ଲୋକମାନେ ଯାହା କରନ୍ତି ଆପଣଙ୍କୁ ତାହାକୁ ନିଶ୍ଚିତ ଦେଖନ୍ତୁ । ଆପଣଙ୍କ ଘରେ ଅନ୍ୟମାନଙ୍କୁ ନେଇ ଯାଆନ୍ତୁ । କାହାକୁ ଉପହାର ଦେଇ ଦିଅନ୍ତୁ। କିନ୍ତୁ ସେଠାରୁ ନିଶ୍ଚିତ ନେଇକି ଯାଆନ୍ତୁ । ଆପଣଙ୍କୁ ମୁଁ ବିଶ୍ୱାସ ଦେଉଛି ଯେ ଭାଇ ଓ ଭଉଣୀମାନେ, ଏହି ସମସ୍ତ କ୍ଷେତ୍ରରେ ଏତେ ରୋଜଗାର ମିଳିଯିବ, ଏବେ ମୋତେ ମା’-ଭଉଣୀମାନଙ୍କୁ କହୁଥିଲ ଯେ ଏଥର ଯାତ୍ରୀ ଏତେ ଆସିଛନ୍ତି, ମୁଁ କହିଲି କେତେ ବିକ୍ରି ହୋଇଛି- ତେବେ ଟିକିଏ ପୂର୍ବରୁ ଶର୍ମା ଗଲେ କହି-କହି, ମୁଁ କହିଲି ନା-ନା, କୁହନ୍ତୁ, ପୁଣି ସେମାନେ କହିଲେ ଏଥର ଅଢ଼େଇ ଲକ୍ଷ ଟଙ୍କାର ବିକ୍ରି ହୋଇଗଲା । ତାଙ୍କୁ ଏତିକି ସନ୍ତୋଷ ଥିଲା । ଯଦି ସମସ୍ତ ଯାତ୍ରୀ, ସମସ୍ତ ପ୍ରବାସୀ ଯେଉଁଠିକୁ ଯିବେ ସେଠାରେ ସ୍ଥାନୀୟ ଗରିବ ଲୋକ ଉତ୍ପାଦ ଉତ୍ପାଦନ କରିଥାନ୍ତି, ସେହିଭଳି ସ୍ଥାନୀୟ ଅଞ୍ଚଳରେ ତିଆରି ହୋଇଥିବା ଜିନିଷ ୫ ଶତକଡ଼ା ବଜେଟ ଏହାକୁ ଯୋଡ଼ି ଦିଅନ୍ତୁ । ଆପଣ ଦେଖନ୍ତୁ ଆପଣଙ୍କୁ ଜୀବନରେ ସନ୍ତୋଷ ମିଳିବ ଏବଂ ଘରେ ରଖିବେ, ପିଲାମାନଙ୍କୁ କହିବେ ଯେ ଦେଖ ଆମେ ସେହି ବର୍ଷ ଯେତେବେଳେ ଉତ୍ତରାଖଣ୍ଡ ଯାଇଥିଲୁ ସେତେବେଳର ଏହି ଚିତ୍ର ତୋତେ ଭଲ ଲାଗୁଛି । ସେହି ଛବିର ପଛରେ ଆମେ ୨ଠ ଟଙ୍କା ଖର୍ଚ୍ଚ କରିଛେ, କିନ୍ତୁ ଏ ଯେଉଁ ଛୋଟ ଜିନିଷ ଦେଖୁଛ ତାହାକୁ ଜଣେ ବୁଢ଼ୀ ମା’ ତିଆରି କରିଥିଲେ। ମୁଁ ତାହାକୁ ନେଇ ଆସିଛି । ଆପଣଙ୍କୁ ଖୁସି ଲାଗିବ, ଆପଣ ସନ୍ତୋଷ ହେବେ, ସେଥିପାଇଁ ମୁଁ ଆଜି ଏଠାରୁ ପୁରା ଦେଶକୁ ପ୍ରାର୍ଥନା କରୁଛି ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ପାହାଡ଼ର ଲୋକମାନଙ୍କର ପ୍ରଥମ ପରିଚୟ ଏହା ଯେ ତାହା ବହୁତ ପରିଶ୍ରମୀ ହୋଇଥାଏ । ତାଙ୍କୁ ତାଙ୍କର ସାହସ, ତାଙ୍କର ଚାଲିଚଳଣୀର ପ୍ରବୃତ୍ତି ପାଇଁ ଜଣାଯାଇଥାଏ । ତାହା ପ୍ରକୃତିର ପ୍ରତି ଅଭିଯୋଗ କରେ ନାହିଁ । ସଙ୍କଟ ମଧ୍ୟରେ ଜୀଇଁବା ଶିଖି ନେଇଥାଏ ଆଜ୍ଞା । କିନ୍ତୁ ଆଜ୍ଞା ପୂର୍ବ ସରକାରଙ୍କ ସମୟରେ, ପାହାଡ଼ର ଲୋକମାନଙ୍କର ସାମର୍ଥ୍ୟକୁ ତାଙ୍କ ବିପକ୍ଷରେ ବ୍ୟବହାର କରାଗଲା । ଦଶକ ପର୍ଯ୍ୟନ୍ତ ସରକାର ଏହା ଭାବି ପାହାଡ଼କୁ ଅବହେଳିତ କରିଥାଏ ଯେ ସେମାନେ ପରିଶ୍ରମୀ ଲୋକ ଅଟନ୍ତି, ପାହାଡ଼ ଭଳି ସେମାନଙ୍କ ସାହସ, ସେମାନଙ୍କର ଶକ୍ତି ଏତେ ଅଧିକ କିନ୍ତୁ ତାଙ୍କୁ କିଛି ଆବଶ୍ୟକତା ପଡ଼େ ନାହିଁ ତାଙ୍କୁ ସେମିତି ହିଁ ରହିବାକୁ ଦିଆଯାଏ । ସେମାନଙ୍କୁ ମଧ୍ୟ ସୁବିଧା ଦରକାର । ଅସୁବିଧା ସମୟରେ ପାହାଡ଼ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସାହାଯ୍ୟ ମିଳିବା ଦରକାର । ଯେତେବେଳେ ସୁବିଧାମାନ ପହଂଚିବା କଥା ଆସେ, ଯେତେବେଳେ ସରକାରୀ ଯୋଜନାମାନର ଲାଭ ପହଂଚାଇବାର କଥା ହେଉ, ତେବେ ପାହାଡ଼ର ଲୋକମାନଙ୍କର ନମ୍ବର ସବୁଠାରୁ ଶେଷରେ ଆସିଥାଏ । ଏହି ଭାବନା ସହିତ ଦେଶ କେମିତି ଆଗକୁ ବଢ଼ିବ? ପାହାଡ଼ର ଲୋକମାନଙ୍କ ସହିତ ହେଉଥିବା ଏହି ଅନ୍ୟାୟକୁ ମୋତେ ଶେଷ କରିବାକୁ ଥିଲା । ସେଥିପାଇଁ, ପୂର୍ବେ ଯେଉଁ ଅଞ୍ଚଳକୁ ଦେଶର ସୀମା ଅନ୍ତ ମାନି ଆଢୁଆଳ କରି ଦିଆଯାଇଥାଏ, ଆମେ ସେଠାରୁ ସମୃଦ୍ଧିର ଆରମ୍ଭ ମାନି କାମ ଆରମ୍ଭ କରିଥିଲୁ । ପ୍ରଥମେ ଦେଶର ଶେଷ ଗାଁ ଜାଣି ଯାହାର ଅବହେଳା କରାଯାଉଥିଲା, ଆମେ ସେଠିକାର ଲୋକମାନଙ୍କର ଅବହେଳା ଉପରେ ଧ୍ୟାନ ଦେଇ କାମ କରିବା ଆରମ୍ଭ କଲୁ ।
ପୂର୍ବେ ଦେଶର ବିକାଶରେ ଯେଉଁମାନଙ୍କ ଯୋଗଦାନକୁ ମହତ୍ତ୍ୱ ଦିଆଯାଇ ନ ଥିଲା, ଆମେ ତାଙ୍କୁ ସାଥିରେ ନେଇ ପ୍ରଗତିର ମହାନ ଲକ୍ଷ୍ୟଆଡ଼କୁ ବଢ଼ିବାର ସଂକଳ୍ପ ନେଇଛନ୍ତି । ଆମେ ପାହାଡ଼ର ସେହି ଆହ୍ୱାନଗୁଡ଼ିକୁ ସମାଧାନ ବାହାର କରିବାକୁ ଚେଷ୍ଟା କଲୁ, ଯାହା ସହିତ ଲାଗିବାରେ ସେଠିକାର ଲୋକମାନଙ୍କର ବଡ଼ ଶକ୍ତି ହୋଇଯିବ ତାହା ଆମକୁ ମଞ୍ଜୁର ନ ଥିଲା । ଆମେ ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବିଜୁଳି ପହଂଚାଇବାର ଅଭିଯାନ ଚଳାଇଲୁ, ଯାହାର ବହୁତ ବଡ଼ ଲାଭ ମୋର ପାହାଡ଼ରେ ଥିବା ଭାଇ ଓ ଭଉଣୀମାନଙ୍କୁ ମିଳିବ । ମୁଁ ଏଠିକାର ଗାଁର ଜଣେ ମହିଳା ସରପଞ୍ଚ ଭଉଣୀଙ୍କୁ ଦେଖା କଲି, ମୁଁ ପଚାରୁଥିଲି ଶୌଚାଳୟ ହୋଇଗଲା ସେ କହିଲେ ହଁ ସାହେବ ହୋଇଗଲା । ମୁଁ କହିଲି ପାଣି ପହଂଚିଛି ସେ କହିଲେ ପାଇପ ଲାଗୁଛି । ଏତେ ତାଙ୍କର ମୁହଁରେ ଖୁସି ଥିଲା ନିଜ ଗାଁରେ କାମ ହେବାର ଆନନ୍ଦ ଥିଲା ଅନେକ, ସରପଂଚ ମହିଳା ଥିଲେ । ବଡ଼ ଗର୍ବର ସହିତ ମୋତେ କହୁଥିଲେ । ଆମେ ହର ଘର ଜଲର ଅଭିଯାନ ଚଳାଇଲୁ, ଯେଉଁ କାରଣରୁ ଆଜି ଉତ୍ତରାଖଣ୍ଡରେ ୬୫ ପ୍ରତିଶତରୁ ଅଧିକ ଘରେ ପାଇପରୁ ପାଣି ପଂହଚି ସାରିଲାଣି । ଆମେ ପ୍ରତ୍ୟେକ ପଂଚାୟତକୁ ଅପ୍ଟିକାଲ ଫାଇବର ସହିତ ଯୋଡ଼ିବାର ଅଭିଯାନ ଚଳାଇଲୁ, ଯେଉଁ କାରଣରୁ ଉତ୍ତରାଖଣ୍ଡର କୋଣ-ଅନୁକୋଣରେ ଆଜି ଡିଜିଟାଲ ସଂଯୋଗୀକରଣ ପହଂଚିପାରୁଛି । ମୁଁ ଆଜି ଦେଖୁଥିଲି, ସେମାନେ ମଧ୍ୟ ଅନଲାଇନ ପଇସା ନେଉଥିଲେ, ଡିଜିଟାଲ, ଫିନଟେନ । ମୁଁ ଟିକିଏ ଆମାର ପାର୍ଲାମେଣ୍ଟରେ କିଛି ବୁଦ୍ଧିମାନ ଲୋକ ବସୁଥଲେ, ତାଙ୍କୁ କହିବାକୁ ଚାହୁଁଛି ଯେ ମାଣା ଆସନ୍ତୁ ମାଣା । ଏ ମୋର ମାଣାରେ ଦେଖନ୍ତୁ, ଅଷ୍ଟମ ପଢ଼ିଥିବା ମୋର ବୁଢ଼ୀ ମା’, ଭଉଣୀମାନେ ଡିଜିଟାଲ ପେମେଣ୍ଟ ନେଉଛନ୍ତି । ପେଟିଏମ ଏମିତି ଲେଖାହୋଇଛି । କିଉଆର କୋଡ ଲଗାଇଛନ୍ତି, ନିଜ ଜିନିଷ ଆଗରେ, ଏହି ଶକ୍ତି ମୋର ଦେଶର ଏହି ମାଣା ଗାଁର ଏହି ଲୋକମାନଙ୍କ ନିକଟରେ ଦେଖିକି ଆହୁରି ଗର୍ବ ଲାଗୁଛି ।
ଆମର ଗାଁରେ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାର ଅଭିଯାନ ଚଳାଇଛୁ ଯେଉଁ କାରଣରୁ ଆଜି ଗାଁ ନିକଟରେ ଚିକିତ୍ସାର ସୁବିଧା ପହଂଚିପାରିଛି । ଏହି ଅଭିଯାନର ବହୁତ ବଡ଼ ଲାଭ ଆମର ମା’-ଭଉଣୀ-ଝିଅମାନଙ୍କୁ ଦେଉଛି । ଏକ ସମ୍ବେଦନଶୀଳ ସରକାର, ଗରିବଙ୍କର ଦୁଃଖ-କଷ୍ଟ ବୁଝିବା ଭଳି ସରକାର କିପରି କାମ କରିଥାଏ । ଏହା ଆଜି ଦେଶର ପ୍ରତ୍ୟେକ କୋଣରେ ଲୋକ ଅନୁଭବ କରିଥାଏ । ଏହା ଆଜି ଦେଶର ପ୍ରତ୍ୟେକ କୋଣରେ ଅନୁଭବ କରୁଛନ୍ତି। କରୋନାର ଏହି କାଳରେ, ଯେତେବେଳେ ଟିକାକରଣର ସମୟ ଆସିଲା, ଯଦି ପୂର୍ବ ସରକାର ରହିଥାନ୍ତେ ତେବେ ହୁଏତ ଏବେ ପର୍ଯ୍ୟନ୍ତ ଭାକସିନ ଏ ପର୍ଯ୍ୟନ୍ତ ବାହାରି ଆସିନଥାନ୍ତା, କିନ୍ତୁ ଏ ମୋଦୀ ଅଟନ୍ତି । ମୁଁ କହିଲି କରୋନା ଗଲା, ତା’ଠାରୁ ଅଧିକ ଶୀଘ୍ର ମୋତେ ଭାକସିନ ପାହାଡ଼ିଆ ଅଞ୍ଚଳରେ ନେବାକୁ ହେବ ଏବଂ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ମୋର ଉତ୍ତରାଖଣ୍ଡ ଏବଂ ମୋର ହିମାଚଳ ଦୁଇଟି ପ୍ରଦେଶର ସବୁଠାରୁ ପ୍ରଥମେ ଟିକାକରଣର କାର୍ଯ୍ୟ ପୂରା କରାଗଲା ଭାଇମାନେ । ଏହି ବୈଶ୍ୱିକ ମହାମାରୀରେ ଲୋକମାନଙ୍କୁ ଖାଦ୍ୟଶସ୍ୟ ଅଭାବର ଶିକାର ହେବାକୁ ନ ପଡୁ, ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କଲୁ । ଏହି ଯୋଜନା କାରଣରୁ ଉତ୍ତରାଖଣ୍ଡର ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ମାଗଣାରେ ଖାଦ୍ୟଶସ୍ୟ ମିଳିଲା ଏବଂ ଆମେ ଆହୁରି ଅଧିକ ନିଶ୍ଚିତ କଲୁ ଯେ କୌଣସି ଗରିବ ଘରେ ମଧ୍ୟ କୌଣସି ଦିନ ଏମିତି ହେବା କଥା ନୁହେଁ, ଯେଉଁଦିନ ଘରେ ଚୁଲି ନ ଜଳିଛି, ରୋଟି ତିଆରି ନ ହୋଇଛି, କୌଣସି ପିଲା ଭୋକରେ ଶୋଇଛି ସେହି ଦିନ ଦେଖିବାକୁ ଚାହୁଁ ନ ଥିଲି, ଏବଂ ଆମେ ସଫଳତା ପୂର୍ବକ ପୂରା କରିପାରିଲୁ ଭାଇ ଏବଂ ଭଉଣୀମାନେ ।
କିଛି ସମୟ ପୂର୍ବରୁ ଆମ ସରକାର ସେହି ଅବଧିକୁ ଆହୁରି ତିନି ମାସ ବଢ଼ାଇ ଦେଲେ । ଯାହାକି ଏହି ପର୍ବପର୍ମାଣୀ ଦିନରେ ଆମର ଗରିବ ପରିବାରକୁ ଅସୁବିଧା ନ ହେଉ । ଡବଲ ଇଞ୍ଜିନର ସରକାରଙ୍କ ପ୍ରୟାସ ଦ୍ୱାରା ଏବେ ଉତ୍ତରାଖଣ୍ଡରେ ବିକାଶ କାର୍ଯ୍ୟରେ ପୁଣି ଶୀଘ୍ରତା ଆସିଛି । ଯେଉଁ ଲୋକମାନେ ଘରୁ ବାହାରି ଚାଲି ଯାଇଥିଲେ, ଏବେ ନିଜ ପୁରୁଣା ଘରକୁ ବାହୁଡ଼ିଛନ୍ତି । ଗରେ ରହିବା, ଗେଷ୍ଟ ହାଉସ, ଢାବା, ଛୋଟ ଛୋଟ ଦୋକାନ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ଏହି ସୁବିଧା ପାଇଁ ଉତ୍ତରାଖଣ୍ଡରେ ପର୍ଯ୍ୟଟନର ବିସ୍ତାର ହେଉଛି ଯାହା ଦ୍ୱାରା ବିକାଶ କ୍ଷେତ୍ରକୁ ମଧ୍ୟ ଗତି ଦେବ । ମୋତେ ଖୁସି ଲାଗୁଛି ଯେ ଡବଲ ଇଞ୍ଜିନର ସରକାର ଏଠିକାର ଯୁବଗୋଷ୍ଠୀଙ୍କୁ ଘରେ ରହିବାର ସୁବିଧା ବଢ଼ାଇବା ପାଇଁ, ଯୁବଗୋଷ୍ଠୀଙ୍କ ଦକ୍ଷତାର ବିକାଶ ପାଇଁ ନିରନ୍ତର ଆର୍ଥିକ ସହାୟତା ପ୍ରଦାନ କରୁଛି । ସୀମାବର୍ତ୍ତୀ କ୍ଷେତ୍ରର ଯୁବଗୋଷ୍ଠୀଙ୍କୁ ଏନସିସି ସହିତ ଯୋଡ଼ିବାର ଅଭିଯାନ ମଧ୍ୟ ଏଠିକାର ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି । ପୂରା ଦେଶରେ ସୀମାବର୍ତ୍ତୀ କ୍ଷେତ୍ରରେ ଯେଉଁଠି ଭଲ ସ୍କୁଲ ଥିବ, ଏବେ ଏନସିସି ଆମେ ସେଠାରେ ଚଳାଇବା । ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ ସେଠାରେ ଏନସିସି ୭୫ ବର୍ଷ ଚାଲିଛି । ଏବେ ଏନସିସି ଚାଲିବ ଏହି ଗାଁରେ, ମୋର ଗାଁର ପିଲାମାନଙ୍କୁ ଏହାର ଲାଭ ମିଳିବ ।
ସାଥୀମାନେ,
ଆମର ପାହାଡ଼ର ଲୋକମାନଙ୍କର ସବୁଠାରୁ ବଡ଼ ଆହ୍ୱାନ ହେଉଛି ସଂଯୋଗୀକରଣ । ସଂଯୋଗୀକରଣ ନ ଥିବ, ତେବେ ପାହାଡ଼ ଉପରେ ଜୀବନ, ସତରେ ପାହାଡ଼ ଭଳି ହୋଇଥାଏ । ଆମର ଡବଲ ଇଞ୍ଜିନର ସରକାର, ଏହି ଆହ୍ୱାନର ମଧ୍ୟ ସମାଧାନ କରୁଛି । ଆଜି ଉତ୍ତରାଖଣ୍ଡକୁ ମଲ୍ଟିମୋଡାଲ କନେକ୍ଟିଭିଟି ପ୍ରଦାନ କରିବା ପାଇଁ ସବୁ ସାଧନ ଉପରେ କାର୍ଯ୍ୟ କରାଯାଉଛି । ହିମାଳୟର ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ଉପରେ ରେଳଗାଡ଼ିର ଶବ୍ଦ ଉତ୍ତରାଖଣ୍ଡର ବିକାଶର ଏକ ନୂଆ ଗାଧା ଲେଖିବ । ଡେରାଡୁନ ଏୟାରପୋର୍ଟ ମଧ୍ୟ ଏବେ ନୂଆ ରୂପରେ ସେବା ପ୍ରଦାନ କରୁଛି । ଏବେ ମୁଁ ହିମାଳଚ ପ୍ରଦେଶ ଯାଇଥିଲି, ସେଠାରେ ମୁଁ ବଂଦେ ଭାରତ ଟ୍ରେନର ଆରମ୍ଭ କରିଛି ଏବଂ ମୋତେ କେତେଜଣ କହିଲେ ଯେ ଆମର ଏଠାରେ ଦୁଇ ଦୁଇଟି ପିଢ଼ି ପୂର୍ବରୁ ଯେଉଁ ବୟସର ଲୋକ ଅଛନ୍ତି । ଏମିତି ଗାଁରେ ପ୍ରତ୍ୟେକ ଗାଁରେ ଲୋକ ଅଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ରେଳ ଦେଖିନାହାନ୍ତି ଏବଂ ଆପଣ ଆମର ହିମାଚଳରେ ବଂଦେ ଭାରତ ଟ୍ରେନ ନେଇ ଆସିଲେ । ବଂଦେ ଭାରତ ଟ୍ରେନ ଏବେ ଗୋଟିଏ ଷ୍ଟେସନ ପହଂଚିଛି, କିନ୍ତୁ ପୁରା ହିମାଚଳ ଏବଂ ପାହାଡ଼ର ଲୋକମାନଙ୍କ ପାଇଁ ବହୁତ ବଡ଼ ଉପହାର ଅଟେ । ସେହି ଦିନଗୁଡ଼ିକ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ଚାହୁଁଛି ଭାଇମାନେ । ଆଜି ସେ ହିମାଚଳରୁ ଉତ୍ତରାଖଣ୍ଡ ଯିବା ଆସିବା, ଚାରିଲେନ ରାଜପଥ ଏବଂ ଏକ୍ସପ୍ରେସ ୱେ ଶୀଘ୍ର ଆପଣଙ୍କୁ ସ୍ୱାଗତ କରିବ । ଧାରିଆମ ଅଁଲ ବେଦର ରୋଡ ଉତ୍ତରାଖଣ୍ଡର ଲୋକମାନଙ୍କ ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କର ଏକ ନୂଆ ଅନୁଭବ ଦେଉଛି । ଏବେ ସମସ୍ତ ପର୍ଯ୍ୟଟକ ଯିଏ ଅନ୍ୟ ରାଜ୍ୟରୁ ଉତ୍ତରାଖଣ୍ଡ ଆସୁଛନ୍ତି ସେ ସେଠାରୁ ଯାତ୍ରାର ଅଦ୍ଭୁତ ଆନଂଦର ଅନୁଭବ ନେଇ ଯାଉଛନ୍ତି । ଦିଲ୍ଲୀ-ଡେରାଡୁନ ଇକୋନୋମିକ କରିଡରରୁ ଦିଲ୍ଲୀ-ଡେରାଡୁନର ଦୂରତା କମ ହେବ, ଏହାଦ୍ୱାରା ଉତ୍ତରାଖଣ୍ଡର ଉଦ୍ୟୋଗଗୁଡ଼ିକର ମଧ୍ୟ ବୃଦ୍ଧି ଘଟିବ ।
ଭାଇ ଏବଂ ଭଉଣୀମାନେ,
ଆଧୁନିକ କନେକ୍ଟିଭିଟି ରାଷ୍ଟ୍ର ରକ୍ଷାର ମଧ୍ୟ ଗ୍ୟାରେଣ୍ଟି ହୋଇଥାଏ । ଏଥିପାଇଁ ଗତ ଆଠ ବର୍ଷରୁ ଆମେ ଏହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ । କିଛି ବର୍ଷ ପୂର୍ବରୁ ଆମେ କନେକ୍ଟିଭିଟିର ଦୁଇଟି ବଡ଼ ଯୋଜନା ଆରମ୍ଭ କରିଥିଲୁ । ଗୋଟିଏ ଭାରତମାଳା ଏବଂ ଦ୍ୱିତୀୟଟି ସାଗରମାଳା । ଭାରତମାଳା ଅନ୍ତର୍ଗତ ଦେଶର ସୀମାବର୍ତ୍ତୀ କ୍ଷେତ୍ରକୁ ଉନ୍ନତ କରିବା ଏବଂ ଚଉଡ଼ା ରାଜପଥ ସହିତ ସଂଯୋଗ କରାଯାଉଛି । ସାଗରମାଳାକୁ ଆପଣ ସାଗର ତଟମାନଙ୍କରେ ସଂଯୋଗୀକରଣକୁ ସଶକ୍ତ କରାଯାଉଛି । ଗତ ୮ ବର୍ଷରେ ଜମ୍ମୁ-କାଶ୍ମୀର ଠାରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବର୍ଡର କନେକ୍ଟିଭିଟି ମଧ୍ୟ ଅଦ୍ଭୁତପୂର୍ବ ବିସ୍ତାର ଆମେ କରିଛୁ । ୨୦୧୪ ପରେ ବୋର୍ଡର ରୋଡ ଅର୍ଗନାଇଜେସନ ପାଖାପାଖି ୭ ହଜାର କିଲୋମିଟର ନୂତନ ସଡ଼କର ନିର୍ମାଣ କରିଛନ୍ତି, ଶହ ଶହ ପୋଲ ନିର୍ମାଣ ହୋଇଛି । ବହୁତଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ଟନେଲ୍ସର ମଧ୍ୟ ପୂରା କାମ କରାଯାଇଛି । ଗୋଟିଏ ସମୟ ଥିଲା, ଯେତେବେଳେ ବର୍ଡର ତଟରେ ସଡ଼କ ତିଆରି କରିବା ପାଇଁ ମଧ୍ୟ ଦିଲ୍ଲୀରୁ ଅନୁମତି ନେବାକୁ ପଡୁଥିଲା । ଆମେ କେବଳ ଏହି ବାଧ୍ୟତାକୁ ସମାପ୍ତ କରିନାହୁଁ ବରଂ ବର୍ଡର କୂୂଳରେ ଭଲ ସଡ଼କ ତିଆରି କରି, ଦ୍ରୁତ ଗତିରେ ସଡ଼କ ତିଆରି କରିବାରେ ଜୋର ଦେଇଛୁ । ବର୍ତ୍ତମାନ ପାହାଡ଼ ରାଜ୍ୟମାନଙ୍କରେ ସଂଯୋଗୀକରଣକୁ ଆହୁରି ଭଲ କରିବା ପାଇଁ ଆମେ ବିଶେଷ ଭାବରେ ଯେମିତି ସାଗରମାଳା ଅଛି, ସେମିତି ଭାରତମାଳା ଅଛି, ସେହିପରି ଏବେ ପର୍ବତମାଳାର କାର୍ଯ୍ୟ ଆମକୁ ବଢ଼ାଇବାକୁ ହେବ । ଏହା ଅନ୍ତର୍ଗତ ଉତ୍ତରାଖଣ୍ଡ ଏବଂ ହିମାଚଳରେ ରୋପ ୱେର ବହୁତ ବଡ଼ ନେଟୱର୍କ ତିଆରି ହେବା ଆରମ୍ଭ ହୋଇଯାଇଛି । ଆମର ଏଠାରେ ଯେତେବେଳେ ଆମେ ବର୍ଡର କଥା ଶୁଣିଥାଉ ସେତେବେଳେ ଏହା ମନରେ ଆସିଥାଏ ଯେ ସେଠାରେ କେବଳ ଫୌଜ ସାଥୀ ଥିବେ, ବାକି ସବୁକିଛି ଜିରାନ ଥିବ, କିନ୍ତୁ ଏହି ଧାରଣାକୁ ମଧ୍ୟ ବଦଳାଇବାକୁ ହେବ ଏବଂ ଏହି ପୃଷ୍ଠଭୂମିରେ ମଧ୍ୟ ଆମେ ଏହାକୁ ବଦଳାଇବାକୁ ହେବ । ଆମର ବର୍ଡରର ଗାଁରେ ଚହଲ-ପହଲ ବଢ଼ିବା ଦରକାର, ଏଠିକାର ବିକାଶ ଜୀବନରେ ଉତ୍ସବ ପାଳନ କରିବା ଦରକାର । ଏହା ଆମେ ପ୍ରୟାସ କରୁଛୁ । ଏବଂ ଆମେ କହୁଛୁ ଯେ କିଏ କେବେ ଗାଁ ଛାଡ଼ି ଯାଇଛନ୍ତି, ତାଙ୍କୁ ନିଜ ଗାଁକୁ ଫେରାଇ ଆଣିବାକୁ ମନହୁଏ, ଏହିଭଳି ମୋତେ ଜୀବନ୍ତ ଗାଁ ଠିଆ ଆଣିବାକୁ ମନ ହୁଏ, ଏହିଭଳି ମୋତେ ଜୀବନ୍ତ ଗାଁ ଠିଆ କରିବାକୁ ହେବ । ଏବଂ ମୁଁ କହୁଛି ଯେ ଏମିତି ନୁହେଁ ମୁଁ କରିକି ଆସିଥିବି । ଗୁଜରାଟ ମଧ୍ୟରେ ପାକିସ୍ତାନର ସୀମାରେ ଶେରେ ଗାଁ ଅଛି, କଚ୍ଛର ରେଗିସ୍ତାନରେ ଧୋରଡ଼ା । ଆଜି ଧୋରଡ଼ା ବହୁତ ବଡ଼ ପର୍ଯ୍ୟଟନସ୍ଥଳୀ ହୋଇଛି । ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେକ ବର୍ଷ ଆସିଥାନ୍ତି । ସେଠିକାର ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କାର ବ୍ୟାପାର ହୋଇଥାଏ । ଶେଷରେ ଗାଁକୁ ଜୀବନ୍ତ କରିଦେଲେ, ସେହି କାରଣରୁ ପୁରା ଅଞ୍ଚଳ ଜୀବନ୍ତ ହୋଇଗଲା ।
ଏବେ ମୁଁ ପାକିସ୍ତାନର ସୀମାରେ ଗୁଜରାଟର ଅନ୍ୟ ଏକ ଅଞ୍ଚଳ ଅଛି ରେଗିସ୍ତାନରେ ଏକ ତୀର୍ଥ ସ୍ଥାନ ଥିଲା, ଏକ ମା’ର ସ୍ଥାନ ଥିଲା, ସେଠାରେ ବହୁତ ବଡ଼ ସ୍ଥାନ ତିଆରି କଲୁ । ଏବଂ ଉତ୍ତରାଖଣ୍ଡର ଅଫିସରଙ୍କୁ ମୁଁ ପଠାଇଥିଲି । ଟିକିଏ ଦେଖିକି ଆସନ୍ତୁ, କ’ଣ ମାଣାର ଆଖ-ପାଖରେ ଆମେ ଏମିତି କିଛି କରିପାରିବୁ କି? ମୁଁ ଭାବୁଛି, ମୁଁ ବର୍ଡରର ଗାଁରେ କିଛି ନା କିଛି ହେବା ଦରକାର, ଏଥିରେ ବୁଦ୍ଧି ଖଟାଇ ବସିଛି, ଏବଂ ଏଥିପାଇଁ ମୁଁ ଆଜି ଆସିଛି । କାରଣ ମୁଁ ତାହାକୁ ଟିକିଏ ଏବଂ ଆହୁରି ଅତି ନିଖୁଣତାର ସହ ବୁଝିବାକୁ ଚାହୁଁଛି । ଏବଂ ଏଠାରେ ମାଣାରୁ ମାଣା ନିକଟ ପର୍ଯ୍ୟନ୍ତ ଯେଉଁ ସଡ଼କ ତିଆରି ହେବ, ସେଥିରେ ମୋତେ ପୂରା ବିଶ୍ୱାସ ଅଛି ଯେ ପର୍ଯ୍ୟଟକଙ୍କୁ ଆସିବା ଯିବାରେ ଏକ ବଡ଼ ନୂତନ ଯୁଗର ଆରମ୍ଭ ହୋଇଯିବ । ଲୋକମାନେ ଏବେ ବଦ୍ରୀ ବିଶାଲରୁ ଫେରିଯିବେ ନାହିଁ । ଯେ ପର୍ଯ୍ୟନ୍ତ ମାଣା ପାଥ ଯିବେ ନାହିଁ, ସେହି ସ୍ଥିତି ମୁଁ ଆରମ୍ଭ କରୁଥିବି ଭାଇମାନେ । ଏହିଭଳି ଭାବରେ ଦେଶୀ ମଠରୁ ମଲାରୀ ସଡ଼କର ପ୍ରଶସ୍ତୀକରଣରୁ ସାଧାରଣ ଲୋକମାନଙ୍କ ସହିତ ହିଁ ଆମ ଫୌଜିମାନଙ୍କ ପାଇଁ ମଧ୍ୟ ବର୍ଡର ପର୍ଯ୍ୟନ୍ତ ପହଂଚାଇବା ବହୁତ ସହଜ ହେବ ।
ଭାଇ ଏବଂ ଭଉଣୀମାନେ,
ଆମର ପାହାଡ଼ ରାଜ୍ୟମାନଙ୍କର ଆହ୍ୱାନ ମଧ୍ୟ ଗୋଟିଏ ପ୍ରକାରର ହୋଇଥାଏ । ବିକାଶର ଆକାଂକ୍ଷାଗୁଡ଼ିକ ମଧ୍ୟ ବହୁତ ଅଧିକ ହୋଇଥାଏ । ବିଶେଷ ଭାବରେ ଉତ୍ତରାଖଣ୍ଡ ଏବଂ ହିମାଚଳ ଭୂଗୋଳ ଏବଂ ପରମ୍ପରା ହିସାବରେ ମଧ୍ୟ ଜଣେ ଅନ୍ୟଜଣଙ୍କ ସହିତ ଅନେକ ମାମଲାରେ ଜଡ଼ିତ ଅଛନ୍ତି । ଏ ଗଢ଼ୱାଲ ହେଉ, ଏବଂ ଭଭରକାମୀର, ଡେରାଡୁନର ସେ ପାଖରେ ଆପଣଙ୍କର ଶିମଲା ଏବଂ ସରମୋର ଆସିଯିବ । ଜୋନସାର ଏବଂ ସିରମୋରର ଗିରପାରେ ଅନ୍ତର କରିବା ବହୁତ ବଡ଼ କଷ୍ଟ ହୋଇଥାଏ । ମୁଁ ଏବେ ହିମାଚଳର ଅନେକ କ୍ଷେତ୍ରକୁ ଯାଇ ଆସିଛି । ସେଠାରେ ଉତ୍ତରାଖଣ୍ଡର ବହୁତ ଚର୍ଚ୍ଚା ରହିଛି । ହିମାଚଳବାସୀ କହୁଛନ୍ତି ଯେ, ଯେଉଁଭଳି ଭାବରେ ଉତ୍ତରାଖଣ୍ଡ ଦ୍ରୁତ ବିକାଶ ପାଇଁ, ଧରୋଦହୋଁ, ବିଶ୍ୱାସର ସ୍ଥାନର ବିକାଶ ପାଇଁ, ବୋର୍ଡର ଏବଂ ପାହାଡ଼ିଆ ଅଞ୍ଚଳରେ ସୁବିଧା ବଢ଼ାଇବା ପାଇଁ, ଡବଲ ଇଞ୍ଜିନର ସରକାରଙ୍କୁ ଦ୍ୱିତୀୟ ଥର ନେଇ ଆସିଲେ, ସେହି ମନ୍ତ୍ର ହିମାଚଳକୁ ମଧ୍ୟ ପ୍ରେରଣା ଦେଉଛି । ମୁଁ ଉତ୍ତରାଖଣ୍ଡକୁ ପୁଣିଥରେ ବିଶ୍ୱାସ ଦେଉଛି ଯେ ଆପଣଙ୍କ ଆଶା ଆକାଂକ୍ଷାକୁ ପୂରା କରିବା ପାଇଁ ଆମର ପରିଶ୍ରମ କେବେ କମ ହେବ ନାହିଁ । ମୁଁ ବାବା କେଦାର ଏବଂ ବଦ୍ରୀ ବିଶାଲଙ୍କୁ ଏହି ଜନତାମାନଙ୍କ ବିଶ୍ୱାସ ଉପରେ ଉତ୍ତୀର୍ଣ୍ଣ ହେବା ପାଇଁ ଆଶୀର୍ବାଦ ମାଗିବାକୁ ମଧ୍ୟ ଏଠାକୁ ଆସିଛି । ପୁଣିଥରେ ବିକାଶ ପାଇଁ ବିକାଶର ପରିଯୋଜନା ପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ଏତେବ ଆପଣ ଆଶୀର୍ବାଦ ଦେବାକୁ ଆସିଲେ, ମା’ମାନେ - ଭଉଣୀମାନେ ଆସିଲେ, ବୋଧହୁଏ ଆଜି ଘରେ କେହି ନ ଥିବେ । ଛୋଟିଆ ମାଣା ଆଜି ପୁରା ଏଠାରେ ପରିବେଶକୁ ବଦଳାଇ ଦେଇଛି । ମୁଁ କେତେ ଭାଗ୍ୟବାନ, ଯେତେବେଳେ ଏ ମା’ମାନେ - ଭଉଣୀମାନେ ମୋତେ ଆଶୀର୍ବାଦ ଦେବେ । ଆଜି ସର୍ବମୋଟରେ ମୋ ଜୀବନ ଧନ୍ୟ ହୋଇଗଲା । ମୁଁ ଦୀପାବଳିରେ ଆପଣସମସ୍ତଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ଏବଂ ମୁଁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ପିଲାମାନଙ୍କର ଉତ୍ତମ ପ୍ରଗତି ପାଇଁ ବଦ୍ରୀ ବିଶାଲଙ୍କ ଚରଣରେ ପ୍ରାର୍ଥନା କରି ମୋର ବାଣୀକୁ ବିରାମ ଦେଉଛି ।
ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହ କୁହନ୍ତୁ-
ଭାରତା ମାତା କି ଜୟ
ଭାରତା ମାତା କି ଜୟ
ଭାରତା ମାତା କି ଜୟ
ଜୟ ବଦ୍ରୀ ବିଶାଲ
ଜୟ ବଦ୍ରୀ ବିଶାଲ
ଜୟ ବଦ୍ରୀ ବିଶାଲ
ଜୟ ବାବା କେଦାର
ଜୟ ବାବା କେଦାର
ଜୟ ବାବା କେଦାର
NS/MB
(ରିଲିଜ ଆଡି: 1871403)
ପରିଦର୍ଶକ କାଉଣ୍ଟର : 216
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam