ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁ ସାହେବଙ୍କ ଦୃଷ୍ଟିଭଙ୍ଗୀ ସାକାର ପାଇଁ ଆମେ ଉଦ୍ୟମ ଜାରି ରଖିବୁ: ପ୍ରଧାନମନ୍ତ୍ରୀ

Posted On: 22 OCT 2022 5:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେମକୁଣ୍ଡ ସାହେବ ରୋପୱେକୁ ନେଇ ଖୁସି ବ୍ୟକ୍ତ କରିବା ସହ ପ୍ରଶଂସା କରିଥିବା ଜାଠେଦାର ଶ୍ରୀ ଅକାଲ ତଖତ ସାହେବ, ଶିଖି ସମ୍ପ୍ରଦାୟର ସମ୍ମାନନୀୟ ସଦସ୍ୟଗଣ ଓ ପ୍ରମୁଖ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ସାହେବଙ୍କ ଦୃଷ୍ଟିଭଙ୍ଗୀ ସାକାର ପାଇଁ ଉଦ୍ୟମ ଜାରି କରିବାକୁ ସେ ସଙ୍ଗତକୁ ଆଶ୍ୱାସନା ଦେଇଛନ୍ତି । ପତ୍ର ସୂଚନା ବ୍ୟୁରୋର ଏକ ଟ୍ୱିଟ ଶୃଙ୍ଖଳର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି: ଜାଠେଦାର ଶ୍ରୀ ଅକାଲ ତଖତ ସାହେବ, ଶିଖ ସମ୍ପଦ୍ରାୟର ସମ୍ମାନନୀୟ ସଦସ୍ୟଗଣ ଓ ପ୍ରମୁଖ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ହେମକୁଣ୍ଡ ସାହେବ ରୋପୱେକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ସେମାନଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ଓ ଗୁରୁ ସାହେବଙ୍କ ଦୃଷ୍ଟିଭଙ୍ଗୀ ସାକାର ପାଇଁ ପ୍ରୟାସ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଉଛି ।

 

SR



(Release ID: 1870347) Visitor Counter : 101