ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

13ଶ ବ୍ରିକ୍‌ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନି ଭାଷଣ

Posted On: 09 SEP 2021 1:32PM by PIB Bhubaneshwar

ମହାମହିମ, ରାଷ୍ଟ୍ରପତି ପୁଟିନ, ରାଷ୍ଟ୍ରପତି ଶି, ରାଷ୍ଟ୍ରପତି ରାମଫୋସା, ରାଷ୍ଟ୍ରପତି ବୋଲ୍‌ସୋନାରୋ

ନମସ୍କାର

ବ୍ରିକ୍‌ସ ଶିଖର ବାର୍ତ୍ତାରେ ଆପଣ ସଭିଙ୍କୁ ସ୍ବାଗତ କରୁଛି। ବିକାଶର 15ଶ ବାର୍ଷିକିରେ ଏହି ସମିଟର ଅଧ୍ୟକ୍ଷତା କରିବା ମୋ ପାଇଁ, ଏବଂ ଭାରତ ପାଇଁ ଏକ ଆନନ୍ଦର ବିଷୟ। ଆଜିର ଏହି ବୈଠକରେ ଆମ ନିକଟରେ ବିସ୍ତୃତ ଏଜେଣ୍ଡା ରହିଛି। ବୈଠକର ଏଜେଣ୍ଡା ଆପଣ ସଭିଙ୍କ ପାଖରେ ରହିଛି। ଯଦି ଆପଣ ସଭିଙ୍କ ସହମତି ଥିବ ତେବେ ଆମେ ଏହି ଏଜେଣ୍ଡାକୁ ଗ୍ରହଣ କରିପାରିବା। ଆପଣଙ୍କୁ ଧନ୍ୟବାଦ। ଏଜେଣ୍ଡାକୁ ବର୍ତ୍ତମାନ ସ୍ବୀକାର କରାଯାଉଛି।

ମହାମହିମ,

ଏଜେଣ୍ଡା ପାରିତ ହେବା ପରେ, ଆମେ ସଭିଏଁ ସଂକ୍ଷିପ୍ତରେ ନିଜର ଓପନିଂ ରିମାର୍କ ଦେଇ ପାରିବା। ପ୍ରଥମେ ମୁଁ ମୋର ପ୍ରାରମ୍ଭିକ ମତାମତ ଦେବି, ଏବଂ ଏହାପରେ ଜଣେ ପରେ ଜଣେ ଆପଣ ସଭିଙ୍କୁ ଆମନ୍ତ୍ରିତ କରିବି।

ମହାମହିମ,

ଭାରତର ଅଧ୍ୟକ୍ଷତା ସମୟରେ ଆମକୁ ସମସ୍ତ ବ୍ରିକ୍‌ସ ପାର୍ଟନରମାନଙ୍କ ଠାରୁ ବହୁତ ସହଯୋଗ ମିଳିଛି। ଏଥିପାଇଁ ମୁଁ ଆପଣ ସଭିଙ୍କ ନିକଟରେ କୃତଜ୍ଞ ଅଟେ। ଗତ ପନ୍ଦର ବର୍ଷରେ ବ୍ରିକ୍‌ସ ଅନେକ ଉପଲବ୍ଧି ହାସଲ କରିଛି। ଆଜି ଆମେ ବିଶ୍ବର ବିକାଶଶୀଳ ଅର୍ଥବ୍ୟବସ୍ଥା ପାଇଁ ପ୍ରଭାବଶାଳୀ ସ୍ବର ଅଟୁ। ବିକାଶଶୀଳ ଦେଶକୁ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମଧ୍ୟ ଏହି ମଞ୍ଚ ଉପଯୋଗୀ ରହିଛି।

ବ୍ରିକ୍‌ସ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ, କଣ୍ଟିନଜେନ୍ସି ରିଜର୍ଭ ଏଗ୍ରିମେଣ୍ଟ ଏବଂ ଏନର୍ଜି ରିସର୍ଚ୍ଚ କୋପରେସନ ପ୍ଲାଟଫର୍ମ ପରି ମଜବୁତ୍ ସଂସ୍ଥାର ସୃଜନ କରିଛି। ନିସନ୍ଦେହ ଗର୍ବ କରିବା ପାଇଁ ଆମ ନିକଟରେ ବହୁତ କିଛି ରହିଛି। କିନ୍ତୁ ଏହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ଆମେ ଆତ୍ମସନ୍ତୁଷ୍ଟ ହେବା ନାହିଁ ଏବଂ ଏହା ମଧ୍ୟରେ ସୀମିତ ରହିବା ନାହିଁ। ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ବ୍ରିକ୍‌ସ ଆଗାମୀ 15 ବର୍ଷରେ ଆହୁରି ଦାୟୀତ୍ବସମ୍ପର୍ଣ୍ଣ ହେବ। ଭାରତ ନିଜର ଅଧ୍ୟକ୍ଷତା ପାଇଁ ଯେଉଁ ଥିମ ର ଚୟନ କରିଛି, ତାହା ଏହି ପ୍ରାଥମିକତାକୁ ଦର୍ଶାଇଥାଏ – ‘‘ବ୍ରିକ୍‌ସ ଆଟ୍ 15 : ଇଣ୍ଟ୍ରା- ବ୍ରିକ୍‌ସ କୋପରେସନ୍ ଫର କଣ୍ଟିନ୍ୟୁଟି, କନସୋଲିଡେସନ ଆଣ୍ଡ କନ୍‌ସେନ୍‌ସସ୍’’ ଏହି ଚାରି ସି ଏକ ପ୍ରକାର ଭାବରେ ଆମର ବ୍ରିକ୍‌ସ ଭାଗିଦାରୀର ମୂଳ ସିଦ୍ଧାନ୍ତ ଅଟେ।

ଚଳିତ ବର୍ଷ କୋଭିଡ୍‌ ର ଆହ୍ବାନ ସତ୍ତ୍ବେ, 150 ରୁ ଅଧିକ ବ୍ରିକ୍‌ସ ବୈଠକ ଏବଂ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି, ଯେଉଁଥିରେ 20 ରୁ ଅଧିକ ମନ୍ତ୍ରୀ ସ୍ତରର ଥିଲେ। ପରମ୍ପରାଗତ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସହିତ ଆମେ ବ୍ରିକସର ଏଜେଣ୍ଡାର ବିସ୍ତାର କରିବାର ମଧ୍ୟ ପ୍ରଚେଷ୍ଟା କରିଛୁ। ଏହି ସନ୍ଦର୍ଭରେ ଚଳିତ ବର୍ଷ ବ୍ରିକ୍‌ସ ଅନେକ ‘‘ଫାଷ୍ଟ’’ ହାସଲ କରିଛି। ଅର୍ଥାତ ଅନେକ ବିଷୟ ପ୍ରଥମ ଥର ହୋଇଛି। ନିକଟରେ ପ୍ରଥମ ‘‘ବ୍ରିକ୍‌ସ ଡିଜିଟାଲ୍ ହେଲ୍‌ତ ସମ୍ମିଳନୀ’’ର ଆୟୋଜନ ହୋଇଛି। ଟେକ୍‌ନୋଲୋଜି ସହାୟତାରେ ହେଲ୍‌ଥ ଆକ୍ସେସକୁ ବଢ଼ାଇବା ପାଇଁ ଏହା ଏକ ନୂତନ ପଦକ୍ଷେପ ଅଟେ। ନଭେମ୍ବରରେ ଆମର ଜଳ ସମ୍ବଳ ମନ୍ତ୍ରୀ ବ୍ରିକ୍‌ସ ଫର୍ମାଟରେ ପ୍ରଥମ ଥର ସାକ୍ଷାତ କରିବେ। ଏହା ମଧ୍ୟ ପ୍ରଥମ ଥର ହୋଇଛି ଯେ ବ୍ରିକ୍‌ସ ‘‘ମଲ୍‌ଟିଲାଟେରାଲ୍ ସିଷ୍ଟମ୍‌ ର ମଜବୁତି ଏବଂ ସୁଧାର’’ ଉପରେ ଏକ ମିଳିତ ପୋଜିସନ ଗ୍ରହଣ କରିଛି। ଆମେ ବ୍ରିକ୍‌ସ ‘‘କାଉଣ୍ଟର ଟେରୋରିଜିମ୍ ଆକ୍ସନ ପ୍ଲାନ’’ ମଧ୍ୟ ଅପଡେଟ୍ କରିଛୁ। ଆମର ଅନ୍ତରୀକ୍ଷ ଏଜେନ୍ସିଙ୍କ ମଧ୍ୟରେ ‘‘ରିମୋଟ୍ ସେନ୍ସିଂ ସାଟେଲାଇଟ୍ କନଷ୍ଟେଲେସନ’’ ରାଜିନାମା ଦ୍ବାରା ସହଯୋଗର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି।

ଆମର କଷ୍ଟମ୍‌ସ ବିଭାଗ ମଧ୍ୟରେ ସହଯୋଗ ଦ୍ବାରା ଇଣ୍ଟ୍ରା ବ୍ରିକ୍‌ସ ବ୍ୟବସାୟ ସହଜ ହେବ। ଏକ ଭର୍ଚୁଆଲ୍ ନେଟୱର୍କ ଭାବରେ ‘‘ବ୍ରିକ୍‌ସ ଭାକ୍ସିନ୍ ଗବେଷଣା ଏବଂ ବିକାଶ କେନ୍ଦ୍ର’’ ଆରମ୍ଭ କରିବା ଉପରେ ସହମତି ସୃଷ୍ଟି ହୋଇଛି। ‘‘ବ୍ରିକ୍‌ସ ଆଲାଏନ୍‌ସ ଅନ୍ ଗ୍ରୀନ୍ ଟୁରିଜିମ୍’’ ଆଉ ଏକ ନୂଆ ପଦକ୍ଷେପ ଅଟେ।

ମହାମହିମ,

ଏହି ସମସ୍ତ ପଦକ୍ଷେପ ଦ୍ବାରା କେବଳ ନାଗରିକତାକୁ ଲାଭ ମିଳିବ ନାହିଁ, ଆମର ବ୍ରିକ୍‌ସ ସଙ୍ଗଠନ ମଧ୍ୟ ଆଗାମୀ ବର୍ଷରେ ପ୍ରାସଙ୍ଗିକ ହେବ। ମୋର ବିଶ୍ବାସ ଯେ ଆଜିର ବୈଠକ ବ୍ରିକ୍‌ସକୁ ଭବିଷ୍ୟତରେ ଆହୁରି ଉପଯୋଗୀ କରିବା ପାଇଁ ଉପଯୁକ୍ତ ଦିଗ ପ୍ରଦାନ କରିବ। ଏହି ମହତ୍ତ୍ବପୂର୍ଣ୍ଣ ବିଶ୍ବ ତଥା କ୍ଷେତ୍ରୀୟ ବିଷୟ ଉପରେ ମଧ୍ୟ ଆଲୋଚନା କରିବା।

 

BS




(Release ID: 1869973) Visitor Counter : 62