ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅକ୍ଟୋବର ୨୨ରେ ୧ଠ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ "ରୋଜଗାର ମେଳା" ନିଯୁକ୍ତି ଅଭିଯାନ
ପ୍ରଥମ ଦଫାରେ ୭୫ ହଜାର ନୂତନ ନିଯୁକ୍ତି
ନୂତନ ନିଯୁକ୍ତି ପାଉଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର ହେବ ନିଯୁକ୍ତିପତ୍ର
ଚୟନ ପ୍ରକ୍ରିୟା ସରଳ ହୋଇଥିବା ବେଳେ, ପ୍ରଯୁକ୍ତି ଉପଯୋଗ ଯୋଗୁ ନିଯୁକ୍ତି ପଦ୍ଧତି ଦ୍ରୁତତର ହେବ
ଜନକଲ୍ୟାଣ ଓ ଯୁବପିଢ଼ିକୁ ନିଯୁକ୍ତି ସୁଯୋଗ ଦେବାର ସରକାରଙ୍କ ଅଙ୍ଗୀକାରବଦ୍ଧତା ଯୋଗୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି
ପୋଷ୍ଟ କରାଯିବା ଦିନାଙ୍କ:
20 OCT 2022 1:50PM by PIB Bhubaneswar
୧ଠ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୨ ତାରିଖ ଦିନ ରୋଜଗାର ମେଳା ଶୁଭାରମ୍ଭ କରିବେ । ଏହି ଦିନ ପୂର୍ବାହ୍ନ ୧୧ଟା ବେଳେ ଏହା ଭିଡିଓ କନଫରେନ୍ସିଂ ଜରିଆରେ ସମ୍ପନ୍ନ ହେବ । ଉତ୍ସବରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧନ ମଧ୍ୟ କରିବେ ।
ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବା ସହ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା ସୂଚନା ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଞ୍ଜୁରପ୍ରାପ୍ତ ପଦବୀ ଅଧୀନରେ ଉକ୍ତ ସ୍ଥାନଗୁଡ଼ିକୁ ମିଶନ ମୋଡରେ ପୂରଣ କରିବା ପାଇଁ ଲାଗିପଡ଼ିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରୁ ବଛାଯାଉଥିବା ନବନିଯୁକ୍ତମାନେ ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଯୋଗ ଦେବେ । ସେମାନେ ସରକାରଙ୍କ ବିଭିନ୍ନ ଶ୍ରେଣୀ ଯଥା ଗ୍ରୁପ-ଏ ଓ ଗ୍ରୁପ-ବି ଗେଜେଟେଡ । ଗ୍ରୁପ-ବି (ନନଗେଜେଟେଡ) ଓ ଗ୍ରୁପ-ସିରେ ଯୋଗ ଦେବେ । ଯେଉଁ ପଦବୀରେ ନିଯୁକ୍ତିମାନ ହେବ ସେଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ସଶକ୍ତବଳ ଅଧିକାରୀ, ସବ ଇନସିପେକ୍ଟର, କନେଷ୍ଟବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନିସପେକ୍ଟର, ଏମଟିଏସ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଏହି ନିଯୁକ୍ତ ମିଶନ ମୋଡରେ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଅନ୍ୟାନ୍ୟ ନିଯୁକ୍ତକାରୀ ସଂସ୍ଥା ଯଥା ୟୁପିଏସସି, ଏସଏସସି, ରେଳବାଇ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଛି । ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚୟନ ପ୍ରକ୍ରିୟା ସରଳ ଓ ପ୍ରଯୁକ୍ତି ମାଧ୍ୟମରେ କରାଯାଇଛି ।
***
SM/MB
(ରିଲିଜ ଆଡି: 1869733)
ପରିଦର୍ଶକ କାଉଣ୍ଟର : 1442
ଏହି ରିଲିଜ ପଢନ୍ତୁ :
Tamil
,
Telugu
,
Kannada
,
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati