ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ମାଁ ଅମୃତମ୍ (ପିଏମଜେୱାଇ-ଏମଏ) ଯୋଜନା ଆୟୂଷ୍ମାନ କାର୍ଡ ବିତରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
17 OCT 2022 10:15PM by PIB Bhubaneshwar
ନମସ୍କାର !
ଧନତେରସ ଏବଂ ଦିୱାଲୀ ସାମ୍ନାରେ ଦେଖାଯାଉଛି। ଧନତେରସ ଏବଂ ଦୀପାବଳୀ ପୂର୍ବରୁ ନିଜ ଗୁଜରାଟରେ ଆରୋଗ୍ୟର ମହା ମହୋତ୍ସବ ହେଉଛି। ଆମର ଏଠାରେ ଆମେ ଧନତେରସରେ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରିଥାଉ। ଭଗବାନ ଧନ୍ୱନ୍ତରୀଙ୍କୁ ଆୟୁର୍ବେଦର ଜନ୍ମଦାତା କୁହାଯାଏ ଏବଂ ଏପରି କୁହାଯାଏ ଯେ ଦେବତାମାନଙ୍କର ଚିକିତ୍ସା ଭଗବାନ ଧନ୍ୱନ୍ତରୀଙ୍କ ଦ୍ୱାରା ହୋଇଥାଏ। ଏଥିପାଇଁ କୁହାଯାଏ ଯେ ସେ ହେଉଛନ୍ତି ଆରୋଗ୍ୟର, ପ୍ରେରଣାର ଇଷ୍ଟ ଦେବ। ଆଉ ଆରୋଗ୍ୟଠାରୁ ବଡ଼ ଧନ, ଆରୋଗ୍ୟଠାରୁ ବଡ଼ ସୌଭାଗ୍ୟ ଅବା କ’ଣ ହୋଇପାରେ? ଆଉ ଆମର ଏଠାରେ ତ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି-
ଆରୋଗ୍ୟମ୍ ପରମଂ ଭାଗ୍ୟମ୍।
ଆଉ ମୋ ପାଇଁ ଖୁସିର କଥା ଏହା ଯେ, ଆଜି ଆମର ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଯେଉଁ କାର୍ଯ୍ୟ କରାଯାଇଛି, ଏଭଳି ଦିୱାଲୀ ଉତ୍ସବ ସମୟରେ ଏପରି କାର୍ଯ୍ୟ କେହି ଚିନ୍ତା କରନ୍ତି ନାହିଁ। ସମସ୍ତେ ଅବକାଶର ଚିନ୍ତାରେ ଥାଆନ୍ତି। ଆଜି ଏଠାରେ ଯେତେବେଳେ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ହେବ, ଏହା ସହିତ ହିଁ ଆଜି ରାତି ସୁଦ୍ଧା ଦେଢ଼- ଦୁଇ ଲକ୍ଷ ଲୋକଙ୍କ ପାଖରେ କାର୍ଡ ପହଂଚାଇବାର ଅଭିଯାନ ଚାଲୁ ରହିଛି । ଆଉ 50 ଲକ୍ଷ ଲୋକଙ୍କୁ କାର୍ଡ ଦେବାର କାର୍ଯ୍ୟ, ମୁଁ ତ, ସରକାରଙ୍କର ଆମର ସମସ୍ତ ସାଥୀମାନଙ୍କୁ, ପୁରୁଣା- ପୁରୁଣା ସମସ୍ତ ବନ୍ଧୁ ଅଛନ୍ତି, ସରକାରୀ ଅଧିକାରୀମାନଙ୍କୁ ଆଜି ବିଶେଷ ଅଭିନନ୍ଦନ ଜଣାଉଛି ଯେ, ଆପଣମାନେ ଦିୱାଲୀରେ ଏତେ ବଡ଼ କାର୍ଯ୍ୟ ମୁଣ୍ଡକୁ ନେଇଛନ୍ତି, ଆପଣମାନଙ୍କର ଏହି ପରିଶ୍ରମ ନିଶ୍ଚିତ ସଫଳତା ଆଣି ଦେବ । ଆଉ ଆମର ଏଠାରେ କୁହାଯାଇଛି, ସର୍ବେ ସନ୍ତୁ ନିରାମୟା ଅର୍ଥାତ ସମସ୍ତେ ରୋଗମୁକ୍ତ ରୁହନ୍ତୁ, ଆମର ପୂର୍ବଜମାନଙ୍କର ଯେଉଁ କଳ୍ପନା ରହିଥିଲା, ଯେଉଁ ଚିନ୍ତାଧାରା ଥିଲା, ସେହି ବ୍ୟକ୍ତିଙ୍କର, ସେହି ପରିବାରର, ସେହି ସମାଜର, ବଡ଼ରୁ ଅତି ବଡ଼ ସୁରକ୍ଷା କବଚ ସେହି ମନ୍ତ୍ରକୁ ନେଇ ଆଜି ଆୟୂଷ୍ମାନ ଯୋଜନା ଚାଲୁ ରହିଛି, ଏକା ସହିତ ଅଭିଯାନ ଚାଲୁ କରି 50 ଲକ୍ଷ ପରିବାରଙ୍କ ପର୍ଯ୍ୟନ୍ତ ପହଂଚିବାର ଅର୍ଥାତ ଗୁଜରାଟର ଅଧା ଜନସଂଖ୍ୟା, ଏହା ହେଉଛି ବହୁତ ବଡ଼ କାର୍ଯ୍ୟ। ଜିଲ୍ଲା ହେଉ, ତହସିଲ ହେଉ କିମ୍ବା ଗ୍ରାମପଂଚାୟତ, ପ୍ରତ୍ୟେକ ସ୍ତରରେ ହିତାଧିକାରୀଙ୍କୁ ଖୋଜି ଯେଉଁମାନଙ୍କୁ କାର୍ଡ ମିଳି ନାହିଁ ସେହିମାନଙ୍କ ପର୍ଯ୍ୟନ୍ତ ପହଂଚିବାର ଏହି କାର୍ଯ୍ୟ ହେଉଛି ବାସ୍ତବରେ ଅଭିନନ୍ଦନ ଯୋଗ୍ୟ, ଏହି କାରଣରୁ ବଡ଼ ଲୋକମାନଙ୍କର ଆଶୀର୍ବାଦ ମିଳିବ। ଆମେ ସମସ୍ତେ ଜାଣିଛୁ ଯେ ସମଗ୍ର ବିଶ୍ୱରେ ଯେଉଁ ପ୍ରଗତିଶୀଳ ଦେଶ ରହିଛି, ସମୃଦ୍ଧ ଦେଶ ରହିଛି, ସେଠାରେ ବୀମାର କଥା ଆମେ ଶୁଣି ଆସିଛୁ, ଆମେ ଭାରତ ସେମାନଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ, କେବଳ ସ୍ୱାସ୍ଥ୍ୟ ବୀମା ହିଁ ନୁହେଁ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସର ଏହି ବହୁତ ବଡ଼ ସ୍ୱପ୍ନକୁ ଆମେ ଦେଖିଛୁ। ଆଉ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଆପଣମାନଙ୍କର ସହଯୋଗ ମିଳିଛି।
ଆଜିକାର ଏହି କାର୍ଯ୍ୟକ୍ରମ ଏକ ପ୍ରକାରରେ ଯେତେବେଳେ ରାଜନୈତିକ ଦୃଷ୍ଟିରୁ ସ୍ଥିର ସରକାର ହୋଇଥିବେ ଆଉ ତାଙ୍କର କାର୍ଯ୍ୟ ସଂସ୍କୃତି ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଏବଂ ସମାଜକୁ ସମର୍ପିତ ହୋଇଥିବ, ସେତେବେଳେ କିଭଳି ଅଦ୍ଭୁତ ପରିଣାମ ଆସି ପାରେ, ଏହା ହେଉଛି ଏହି କଥାର ହେଉଛି, ଆଉ ଆଜି ଏହାକୁ ଦେଶ ଏବଂ ଗୁଜରାଟ ଦେଖୁଛି । ପୂର୍ବରୁ କ’ଣ ଥିଲା, ପୂର୍ବ ସରକାର ଥିଲେ, ସବୁ ଥିଲା କିନ୍ତୁ କୌଣସି ଯୋଜନା ଲାଗୁ କରାଯାଉଥିଲା, ସେତେବେଳେ କେବଳ କୌଣସି ବଡ଼ ସଭାଗୃହ ଭିତରେ ଦୀପ ଜଳୁଥିଲା, ରିବନ କଟାଯାଉଥିଲା, କିମ୍ବା ଭଲ ଭାଷଣ କୁହାଯାଉଥିଲା, ଆଉ କଥା ଶେଷ ହୋଇ ଯାଉଥିଲା। ଯେଉଁ ଲୋକମାନେ ସଚେତନ ରହୁଥିଲେ, ସେମାନେ ଯୋଜନାର ଲାଭ ପାଉଥିଲେ, କେତେ ଲୋକଙ୍କର ଲାଭ ତ ମଧ୍ୟସ୍ଥି ନେଇ ଯାଉଥିଲେ, ଆଉ ଯୋଜନା ଏହିଭଳି ଭାବେ ଶେଷ ହୋଇ ଯାଉଥିଲା। ଆମେ ଏହି ରୀତିକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତନ କରି ଦେଇଛୁ। ଅର୍ଥ ବ୍ୟୟ ହେଉ, କିନ୍ତୁ ତାହାର ଲାଭ ମଧ୍ୟ ହେଉ, କେବଳ ଯୋଜନା ଶୁଭାରମ୍ଭ ହୋଇଗଲେ, ଦୀପ ଜଳା ହୋଇଗଲେ, ରିବନ କଟା ହୋଇଗଲେ, ସେତିକି କାମ ନୁହେଁ, ଘର- ଘରକୁ ସରକାର ଯାଆନ୍ତୁ, ସେମାନଙ୍କ ମଧ୍ୟରୁ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଖୋଜନ୍ତୁ, ସେମାନଙ୍କ ପାଖରେ ପହଂଚି ସମସ୍ୟାର ନିବାରଣ କରନ୍ତୁ, ଏହି ପ୍ରକାରର ଏଇ ବଡ଼ ପଦକ୍ଷେପ ଆମେ ଉଠାଇଛୁ। ଏହି ବଡ଼ ପଦକ୍ଷେପ ଗ୍ରହଣ କରି ଆମେ ଆଗକୁ ବଢ଼ୁଛୁ।
ଆଜି ଯେତେବେଳେ ଯୋଜନା ତିଆରି ହୋଇଥାଏ, ସେତେବେଳେ ପ୍ରଥମେ ସାଧାରଣ ଲୋକମାନଙ୍କର ଅସୁବିଧା କ’ଣ ରହିଛି ସେମାନଙ୍କର ଆବଶ୍ୟକତା କ’ଣ ରହିଛି, ଦୀର୍ଘ ସମୟରେ ସେଥିରେ କ’ଣ ପରିବର୍ତନ କରିବାର ଆବଶ୍ୟକତା ରହିଛି ସରକାର ସମ୍ପୂର୍ଣ୍ଣ ଭାବେ ତାହାର ରୂପରେଖ ପ୍ରସ୍ତୁତ କରନ୍ତି। ଗରିବଙ୍କ ଜୀବନରେ, ମଧ୍ୟମ ବର୍ଗଙ୍କ ଜୀବନରେ କେଉଁ- କେଉଁ ଅସୁବିଧା ରହିଛି, କେଉଁ- କେଉଁ ପ୍ରତିବନ୍ଧକ ରହିଛି, ତାହାକୁ ରୋକିବାର କାର୍ଯ୍ୟ ହୋଇଥାଏ। ଆଉ ତାହାର ଲାଭ ଏହା ହୋଇଥାଏ ଯେ ବହୁତ ଭଲ ଭାବେ ନୀତି ପ୍ରସ୍ତୁତ ହୋଇଥାଏ, ଅଭ୍ୟାସ କରିବା ପରେ ନୀତି ପ୍ରସ୍ତୁତ ହୋଇଥାଏ ତେବେ ସବୁଗୁଡ଼ିକର ସମାବେଶ ହୋଇ ଯାଇଥାଏ, ଆଉ ନୀତି ପ୍ରସ୍ତୁତ ହେବା ପରେ ଏପରି କିଛି ଲାଗିଥାଏ ଯେ ସେଥିରେ କିଛି ବୃଦ୍ଧି କରିବାର ଆବଶ୍ୟକତା ରହିଛି, ଯେପରି ଆଜି ଆମର ଭୂପେନ୍ଦ୍ର ଭାଇଙ୍କ ସରକାର ଏହାର ପରିସୀମା ବୃଦ୍ଧି କରିଦେଲେ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇଦେଲେ ତେଣୁ ମଧ୍ୟମ ବର୍ଗର କେତେ ଲୋକ ଏହାର ହିତାଧିକାରୀ ପାଲଟିଗଲେ ଆଉ ଏହିସବୁ ଯୋଜନାଗୁଡ଼ିକର ଲାଭ ସିଧାସଳଖ ସରକାର ଲୋକମାନଙ୍କ ଘରକୁ ଯାଇ ଦେବେ, ଏହି ଦିଗରେ ଆମେ କାର୍ଯ୍ୟ କରୁଛୁ।
ସାଥୀଗଣ,
ଯେତେବେଳେ ଦେଶର ନାଗରିକ ସାଧାରଣ ନାଗରିକ ସଶକ୍ତ ହୋଇଯାଏ, ସେତେବେଳେ ସେ ଶକ୍ତିଶାଳୀ ହୋଇ ଯାଇଥାଏ, ଆଉ ଆପଣମାନେ ଜାଣନ୍ତି ଯେ ଯେତେବେଳେ ଆପଣ ଶକ୍ତିଶାଳୀ ହୋଇଥିବେ ତେବେ ମଝିରେ କିଛି ଆସି ହିଁ ନ ଥାଏ ଭାଇ, ଆଉ ଏଥିପାଇଁ ଆମେ ସ୍ଥିର କରିଛୁ ଯେ ଭାରତର ସମସ୍ତ ନାଗରିକମାନଙ୍କୁ ସଶକ୍ତ କରିବା- ଏମପାୱାର କରିବା ବିଶେଷ କରି ମାଆ- ଭଉଣୀମାନଙ୍କୁ। ଆଜି ଗରିବଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବା ଦ୍ୱାରା ତାଙ୍କୁ କାଠ ଧୂଆଁରେ ଜୀବନ ଜୀଇଁବାକୁ ପଡ଼ୁଥିଲା, ରୋଷେଇରେ ଆମେ ତାଙ୍କୁ ସେହି ରୋଗରୁ ରକ୍ଷା କରି ପାରିଲେ। ଆମେ ଗରିବଙ୍କୁ ପକ୍କା ଘର ଦେବା, ପକ୍କା ଛାତ ବାଲା ଘର ଦେବା, ସେହି କାରଣରୁ ସେମାନଙ୍କ ଜୀବନରେ ମଧ୍ୟ ପରିବର୍ତନ ହେଉ, ଆଉ କେତେକ ଛୋଟ- ଛୋଟ ଅସୁବିଧାରୁ ମୁକ୍ତି ମିଳୁ। ତାଙ୍କୁ ପାଇପ ଦ୍ୱାରା ଜଳ ମିଳୁ, ବିଶୁଦ୍ଧ ପିଇବା ପାଣି ମିଳୁ, ଶୌଚାଳୟ ନିର୍ମାଣ ହେବା ଦ୍ୱାରା, ଏହିସବୁ ଜିନିଷ ହେଉଛି ଏଭଳି ଯେ ରୋଗକୁ ଆସିବା ଠାରୁ ରକ୍ଷା କରେ, ଘର ବାହାରେ ହିଁ ଅଟକାଇ ଦେଇଥାଏ। ଏହି ସମସ୍ତ ମୌଳିକ କାର୍ଯ୍ୟଗୁଡ଼ିକ ଉପରେ ଆମେ ଧ୍ୟାନ ଦେଉଛୁ ଆଉ ଯେତେବେଳେ ନିକଟରେ ଏତେ ବଡ଼ ବୈଶ୍ୱିକ ମହାମାରୀ ଆସିଲା ସେତେବେଳେ ଆମେ କୌଣସି ମଧ୍ୟ ଗରିବଙ୍କ ଚୂଲି ଲିଭିବାକୁ ଦେଇ ନାହୁଁ । 80 କୋଟି ଲୋକଙ୍କ ପାଖରେ ଦୁଇରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟ ପହଂଚୁଛି, ଏତେ ବଡ଼ ମହାମାରୀ ଆସିଛି, ଏଥିପାଇଁ ଯେ ମୋ ଦେଶର କୌଣସି ମଧ୍ୟ ଘରର ଚୂଲି ନ ଜଳୁ ଏଭଳି ଚଳିବ ନାହିଁ, ଆମେ ଏଥିପାଇଁ ଚିନ୍ତା କରିଛୁ।
କେବଳ ଏତିକି ହିଁ ନୁହେଁ ପିଲା ସ୍ୱାସ୍ଥ୍ୟବାନ ନ ହେଲେ ତେବେ ଦେଶ ସୁସ୍ଥ ହୋଇ ପାରିବ ନାହିଁ, କୁପୋଷଣରୁ ଆମକୁ ବାହାରକୁ ଆସିବାକୁ ହିଁ ପଡ଼ିବ। ଆଉ ଏବେ ତ ଗୁଜରାଟ ବଡ଼ ଅଭିଯାନ ଆରମ୍ଭ କରିଛି, ଆମର ସି. ଆର. ପାଟିଲ ବଡ଼ ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ଯେ ସମସ୍ତେ ଏଥିମଧ୍ୟରୁ ବାହାରକୁ ବାହରନ୍ତୁ, ଆୟୂଷ୍ମାନ ଭାରତ ଯୋଜନା, ପିଏମଜେଏୱାଇ, ଆମ ସରକାରଙ୍କ ପ୍ରୟାସ କାରଣରୁ ବହୁତ ବଡ଼ ଉତମ ଉଦାହରଣ ସୃଷ୍ଟି ହୋଇପାରିଛି, ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି, ଆଉ ଆଜି ତ ଗୁଜରାଟର ଗାଁ- ଗାଁରେ ଯେଭଳି ମୁଁ କହିଲି ଯେ ୫୦ ଲକ୍ଷ ଆୟୂଷ୍ମାନ କାର୍ଡ ଏହି ଦୀପାବଳୀର ଦିନଗୁଡ଼ିକରେ ପ୍ରଦାନ କରିବାର କାର୍ଯ୍ୟ ଏହା ଆମେ ବହୁତ ବଡ଼ ଦାୟୀତ୍ୱ ଉଠାଇଛୁ। ଆଉ ପୂର୍ବରୁ ଏକ ସମୟ ଥିଲା, ଘରେ କେହି ରୋଗ ବେମାରରେ ପଡ଼ିଲେ, ଆଉ ବିଶେଷ କରି ଆମ ମାଆ- ଭଉଣୀମାନେ ରୋଗରେ ପଡ଼ୁଥିଲେ, ତେବେ ପରିସ୍ଥିତି କ’ଣ ହେଉଥିଲା, ସାହେବ ମଙ୍ଗଳସୂତ୍ର ବନ୍ଧା ରଖିବାକୁ ପଡ଼ୁଥିଲା । 5 ହଜାର 10 ହଜାର ଆଣି ରୋଗର ଚିକିତ୍ସା କରିବାକୁ ପଡ଼ୁଥିଲା, ଏଭଳି ଦିନ ଆମେ ଦେଖିଛୁ। ଆଜି ସେହିସବୁ ବାଧ୍ୟବାଧକତା ଚାଲି ଯାଇଛି ଆଉ ଆଜି ତ ଯେଉଁ ଆୟୂଷ୍ମାନ କାର୍ଡ ଅଛି, ଯେପରି ଆପଣଙ୍କ ପାଖରେ ସୁନା ଅଛି ଆଉ ଆପଣ କୁହନ୍ତି ଯେ ଅଧ ରାତିରେ ମଧ୍ୟ କାର୍ଯ୍ୟରେ ଆସିବ, ସୁନା ହେଉଛି ଏହିଭଳି, ଏମିତି ଆମେ କହୁ। ଯେପରି ସୁନା ଆପଣଙ୍କର ଅଧ ରାତିରେ ମଧ୍ୟ କାର୍ଯ୍ୟରେ ଆସିଥାଏ, ସେମିତି ହିଁ ମୁଁ ଯେଉଁ ଆୟୂଷ୍ମାନ କାର୍ଡ ଦେଇଛି ନା, ତାହା ହେଉଛି ସୁନା ହିଁ, ଅଧ ରାତିରେ ମଧ୍ୟ ଆପଣଙ୍କର କାର୍ଯ୍ୟରେ ଆସିଥାଏ, କାର୍ଡ ନେଇ ଯିବେ ତେବେ ହାସ୍ପାତାଳର ଦ୍ୱାର ଖୋଲିଯିବ, ତୁରନ୍ତ ହିଁ ଆପଣଙ୍କର ଯାଂଚ ଆରମ୍ଭ, ସୁନା ଭଳି କାର୍ଯ୍ୟ କରିଥାଏ କି ନୁହେଁ? ଆଉ ଏଥିପାଇଁ ମୁଁ କହୁଛି ଯେ ଏହା ହେଉଛି 5 ଲକ୍ଷର ଏଟିଏମ ଯାହାର ଆବଶ୍ୟକତା ପଡ଼ିଲା ବେଳେ ଆମେ ଯେଭଳି ଏଟିଏମରୁ ପଇସା ବାହାର କରୁଛେ ନା ସେମିତି ହିଁ ଏହା ଆପଣଙ୍କୁ ସାହାଯ୍ୟ କରିଥାଏ। ଏହାର ଲାଭ ସମାଜର ଅଧିକରୁ ଅଧିକ ଲୋକଙ୍କୁ ମିଳୁ ଆଉ ଭଗବାନ ଆମକୁ ଯେଉଁ ଆଶୀର୍ବାଦ ଦେଇଛନ୍ତି। ଆମେ ଚାହୁଁଛୁ ଯେ ସମସ୍ତଙ୍କର ଆୟୂ ଦୀର୍ଘ ହେଉ, ମାନି ନିଅନ୍ତୁ ଆମେ ସ୍ଥିର କରିବା ଯେ 30 ବର୍ଷର କୌଣସି ପରିବାରର କୌଣସି ବଡ଼ ଲୋକ ହେଉ ଆଉ ତାଙ୍କୁ ଆୟୂଷ୍ମାନ କାର୍ଡ ମିଳିଲା ଆଉ ଭାବି ନିଅନ୍ତୁ ଯଦି ସେ 70 ବର୍ଷ ପର୍ଯ୍ୟନ୍ତ ଜୀଉଁଛନ୍ତି ତେବେ ଏକୁଟିଆ ତାଙ୍କ ଖାତାରେ ରୋଗର କ’ଣ ବ୍ୟବସ୍ଥା କରିଛନ୍ତି, ଜାଣନ୍ତି ପ୍ରତ୍ୟେକ ବର୍ଷ 5 ଲକ୍ଷ ଟଙ୍କା ଅର୍ଥାତ ଦେଢ଼ରୁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ତାଙ୍କୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନିମନ୍ତେ ରୋଗରେ ଖର୍ଚ୍ଚ ହେଲେ ସେହି ପଇସା ସରକାର ଦେବେ। ଦେଢ଼ରୁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା, ଯେ ପର୍ଯ୍ୟନ୍ତ ବଂଚିବେ ସେ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ 5 ଲକ୍ଷ ତାଙ୍କ ପାଇଁ ତାଙ୍କ ପାଖରେ ଗଚ୍ଛିତ ରହିବ। ଆଜି ତ କେତେ ପ୍ରକାରର ରୋଗ କିମ୍ବା ଭିନ୍ନ- ଭିନ୍ନ ରୋଗର ଅସ୍ତ୍ରୋପଚାର କରିବାକୁ ପଡ଼େ, ତେବେ ସାଧାରଣ ନାଗରିକଙ୍କୁ ତାଙ୍କର ରୋଜଗାର ହରାଇବାକୁ ପଡ଼େ। ଆଜି ଏହି କାରଣରୁ ସେ ସୁସ୍ଥ ହୋଇ ପାରିବେ, ଏବେ ପିୟୂଷ ଭାଇଙ୍କୁ ଦେଖିଲି ଶରୀର କେତେ କମ୍ ହୋଇ ଯାଇଛି, ଚିନ୍ତାକରନ୍ତୁ, ଆଜି ଏହି କାର୍ଡ ନ ଥାଆନ୍ତା ଆୟୂଷ୍ମାନ ତେବେ ଆପଣଙ୍କ ପିୟୂଷ ଭାଇଙ୍କ ଜୀବନ କେତେ ଅସୁବିଧାରେ ଜଡ଼ିତ ହୋଇ ଯାଇ ଥାଆନ୍ତା। ତେଣୁକରି ସମସ୍ତ ଯୋଜନାଗୁଡ଼ିକର ଲାଭ, ବାସ୍ତବରେ ସମାଜକୁ ଶକ୍ତି ପ୍ରଦାନ କରିଥାଏ, ଏଥିପାଇଁ ଆୟୂଷ୍ମାନ ହେଉଛି ବାସ୍ତବରେ ଆପଣଙ୍କ ପରିବାରର ସବୁଠାରୁ ବଡ଼ ତ୍ରାଣକର୍ତା, ହେଉଛି ସବୁଠାରୁ ବଡ଼ ସଙ୍କଟମୋଚକ।
ଭାଇ ଓ ଭଉଣୀମାନେ,
ଆଜି ପର୍ଯ୍ୟନ୍ତ ଆମେ ଦେଶରେ କେତେଗୁଡ଼ିଏ ଯେଉଁ ଯୋଜନାମାନ ପ୍ରସ୍ତୁତ କରିଛୁ, ଏ ପର୍ଯ୍ୟନ୍ତ 4 କୋଟି ଲୋକ ଏହାର ଲାଭ ନେଇ ସାରିଛନ୍ତି। ଆମ ଗୁଜରାଟରେ ସେଥିରେ ମଧ୍ୟ ପ୍ରାୟ 50 ଲକ୍ଷ ଲୋକ ଏହାର ଲାଭ ନେଇ ସାରିଛନ୍ତି। ଆଉ ଏହି ସବୁ ଚିକିତ୍ସା କାରଣରୁ ଆଜି ଯେଉଁ ସୁଖୀ ଜୀବନ ଜୀଉଁଛନ୍ତି, ଆଉ ତାଙ୍କର କେତେ ଅର୍ଥ ସଂଚୟ ହୋଇଛି। ଆପଣମାନେ ଟିକେ ଚିନ୍ତା କରନ୍ତୁ, ଏହି ଜଣ-ଜଣଙ୍କୁ ପଚାରିଲି ତେବେ କିଏ କୁହନ୍ତି 5 ଲକ୍ଷ ହୋଇ ଥାଆନ୍ତା, କେହି କୁହନ୍ତି 8 ଲକ୍ଷ ହୋଇ ଥାଆନ୍ତା ଏହି ସବୁ ଅର୍ଥ ସଂଚୟ ହୋଇଗଲା, କୋଟିଏ ହେଲେ ପଇସା ଖର୍ଚ୍ଚ ହୋଇ ନାହିଁ, ଆଉ ସୁସ୍ଥ ହୋଇ ପିଲାମାନଙ୍କୁ ବଡ଼ କରୁଛନ୍ତି ଏହି ଲୋକମାନେ। ଅର୍ଥାତ ଏହି କାର୍ଯ୍ୟ ଆମେ କରିଛୁ ଆଉ ମୁଁ ସନ୍ତୋଷ ଯେ ଆୟୂଷ୍ମାନ ଭାରତର ଲାଭ ଆଜି ଅଧିକରୁ ଅଧିକ ଲୋକ ନେଉଛନ୍ତି ଆଉ କୌଣସି ରୋଗ ଆସିବ ନାହିଁ, ଆଉ ଯଦି ଆସିବ ତେବେ ତାହାଙ୍କୁ ବାଧ୍ୟବାଧକତାରେ ବଂଚିବାକୁ ପଡ଼ିବ ନାହିଁ, ତାଙ୍କୁ ରୋଗର ଚିକିତ୍ସାର ବ୍ୟବସ୍ଥା ମିଳୁ, ଏହି କଥାର ଚିନ୍ତା ଆମେ କରିଛୁ । ଆଉ ମୁଁ ତ କହିବି ଯେ ମାଆ-ଭଉଣୀମାନଙ୍କୁ ଏହା ଫଳରେ ଏକ ବଡ଼ ଶକ୍ତି ମିଳିଛି, ଆଉ ଆମର ଏଠାରେ ପରିସ୍ଥିତି ହେଉଛି କିଭଳି ସେ ବିଷୟରେ ଆପଣମାନଙ୍କୁ ଜଣାଅଛି, ମାଆ-ଭଉଣୀମାନେ ନିଜର ଚିନ୍ତା କମ୍ କରନ୍ତି, କୌଣସି ମାଆଙ୍କୁ ରୋଗ ହୋଇଥାଏ, ବହୁତ କଷ୍ଟ ଅନୁଭବ ହୋଇଥାଏ କିନ୍ତୁ ଘରେ କାହାରିକୁ ଜଣା ପଡ଼ିବାକୁ ଦିଅନ୍ତି ନାହିଁ, କାମ କରି ଚାଲନ୍ତି, କାରଣ ତାଙ୍କ ମନରେ ଗୋଟିଏ ହିଁ ବିଚାର ଆସିଥାଏ ଯେ, ଯେବେ ଘରେ ସମସ୍ତଙ୍କୁ ଜଣା ପଡ଼ିଯିବ ଯେ ମୋତେ ରୋଗ ହୋଇଛି, ଆଉ ଏମାନେ ସମସ୍ତେ ଔଷଧରେ ଖର୍ଚ୍ଚ କରିବେ ତେବେ ଧାରଉଧାର ବଢ଼ିଯିବ, ଆଉ ସେଥିପାଇଁ ସେ ରୋଗକୁ ଲୁଚାଇ ଦିଅନ୍ତି, ଆଉ ସବୁକିଛି ସହି ଚାଲନ୍ତି। ଏବେ ଆଜି ଆପଣ ଚିନ୍ତା କରନ୍ତୁ ଯେ ଆମର ଏହିସବୁ ମାଆମାନେ କେତେ ଦିନ ପର୍ଯ୍ୟନ୍ତ ଏହାକୁ ଭୋଗି ଚାଲିବେ, ଆଉ ଏହି ପୁଅ ସେହି ମାଆମାନଙ୍କୁ ଅସୁବିଧାରୁ ବାହାରକୁ ବାହାର କରିବ ନାହିଁ ତେବେ କିଏ ବାହାର କରିବ ଭାଇ, ଏଥିପାଇଁ ଆମେ ଏହି ଯୋଜନା ନେଇ ଆସିଛୁ ଯେ ଏବେ ଆମର ମାଆମାନଙ୍କୁ ରୋଗ ଲୁଚାଇବାକୁ ପଡ଼ିବ ନାହିଁ ଆଉ ଘରର ପିଲାମାନଙ୍କର ଚିନ୍ତାରେ ଔଷଧ ଠାରୁ ଦୂରରେ ରହିବାର କଥା ବଦଳାଇବାକୁ ପଡ଼ିବ ନାହିଁ, ଆଉ ସରକାର ଅର୍ଥ ଦେବେ, ଆପଣଙ୍କର ରୋଗ ଶେଷ ହେଉ ତାହାର ଚିନ୍ତା କରିବ।
ମୁଁ ଏହା ମାନୁଛି ଯେ ମୋର ମାଆ- ଭଉଣୀମାନେ ବିଶେଷ କରି ଏବେ ଆପଣମାନଙ୍କୁ କଷ୍ଟ ହେଲେ ତେବେ ନିଶ୍ଚିତ ଭାବେ ଆୟୂଷ୍ମାନ କାର୍ଡ ଧରନ୍ତୁ ଆଉ ରୋଗ ହେଲେ ଦୁଇ ଦିନ ପାଇଁ ଯଦି ଡାକ୍ତରଖାନାରେ ରହିବାକୁ ପଡେ, ତେବେ ଦୁଇ ଦିନ ଘରେ ପିଲାମାନଙ୍କୁ କଷ୍ଟ ହେବ, କିନ୍ତୁ ପରେ ଶାନ୍ତି ମିଳିଯିବ, କିନ୍ତୁ କେବେ ମାଆ-ଭଉଣୀମାନେ ଚିନ୍ତା କରନ୍ତି, ଦୁଇ ଦିନ ପାଇଁ ପିଲାମାନଙ୍କୁ କଷ୍ଟ ହେବ, କିନ୍ତୁ ଥରେ ଆପଣମାନଙ୍କର ପରୀକ୍ଷା କରାଇନେବା ଦରକାର। ଆଉ ମୋର ମନେଅଛି, ଯେତେବେଳେ ମୁଁ ଗୁଜରାଟରେ ଥିଲି ସେତେବେଳେ ମୁଁ ଚିରଞ୍ଜିବୀ ଯୋଜନା ଆରମ୍ଭ କରିଥିଲି, ଚିରଞ୍ଜିବୀ ଯୋଜନାରେ ପ୍ରଥମେ କ’ଣ ହେଉଥିଲା ନା, ପ୍ରସୂତି ସମୟରେ ହିଁ ହୁଏତ ମାଆଙ୍କର ମୃତ୍ୟୁ ହୋଇ ଯାଉଥିଲା କିମ୍ବା ସନ୍ତାନର ମୃତ୍ୟୁ ହୋଇ ଯାଉଥିଲା କିମ୍ବା ମାଆ ଓ ସନ୍ତାନ ଉଭୟଙ୍କର ମୃତ୍ୟୁ ହୋଇ ଯାଉଥିଲା, ଆମେ ସେମାନଙ୍କୁ ବଂଚାଇବା ପାଇଁ ଚିରଞ୍ଜିବୀ ଯୋଜନା ନେଇକରି ଆସିଲୁ ଆଉ ହସ୍ପିଟାଲରେ ସମସ୍ତଙ୍କର ଦେଖାଶୁଣା ହେବାକୁ ଲାଗିଲା। ଆଜି ଗୁଜରାଟରେ ବହୁତ ବଡ଼ ସଂଖ୍ୟାରେ କେଉଁଠି ମାତ୍ର କେତୋଟି ଘଟଣା ଦେଖିବାକୁ ମିଳିବ ଯେଉଁମାନଙ୍କର ପ୍ରସୂତି ଘରେ ହେଉଥିବ। ଏହିଭଳି ଭାବେ ଆମେ ଏହି ପିଲାମାନଙ୍କର ଜନ୍ମ ହେବା ପରେ ମଧ୍ୟ କେତେ ପରିମାଣରେ ଦେଖାଶୁଣା କରିବାକୁ ପଡ଼ିଥାଏ ତେଣୁ ଆମେ ବାଲଭୋଗ ଯୋଜନା ନେଇ ଆସିଲୁ, ଏହିସବୁ କାରଣରୁ ସେମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତନ ଆଣିଲୁ ଆଉ ତାହା ସହିତ ହିଁ ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଅମୃତମ୍ ଯୋଜନା- ମାଁ ଯୋଜନା ନେଇ ଆସିଲୁ ଆଉ ଆଜି ପିଏମଜୟମା, ସମଗ୍ର ଯୋଜନା ଏବେ ନୂଆ ହୋଇଗଲା, ସେଥିରେ ପିଏମ ଜୟ ଯୋଜନା ଏବଂ ମାଁ ଯୋଜନା ଦୁଇଟି ଯାକୁ ଯୋଡ଼ି ଦେଇ ପିଏମଜୟମା ହୋଇଗଲା ଆଉ ପିଏମଜୟମାଁର ତ ଆଜି ଗୁଜରାଟ ସରକାର ବିସ୍ତାର ମଧ୍ୟ କରିଛନ୍ତି। ଆଉ ମୋର ବିଶ୍ୱାସ ରହିଛି ଯେ ଆପଣଙ୍କୁ ପୂର୍ବରୁ ମଧ୍ୟ ଏହି ସବୁର ଲାଭ ମିଳିଛି, ଆଜି ମଧ୍ୟ ମିଳୁଛି ଆଉ ଲାଭ ମାତ୍ରା ମଧ୍ୟ ବଢ଼ୁଛି, ଯେଉଁ କାରଣରୁ ଆପଣ ଅସୁବିଧା ସମୟରେ ଏହାର ବିସ୍ତାର ହେବା କାରଣରୁ ତାହାର ଲାଭ ପାଇ ପାରିବେ। ଆଜି କେବଳ ଗୁଜରାଟ ହିଁ ନୁହେଁ ଆମର ସାଥୀ ଦେଶମାନଙ୍କର କେତେକ ଅଂଚଳରେ ମଧ୍ୟ ଆମର ଗୁଜରାଟୀ ବାହାରକୁ ଯାଆନ୍ତି, ଦେଶବାସୀ ବାହାରକୁ ଯାଆନ୍ତି, ଗୁଜରାଟରୁ ଅନ୍ୟ ରାଜ୍ୟମାନଙ୍କୁ ବାହାରକୁ ଯାଆନ୍ତି, ଏବେ ସେଠାରେ ରହିଥିବୁ ତ କ’ଣ କରିବୁ, ମୁଁ କହିଲି ନା ଏହା ହେଉଛି ଏପରି ଏକ ସୁନା ଯେ ଆପଣ ମୁମ୍ବାଇ ଯାଆନ୍ତୁ ଆଉ ସେଠାରେ ରହିଥିବେ ତେବେ ସେଠାରେ ଏହାଦ୍ୱାରା ଚିକିତ୍ସା କରାଇ ପାରିବେ, ଆପଣ କୋଲକାତା ଯାଇଛନ୍ତି ଆଉ ଆପଣଙ୍କର କିଛି ହୋଇଗଲା ତେବେ ସେଠାରେ ମଧ୍ୟ ଚିକିତ୍ସା କରାଇ ପାରିବେ, ଏହାଦ୍ୱାରା ସବୁଠାରେ ଚିକିତ୍ସାର ବ୍ୟବସ୍ଥା ମିଳିବ ତାହାର ଚିନ୍ତା ଆଜି ଆମେ କରିଛୁ। ଆଉ ସେହି କାରଣରୁ ପରିବାରର ଲୋକମାନେ କେଉଁଠାରେ ମଧ୍ୟ ରହି ଥାଆନ୍ତୁ, ସେମାନେ ମଧ୍ୟ ଏହାର ଲାଭ ପାଇ ପାରିବେ, ସମଗ୍ର ପରିବାରକୁ ଏହାର ଲାଭ ମିଳିଥାଏ, କେବଳ ଏତିକି ହିଁ ନୁହେଁ, ବାହାରୁ ଯେଉଁମାନେ ରାଜ୍ୟକୁ ଆସିଛନ୍ତି, ତାଙ୍କୁ ମଧ୍ୟ ଯଦି ନିଜ ରାଜ୍ୟରେ ଯଦି କିଛି ଅସୁବିଧା ହେବ ତେବେ ନିଜ ରାଜ୍ୟର ହସ୍ପିଟାଲରେ ମଧ୍ୟ ସେମାନଙ୍କୁ ଲାଭ ମିଳୁ, ଅର୍ଥାତ ଭାରତର ନାଗରିକମାନଙ୍କୁ ଆରୋଗ୍ୟର ସୁବିଧା ସମଗ୍ର ହିନ୍ଦୁସ୍ତାନର କୋଣ ଅନୁକୋଣରେ ମିଳୁ, ଯେହେତୁ ଏହି ସୁନା ଆପଣଙ୍କର ହାତରେ ରହିଛି, କେବେ ହେଲେ ମଧ୍ୟ ଦ୍ୱିବିଧାରେ ପଡ଼ନ୍ତୁ ନାହିଁ, ତାହାର ଚିନ୍ତା ଆମେ କରୁଛୁ।
ଆଜି ଆପଣମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଲା, ମୋତେ ବହୁତ ଖୁସି ଲାଗିଲା, ଆପଣଙ୍କର ଖର୍ଚ୍ଚର ଚିନ୍ତା କମ୍ ହୋଇଛି, ମୋର ଆପଣ ସମସ୍ତଙ୍କୁ ଶୁଭକାମନା, ବହୁତ- ବହୁତ ଧନ୍ୟବାଦ।
*****
AH
(Release ID: 1869453)
Visitor Counter : 108
Read this release in:
English
,
Urdu
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam