ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରାସିଲିଆରେ 11ଶ ବ୍ରିକ୍‌ସ ଶିଖର ସମ୍ମିଳନୀର ସମ୍ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (15 ନଭେମ୍ବର 2019)

Posted On: 15 NOV 2019 2:03PM by PIB Bhubaneshwar

ପ୍ରେସିଡେଣ୍ଟ ବୋଲସୋନାରୋ

ପ୍ରେସିଡେଣ୍ଟ ପୁଟିନ୍

ପ୍ରେସିଡେଣ୍ଟ ଜି ଓ

ପ୍ରେସିଡେଣ୍ଟ ରାମାଫୋସା

ମୋତେ ମିତ୍ର ଦେଶ ବ୍ରାଜିଲର ଏହି ସୁନ୍ଦର ରାଜଧାନୀରେ 11ଶ ବ୍ରିକ୍‌ସ ସମିଟ ପାଇଁ ଆସି ବହୁତ ଖୁସି ଲାଗୁଛି। ଭବ୍ୟ ସ୍ବାଗତ ଏବଂ ସମିଟର ଉନ୍ନତ ବ୍ୟବସ୍ଥା ପାଇଁ ମୋର ମିତ୍ର ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କୁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି।

ମହାମହିମ,

ଏହି ସମିଟର ବିଷୟବସ୍ତୁ – ‘‘ଇକୋନୋମିକ୍ ଗ୍ରୋଥ୍ ଫର ଆନ୍ ଇନୋଭେଟିଭ୍ ଫ୍ୟୁଚର’’ ବହୁତ ସଠିକ୍ ଅଟେ। ଇନୋଭେସନ ଆମର ବିକାଶର ଆଧାର ହୋଇ ସାରିଛି। ଏଥିପାଇଁ, ଆବଶ୍ୟକ ହେଉଛି ଆମେ ଇନୋଭେସନ ପାଇଁ ବ୍ରିକ୍‌ସ ଅନ୍ତର୍ଗତ ସହଯୋଗକୁ ମଜବୁତ କରିବା। ବ୍ରାଜିଲ୍ ନିଜେ ଇନୋଭେସନ ଏବଂ ବ୍ୟାବହାରିକ ସହଯୋଗ ପାଇଁ ଅନେକ ସଫଳ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ବର୍ଷରେ ମଧ୍ୟ ବ୍ରାଜିଲ୍ ର ପଦକ୍ଷେପ ସହିତ ଆମକୁ କାର୍ଯ୍ୟରତ ରହିବା ଆବଶ୍ୟକ।

ମହାମହିମ,

10 ବର୍ଷ ପୂର୍ବେ, ଆର୍ଥିକ ସଙ୍କଟ ଏବଂ ଅନେକ ଆର୍ଥିକ ସମସ୍ୟା ସମୟରେ ବ୍ରିକ୍‌ସର ଶୁଭାରମ୍ଭ କରାଯାଇଥିଲା। 2009 ରେ ୟେକାତେରିନବର୍ଗରେ ଆରମ୍ଭ ହୋଇଥିବା ଯାତ୍ରା ଅନେକ ଉଲ୍ଲେଖନିୟ ସୋପାନ ଅତିକ୍ରମ କରିସାରିଛି। ଚଳିତ ବର୍ଷରେ ବ୍ରିକ୍‌ସ ଦେଶ ବିଶ୍ବ ଆର୍ଥିକ ବୃଦ୍ଧିର ପ୍ରମୁଖ ଇଞ୍ଜିନ୍ ଭାବରେ ରହିଛି। ଏବଂ ସମ୍ପୂର୍ଣ୍ଣ ମାନବତାର ବିକାଶରେ ଆମର  ଯୋଗଦାନ ଦେଉଛି। ଏହା ସହିତ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ମଲ୍‌ଟିପୋଲାର ବିଶ୍ବର ପ୍ରମୁଖ କାରକ ଭାବରେ ବିକଶିତ ହେଉଛି।

ମହାମହିମ,

ଏବେ ଆମକୁ ଆଗାମୀ 10 ବର୍ଷରେ ବ୍ରିକ୍‌ସର ଦିଗ, ତଥା ଆପୋଷ ସହଯୋଗକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ବିଚାର କରିବାକୁ ହେବ। ଅନେକ କ୍ଷେତ୍ରରେ ସଫଳତା ସତ୍ତ୍ବେ କିଛି କ୍ଷେତ୍ରରେ ପ୍ରଚେଷ୍ଟାକୁ ବଢ଼ାଇବା ପାଇଁ ଅନେକ ସୁଯୋଗ ରହିଛି। ଗ୍ଲୋବାଲ୍ ଇକୋନୋମିର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ବ୍ରିକ୍‌ସ ମେକାନିଜିମ୍ ଏବଂ ପ୍ରୋସେସ କୁ ଅଧିକ ଦକ୍ଷ ତତା ଆଉଟକମ୍ ଡ୍ରିଭେନ୍ କରିବା ଆବଶ୍ୟକ। ଆମକୁ ପାରସ୍ପରିକ ବ୍ୟବସାୟ ଏବଂ ନିବେଶ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଇଣ୍ଟ୍ରା-ବେସିକ୍‌ସ ବ୍ୟବସାୟ, ବିଶ୍ବ ବ୍ୟବସାୟର ମାତ୍ର 15% ଅଟେ, ଯେତେବେଳେ କି ଆମର ସମ୍ମିଳିତ ଜନସଂଖ୍ୟା ବିଶ୍ବର ଜନସଂଖ୍ୟାର 40% ଠାରୁ ଅଧିକ ଅଟେ। ପାଞ୍ଚଟି ଦେଶରେ ସର୍ଭିସ୍ ସେକ୍ଟର ଜିଡିପିର ବହୁତ ବଡ଼ ଅଂଶ ଅଟେ। ଏଥିପାଇଁ ସର୍ଭିସେସ୍ ରେ ବ୍ୟବସାୟକୁ ବଢ଼ାଇବା ପାଇଁ ଉତ୍ତମ ସୁଯୋଗ ରହିଛି। ଇଣ୍ଟ୍ରା ବ୍ରିକ୍‌ସ ଟ୍ରେଡର ନିବେଶକୁ କମ୍ କରିବା ଆବଶ୍ୟକ ଅଟେ। ଆମର ଟ୍ରେଡ୍‌ ମନ୍ତ୍ରୀ ଏହାକୁ 5% କମ୍ କରିବାର ଲକ୍ଷ୍ୟ ଉପରେ ବିଚାର କରିପାରିବେ। ଟ୍ରେଡ୍ ଫାସିଲିଟେସନ ଏବଂ ସରଳ କଷ୍ଟମ୍‌ସ ଏବଂ ବ୍ୟାଙ୍କିଂ ପ୍ରୋସେସେସ୍ ରେ ସହଯୋଗ ମାଧ୍ୟମରେ ବ୍ୟବସାୟରେ ଆହୁରି ଗତି ଆସିବ। ଟ୍ରେଡ୍‌ ପ୍ରମୋସନ ଏଜେନ୍ସିଜ୍ର ମଧ୍ୟରେ ରାଜିନାମା ଆମ ମଧ୍ୟରେ 500 ବିଲିୟନ ଡଲାରର ଟ୍ରେଡ୍‌ ଟାରଗେଟ୍ କୁ ଖୁବ ଶୀଘ୍ର ହାସଲ୍ କରିବାରେ ସହାୟତା କରିବା।

ମହାମହିମ,

ମୁଁ ଖୁସି ଯେ ବ୍ରାଜିଲର ନେତୃତ୍ବରେ ଆମେ ସାଇନ୍ସ ଓ ଟେକ୍‌ନୋଲୋଜି, ଇନୋଭେସନ ଏବଂ ଡିଜିଟାଲ୍ ଇକୋନୋମି ଉପରେ ଗୁରୁତ୍ବ ପ୍ରଦାନ କରିଛୁ। ଆଇ-ବ୍ରିକ୍‌ସ ନେଟୱର୍କ, ନୂଆ ସାଇନ୍‌ସ ଟେକ୍‌ନୋଲୋଜି ଇନୋଭେସନ ଆର୍କିଟେକ୍‌ଚର, ହ୍ୟୁମାନ ମିଲ୍‌କ ବ୍ୟାଙ୍କ ଏବଂ ବ୍ରିକ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟୁଚର ନେଟୱର୍କର ନିର୍ମାଣ ପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଚି। ଏହି ପ୍ରଚେଷ୍ଟା ବ୍ରିକ୍‌ସରେ ଇନୋଭେସନ୍‌ସ ଇକୋ-ସିଷ୍ଟମ ଏବଂ ଟେକ୍‌ନୋଲୋଜିରେ ଉଦ୍ୟମିତାକୁ ପ୍ରୋତ୍ସାହନ ପ୍ରଦାନ କରିବ। ବ୍ରିକ୍‌ସ ସେଟ୍‌ ଅପ୍ ଚ୍ୟାଲେଞ୍ଜ ଏବଂ ହାକାଥନ୍ ମଧ୍ୟ ଏହି ଉଦ୍ଦେଶ୍ୟରେ ସହାୟକ ହେବ। ଏହି ପ୍ରଚେଷ୍ଟାରେ ମେଡିକାଲ୍ ଡିଭାଇସ୍, ଶକ୍ତି ର ନୂଆ ବିକଳ୍ପ ଏବଂ ଦିବ୍ୟାଙ୍ଗ ତଥା ବୟସ୍କଙ୍କ ପାଇଁ ଇନୋଭେସନକୁ ପ୍ରାଥମିକତା ଦିଆଯାଇପାରିବ। ଏହିସବୁ ପଦକ୍ଷେପ ଗୁଡ଼ିକ ଦ୍ବାରା ଆମକୁ ସମାଜ ପାଇଁ ଉପଯୋଗୀ ରିସର୍ଚ୍ଚକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ସହାୟତା ମିଳିବ। ଏହି ଦିଗରେ, ଭାରତ ବ୍ରିକ୍‌ସ ଡିଜିଟାଲ୍ ହେଲ୍‌ଥ ସମିଟର ଆୟୋଜନ କରିବ। ଏହାଦ୍ବାରା ସୁସ୍ଥ ଜୀରନଶୈଳୀ ପାଇଁ ଇନୋଭେଟିଭ୍ ସଲ୍ୟୁସନ କୁ ପ୍ରୋତ୍ସାହିତ କରାଯାଇପାରିବ। ନିକଟରେ ଭାରତରେ ଆମେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିଛୁ। ମୁଁ ଚାହୁଁଛି ଯେ ଫିଟନେସ୍ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମ ମଧ୍ୟରେ ସମ୍ପର୍କ ଏବଂ ଆଦାନ ପ୍ରଦାନ ବଢ଼ିବା ଆବଶ୍ୟକ। ସ୍ବାସ୍ଥ୍ୟ କ୍ଷେତ୍ରର ଟ୍ରାଡିସନାଲ୍ ନଲେଜ୍ ଆମ ପାଞ୍ଚଟି ଦେଶରେ ରହିଛି। ଏହାକୁ ପରସ୍ପର ମାନ୍ୟତା ପ୍ରଦାନ କରି ଏବଂ ଏହି କ୍ଷେତ୍ରରେ ପାରସ୍ପରିକ ସହଯୋଗ ବଢ଼ାଇ ଆମେ ହଜାର ହଜାର ବର୍ଷରୁ ରହିଥିବା ଏହି ବିଦ୍ୟାର ଲାଭ ସମ୍ପୂର୍ଣ୍ଣ ମାନବଜାତି ପର୍ଯ୍ୟନ୍ତ ପହଞ୍ଚାଇ ପାରିବା। ଏହି ବିଷୟରେ ବ୍ରିକ୍‌ସ ଦେଶ ମଧ୍ୟରେ ଏକ ଏମଓୟୁ କରିବାର ପରାମର୍ଶ ମଧ୍ୟ ମୁଁ ଦେବାକୁ ଚାହିଁବି।

ମହାମହିମ,

ବ୍ରିକ୍‌ସ ଓମେନ ବିଜ୍‌ନେସ୍ ଆଲାଏନ୍‌ସର ସ୍ଥାପନା ଉପରେ ମୁଁ ସମସ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି। ବିଶେଷ କରି ରାଷ୍ଟ୍ରପତି ପୁତିନ୍ ଙ୍କୁ ଏହି ପଦକ୍ଷେପ ପାଇଁ ବହୁତ ଧନ୍ୟବାଦ ଦେଉଛି। ଭାରତରେ ଗତ ପାଞ୍ଚ ବର୍ଷ ଧରି ପ୍ରତି କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ହେଉଚି। ଗତ ନିର୍ବାଚନରେ ମହିଳା ମତଦାତାଙ୍କର ସଂଖ୍ୟା ପ୍ରଥମ ଥର ପାଇଁ ପୁରୁଷଙ୍କ ସଂଖ୍ୟା ସହିତ ସମାନ ହୋଇଛି। ଏବଂ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସଂଖ୍ୟାରେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆମର ଲୋକାଲ୍ ଗଭର୍ଣ୍ଣମେଣ୍ଟ ରେ ନିର୍ବାଚିତ ଓମେନ୍ ଲିଡର୍ସ ସଂଖ୍ୟା ପ୍ରାୟତଃ 14 ଲକ୍ଷରୁ ଅଧିକ ଅଟେ। ମାଟରନିଟି ଲିଭ୍ ହେଉ ବା ବେତନରେ ବ୍ୟବଧାନକୁ କମ୍ କରିବା, ମହିଳା ଉଦ୍ୟମିତା ଏବଂ ସଶକ୍ତିକରଣ ପାଇଁ ଗତ ପାଞ୍ଚ ବର୍ଷରେ ଆମେ ଅନେକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।

ମହାମହିମ,

ଆମର ଦେଶ ସମସ୍ତ ପ୍ରକାର କ୍ଲାଇମେଟିକ୍ ଜୋନକୁ କଭର କରୁଛି। ବନ୍ୟାଗ୍ରସ୍ତ କ୍ଷେତ୍ର ହେଉ ବା ମରୁଡ଼ି ପ୍ରପିଡ଼ିତ କ୍ଷେତ୍ର, ବରଫ ଆବୃତ୍ତ କ୍ଷେତ୍ର ହେଉ ବା ମରୁଭୂମି, ଭୂମିକମ୍ପପ୍ରବଣ ଜୋନ୍ ଇତ୍ୟାଦି ଆମର ଦେଶରେ ଉପସ୍ଥିତ ରହିଛି। ସହରୀ କ୍ଷେତ୍ରରେ ସଷ୍ଟେନେବଲ୍ ୱାଟର ମ୍ୟାନେଜମେଣ୍ଟ ଏବଂ ସାନିଟେସନ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ଅଟେ। ମୁଁ ଭାରତରେ ବ୍ରିକ୍‌ସ ୱାଟର ମିନିଷ୍ଟରମାନଙ୍କର ପ୍ରଥମ ବୈଠକ ଆୟୋଜିତ କରିବାର ପ୍ରସ୍ତାବ ପ୍ରଦାନ କରୁଛି।

ମହାମହିମ,

ମଲ୍‌ଟି ଲାଟେରାଲିଜିମ୍, ଇଣ୍ଟରନାସ୍‌ନାଲ୍ ଟ୍ରେଡ୍‌ ଏବଂ ରୁଲ୍‌ସ ବେସ୍‌ଡ ୱାର୍ଲଡ୍‌ ଅର୍ଡ଼ର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛି। ଗତ ବର୍ଷ ଆମେ ରିଫର୍ମଡ୍ ମଲ୍‌ଟି ଲାଟେରାଲିଜିମ୍ ଉପରେ ଗୁରୁତ୍ବ ପ୍ରଦାନ କରିଥିଲୁ। ମୁଁ ଆନନ୍ଦିତ ଯେ ଏହି ସମିଟର ଜଏଣ୍ଟ ଷ୍ଟେଟମେଣ୍ଟ ଏହାର ଆବଶ୍ୟକତାକୁ ମାନ୍ୟତା ଦେବ। ୟୁ.ଏନ.ଡବ୍ଲୁ.ଟି.ଓ. ୱାର୍ଲଡ୍ ବ୍ୟାଙ୍କ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନକୁ ମଜବୁତ କରିବା ଏବଂ ସେଥିରେ ଉନ୍ନତି ଆଣିବା ପାଇଁ ଆମକୁ ସାମୁହିକ କୌଶଳ ପ୍ରସ୍ତୁତ କରିବା ଆବଶ୍ୟକ।

ମହାମହିମ,

ବିଶ୍ବ-ଯୁଦ୍ଧ ପରି ବିପଦ ଠାରୁ ମାନବତା ଦୂରକୁ ଆସିଛି। କିନ୍ତୁ ବିକାଶ ଏବଂ ସୁଖ-ଶାନ୍ତି ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ଭାବରେ ଦେଖା ଦେଇଛି। ଦଶ ବର୍ଷରେ ଆତଙ୍କବାଦ କାରଣରୁ ଅଢ଼େଇ ଲକ୍ଷ ଜୀବନ ହାନୀ ଘଟିଛି ଏବଂ ସମାଜର ବହୁତ କ୍ଷତି ହୋଇଛି। ଏହା ବ୍ୟତୀତ, ବିଭିନ୍ନ ଅନୁମାନ ଅନୁସାରେ ଏକ ଟ୍ରିଲିୟନ ଡଲାରରୁ ଅଧିକର କ୍ଷତି ବିଶ୍ବର ଅର୍ଥବ୍ୟବସ୍ଥାକୁ ହୋଇଛି। ଏବଂ ବିକାଶଶୀଳ ଦେଶର ଅର୍ଥନୈତିକ ବିକାଶକୁ 1.5 ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଛି। ଆତଙ୍କବାଦ, ଟେରୋରିଜିମ୍ ଫାଇନାନ୍ସିଂ, ଡ୍ରଗ୍ ଟ୍ରାଫିକିଂ ଏବଂ ଅର୍ଗାନାଇଜ୍‌ଡ କ୍ରାଇଢ଼୍ ରୁ ସୃଷ୍ଟି ହୋଇଥିବା ଆତଙ୍କର ବାତାବରଣ ଦ୍ବାରା ବ୍ୟବସାୟ ଏବଂ ବ୍ୟାପାରକୁ ବହୁତ ପରୋକ୍ଷ କ୍ଷତି ହୋଇଛି। ମୁଁ ଖୁସି ଯେ ବ୍ରିକ୍‌ସ ଷ୍ଟ୍ରାଟେଜିସ୍ ଫର୍ କାଉଣ୍ଟରିଂ ଟେରୋରିଜିମ୍ ଉପରେ ପ୍ରଥମ ସେମିନାର ଆୟୋଜିତ କରାଯାଇଛି। ଆମେ ଆଶା କରୁଛୁ ଯେ ଏପରି ପ୍ରଚେଷ୍ଟା ଏବଂ ପାଞ୍ଚ ୱାର୍କିଂ ଗ୍ରୁପର କାର୍ଯ୍ୟକ୍ରମ ଆତଙ୍କବାଦ ଏବଂ ଅନ୍ୟାନ୍ୟ ଅର୍ଗାନାଇଜ୍‌ଡ ଅପରାଧ ବିପକ୍ଷରେ ସଶକ୍ତ ବ୍ରିକ୍‌ସ ସିକ୍ୟୁରିଟି କୋପରେସନ ବଢ଼ାଇବ। ଏହି ଦିଗରେ, ଭାରତ ଆତଙ୍କବାଦର ଡିଜିଟାଲ୍ ଫରେନ୍‌ସିକ୍ ଆନାଲିସିସ୍ ଉପରେ ଏକ ୱାର୍କସପର ଆୟୋଜନ କରିବ।

ମହାମହିମ,

ଆମ ମଧ୍ୟରେ ବଢ଼ୁଥିବା ପିପୁଲ-ଟୁ-ପିପୁଲ୍ ସମ୍ପର୍କ ଆମର ପାର୍ଟନରସିପକୁ ଆହୁରି ଶକ୍ତି ପ୍ରଦାନ କିରବ। ଏହି ସମ୍ବନ୍ଧରେ ମୁଁ କିଛି ପରାମର୍ଶ ଦେବାକୁ ଚାହୁଁଛି। ବ୍ରିକ୍‌ସ ଦେଶ ମଧ୍ୟରେ ୟୁଥ୍ ସମିଟ୍ ର ଆୟୋଜନ ହେବା ଆବଶ୍ୟକ। ଏଥିରେ ଷ୍ଟାର୍ଟ-ଅପ୍, ହାକାଥନ, ସ୍ପୋର୍ଟସ, କ୍ରିଏଟିଭିଟି ପରି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ପାଞ୍ଚଟି ଦେଶର ଯୁବକମାନେ ଅଂଶଗ୍ରହଣ କରିବା ଉଚିତ୍। ଭାରତରେ ବ୍ରିକ୍‌ସ ଦେଶର ବିଦ୍ୟାର୍ଥୀମାନଙ୍କୁ ବ୍ରିକ୍‌ସ ସମ୍ବନ୍ଧିତ ବିଷୟ ଉପରେ ଅଧ୍ୟୟନ ପାଇଁ ପ୍ରତି ବର୍ଷ ଇଣ୍ଟର୍ଣ୍ଣସିପ୍ ଏବଂ ଫେଲୋସିପ୍ ପ୍ରଦାନ କରାଯିବ। ଆମର ଦେଶର ପାରମ୍ପରିକ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଆମକୁ ବିଚାର କରିବା ଆବଶ୍ୟକ। ଭାରତକୁ ଏହି ବିଷୟରେ ପଦକ୍ଷେପ ଗ୍ରହଣ କରି ଖୁସି ହେବ। ଫିଲ୍ମର ଆମର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ବଢ଼ାଇବାର ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇପାରେ। ଭାରତରେ ଅନେକ ଭାଷାରେ, ଏବଂ ବିଶ୍ବର ସବୁଠାରୁ ଅଧିକ ଫିଲ୍ମ ପ୍ରସ୍ତୁତ ହୋଇଥାଏ। ଭାରତ ଆଗାମୀ ବର୍ଷ ମାର୍ଚ୍ଚ ରେ ମୁମ୍ବାଇରେ ବ୍ରିକ୍‌ସ ଫିଲ୍ମ ଟେକ୍‌ନୋଲୋଜି ସିମ୍ପୋଜିୟମ ଆୟୋଜିତ କରିବ। ମୁଁ ଖୁସି ଯେ ଆମର ଦେଶ ଭିସା ଆଦିର ବ୍ୟବସ୍ଥାରେ ସୁଗମତା ଆଣୁଛି। ମୁଁ ରାଷ୍ଟ୍ରପତି ବୋଲ୍‌ସୋନାରୋ ଦ୍ବାରା ଭାରତୀୟଙ୍କ ପାଇଁ ବ୍ରାଜିଲରେ ଭିସା- ଫ୍ରି ଏଣ୍ଟ୍ରିର ଘୋଷଣାକୁ ସ୍ବାଗତ କରୁଛି। ଭିସା, ସୋସିଆଲ୍ ସିକ୍ୟୁରିଟି ଏଗ୍ରିମେଣ୍ଟ ଏବଂ କ୍ବାଲିଫିକେସନର ପାରସ୍ପରିକ ସ୍ବୀକୃତିରେ ଆମେ ପାଞ୍ଚଟି ଦେଶର ଲୋକମାନଙ୍କୁ ପରସ୍ପର ଯାତ୍ରା ଏବଂ କାମ ପାଇଁ ଆହୁରି ଅନୁକୂଳ ପରିବେଶ ସୃଷ୍ଟି ହେବ।

ମହାମହିମ,

ପରିଶେଷରେ, ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କର ଉତ୍କୃଷ୍ଟ ବ୍ୟବସ୍ଥା ଏବଂ ବ୍ରିକ୍‌ସରେ ପ୍ରଭାବଶାଳୀ ନେତୃତ୍ବ ପାଇଁ ପୁଣି ଥରେ ହାର୍ଦ୍ଦିକ ଅଭିନନ୍ଦନ ପ୍ରଦାନ କରୁଛି। ଆଗାମୀ ବର୍ଷ ପାଇଁ ବ୍ରିକ୍‌ସର ଅଧ୍ୟକ୍ଷ ରୁଷକୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନର ଆଶ୍ବାସନ ପ୍ରଦାନ କରୁଛି।

ବହୁତ ବହୁତ ଧନ୍ୟବାଦ!

 

BS


(Release ID: 1869389) Visitor Counter : 76