ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାଳଦ୍ୱୀପ ଗସ୍ତ ଅବସରରେ ପିପୁଲ୍ସ ମଜଲିସକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 19 OCT 2022 8:04PM by PIB Bhubaneshwar

ପିପୁଲ୍ସ ମଜଲିସର ମାନନୀୟ ଅଧ୍ୟକ୍ଷ ମହୋଦୟ, ମାଳଦ୍ୱୀପର ପୂବତର୍ନ ରାଷ୍ଟ୍ରପତି ଆଉ ମୋର ପ୍ରିୟ ମିତ୍ର ମହାମହିମ, ଶ୍ରୀ ମହମ୍ମଦ ନଶୀଦ,

ପିପୁଲ୍ସ ମଜଲିସର ମାନନୀୟ ସଦସ୍ୟ

ମହାମହିମ,

ବିଶିଷ୍ଟ ଅତିଥିଗଣ, ନମସ୍କାର (ଶୁଭସନ୍ଧ୍ୟା)।

ମୁଁ ଆପଣମାନଙ୍କୁ 1.3 ବିଲିୟନ ଭାରତୀୟଙ୍କ ତରଫରୁ ଆଉ ମୋ ନିଜ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଇଦ-ଉଲ-ଫିତରର ପବିତ୍ର ପର୍ବର ଖୁସି ଏବଂ ଉତ୍ସାହ ଏବେ ମଧ୍ୟ ଆମ ସହିତ ଅଛି। ମୁଁ ଆପଣମାନଙ୍କୁ ଏବଂ ମାଳଦ୍ୱୀପର ସମସ୍ତ ଲୋକମାନଙ୍କୁ ଏହି ଅବସରରେ ମଧ୍ୟ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ଅଧ୍ୟକ୍ଷ ମହୋଦୟ,

ମାଳଦ୍ୱୀପ ହେଉଛି 1000ରୁ ଅଧିକ ଦ୍ୱୀପ ସମୂହଙ୍କର ଏକ ମାଳା। ଏହା ନା କେବଳ ଭାରତ ମହାସାଗର କ୍ଷେତ୍ର ବରଂ ସମଗ୍ର ବିଶ୍ୱର ହେଉଛି ଏକ ଦୁର୍ଲଭ ରତ୍ନ । ଏହାର ଅସୀମ ସୁନ୍ଦରତା ଏବଂ ପ୍ରାକୃତିକ ସମ୍ପଦ ଶତାବ୍ଦୀ ଶତାବ୍ଦୀ ଧରି ଆକର୍ଷଣର କେନ୍ଦ୍ର ରହି ଆସିଛି । ଏହି ଦେଶ ପ୍ରକୃତିର ଶକ୍ତି ସାମ୍ନାରେ ମନୁଷ୍ୟର ଅଦମ୍ୟ ସାହାସର ହେଉଛି ଏକ ଜ୍ୱଳନ୍ତ ଉଦାହରଣ। ମାଳଦ୍ୱୀପ ବ୍ୟବସାୟ, ଲୋକମାନଙ୍କର ଏବଂ ସଂସ୍କୃତିର ନିରନ୍ତର ପ୍ରବାହର ଏକ ସାକ୍ଷୀ ହୋଇ ରହି ଆସିଛି । ଆଉ ମାଲେ, ଏହି ସୁନ୍ଦର ରାଜଧାନୀ, ପର୍ଯ୍ୟଟକମାନଙ୍କ ପାଇଁ ନୀଳ ମହାସାଗରରେ ପ୍ରବେଶ କରିବାର ଦ୍ୱାର ମାତ୍ର ନୁହେଁ। ବରଂ ଏହା ସମଗ୍ର ବିଶ୍ୱ ପାଇଁ ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ ମହାସାଗର କ୍ଷେତ୍ରର ହେଉଛି ଏକ ସଂପଦ ମଧ୍ୟ।

ଅଧ୍ୟକ୍ଷ ମହୋଦୟ,

ମାଳଦ୍ୱୀପ ଆଉ ଏହି ମହନୀୟ ମଜଲିସରେ ଆଜି ଆପଣ ସମସ୍ତଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ହେଉଛି ବହୁତ ଖୁସି ଓ ସମ୍ମାନର ବିଷୟ। ଏହା ହେଉଛି ମୋର ସୌଭାଗ୍ୟ ଯେ ମଜଲିସ ମାନନୀୟ ଶ୍ରୀ ନଶୀଦଙ୍କୁ ଅଧ୍ୟକ୍ଷ ଭାବେ ବାଛିବା, ଓ ନିର୍ବାଚନ ପରେ ପ୍ରଥମ ବୈଠକରେ ମୋତେ ନିମନ୍ତ୍ରଣ କରିବାର ସଂକଳ୍ପ ସର୍ବସମ୍ମତି କ୍ରମେ ନେଲେ। ଆପଣଙ୍କର ଏହି ଭାବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଛୁଇଁ ନେଇଛି ଆଉ ସେମାନଙ୍କର ଗୌରବ ଏବଂ ସମ୍ମାନକୁ ବଢ଼ାଇଛି। ଆଉ ଏଥିପାଇଁ ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଁ ମୋ ତରଫରୁ ଆଉ ସମଗ୍ର ଭାରତ ତରଫରୁ ଆପଣଙ୍କୁ ଆଉ ଏହି ସମ୍ମାନିତ ସଦନର ସମସ୍ତ ମାନନୀୟ ସଦସ୍ୟମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ଅଧ୍ୟକ୍ଷ ମହୋଦୟ,

ମାଳଦ୍ୱୀପକୁ ଏହା ହେଉଛି ମୋର ଦ୍ୱିତୀୟ ଗସ୍ତ । ଆଉ ଏକ ପ୍ରକାରରେ କହିବାକୁ ଗଲେ ମୁଁ ଦ୍ୱିତୀୟ ଥର ପାଇଁ ମଜଲିସର ଏହି ଐତିହାସିକ କାର୍ଯ୍ୟଧାରାକୁ ଦେଖୁଛି । ବିଗତ ନଭେମ୍ବରରେ ରାଷ୍ଟ୍ରପତି ସୋଲିହଙ୍କ ଉଦଘାଟନ ସମାରୋହରେ ଉପସ୍ଥିତ ହୋଇ ମୁଁ ବହୁତ ଖୁସି ଏବଂ ସୌଭାଗ୍ୟଶାଳୀ ଥିଲି। ସେହି ଅବସର ହଜାର- ହଜାର ଲୋକଙ୍କ ମଧ୍ୟରେ ଖୋଲା ଷ୍ଟାଡିୟମରେ ପାଳନ କରାଗଲା, ଗଣତନ୍ତ୍ରର ଏକ ପ୍ରସିଦ୍ଧ ଏବଂ ଐତିହାସିକ ବିଜୟ ଯାହାର ବିଶ୍ୱାସ, ସାହସ ଏବଂ ସଂକଳ୍ପ ସେହି ବିଜୟର ଆଧାର ଥିଲା। ସେହି ସମାରୋହ ଏକ ଜବରଦସ୍ତ ଅନୁଭବ ଥିଲା। ମୁଁ ମାଳଦ୍ୱୀପରେ ପ୍ରକୃତ ଗଣତନ୍ତ୍ରର ଉର୍ଜ୍ଜାର ପ୍ରତ୍ୟକ୍ଷ ଭାବେ ଅନୁଭବ କଲି। ସେହିଦିନ, ମୁଁ ମାଳଦ୍ୱୀପର ସାଧାରଣ ନାଗରିକଙ୍କ ଗଣତନ୍ତ୍ର ପ୍ରତି ସମର୍ପଣ ଏବଂ ପ୍ରତିବଦ୍ଧତା ଆଉ ଆପଣମାନଙ୍କ ଭଳି ନେତାମାନଙ୍କ ପ୍ରତି ସେମାନଙ୍କର ଭଲ ପାଇବା ଏବଂ ସମ୍ମାନକୁ ଦେଖିଥିଲି, ଅଧ୍ୟକ୍ଷ ମହୋଦୟ। ଆଉ ଆଜି ମୁଁ ମାଳଦ୍ୱୀପରେ ଗଣତନ୍ତ୍ରର ଧ୍ୱଜାବାହକମାନଙ୍କୁ ଆପଣ ସମସ୍ତଙ୍କୁ ସଲାମ କରୁଛି ।

ଅଧ୍ୟକ୍ଷ ମହୋଦୟ,

ଏହି ଭବନ, ଏହି ମଜଲିସ କେବଳ ମାତ୍ର ଇଟା ଏବଂ ପଥରରେ ନିର୍ମିତ ହୋଇଥିବା ଏକ ଘର ନୁହେଁ। ଏହା ଲୋକମାନଙ୍କର ସାଧାରଣ ଏକତ୍ରୀକରଣ ନୁହେଁ । ଏହା ହେଉଛି ଗଣତନ୍ତ୍ରର ସେହି ଉର୍ଜ୍ଜାକେନ୍ଦ୍ର ଯେଉଁଠାରେ ଏହି ସଦନର ପ୍ରତ୍ୟେକ ସଦସ୍ୟଙ୍କ ବିଚାର ଏବଂ ସ୍ୱରରେ ରାଷ୍ଟ୍ରର ଶିରାପ୍ରଶିରା ଏବଂ ତାଙ୍କ ହୃଦୟ ସ୍ପନ୍ଦିତ ହେଉଛି। ଆପଣମାନଙ୍କର ଏହି ପ୍ରୟାସ ଦ୍ୱାରା ଲୋକମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାଗୁଡ଼ିକ ପୂରଣ ହୋଇଥାଏ। ଏଠାରେ ଏହା ଅଛି ଯେ ଦେଶରେ ଗଣତନ୍ତ୍ର, ବିକାଶ ଏବଂ ଶାନ୍ତି ପାଇଁ ବିଭିନ୍ନ ବିଚାରଧାରାର ଏବଂ ଦଳର ସଦସ୍ୟମାନେ ନିଜର ସାମୂହିକ ଇଚ୍ଛାକୁ ସ୍ଥାୟୀ ଉପଲବ୍ଧରେ ପରିବର୍ତନ କରିବା ପାଇଁ ଏକଜୁଟ ହୋଇଛନ୍ତି।

ଠିକ ସେହିଭଳି ଭାବେ କିଛି ମାସ ପୂର୍ବରୁ ମାଳଦ୍ୱୀପର ଜନତା ସାମୁହିକ ଭାବେ ଗଣତନ୍ତ୍ରର ଏକ ଜ୍ୱଳନ୍ତ ଉଦାହରଣ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା। ଆପଣଙ୍କର ସେହି ଯାତ୍ରା ଆହ୍ୱାନପୂର୍ଣ୍ଣ ରହିଥିଲା। କିନ୍ତୁ ମାଳଦ୍ୱୀପ ଦେଖାଇଦେଲା, ଆପଣ ସମସ୍ତେ ଦେଖାଇଦେଲେ ଯେ ସର୍ବଶେଷରେ ଲୋକମାନଙ୍କର ବିଜୟ ହୋଇଥାଏ। ଏହା କୌଣସି ସାଧାରଣ ସଫଳତା ନ ଥିଲା। ଆପଣଙ୍କର ଏହି ଉପଲବ୍ଧ ସାରା ବିଶ୍ୱରେ ଗଣତନ୍ତ୍ର ପାଇଁ ହେଉଛି ଶକ୍ତିର ଏକ ବଡ଼ ସ୍ରୋତ । ଆଉ ମାଳଦ୍ୱୀପର ଏହି ଉପଲବ୍ôଧରେ ସବୁଠାରୁ ଅଧିକ ଖୁସି ଆଉ ଗର୍ବିତ କିଏ ହୋଇ ପାରିବ? ଉତର ହେଉଛି ସ୍ପଷ୍ଟ ।

ଏହା ନିଶ୍ଚିତ ରୂପେ ହେଉଛନ୍ତି ଆପଣଙ୍କର ନିକଟ ସମ୍ପର୍କିୟ ବନ୍ଧୁ ଆଉ ପଡୋଶୀ, ଆଉ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ହେଉଛି ଭାରତ। ଆଜି, ଏହି ଭବ୍ୟ ସଭାରେ, ମୁଁ ଏହି କଥା ଉପରେ ଗୁରୁତ୍ୱ ଦେବାକୁ ଚାହିଁବି ଯେ ଭାରତ ଏବଂ ସମସ୍ତ ଭାରତୀୟ ସର୍ବଦା ଆପଣଙ୍କ ସହିତ ରୁହନ୍ତୁ ଆଉ ସବୁବେଳେ ରହିବେ। ମାଳଦ୍ୱୀପରେ ଗଣତନ୍ତ୍ରକୁ ସୁଦୃଢ଼ କରିବା

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତରେ ମଧ୍ୟ, ଆମେ ନିକଟରେ ମାନବ ଜାତିର ଇତିହାସରେ ସବୁଠାରୁ ବଡ଼ ଗଣତାନ୍ତ୍ରିକ ଅଭ୍ୟାସ ସମ୍ପୂର୍ଣ୍ଣ କରିଛୁ । 1.3 ବିଲିୟନ ଭାରତୀୟମାନଙ୍କ ପାଇଁ, ଏହା କେବଳ ଏକ ସାଧାରଣ ନିର୍ବାଚନ ନ ଥିଲା, ବରଂ ଏକ ଉତ୍ସବ ଥିଲା, ଗଣତନ୍ତ୍ରର ଏକ ବଡ଼ ପର୍ବ ଥିଲା। ଦୁଇ-ତୃତୀୟାଂଶରୁ ଅଧିକ ଲୋକ ମତଦାତା, ଯେଉଁମାନେ କି ହେଉଛନ୍ତି 600 ମିଲିୟନରୁ ଅଧିକ ଲୋକ, ମତଦାନ ରକିବା ପାଇଁ ଆସିଲେ। ସେମାନେ ବିକାଶ ଏବଂ ସ୍ଥିରତା ପାଇଁ ଜବରଦସ୍ତ ଜନାଦେଶ ଦେଲେ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୋ ସରକାରଙ୍କର ମୂଳମନ୍ତ୍ର ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ ପାଇଁ ଆଉ ସମସ୍ତଙ୍କର ବିଶ୍ୱାସ(ସବକା ସାଥ, ସବକା ବିକାଶ,ଏବଂ ସବକା ବିଶ୍ୱାସ) ସହିତ କେବଳ ଭାରତ ପାଇଁ ନୁହେଁ। ମୋ ସରକାରଙ୍କର ଏହି ବିଦେଶ ନୀତି ଏବଂ ବ୍ୟାପକ ବିଶ୍ୱ ଦୃଷ୍ଟିକୋଣର ହେଉଛି ଆଧାରଶୀଳା ମଧ୍ୟ, ବିଶେଷ ରୂପେ ଆମ ପଡୋଶୀ ମାନଙ୍କ ପାଇଁ ମଧ୍ୟ।

 ପଡୋଶୀ ପ୍ରଥମେ ହେଉଛି ଆମର ପ୍ରାଥମିକତା। ଆଉ ପଡୋଶୀଙ୍କ ମଧ୍ୟରେ, ମାଳଦ୍ୱୀପ ପ୍ରତି ହେଉଛି ଆମର ପ୍ରାଥମିକତା। ଆଉ ଏଥିପାଇଁ, ଏହା କୌଣସି ସଂଯୋଗ ନୁହେଁ ଯେ ମୁଁ ଆଜି ଆପଣମାନଙ୍କ ଗହଣରେ ଠିଆ ହୋଇଛି।

ଗତ ବର୍ଷ ଡିସେମ୍ବରରେ, ଭାରତ ପ୍ରଥମ ଦେଶ ଥିଲା, ଯେଉଁଠାକୁ ରାଷ୍ଟ୍ରପତି ସୋହିଲ ଯାତ୍ରା କରିଥିଲେ। ଆଉ ଏବେ, ମାଳଦ୍ୱୀପର ସ୍ନେହପୂର୍ଣ୍ଣ ନିମନ୍ତ୍ରଣ ମୋତେ ଏଠାକୁ ଆଣି ଆସିଛି, ଯାହା ଫଳରେ ଏହି ନୂତନ କାର୍ଯ୍ୟକାଳରେ ମୋର ପ୍ରଥମ ବିଦେଶ ଗନ୍ତବ୍ୟ ସ୍ଥଳ ହୋଇ ଯାଇଛି। ଆଉ କିଛି ସମୟ ପୂର୍ବରୁ, ମୁଁ ମଧ୍ୟ ଭାଗ୍ୟଶାଳୀ ଥିଲି ଯେ ରାଷ୍ଟ୍ରପତି ସୋହିଲ ମୋତେ ବିଦେଶୀମାନଙ୍କ ପାଇଁ ମାଳଦ୍ୱୀପର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କଲେ। ମୁଁ ବାସ୍ତବରେ ମୋର କୃତଞ୍ଜତା ଜ୍ଞାପନ କରିବା ପାଇଁ ଶବ୍ଦ ଅନ୍ୱେଷଣରେ ରହିଛି।

ଅଧ୍ୟକ୍ଷ ମହୋଦୟ,

ଭାରତ ଏବଂ ମାଳଦ୍ୱୀପର ସମ୍ବନ୍ଧର ଇତିହାସ ମଧ୍ୟ ହେଉଛି ପୁରୁଣା । ଅନାଦି କାଳରୁ, ନୀଳ ଜଳ ଆମର କୂଳକୁ ଧୋଇ ଦେଇଛି। ଆମକୁ ଯୋଡ଼ୁଥିବା ବିଶାଳ ସମୁଦ୍ରର ଲହରୀ ଆମ ଲୋକମାନଙ୍କ ଗହଣରେ ମୈତ୍ରୀର ସନ୍ଦେଶ ବାହକ ଭାବେ କାର୍ଯ୍ୟ କରୁଛି। ସେମାନେ ଆମର ସଂସ୍କୃତି ଏବଂ ସଭ୍ୟତାଗୁଡ଼ିକୁ ମଧ୍ୟ ପୋଷିତ କରିଛନ୍ତି। ଆମର ସମ୍ବନ୍ଧକୁ ମହାସାଗରର ଗଭୀରତା ଏବଂ ବିସ୍ତାରର ଆଶୀର୍ବାଦ ମିଳିଛି। ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ, ମୋର ଗୃହରାଜ୍ୟ ଗୁଜରାଟ ସମେତ, ସହସ୍ରାବ୍ଦୀ ଧରି ବ୍ୟବସାୟ ବିସ୍ତାରିତ ହେଉଛି । 2500 ବର୍ଷ ପୂର୍ବରୁ, ମାଳଦ୍ୱୀପ ଲୋଥଲ ସହିତ ବ୍ୟବସାୟ କରୁଛି, ଯାହାକୁ ଦୁନିଆର ସବୁଠାରୁ ପୁରାତନ ବନ୍ଦର ମଧ୍ୟରୁ ଗୋଟିଏ ଭାବେ ପରିଗଣିତ କରାଯାଏ। ଏହା ପରେ, ସୁରଟ ଭଳି ସହର ସହିତ ବ୍ୟବସାୟ ଜାରି ରହିଛି। ଏପରିକି ଭାରତୀୟ ପିଲାମାନେ ମଧ୍ୟ ମାଳଦ୍ୱୀପର କଉଡ଼ିଗୁଡ଼ିକୁ ଖୋଜିବାର ଲାଳସା କରିଛନ୍ତି। ସଂଗୀତ, ସଂଗୀତ ବାଦ୍ୟଯନ୍ତ୍ର, ରୀତି ନୀତି ଏବଂ ପରମ୍ପରା ସବୁ ହେଉଛି ଆମର ଦ୍ୱିପାକ୍ଷିକ ପରମ୍ପରାର ଜ୍ୱଳନ୍ତ ଉଦାହରଣ।

ଉଦାହରଣ ସ୍ୱରୂପ ଦିବେହୀ ଭାଷାକୁ ନିଅନ୍ତୁ। ‘ସପ୍ତାହକୁ ଭାରତରେ ‘ହପ୍ତା କୁହନ୍ତି, ଆଉ ଦିବେହୀରେ ମଧ୍ୟ। ଆସନ୍ତୁ କାର୍ଯ୍ୟଦିବସ ସବୁର ନାମକୁ ଦେଖିବା। ଦିବେହୀରେ ‘ରବିବାରକୁ କୁହାଯାଏ ଆଦିତଥ୍ୟ, ଯାହା ଆଦିତ୍ୟ ଅର୍ଥାତ ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧିତ। ସେମବାରକୁ ହୋମା କୁହାଯାଏ ଯାହା ‘ସୋମ ବା ଚନ୍ଦ୍ରମାଙ୍କ ସହିତ ସମାନତା ରଖିଥାଏ।

ଦିବେହୀରେ ‘ଧୁନିଆ ଭାରତରେ ଦୁନିଆ ସହିତ ହେଉଛି ସମାନ, ଯିଏକି ଦୁନିଆ ପାଇଁ ଠିଆ ହୋଇଛି। ଆଉ ଦୁନିଆରେ ମାଳଦ୍ୱୀପର ଏକ ପ୍ରସିଦ୍ଧ ନାମ ରହିଛି। ଆଉ ଏହା କେବଳ ଏହି ଦୁନିଆ ବିଷୟରେ ନୁହେଁ। ଆମ ଭାଷାଗୁଡ଼ିକ ମଧ୍ୟରେ ସମାନତା ସ୍ୱର୍ଗ ଏବଂ ନର୍କ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଦିବେହୀ ଶବ୍ଦ ‘ସୁବୁରୁଗେ ଆଉ ନରକା ହିନ୍ଦୀରେ ‘ସ୍ୱରଗ ଏବଂ ‘ନରକ ସହିତ ହେଉଛି ସମାନ।

ଏଭଳି ସମାନତାର ସୂଚୀ ବହୁତ ଦୀର୍ଘ ହୋଇ ପାରିବ। ଯଦି ମୁଁ ଜାରି ରଖିବି, ତେବେ ଆମ ପାଖରେ ଏକ ସମ୍ପୂର୍ଣ୍ଣ ଶବ୍ଦକୋଷ ହେବ।

ଏତିକି ହିଁ ଯଥେଷ୍ଟ ପ୍ରତ୍ୟେକ ପଦକ୍ଷେପରେ ଅନୁଭବ ହୋଇଥାଏ ଯେ ଆମେ ହେଉଛେ ଗୋଟିଏ ହିଁ ବଗିଚାର ଫୁଲ। ଆଉ ଏଥିପାଇଁ, ମାଳଦ୍ୱୀପର ସାଂସ୍କୃତିକ ପରମ୍ପରାକୁ ସଂରକ୍ଷିତ କରିବା, ଏହାର ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷିତ ରଖିବା ଏବଂ ଦିବେହୀର ଶବ୍ଦକୋଷକୁ ବିକଶିତ କରିବାରେ ଆପଣମାନଙ୍କର ସହଯୋଗ ହେଉଛି ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଉ ଏହା ହେଉଛି କାରଣ ଯେ ଐତିହାସିକ ଶୁକ୍ରବାର ମସଜିଦର ସଂରକ୍ଷଣ ପାଇଁ ଆଜି ଭାରତର ସହଯୋଗ ଘୋଷଣା କରି ମୋତେ ବହୁତ ଖୁସି ହୋଇଛି। ଏଭଳି ମୁଁଗା ମସଜିଦ ମାଳଦ୍ୱୀପ ବାହାରେ ଆଉ କେଉଁଠାରେ ମଧ୍ୟ ନାହିଁ । ହଜାର- ହଜାର ବର୍ଷ ତଳେ, ବୁଦ୍ଧିମାନ ମାଳଦ୍ୱୀପ ବାସୀମାନେ ସମୁଦ୍ର ଧନର ଉପଯୋଗ କରି ନିଜର ଅପରୂପ ବାସ୍ତୁକଳା ପ୍ରସ୍ତୁତ କରିଥିଲେ। ଏହା ହେଉଛି ପ୍ରକୃତି ପ୍ରତି ସେମାନଙ୍କର ସମ୍ମାନ ଏବଂ ସଦ୍ଭାବର ପ୍ରମାଣ।

ଚିନ୍ତାର କଥା ହେଉଛି ଏହା ଯେ ସେହି ସାମୁଦ୍ରିକ ସମ୍ପଦ ଆଜି ପ୍ରଦୂଷଣର ବିପଦର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ଏହି ବୈଭବପୂର୍ଣ୍ଣ ମୁଁଗା ମସଜିଦର ସଂରକ୍ଷଣ ସମଗ୍ର ବିଶ୍ୱକୁ ଆମର ପର୍ଯ୍ୟାବରଣର ସଂରକ୍ଷଣର ସନ୍ଦେଶ ମଧ୍ୟ ହେବ।

ଅଧ୍ୟକ୍ଷ ମହୋଦୟ,

ଭାରତ ମାଳଦ୍ୱୀପ ସ୍ୱତନ୍ତ୍ରତା, ଗଣତନ୍ତ୍ର, ସମୃଦ୍ଧି ଏବଂ ଶାନ୍ତିର ସମର୍ଥନ କରିବା ପାଇଁ ତାହା ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛି। ସେ ହୁଏତ 1988ର ଘଟଣା ହେଉ, କିମ୍ବା 2004ର ସୁନାମୀ ଭଳି ପ୍ରାକୃତିକ ବିପଦ ସହିତ ଲଢ଼ିବା କିମ୍ବା ନିକଟରେ ପାଣିର ଅଭାବ। ଆମମାନଙ୍କୁ ଆପଣଙ୍କ ସହିତ ଠିଆ ହେବା, ପ୍ରତ୍ୟେକ ସମୟରେ ଆଉ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କର ପ୍ରୟାସଗୁଡ଼ିକର ସମର୍ଥନ କରିବା ଯୋଗୁଁ ଗର୍ବ ଅନୁଭବ ହେଉଛି।

ଆଉ ଏବେ, ବିକାଶ, ସମୃଦ୍ଧି ଏବଂ ସ୍ଥିରତା ପାଇଁ ଆମ ଦୁଇ ଦେଶର ଦୃଢ଼ ଜନାଦେଶ ଆମ ସହଯୋଗର ନୂତନ ପଥ ଉନ୍ମୁକ୍ତ କରି ଦେଇଛି । 1.4 ବିଲିୟନ ଆମେରିକା ଡଲାରର ଆର୍ଥିକ ପ୍ୟାକେଜକୁ ଲାଗୁ କରିବାରେ ଉତ୍ସାହଜନକ ପ୍ରଗତି ହୋଇଛି, ଯାହାକୁ ନେଇ ରାଷ୍ଟ୍ରପତି ସୋଲିହଙ୍କର ଭାରତ ଯାତ୍ରା ସମୟରେ ସହମତି ହୋଇଥିଲା।

ଆପଣଙ୍କ ମହାନ ଦେଶ ସହିତ ଭାରତର ବିକାଶ ମୂଳକ ସହଯୋଗର ଅତୁଟ ଗୁରୁତ୍ୱ ହେଉଛି ମାଳଦ୍ୱୀପର ଲୋକମାନଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ । ସେ ହୁଏତ ଦ୍ୱୀପଗୁଡ଼ିକରେ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ସମ୍ପର୍କରେ ହେଉ, ମୌଳିକ ଢ଼ାଂଚାର ନିର୍ମାଣ ଏବଂ ସ୍ୱାସ୍ଥ୍ୟ ଏବଂ ଶୈକ୍ଷିକ ବାତାବରଣର ସୁବିଧାଗୁଡ଼ିକର ବିକାଶ ସମ୍ପର୍କରେ ହେଉ, ଭାରତର ସହଯୋଗ ସବୁବେଳେ ଲୋକମାନଙ୍କର କଲ୍ୟାଣ ଉପରେ କେନ୍ଦ୍ରିତ ହେବ ଆଉ ମାଳଦ୍ୱୀପର ଆବଶ୍ୟକତା ଏବଂ ପ୍ରାଥମିକତା ଉପରେ ଆଧାରିତ ହେବ।

ଆମର ଡଜନ ଡଜନ ସାମାଜିକ ପ୍ରଭାବ ଏବଂ ଅନ୍ୟ ସହଯୋଗ ପ୍ରକଳ୍ପଗୁଡ଼ିକ ଏହି ଦେଶରେ ସାଧାରଣ ଲୋକମାନଙ୍କର ଜୀବନକୁ ଛୁଇଁଛି ଆଉ ସେମାନଙ୍କ ଜୀବନର ଉନ୍ନତି ପାଇଁ ଆପଣମାନଙ୍କର ପ୍ରୟାସରେ ଯୋଗଦାନ କରିଛି । ମାଳଦ୍ୱୀପରେ ଗଣତନ୍ତ୍ର ଏବଂ ସମୃଦ୍ଧି ପାଇଁ ଭାରତ ଏକ ବିଶ୍ୱସନୀୟ, ସୁଦୃଢ଼ ଏବଂ ଅଗ୍ରଣୀ ଭାଗିଦାର ହୋଇ ରହିବ। ଆଉ ଏହି ସହଯୋଗ ମାଳଦିପର ଲୋକମାନଙ୍କର ପ୍ରତିନିଧି ରୂପେ ଆପଣଙ୍କର ହାତକୁ ମଜବୁତ କରିବ।

ଅଧ୍ୟକ୍ଷ ମହୋଦୟ,

ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ କେବଳ ସେମାନଙ୍କର ସରକାରଙ୍କ ମଧ୍ୟରେ ସୀମିତ ନୁହେଁ। ସେମାନେ ନିଜ ଲୋକଙ୍କ ମଧ୍ୟରେ ସୁଦୃଢ଼ ସମ୍ବନ୍ଧ ଦ୍ୱାରା ଉର୍ଜ୍ଜା ପ୍ରାପ୍ତ କରନ୍ତି । ସେଥିପାଇଁ, ମୁଁ ସେ ସମସ୍ତ ପ୍ରୟାସଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେଉଛି ଯେଉଁଗୁଡ଼ିକ ଲୋକମାନଙ୍କ ଠାରୁ ଲୋକମାନଙ୍କ ମଧ୍ୟରେ ଆଦାନ- ପ୍ରଦାନକୁ ପ୍ରୋତ୍ସାହନ ଦେଇଥାଏ । ତେଣୁ, ମୋତେ ବିଶେଷ ଭାବେ ଖୁସି ଅନୁଭବ ହେଉଛି ଯେ ଆଜି ଆମେ ନିଜ ଦେଶ ମଧ୍ୟରେ ଏକ ନୂତନ ନୌକା ସେବା ଆରମ୍ଭ କରିବା ଉପରେ ସହମତି ହୋଇଛେ। ମୋତେ ଏହି କଥା ପାଇଁ ମଧ୍ୟ ବହୁତ ଖୁସି ଅନୁଭବ ହେଉଛି ଯେ ଗତ ବର୍ଷ ସମ୍ପନ୍ନ ହୋଇଥିବା ଭିସା ସୁବିଧା ବୁଝାମଣା ବ୍ୟବସାୟ, ଚିକିତ୍ସା ସେବା, ଶିକ୍ଷା, ଅବକାଶ, ପର୍ଯ୍ୟଟନ ଆଦି ପାଇଁ ଭାରତ ଆସୁଥିବା ହଜାର- ହଜାର ମାଳଦ୍ୱୀପବାସୀଙ୍କ ପାଇଁ ଏହାକୁ ସହଜ କରି ଦେଇଛନ୍ତି।

ଅଧ୍ୟକ୍ଷ ମହୋଦୟ,

ନିଜର ପାରସ୍ପରିକ ସହଯୋଗକୁ ଆଗକୁ ବଢାଇ, ଆମକୁ ଆଜି ନିଜ ଆଖ-ପାଖର ବିଶାଳ ଅନିଶ୍ଚିତତା ଏବଂ ଗମ୍ଭୀର ଆହ୍ୱାନ ଗୁଡିକର ମଧ୍ୟ ଧ୍ୟାନ ରଖିବାକୁ ହେବ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ବିଶ୍ୱର କୋଣ ଅନୁକୋଣରେ ଆର୍ଥିକ ଏବଂ ସାମରିକ ଶକ୍ତିରେ ବ୍ୟାପକ ପରିବର୍ତନ, ପ୍ରତିଯୋଗିତା ଏବଂ ପ୍ରତିଦ୍ୱନ୍ଦିତା କାରଣରୁ ସୃଷ୍ଟି ବ୍ୟବଧାନରୁ ଉଙ୍କି ମାରୁଥିବା ଆହ୍ୱାନ ମଧ୍ୟ ରହିଛି।

ମୁଁ ଏଭଳି ତିନୋଟି ବିଷୟରେ କହିବାକୁ ଚାହିଁବି, ଯାହା ଆମ ଦୁଇ ଦେଶ ପାଇଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଅଧ୍ୟକ୍ଷ ମହୋଦୟ,

ଆତଙ୍କବାଦ ହେଉଛି ଆମ ସମୟର ବହୁତ ବଡ଼ ଆହ୍ୱାନ। ଏହା କେବଳ ଗୋଟିଏ ରାଷ୍ଟ୍ର ଅବା ଗୋଟିଏ କ୍ଷେତ୍ର ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନ ନୁହେଁ। ଏହା ସମଗ୍ର ମାନବ ଜାତି ପାଇଁ ହେଉଛି ଆହ୍ୱାନ। ଏଭଳି କୌଣସି ଦିନ ଯାଉନାହିଁ ଯେଉଁଦିନ ଆତଙ୍କବାଦର ଭୟାନକ ଚେହେରା ସାମ୍ନାକୁ ଆସୁନାହିଁ ଏବଂ କେଉଁଠି ନା କେଉଁଠି ସେମାନେ କେହି ନିରୀହ ଲୋକର ଜୀବନ ନେଉଛନ୍ତି । ଆତଙ୍କବାଦୀଙ୍କ ପାଖରେ ବ୍ୟାଙ୍କ ନଥାଏ । ସେମାନଙ୍କ ପାଖରେ ନିଜର ଟଙ୍କାଶାଳ ନାହିଁ, ନା ହିଁ ଅସ୍ତ୍ରଶସ୍ତ୍ର କାରଖାନା ଅଛି। କିନ୍ତୁ ସେମାନଙ୍କ ପାଖରେ ନା ହିଁ ଅର୍ଥର ଅଭାବ ଅଛି, ନା ଅସ୍ତ୍ରଶସ୍ତ୍ରର ଅଭାବ ଅଛି। ସେମାନେ ଏସବୁ କେଉଁଠାରୁ ପ୍ରାପ୍ତ କରୁଛନ୍ତି ? ସେମାନଙ୍କୁ ଆବଶ୍ୟକ ସୁବିଧା କିଏ ପ୍ରଦାନ କରୁଛି ? ଆତଙ୍କବାଦକୁ କିଛି ରାଷ୍ଟ୍ର ପ୍ରୋତ୍ସାହନ ଦେବା ହେଉଛି ସବୁଠାରୁ ବଡ଼ ବିପଦ।

ଏହା ବାସ୍ତବରେ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏବେ ମଧ୍ୟ କିଛି ଲୋକ ତଥାକଥିତ ‘ଭଲ ଏବଂ ‘ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାର ଭ୍ରାନ୍ତ ଧରଣାର ସାହାରା ନେଉଛନ୍ତି। ଏହି କୃତ୍ରିମ ଭେଦଭାବ ଉପରେ ବିତର୍କ କରିବାରେ ଆମେ ବହୁତ ସମୟ ଅପଚୟ କରିଦେଇଛେ। ଏବେ ଆଉ ଏହା ସହ୍ୟ କରିବାର ଯୋଗ୍ୟ ନୁହେଁ। ମାନବିକତାକୁ ସମର୍ଥନ କରୁଥିବା ସମସ୍ତ ଶକ୍ତି ଆତଙ୍କବାଦ ସହ ପ୍ରଭାବଶାଳୀ ଢଙ୍ଗରେ ଲଢିବା ପାଇଁ ଏକାଠି ହେବା ଆବଶ୍ୟକ।

ଆଜିର ନେତୃତ୍ୱର ସବୁଠାରୁ ବଡ଼ ପରୀକ୍ଷା ଏହା ହେଉଛି ଯେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦର କଳା ଶକ୍ତି ସହିତ କିଭଳି ମୁକାବିଲା କରାଯାଇ ପାରିବ। ଅନ୍ତରାଷ୍ଟ୍ରୀୟ ସମୁଦାୟ ସକ୍ରିୟତାର ସହ ବୈଶ୍ୱିକ ସମ୍ମିଳନୀ ଏବଂ ଜଳବାୟୁ ପରିବର୍ତନର ଗମ୍ଭୀର ବିପଦକୁ ନେଇ ଅନେକ ସମ୍ମିଳନୀର ବ୍ୟବସ୍ଥା କରିଛନ୍ତି। ତେବେ ଆତଙ୍କବାଦ ପ୍ରସଙ୍ଗରେ କାହିଁକି ନୁହେଁ ?

ମୁଁ ସମସ୍ତ ବୈଶ୍ୱିକ ସଂସ୍ଥାନ ଗୁଡିକୁ ଏବଂ ସମସ୍ତ ପ୍ରମୁଖ ଦେଶ ଗୁଡିକୁ ଏକ ନର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆତଙ୍କବାଦ ଉପରେ ଏକ ବୈଶ୍ୱିକ ସମ୍ମେଳନ ଆୟୋଜିତ କରିବାର ଆହ୍ୱାନ କରୁଛି, ଫଳରେ ଆତଙ୍କବାଦୀ ମାନଙ୍କୁ ଏବଂ ତାଙ୍କ ସମର୍ଥକ ଦ୍ୱାରା ପ୍ରଦର୍ଶନ କରଯାଉଥିବା ଭୂଲକୁ ଦୂର କରିବା ପାଇଁ ସାର୍ଥକ ଏବଂ ପରିଣାମ ବାହାରି ପାରୁବା ଭଳି ଚର୍ଚ୍ଚା ହୋଇ ପାରିବ। ଯଦି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆହୁରି ବିଳମ୍ବ କରିବା, ତେବେ ଆମର ବର୍ତମାନ ଏବଂ ଆଗାମୀ ପିଢୀମାନେ ଆମକୁ କେବେ କ୍ଷମା କରିବେ ନାହିଁ।

ଅଧ୍ୟକ୍ଷ ମହୋଦୟ,

ମୁଁ ଜଳବାୟୁ ପରିବର୍ତନ ବିଷୟରେ ଉଲେଖ କଲି। ଏଥିରେ କୌଣସି ଆଶଙ୍କା ନାହିଁ ଯେ ଏହା ହେଉଛି ଆମ ସମୟର ବାସ୍ତବତା ।

ନଦୀଗୁଡିକ ଶୁଖିଯିବା ଏବଂ ପାଣିପାଗରେ ଅନିଶ୍ଚିତତା ଆମର କୃଷି ଏବଂ କୃଷକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କିନ୍ତୁ ସବୁଠାରୁ ଅଧିକ, ଗ୍ଲେସିୟର ଗୁଡିକ ତରଳିବା ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବା, ମାଳଦ୍ୱୀପ ଭଳି ଦେଶ ଲାଗି ଅସ୍ତିତ୍ୱ ପାଇଁ ବିପଦ ପାଲଟି ଯାଇଛି। ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ପ୍ରବାଳ ଦ୍ୱୀପଗୁଡିକ ଏବଂ ମହାସାଗର ଉପରେ ନିର୍ଭରଶୀଳ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି।

ଅଧ୍ୟକ୍ଷ ମହୋଦୟ,

ଏହି ବିପଦ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷିତ କରିବା ପାଇଁ ସମୁଦ୍ରର ଗଭୀରତା ମଧ୍ୟରେ ବିଶ୍ୱର ପ୍ରଥମ କ୍ୟାବିନେଟ ବୈଠକ ଆୟୋଜିତ କରିବାରେ ଆପଣଙ୍କ ବୈପ୍ଳବିକ ଏବଂ ସାହସୀ ପଦକ୍ଷେପକୁ କିଏ ଭୂଲି ପାରିବ ? ମାଳଦ୍ୱୀପ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ବହୁତ ଅନୁକରଣୀୟ ପଦକ୍ଷେପ ମଧ୍ୟ ହାତକୁ ନେଇଛି।

ମୁଁ ଖୁସି ଯେ ମାଳଦ୍ୱୀପ ଅନ୍ତରାଷ୍ଟ୍ରୀୟ ସୌର ମେଂଟରେ ସାମିଲ ହୋଇ ଯାଇଛି । ଭାରତ ପକ୍ଷରୁ ମିଳିତ ଭାବେ ଶୁଭାରମ୍ଭ କରାଯାଇଥିବା ଏହି ମେଂଟ ଭଳି କାର୍ଯ୍ୟକ୍ରମ ବିଶ୍ୱର ଅନେକ ଦେଶକୁ ଆମର ପୃଥ୍ୱୀକୁ ବଂଚାଇବା ପାଇଁ ବ୍ୟବହାରିବ ପଦକ୍ଷେପ ନେବା ଲାଗି ଏକ ମଂଚ ପ୍ରଦାନ କରିଛି। ଜଳବାୟୁ ପରିବର୍ତନର ଅନେକ ପ୍ରତିକୂଳ ପ୍ରଭାବ ଗୁଡିକ ହ୍ରାସ କରିବା ପାଇଁ ଅକ୍ଷୟ ଶକ୍ତି ହେଉଛି ଏକ ଶକ୍ତିଶାଳୀ ବିକଳ୍ପ।

ଏହି ସ୍ୱତନ୍ତ୍ର ସଭା ବର୍ଷ 2022 ପର୍ଯ୍ୟନ୍ତ ଭାରତର 175 ଗିଗାୱାଟ ନବୀକରଣୀୟ ଉର୍ଜ୍ଜାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ପରିଚିତ କରାଉଛି। ଆଉ ଏହା ପ୍ରାପ୍ତ କରିବାର ପ୍ରଗତି ସମସ୍ତ ଆଶାକୁ ଅତିକ୍ରମ କରିଯାଇଛି।

ଆଉ ନିକଟରେ, ଭାରତର ସହଯୋଗରେ ହିଁ 2,500 ଉର୍ଜ୍ଜା ଦକ୍ଷତା ଏବଂ ପର୍ଯ୍ୟାବରଣ ଅନୁକୂଳ ଏଲଇଡି ଷ୍ଟ୍ରୀଟ ଲାଇଟ ଗୁଡିକ ମାଲେର ସଡ଼କକୁ ଆଲୋକିତ କରିଛି। ଆଉ ମାଳଦ୍ୱୀପରେ ଦୁଇ ଲକ୍ଷରୁ ଅଧିକ ଏଲଇଡି ବଲବ୍ ଘର ଏବଂ ଦୋକାନ ପର୍ଯ୍ୟନ୍ତ ପହଂଚି ସାରିଛି । ଏହା ମୂଲ୍ୟବାନ ବିଜୁଳି ଏବଂ ପର୍ଯ୍ୟାବରଣକୁ ବଂଚାଇବାରେ ସହାୟତା କରିବ ଏବଂ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ।

ଭାରତ ଛୋଟ- ଛୋଟ ଦ୍ୱୀପ ଗୁଡିକର ଆବଶ୍ୟକତା ଏବଂ ଚିନ୍ତା ଗୁଡିକ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଛି। ଆମେ ନା କେବଳ ସେମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଦୂର କରିବା ପାଇଁ ଆଗକୁ ଆସିଛୁ, ବରଂ  ବିଭିନ୍ନ ବୈଶ୍ୱିକ ମଂଚରେ ମଧ୍ୟ ନିଜର ସ୍ୱର ଉତୋଳନ କରିଛୁ, ସେହି ସମସ୍ୟାକୁ ଉଠାଇଛୁ ଏବଂ ତାହାର ଦୂରୀକରଣ ପାଇଁ ଆହ୍ୱାନ କରିଛୁ । ଯଦିଓ, ସମସ୍ତଙ୍କୁ ଏଥିରେ ସାମିଲ ହେବାର ଆବଶ୍ୟକତା ରହିଛି ଫଳରେ ଆମର ସାମୁହିକ ପ୍ରୟାସ ଦ୍ୱାରା ସମାଧାନ ସ୍ତରରେ ପହଂଚି ପାରିବା। କିନ୍ତୁ ଆମେ ଏହା ମାନିନେବା ଭୂଲ ହେବ ଯେ, କେବଳ ବୈଷୟିକ ସମାଧାନ ଦ୍ୱାରା ହିଁ ଆମେ ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା କରି ଦିଗରେ ସହାୟତା କରି ପରିବା । ଆମର ମୂଲ୍ୟବୋଧ, ଅଭିବ୍ୟକ୍ତି, ଦୃଷ୍ଟିକୋଣ, ଜୀବନ-ଶୈଳୀ ଏବଂ ସମାଜରେ ପରିବର୍ତନ ଆଣିବା ବିନା ଜଳବାୟୁ ପରିବର୍ତନର ପ୍ରତିକୂଳ ପ୍ରଭାବ ଗୁଡିକୁ ପର୍ଯ୍ୟାପ୍ତ ଭାବେ କମ୍ କରିବାର ସମ୍ଭବ ହେବ ନାହିଁ। ପ୍ରାଚୀନ ଭାରତୀୟ ମାନ୍ୟତା  ଅନୁସାରେ ପୃଥିବୀକୁ ନିଜର ମାଆ ଏବଂ ଆମ ସମସ୍ତଙ୍କୁ ସେ ନିଜର ସନ୍ତାନ ଭାବେ ଗ୍ରହଣ କରିଥାଏ। ଯଦି ଆମେ ଏହି ଗ୍ରହକୁ ନିଜର ମାଆ ଭାମେ ମାନି ନେବା ତେବେ ନା କେବଳ ଆମେ ଏହାର ସମ୍ମାନ ଏବଂ ସଂରକ୍ଷଣ କରି ପାରିବା ବରଂ ଏହାକୁ କ୍ଷତି ପହଂଚାଇବା ନାହିଁ। ଆମକୁ ମଧ୍ୟ ଏହା ମନେ ରଖିବାକୁ ହେବ ଯେ ଏହି ଘର, ଏହି ମାଟି, ଏହି ଧରଣୀ, ଏହି ପରମ୍ପରା ରହିଛି ଯାହାକୁ ଆମେ ଆମର ଭବିଷ୍ୟତ ପିଢୀମାନଙ୍କ ଭରସାରେ ରଖିଥାଉ, ଆଉ ଏହା ଆମର ସଂପତି ନୁହେଁ।

ଅଧ୍ୟକ୍ଷ ମହୋଦୟ,

ତୃତୀୟ ବିଷୟଟି ହେଉଛି ଇଂଡୋ- ପେସିଫିକ ବା ଭାରତ- ପଶାନ୍ତ ମହାସାଗର, ଯାହା ହେଉଛି ଆମର ଭାଗିଦାରୀ କ୍ଷେତ୍ର। ଏହା ହେଉଛି ବିଶ୍ୱର 50% ଜନସଂଖ୍ୟା ବହୁଳ ଅଂଚଳ, ଆଉ ଧର୍ମ, ସଂସ୍କୃତି, ଭାଷା, ଇତିହାସ ଏବଂ ରାଜନୀତି ଓ ଆର୍ଥିକ କୌଶଳର ବିଶାଳ ବିବିଧତା ରହିଛି। କିନ୍ତୁ ଏହା କୌଣସି ଅନିଶ୍ଚିତ ପ୍ରଶ୍ନ ଏବଂ ଅସମାହିତ ବିବାଦ ଭଳି କ୍ଷେତ୍ର ମଧ୍ୟ। ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ର ମଧ୍ୟ ହେଉଛି ଆମର ଅସ୍ତିତ୍ୱର ଏକ ଅବିଭାଜିତ ଅଂଶ। ଏହା ଆମର ଜୀବନ ରେଖା ଏବଂ ବ୍ୟବସାୟ ଓ ସମୃଦ୍ଧିର ରାଜମାର୍ଗ ମଧ୍ୟ ହୋଇ ରହିଛି। ପ୍ରତ୍ୟେକ ଦିଗରୁ, ଏହା ହେଉଛି  ଆମର ସହଭାଗୀ ଭବିଷ୍ୟତର ପୁଞ୍ଜି। ଏଥିପାଇଁ ମୁଁ ଜୁନ 2018ରେ ସିଙ୍ଗାପୁରରେ କହିଥିଲି ଯେ ଭାରତ- ପ୍ରଶାନ୍ତ ମହାସାଗର ଅଂଚଳରେ ଖୋଲାଖୋଲି, ଐକବଦ୍ଧ ଭାବେ ଏବଂ ସନ୍ତୁଳନ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ। ଏହା ଦ୍ୱାରା ହିଁ ରାଷ୍ଟ୍ର- ରାଷ୍ଟ୍ର ମଧ୍ୟରେ ବିଶ୍ୱାସ ସୁନିଶ୍ଚିତ ହେବ। ଏହାଦ୍ୱାରା ହିଁ ନିୟମ- ଆଧାରିତ ବ୍ୟବସ୍ଥା ଏବଂ ବହୁପକ୍ଷବାଦର ନିରନ୍ତରତା ସୁନିଶ୍ଚିତ ହେବ।

ଅଧ୍ୟକ୍ଷ ମହୋଦୟ,

4 ବର୍ଷ ପୂର୍ବେ, ମୁଁ ଭାରତ- ପ୍ରଶାନ୍ତ ମହାସାଗର ଅଂଚଳ ପାଇଁ ଭାରତର ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତାକୁ ସାଗର(S.A.G.A.R)ଭାବେ ବ୍ୟକ୍ତ କରିଥିଲି, ଯାହା ହିନ୍ଦୀରେ ଏକ ଶବ୍ଦ, ଯାହାର ଅର୍ଥ ହେଉଛି ‘ସମୁଦ୍ର। ଏହି ସଂକ୍ଷିପ୍ତ ନାମ ଏଇ କ୍ଷେତ୍ରରେ ସମସ୍ତଙ୍କ ଲାଗି ସୁରକ୍ଷା ଏବଂ ବିକାଶ ପାଇଁ ଅଛି, ଯାହା ଭାରତ- ପ୍ରଶାନ୍ତ ମହାସାଗରରେ ସହଯୋଗ ପାଇଁ ଆମ ଲାଗି ଆମର ବ୍ଲୁ ପ୍ରିଂଟ।

ଆଜି ମୁଁ ପୁଣି ଥରେ ସମାବେଶର ଏହି ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେବାକୁ ଚାହିଁବି। ମୁଁ ଏହା ମଧ୍ୟ ଦୋହରାଇବାକୁ ଚାହିଁବି ଯେ ଭାରତ ନା କେବଳ ନିଜର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ନିଜର କ୍ଷମତାକୁ ଏବଂ ଶକ୍ତିର ଉପଯୋଗ କରିବ। ବରଂ ଆମେ ଏହି କ୍ଷେତ୍ରର ଅନ୍ୟ ଦେଶର କ୍ଷମତା ବିକଶିତ କରିବା, ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ସହିତ ତାଙ୍କ ପାଖରେ ପହଂଚାଇବାର ପ୍ରୟାସ କରିବା। ସୁରକ୍ଷା ସହଯୋଗ, ସମୃଦ୍ଧି ଏବଂ ସମସ୍ତଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସହାୟତା ଏବଂ କାର୍ଯ୍ୟ କରିବା। ଏକ ସକ୍ଷମ, ସୁଦୃଢ ଏବଂ ସମୃଦ୍ଧ ଭାରତ ନା କେବଳ ଦକ୍ଷିଣ ଏସିଆ ଏବଂ ଭାରତ- ପ୍ରଶାନ୍ତ ମହାସାଗରରେ, ବରଂ ସମଗ୍ର ବିଶ୍ୱରେ ଶାନ୍ତି, ବିକାଶ ଓ ସୁରକ୍ଷାର ଏବ ସୁଦୃଢ ସ୍ତମ୍ଭ ହେବ।

ଅଧ୍ୟକ୍ଷ ମହୋଦୟ,

ଏହି ଦୃଷ୍ଟିକୁ ସାକାର କରିବା ଏବଂ ନୀଳ ଅର୍ଥ ବ୍ୟବସ୍ଥାରୁ ଲାଭ ଉଠାଇବାରେ ସହଯୋଗ କରିବା ପାଇଁ ମାଳଦ୍ୱୀପଠାରୁ ଅଧିକ ଉପଯୁକ୍ତ ଭାଗିଦାର ଆମ ପାଖରେ ଆଉ କିଏ ହୋଇପାରେ। କାରଣ ଆମେ ହେଉଛୁ ସାମୁଦ୍ରିକ ପଡୋଶୀ। କାରଣ ଆମେ ହେଉଛୁ ବନ୍ଧୁ। ଆଉ ବନ୍ଧୁତାରେ କେହି ବଡ଼ ଅବା ଛୋଟ, ମଜବୁତ ଅବା ଦୁର୍ବଳ ନଥାନ୍ତି। ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ପଡେଶୀର ମୂଳଦୁଆ ବିଶ୍ୱାସ, ସଦଭାବ ଏବଂ ସହଯୋଗ ଉପରେ ପର୍ଯ୍ୟବେଶିତ। ଆଉ ଏହି ବିଶ୍ୱାସ, ଏଇ ବିଶ୍ୱାସରୁ ଉତ୍ପନ୍ନ ହୋଇଥାଏ ଯେ ଜଣେ- ଅନ୍ୟଜଣଙ୍କର ଚିନ୍ତାଗୁଡିକ ଏବଂ ହିତଗୁଡିକ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ଫଳରେ ଆମେ ଦୁହେଁ ଅଧିକ ସମୃଦ୍ଧ ଏବଂ ଅଧିକ ସୁରକ୍ଷାର ଆନନ୍ଦ ଉଠାଇ ପାରିବା।

ଏହା ତେବେ ସମ୍ଭବ ହେବ ଯେତେବେଳେ ଆମର ପାରସ୍ପରିକ ବିଶ୍ୱାସ ନା କେବଳ ଭଲ ସମୟରେ, ଅସୁବିଧା ସମୟରେ ମଧ୍ୟ ସୁଦୃଢ ହେବ।

ଅଧ୍ୟକ୍ଷ ମହୋଦୟ,

ବସୁଧୈବ କୁଟୁମ୍ବକମ୍ହେଉଛି ଉଭୟ ଆମର ଦର୍ଶନ ଏବଂ ନୀତି ଏହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର । ଆମ ସମୟର ସର୍ବଶ୍ରେଷ୍ଠ ବ୍ୟକ୍ତି ମହାତ୍ମା ଗାନ୍ଧୀ କହିଥିଲେ ଯେଆମେ ଆମର ପଡ଼ୋଶୀମାନଙ୍କୁ ପ୍ରଦାନ କରୁଥିବା ସେବାଗୁଡିକର କୌଣସି ସୀମା ନାହିଁ ଭାରତ ସର୍ବଦା ନିଜର ଉପଲବ୍ଧିକୁ ବିଶ୍ୱ ଏବଂ ବିଶେଷ କରି ପଡ଼ୋଶୀମାନଙ୍କ ସହିତ ବାଣ୍ଟିଛି ତେଣୁ, ଆମର ବିକାଶର ସହଭାଗୀତା ଲୋକମାନଙ୍କୁ ସଶକ୍ତ କରିବା ପାଇଁ, ସେମାନଙ୍କୁ ଦୁର୍ବଳ କରିବା ନୁହେଁ । ନା ହିଁ ଆମ ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି କରିବା । ନା ହିଁ ବାସ୍ତବରେ ଭବିଷ୍ୟତ ପିଢିର କାନ୍ଧରେ ଋଣର ଏକ ଅସମ୍ଭବ ବୋଝ ଲଦିଦେବା

ଅଧ୍ୟକ୍ଷ ମହୋଦୟ,

ଏହା ହେଉଛି ଜଟିଳ ପରିବର୍ତନର ସମୟ, ହେଉଛି ଆହ୍ୱାନ ଭରା ସମୟ। ଯଦିଓ, ଆହ୍ୱାନ ଗୁଡିକ ଅବସର ମଧ୍ୟ ଆଣିଥାଏ। ଆଜି ମାଳଦ୍ୱୀପ ଏବଂ ଭାରତ ପାଖରେ ଅବସର ଅଛି :

  • ଭଲ ପଡୋଶୀ ଏବଂ ବନ୍ଧୁ ହେବା ବିଶ୍ୱ ପାଇଁ ଆଦର୍ଶ ସ୍ଥାପିତ କରିବ;

ଆମର ସହଯୋଗ ମାଧ୍ୟମରେ ସମୃଦ୍ଧି ଆଣିବା ଫଳରେ ଆମର ଲୋକମାନଙ୍କର ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକାଂକ୍ଷା ପୂରଣ କରାଯାଇ ପାରିବ;

ଆମ ଅଂଚଳରେ ସ୍ଥିରତା, ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମିଳିମିଶି କାମ କରିବା;

  • ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥରେ ସୁରକ୍ଷା ସୁନିଶ୍ଚିତ କରିବା;

ଆତଙ୍କବାଦକୁ ପରାସ୍ତ କରିବା ପାଇଁ;

ଆତଙ୍କବାଦ ଏବଂ ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିବା ଶକ୍ତିକୁ ଆମ ଉପକୂଳରୁ ଦୂରେଇ ରଖିବା;

ସୁସ୍ଥ ଏବଂ ସ୍ୱଚ୍ଛ ପର୍ଯ୍ୟାବରଣ ପାଇଁ ଆବଶ୍ୟକ ପରିବର୍ତନ ଆଣିବା

ଇତିହାସ ଏବଂ ଆମର ଲୋକ ଆଶା କରିବେ ଯେ ଆମେ ଏହି ଅବସରକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ଏବଂ ତାହାକୁ ହାତ ଛଡା କରିବା ନାହିଁ। ଭାରତ ଏହି ପ୍ରୟାସରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏବଂ ମାଳଦ୍ୱୀପ ସହିତ ନିଜର ଅମୂଲ୍ୟ ମିତ୍ରତାକୁ ଅଧିକ ସୁଦୃଢ ସଂକଳ୍ପିତ କରିବ। ମୁଁ ଆଜି ଆପଣମାନଙ୍କ ପାଖରେ ଏହି ଗମ୍ଭୀର ପ୍ରତିଜ୍ଞାକୁ ଦୋହରାଉଛି।

ଆପଣମାନେ ମୋତେ ନିଜ ଗହଣକୁ ଆସିବାର ଯେଉଁ ସମ୍ମାନ ଦେଲେ ଆଉ ଯେଉଁ ସମ୍ମାନ ଆପଣମାନେ ମୋତେ ଦେଲେ, ସେଥିପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆପଣମାନଙ୍କୁ ବନ୍ଧୁତା ପାଇଁ ଧନ୍ୟବାଦ ଦେଉଛି।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

 

*****

AH


(Release ID: 1869312) Visitor Counter : 104