ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

କାଣ୍ଡଲା ବନ୍ଦର ନିକଟବର୍ତ୍ତୀ ଟୁନା ଟେକ୍ରାରେ ବହୁମୁଖୀ ପଣ୍ୟବର୍ଥ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


କଚ୍ଛ ଉପସାଗର କୂଳରେ ନିର୍ମିତ ହେବାକୁ ଥିବା ଏହି ବହୁମୁଖୀ ପଣ୍ୟବର୍ଥ (ମଲ୍ଟି ପର୍ପସ କାର୍ଗୋ ବର୍ଥ)ରେ କଣ୍ଟେନର/ ତରଳ ପଣ୍ୟ ବ୍ୟତୀତ ଆଉ ସବୁ ସାମଗ୍ରୀର ବୋଝେଇ ଖଲାସ ସୁବିଧା ମିଳିବ

ସରକାରୀ-ଘରୋଇ ସହଯୋଗରେ ‘ବିଓଟି’ ସୂତ୍ରରେ ଏହି ବର୍ଥ ନିର୍ମାଣ କରାଯିବ

Posted On: 12 OCT 2022 4:17PM by PIB Bhubaneshwar

ଗୁଜରାଟର କାଣ୍ଡଲା ବନ୍ଦର ନିକଟବର୍ତ୍ତୀ ଟୁନା ଟେକ୍ରାଠାରେ କଚ୍ଛ ଉପସାଗର କୂଳରେ ଏକ ବହୁମୁଖୀ ପଣ୍ୟ ବର୍ଥ (ଅଣ କଣ୍ଟେନର/ ତରଳ ସାମଗ୍ରୀ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବହୁମୁଖୀ ପଣ୍ୟ ବର୍ଥ ନିର୍ମାଣ ସମ୍ପର୍କରେ ଆଲୋଚନା ହେବା ପରେ ଏହାକୁ ଅନୁମୋଦନ କରାଯାଇଛି । ନୂଆ କରି ନିର୍ମିତ ହେବାକୁ ଏହି ପଣ୍ୟ ବର୍ଥରେ କଣ୍ଟେନର ଓ ତରଳ ସାମଗ୍ରୀ ସେବାକୁ ଛାଡି ଅନ୍ୟ ସବୁ ସାମଗ୍ରୀର ବୋଝେଇ ଖଲାସ ସୁବିଧା ଉପଲବ୍ଧ ହେବ ନାହିଁ । ଏହି ବିଲ୍ଡ, ଅପରେଟ ଓ ଟ୍ରାନ୍ସଫର (ବିଓଟି) ସୂତ୍ରରେ ନିର୍ମିତ ହେବ ଏବଂ ଏଥିରେ ସରକାରୀ-ଘରୋଇ ସହଭାଗିତା ରହିବ ।

ଏହି ବର୍ଥ ନିର୍ମାଣ ପାଇଁ ଆବଶ୍ୟକ ଡ୍ରେଜିଂ ଓ ଚାନେଲ ଖନନ କରାଯିବ । ଏହାଛଡା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁବିଧା ଏହି ବର୍ଥ ନିମନ୍ତେ ଉପଲବ୍ଧ ହେବ । ଡ୍ରୋଜିଂ, ଚାନେଲ ଖନନ, ସଡକ ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ କାଣ୍ଡଲା (ଦୀନଦୟାଲ) ବନ୍ଦର କର୍ତ୍ତୃପକ୍ଷ ୫୩୧ କୋଟି ୪୨ ଲକ୍ଷ ଟଙ୍କା ଯୋଗାଇ ଦେବେ ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କାଣ୍ଡଲା ବନ୍ଦରର ଭବିଷ୍ୟତର କାର୍ଯ୍ୟ ଚାପ ହ୍ରାସ ପାଇବ ଏବଂ ଅଣ ଲିକ୍ୟୁଡି ଓ ଅଣ କଣ୍ଟେନର ପଣ୍ୟ କାରବାର ସୁବିଧା ବଢିବ । ଏହି ବର୍ଥଟି କଚ୍ଛ ଉପସାଗରର  ଉତ୍ତର - ପୂର୍ବ ଦିଗରେ କାଣ୍ଡଲା ବନ୍ଦର ପୂର୍ବ ପଟକୁ ନିର୍ମିତ ହେବାକୁ ଥିବାରୁ ଏହା ଦେଶର ଉତ୍ତରାଞ୍ଚଳ, ବିଶେଷକରି ଜାମ୍ମୁ-କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ସାମୁଦ୍ରିକ ରପ୍ତାନୀ-ଆମଦାନୀ କାରବାର ପାଇଁ ବିଶେଷ ସହାୟକ ହେବ । ଏହା ସହିତ ଏହି ବର୍ଥ କାଣ୍ଡଲା ବନ୍ଦରର ବ୍ୟାବସାୟିକ ଲକ୍ଷଣ/ଦକ୍ଷତା ବଢାଇବ   ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବ । ସର୍ବୋପରି ଦେଶ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହାର ଉତ୍ତମ ଯୋଗଦାନ ରହିବ ।

ବଚ୍ଛା ବଚ୍ଛା କେତେକ ନିର୍ଦ୍ଦିଷ୍ଟ କନ୍‌ସେନାୟର (ଅଧିକୃତ ସଂସ୍ଥା)ଙ୍କ ଦ୍ୱାରା ଏହି ବର୍ଥ ନିର୍ମାଣ କରାଯିବ । ତେବେ ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ସାଧାରଣ ବ୍ୟବହାରକାରୀ ସୁବିଧା ସୁଯୋଗ ବିକାଶ କାମ କରିବ ।

ନୁଆ ବର୍ଥରେ ଏକ ସମୟରେ ଚାରିଟି ବଡ ଜାହାଜ ମାଲ ବୋଝେଇ ଖଲାସ କରିପାରିବେ ଏବଂ ସେଥିପାଇଁ ସବୁ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ । ଏହି ବହୁମୁଖୀ ବର୍ଥ ନିର୍ମାଣ ପାଇଁ ମୋଟ ୧,୭୧୯କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାର ବାର୍ଷିକ ମାଲ ବୋଝେଇ ଖଲାସ କ୍ଷମତା ହେବ ୧୮.୩୩ ନିୟୁତ ଟନ୍  ।

ପ୍ରାରମ୍ଭିକ ଭାବେ ଏହି ବର୍ଥକୁ ଏକ ଲକ୍ଷ ଟନ୍ ଓଜନ ବିଶିଷ୍ଟ  ୧୫ଏମ୍ ଡ୍ରଟ୍ ଜାହାଜ ଆସିପାରିବ । ଏଥି ପାଇଁ ଚାନେଲର ଡ୍ରେଜିଂ  ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କଣ୍ଡଲା ବନ୍ଦର କରିବ । ରିହାତି ସମୟ ମଧ୍ୟରେ କାଣ୍ଡଲା ବନ୍ଦ କର୍ତ୍ତୃପକ୍ଷ ଚାହିଁଲେ ଚାନେଲକୁ ଅଧିକ ଗଭୀର ଓ ଚଉଡା କରି ୧୮ଏମ୍ ଡ୍ରଟ୍ ଜାହାଜକୁ ଏହି ବର୍ଥକୁ ନେଇ ପାରିବେ ।

ପଶ୍ଚିମ ଉପକୂଳସ୍ଥିତ ଗୁଜରାଟର କଚ୍ଛ ଜିଲ୍ଲାରେ ଥିବା କାଣ୍ଡଲା ବନ୍ଦର ଦେଶର ଅନ୍ୟତମ ପ୍ରମୁଖ ବନ୍ଦରଗୁଡିକ ମଧ୍ୟରୁ ଗୋଟିଏ । ଏହାର ନାମ ଏବେ ସରକାରୀ ଭାବେ ଦୀନ ଦୟାଲବନ୍ଦର କରାଯାଇଛି । ଏହି ପ୍ରମୁଖ (ମେଜର) ବନ୍ଦରଟି ମୁଖ୍ୟତଃ ଦେଶର ଉତ୍ତରାଞ୍ଚଳ ରାଜ୍ୟଗୁଡିକର ସାମୁଦ୍ରିକ ବାଣିଜ୍ୟକ କାରବାର ଆବଶ୍ୟକତା ପୂରଣ କରିଥାଏ । ଭୂମି ପରିବେଷ୍ଟିତ ଜାମ୍ମୁ-କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣା ଆଦି ରାଜ୍ୟ ଏହି ବନ୍ଦର ଉପରେ ଅଧିକ ନିର୍ଭର କରିଥାନ୍ତି ।

 

****

TKM/SLP



(Release ID: 1867283) Visitor Counter : 77