ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତିନି ଦିବସୀୟ ୱାଡା ଆଥଲେଟ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର-୨୦୨୨ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ଶ୍ରୀ ଅନୁରାଗ ସିଂହ ଠାକୁର


ଏହି ଆଲୋଚନାଚକ୍ର ଡୋପିଂ ବିରୋଧି ସାମୂହିକ ଲଢେଇରେ ଏକ ବଡ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଓ ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମକୁ ସୁଦୃଢ କରିବ: ଶ୍ରୀ ଅନୁରାଗ ଠାକୁର

ନିକଟରେ ପ୍ରଣୀତ ଜାତୀୟ ଡୋପିଂ ନିରୋଧି ଅଧିନିୟମ ୨୦୨୨ ଦେଶରେ ସମସ୍ତ ସ୍ତରରେ ସ୍ୱଚ୍ଛ କ୍ରୀଡା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି: ଶ୍ରୀ ଅନୁରାଗ ଠାକୁର

Posted On: 12 OCT 2022 8:14PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀ ଠାରେ ତିନିଦିବସୀୟ ୱାଡା ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର- ୨୦୨୨ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଆଲୋଚନାଚକ୍ର ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଓ ଜାତୀୟ ଡୋପ ପରୀକ୍ଷଣ ଗବେଷଣାଗାର (ଏନଡିଟିଏଲ) ଦ୍ୱାରା ଆୟୋଜିତ ହୋଇଛି । କ୍ରୀଡା ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ, ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନର ମହାନିର୍ଦ୍ଦେଶକ ସୁଶ୍ରୀ ରିତୁ ସାଇଁ, (ଆଥଲେଟ ବାୟୋଲଜିକଲ ପାସପୋର୍ଟ) ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ସହଯୋଗୀ ନିର୍ଦ୍ଦେଶକ ଡଃ ରିଡ ଆଇକିନ, ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ଏସିଆ/ଓସିଏନିଆ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶ୍ରୀ କାଜୁଗିରୋ ହୟାଶି ଓ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ବରିଷ୍ଠ ପ୍ରବନ୍ଧକ ଡଃ ନୋବର୍ଟ ବାମେ ଏହି ଅବସରରେ ଉପସ୍ଥିତ ଥିଲେ ।

ଆମେ ନିଜ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶର ଇତିହାସରେ ପ୍ରଥମ ପାଇଁ ଏବିପି ଆଲୋଚନାଚକ୍ର ଆୟୋଜିତ ହେବା ବେଶ ନିଆରା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ କ୍ରୀଡା ପରିଦୃଶ୍ୟରେ ଲଗାତର ନୂଆ ଉଚ୍ଚତା ସ୍ପର୍ଶ କରିଚାଲିଥିବା ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ।

 

ଆଥଲେଟ ବାୟୋଲଜିକଲ ପାସପୋର୍ଟକୁ ଡୋପିଂ ନିରୋଧ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପକରଣ ଭାବେ ଅଭିହିତ କରି ଏ ସମ୍ପର୍କିତ ଗବେଷଣା ଦ୍ୱାରା ବିଶ୍ୱ କ୍ରୀଡାରୁ କେବଳ ଡୋପିଂ ଚିହ୍ନଟ ନୁହେଁ ଏହାକୁ ଦୂରେଇବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଠାକୁର କହିଛନ୍ତି । ଏହି ଆଲୋଚନାଚକ୍ର କେବଳ ଏବିପିକୁ ଦୃଢ ଓ ମଜବୁତ କରିବ ନାହିଁ ଡୋପିଂ ବିରୋଧରେ ଆମ ସାମୂହିକ ଲଢେଇ ପାଇଁ ଏକ ବଡ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି ସୁଯୋଗର ଉପଯୋଗ କରି କ୍ରୀଡାବିତମାନଙ୍କୁ ତଥା ସମୂର୍ଣ୍ଣ କ୍ରୀଡା ବ୍ୟବସ୍ଥାକୁ ଡୋପିଂ କବଳରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରତିଯୋଗୀମାନେ ଜ୍ଞାନ, ଉପକରଣ, ଗବେଷଣା ଓ ବିଶେଷଜ୍ଞମତ ଆହରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନାଚକ୍ର ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମ ସୁଦୃଢ କରିବାରେ ସହାୟକ ହେବ ।

ଭାରତ ସରକାର ନିକଟରେ ଜାତୀୟ ଡୋପିଂ ନିରୋଧୀ ଅଧିନିୟମ, ୨୦୨୨ ନାମରେ ଡୋପିଂ ନିରୋଧୀ ଆଇନ ପ୍ରସ୍ତୁତ କରିଛନ୍ତି । ବିଶ୍ୱ ଡୋପିଂ ନିରୋଧୀ ଅଭିଯାନ ପ୍ରତି ଏହା ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ଏହି ଅଧିନିୟମ ଦେଶରେ ସମସ୍ତ ସ୍ତରରେ ସ୍ୱଚ୍ଛ କ୍ରୀଡା ପାଇଁ ଭାରତ ସରକାରଙ୍କ ଦୃଢ ସଂକଳ୍ପର ଅଭିବ୍ୟକ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି ।

 

ବିଗତ ଏକ ବର୍ଷ ମଧ୍ୟରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା)କୁ ଅନୁଦାନ ବଢାଇଛୁ ଓ ଆମ ଅନୁଦାନ ଏସିଆରେ ଚତୁର୍ଥ ସର୍ବାଧିକ ବୋଲି ଶ୍ରୀ ଠାକୁର କହିଛନ୍ତି । ସେହିପରି ଆମେ ୟୁନେସ୍କୋ ସ୍ୱେଚ୍ଛାସେବୀ ପାଣ୍ଠିର ପ୍ରମୁଖ ଅବଦାନକାରୀ । ପୋଷକ ତତ୍ତ୍ୱ ସହ ନିଷିଦ୍ଧ ପଦାର୍ଥ ଅନିଚ୍ଛାକୃତ ଭାବେ ସେବନରୁ କ୍ରୀଡାବିତମାନଙ୍କୁ ସୁରକ୍ଷା ପ୍ରଦାନ ସୁନିଶ୍ଚିତ କରିବା ସହ ନାଡା ଜାତୀୟ ଫୋରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଓ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସହ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଭିନ୍ନକ୍ଷମ କ୍ରୀଡାବିତମାନଙ୍କ ପାଇଁ ସମାବେଶୀ ଆଉଟରିଚ ବିଷୟ ବିକଶିତ ହୋଇଛି । ୟୁନିଭର୍ସଲ ଡିଜାଇନ ଫର ଲର୍ଣ୍ଣିଂ (ୟୁଡିଏଲ) ନୀତିକୁ ଆଧାରିତ ସାଙ୍କେତିକ ଭାଷା ଡୋପିଂ ନିରୋଧୀ ମଡ୍ୟୁଲ କେବଳ ଭାରତର ଭିନ୍ନକ୍ଷମ କ୍ରୀଡାବିତଙ୍କ ପାଇଁ ନୁହେଁ ସାରା ବିଶ୍ୱର କ୍ରୀଡାବିତମାନଙ୍କ ପାଇଁ ଉପଯୋଗୀ । ନାଡା, ଭାରତ ଏସବୁ ସଂସାଧନକୁ ଏସିଆର ଅନ୍ୟ ନାଡୋମାନଙ୍କ ସହ ଶେୟାର କରୁଛି ।

ଏହି ଆଲୋଚନାଚକ୍ରରେ ମୁଖ୍ୟ ଚର୍ଚ୍ଚାର ବିଷୟ ରହିବ ବର୍ତ୍ତମାନର ଘଟଣାକ୍ରମ, ସଫଳତା ଓ ଏବିପିର ଆହ୍ୱାନ, ଷ୍ଟେରୋଇଡା ମଡ୍ୟୁଲକୁ ପ୍ରଭାବିତ କରୁଥିବା ବିଶୃଙ୍ଖଳିତ କାରଣର ପ୍ରବନ୍ଧନ, ଏବିପି ପାଇଁ ରଣନୈତିକ ପରୀକ୍ଷଣ ପ୍ରସ୍ତୁତି । ଏବଂ ଏପିଏମୟୁ ମାଧ୍ୟମରେ କ୍ରୀଡାରୁ ଡୋପିଂ ଚିହ୍ନଟ ଓ ନିବାରଣ ପାଇଁ ୱାଡାକୁ ସାହାଯ୍ୟ କରିବ ।

ପ୍ରଥମ ୱାଡା ଏବିପି ଆଲୋଚନାଚକ୍ର ୨୦୧୫ରେ ଦୋହା, କାତାର ଠାରେ ଡୋପିଂ ନିରୋଧୀ ଲ୍ୟାବ କାତାର (ଏଡିଏଲକ୍ୟୁ) ଦ୍ୱାରା ଆୟୋଜିତ ହୋଇଥିଲା । ଦ୍ୱିତୀୟ ୱାଡା ଏବିପି ଆଲୋଚନାଚକ୍ର ୨୦୧୮ ଇଟାଲୀର ରୋମ ଠାରେ ଇଟାଲିଆନ ଫେଡେରେସନ ଅଫ ସ୍ପୋର୍ଟସ ମେଡିସିନ (ଏଫଏମଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା । ଏହା ତୃତୀୟ ୱାଡା ଏବିପି ଆଲୋଚନାଚକ୍ର ଓ ଭାରତ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି । ୫୬ଟି ଦେଶର ଦୁଇ ଶହକୁ ଅଧିକ ପ୍ରତିଯୋଗୀ, ୱାଡା ଅଧିକାରୀ, ବିଭିନ୍ନ ଜାତୀୟ ଡୋପିଂ ନିରୋଧୀ ସଂଗଠନର ପ୍ରତିନିଧି ଓ ବିଶେଷଜ୍ଞ, ଆଥଲେଟ ପାସପୋର୍ଟ ପ୍ରବନ୍ଧନ ୟୁନିଟ (ଏପିଏମୟୁ) ଓ ୱାଡା ମାନ୍ୟତା ପ୍ରାପ୍ତ ଗବେଷଣାଗାରର ପ୍ରତିନିଧି ଓ ବିଶେଷଜ୍ଞ ଏହି ଆଲୋଚନାଚକ୍ରରେ ଭାଗ ନେଉଛନ୍ତି ।

***

SR

 



(Release ID: 1867276) Visitor Counter : 174