ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗାନ୍ଧଡା ଗୁଡି ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2022 12:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପରିବେଶ ସଂରକ୍ଷଣ ପାଇଁ କନ୍ନଡ ଅଭିନେତା ପୁନିଥ୍ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ନିକଟରେ ଥିବା ଏକ ପ୍ରକଳ୍ପ ଗାନ୍ଧଡା ଗୁଡିର ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱର୍ଗତ ପୁନିଥ୍ ରାଜକୁମାର ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରନ୍ତି ।
କନ୍ନଡ ଅଭିନେତା ସ୍ୱର୍ଗତ ପୁନିଥ୍ ରାଜକୁମାରଙ୍କ ପତ୍ନୀ ଅଶ୍ୱିନୀ ପୁନିଥ୍ ରାଜକୁମାରଙ୍କ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆପୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରେ । ସେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ,, ଶକ୍ତିରେ ପରିପୂର୍ଣ୍ଣ ଏବଂ ଅଦ୍ୱିତୀୟ ପ୍ରତିଭାରେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଗାନ୍ଧଡା ଗୁଡି ମାତା ପ୍ରକୃତି, କର୍ଣ୍ଣାଟକର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିବେଶ ସଂରକ୍ଷଣ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଏହି ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।”
HS
(ରିଲିଜ ଆଡି: 1866268)
ପରିଦର୍ଶକ କାଉଣ୍ଟର : 151
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam