ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ବର୍ଷର ସବୁଠାରୁ ବଡ଼ ସହରି ସ୍ବଚ୍ଛତା ଉତ୍ସବର ପ୍ରସ୍ତୁତି ସମାପ୍ତ


ରାଷ୍ଟ୍ରପତି ସବୁଠାରୁ ସ୍ବଚ୍ଛ ସହରକୁ ପୁରସ୍କୃତ କରିବେ

Posted On: 30 SEP 2022 1:07PM by PIB Bhubaneshwar

ବର୍ଷର ସବୁଠାରୁ ବୃହତ୍ ସହରୀ ସ୍ବଚ୍ଛତା ଉତ୍ସବର ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି। ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ 1 ଅକ୍ଟୋବର 2022 ରେ ନୂଆ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆବାସିକ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜାଦି @ 75 ସ୍ବଚ୍ଛ ସର୍ବେକ୍ଷଣ 2022 ର ସବୁଠାରୁ ସ୍ବଚ୍ଛ ରାଜ୍ୟ ଏବଂ ସହରକୁ ସମ୍ମାନିତ କରିବେ। ବର୍ଜ୍ୟ ମୁକ୍ତ ସହର ଗଠନ କରିବାର ନିଜର ଆକାଂକ୍ଷାତ୍ମକ ଦୃଷ୍ଟିକୋଣ ସହିତ ଏହି ଦିବସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 1 ଅକ୍ଟୋବର 2021 ରେ ସ୍ବଚ୍ଛ ଭାରତ ମିଶନ-ସହରୀ 2.0 ର ଶୁଭାରମ୍ଭର ପ୍ରଥମ ବାର୍ଷିକିକୁ ପାଳନ କରିବ। 

ପୁରସ୍କାର ସମାରୋହରେ କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀ, ଆବାସ ଓ ସହରୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୌଶଲ କିଶୋର, ସହରୀ ବିକାଶ ମନ୍ତ୍ରୀ ଏବଂ ଦେଶବ୍ୟାପି ମେୟରଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ୍ ହେବେ। ଏହି ଅବସରରେ ବିଭିନ୍ନ ଶ୍ରେଣୀରେ 160 ରୁ ଅଧିକ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ସହରର ପ୍ରଶାସକ, କ୍ଷେତ୍ରୀୟ ପାର୍ଟନର, ବିଷୟ ବିଶେଷଜ୍ଞଙ୍କ ସହିତ ଯୁବ ସଙ୍ଗଠନ, ସ୍ବଚ୍ଛତା କାର୍ଯ୍ୟକର୍ତ୍ତା, ଉଦ୍ୟୋଗ ପ୍ରତିନିଧି, ସ୍ବଚ୍ଛତା ଏବଂ ବର୍ଜ୍ୟ ପରିଚାଳନା କ୍ଷେତ୍ରର ଷ୍ଟାର୍ଟଅପ୍, ଶିକ୍ଷା ସଂସ୍ଥା, ବେସରକାରୀ ଅନୁଷ୍ଠାନ ଏବଂ ସିଏସଓଙ୍କ ସହିତ ପ୍ରାୟ 1800 ଅତିଥି ଏଥିରେ ଉପସ୍ଥିତ ରହିବେ। ଏହି ସମାରୋହରେ ସିଧା ପ୍ରସାରଣ ଦେଖିବା ପାଇଁ ନାଗରିକମାନଙ୍କ ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ସ୍କ୍ରିନ ମଧ୍ୟ ଲଗାଯିବ। 

କ୍ରମାଗତ ଭାବରେ ସହରଗୁଡ଼ିକର ସଂଖ୍ୟା କ୍ରମାଗତ ବୃଦ୍ଧି ସ୍ବଚ୍ଛ ସର୍ବେକ୍ଷଣର ମାନଦଣ୍ଡର ପ୍ରମାଣ ଅଟେ। 2016 ରେ 73 ଟି ପ୍ରମୁଖ ସହର ଏବଂ 2017 ରେ 434 ସହରକୁ ସର୍ବେକ୍ଷଣରେ ସ୍ବଚ୍ଛ ସର୍ବେକ୍ଷଣ ର 7ମ ସଂସ୍କରଣ ବିଶ୍ବର ସବୁଠାରୁ ବଡ଼ ସହରୀ ସ୍ବଚ୍ଛତା ସର୍ବେକ୍ଷଣ ହୋଇପାରିଛି, ଯେଉଁଥିରେ 4355 ସହର ସର୍ବେକ୍ଷଣରେ ଭାଗ ନେଇଛନ୍ତି। ‘‘ପିପୁଲ ଫାଷ୍ଟ’’ ବିଷୟ ସହିତ ଚଳିତ ବର୍ଷର ସର୍ବେକ୍ଷଣରେ ଉଲ୍ଲେଖନୀୟ ବୃଦ୍ଧି କରି 9 କୋଟିରୁ ଅଧିକ ନାଗରିକମାନଙ୍କର ଅଭୂତପୂର୍ବ ପ୍ରତିକ୍ରିୟା ମିଳିପାରିଛି, ଯାହାକି ଏହି ସଂଖ୍ୟା ଗତ ବର୍ଷ 5 କୋଟି ରହିଥିଲା। 

ସ୍ବଚ୍ଛ ସର୍ବେକ୍ଷଣ 2022 ରେ କିଛି ଗୁରୁତ୍ବପୂର୍ଣ୍ଣ ନୂଆ ପଦକ୍ଷେପ ଆରମ୍ଭ କରାଯାଇଛି। ଉଦାହରଣସ୍ବରୂପ ସାମ୍ପଲିଂ ପାଇଁ ଗତ ବର୍ଷ 40 ପ୍ରତିଶତର ତୁଳନାରେ ସର୍ବେକ୍ଷଣର ପରିସରର ବିସ୍ତାର 100 ପ୍ରତିଶତ ୱାର୍ଡ଼କୁ ସାମିଲ୍ କରିବା ପାଇଁ କରାଯାଇଛି। ବରିଷ୍ଠ ନାଗରିକ ଏବଂ ଯୁବକମାନଙ୍କ ପ୍ରତିକ୍ରିୟାକୁ ଜାଣିବାକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଛୋଟ ସହର ପାଇଁ ପୁରସ୍କାରର ଅଧିକ ଅବସରର ସୃଜନ କରାଯାଇଛି। ସ୍ବଚ୍ଛ ସର୍ବେକ୍ଷଣ 2022 ପରିଣାମ ଆଧାରରେ ନାଗରିକଙ୍କ ପାଇଁ ତାଙ୍କ ସମ୍ବନ୍ଧିତ ସହରର ସ୍ବଚ୍ଛତା ସ୍ଥିତିକୁ ଦେଖିବା ପାଇଁ ‘ସିଟି ରିପୋର୍ଟ କାର୍ଡ଼’ ଉପସ୍ଥାପନ କରାଯାଇଛି। ‘ସଫାଇ ମିତ୍ର ସୁରକ୍ଷା’ କୁ ସମସ୍ତ ସହର ପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି ଏବଂ ସ୍ବାଧୀନତା ଆନ୍ଦୋଳନ ସହିତ ସଂପୃକ୍ତ ସ୍ମାରକ/ ପାର୍କକୁ ନାଗରିକଙ୍କ ନେତୃତ୍ବ ଥିବା ଭାଗିଦାରୀ ମାଧ୍ୟମରେ ସ୍ବାଧୀନତାର ଆନ୍ଦୋଳନରେ ସାମିଲ୍ କରାଯାଇଛି। 

ଆବାସ ଏବଂ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ସମାରୋହର ଆୟୋଜନ 17 ସେପ୍ଟେମ୍ବର 2022 ଠାରୁ 2 ଅକ୍ଟୋବର 2022 ପର୍ଯ୍ୟନ୍ତ ସ୍ବଚ୍ଛ ଅମୃତ ମହୋତ୍ସବର ଅଂଶ ଭାବରେ କରାଯାଉଛି, ଯେତେବେଳେ କି ଭାରତ ଏସବିଏମ୍ –ସହରର ସଫଳତାର ଆଠ ବର୍ଷର ଉତ୍ସବ ପାଳନ କରୁଛି। ଏକ ପକ୍ଷ ଧରି ଚାଲୁଥିବା ଏହି ସମାରୋହରେ ଏସବିଏମ-ୟୁ 2.0 ର ସମଗ୍ର ଉଦ୍ଦେଶ୍ୟ ଅନୁରୂପ ଅଭିନବ ପଦକ୍ଷେପର ଏକ ବିସ୍ତୃତ ଶୃଙ୍ଖଳା ସାମିଲ୍ ରହିଛି। ଏହି ସମାରୋହର ଶୁଭାରମ୍ଭ 17 ସେପ୍ଟେମ୍ବରକୁ ଏହି ପ୍ରକାରର ପ୍ରଥମ ଭାରତୀୟ ସ୍ବଚ୍ଛତା ଲିଗ୍ ସହିତ ହୋଇଛି ଯେଉଁଠାରେ 1850 ରୁ ଅଧିକ ସହରରେ ପ୍ରାୟ 5 ଲକ୍ଷ ଯୁବକ ଓ ନାଗରିକମାନେ ଟିମକୁ ଗଠନ କରିଛନ୍ତି ଏବଂ ସୁମଦ୍ର କୂଳ, ପାହାଡ଼ ଏବଂ ସାର୍ବଜନିନ ସ୍ତାନକୁ ସ୍ବଚ୍ଛ ରଖିବା ପାଇଁ ପ୍ରତିଯୋଗୀତା କରିଛନ୍ତି। 30 ସେପ୍ଟେମ୍ବରରେ ଏମଓଏଚୟୁଏ ଦ୍ବାରା ଶୀର୍ଷ 70 ଟିମକୁ ସମ୍ମାନିତ କରାଯିବ। ଏମଓଏଚୟୁଏ 20 ସେପ୍ଟେମ୍ବରକୁ ଏକ ଅଭିନବ ଷ୍ଟାର୍ଟଅପ୍ ଚାଲେଞ୍ଜ ର ମାଧ୍ୟମରେ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ 30 ଶୀର୍ଷ ଷ୍ଟାର୍ଟଅପକୁ ଚିହ୍ନଟ କରିଛନ୍ତି ଯଦ୍ବାରା ସହରର ସ୍ବଚ୍ଛତା ଏବଂ ବର୍ଜ୍ୟ ପରିଚାଳନାରେ ରହିଥିବା ବିଭିନ୍ନ ପ୍ରକାର ଆହ୍ବାନକୁ ସମାଧାନ କିବାରେ ସହାୟତା ମିଳିପାରିବ। ଏହି ପ୍ରଚେଷ୍ଟାକୁ ବଜାୟ ରଖିବା ପାଇଁ ଏକ ଅନଲାଇନ୍ ଷ୍ଟାର୍ଟଅପ୍ ଗେଟୱେ ମଧ୍ୟ ଆରମ୍ଭ କରାଯାଇଛି ଯେଉଁଠାରେ ଷ୍ଟାର୍ଟଅପ୍ ସହରର ଲାଭ ପାଇଁ ନିଜର ସମାଧାନକୁ ପ୍ରଦର୍ଶିତ କରିପାରିବେ। 26 ସେପ୍ଟେମ୍ବରକୁ ମନ୍ତ୍ରଣାଳୟ ଦ୍ବାରା ‘ୱେଷ୍ଟ ଟୁ ୱେଲ୍‌ଥ’ ଦୃଷ୍ଟିକୋଣ କୁ ଆଗକୁ ନେବା ପାଇଁ ଏବଂ ଖେଳନାର ନିର୍ମାଣରେ ବର୍ଜ୍ୟର ପୁନଃ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଅଭିନବ ପ୍ରତିଯୋଗୀତା – ସ୍ବଚ୍ଛ ଟୟକାଥନ୍ ଆରମ୍ଭ କରାଯାଇଛି। ସମାରୋହର ପ୍ରଥମ ଦିନ ‘‘ସ୍ବଚ୍ଛ ସହର- ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀ’’ ପରି କ୍ଷମତା ନିର୍ମାଣ ପଦକ୍ଷେପ ପାଇଁ ସମର୍ପିତ ରହିଛି ଯେଉଁଥିରେ ବିଶେଷ ଭାବରେ ମ୍ୟୁନିସିପାଲ୍ କଠିନ ବର୍ଜ୍ୟ ଏବଂ ତରଳ ବର୍ଜ୍ୟର ପରିଚାଳନା ସମ୍ବନ୍ଧିତ ବିଷୟ ଉପରେ ଆଧାରିତ ପ୍ରଯୁକ୍ତି ଏବଂ ପ୍ରଶାସନିକ ଆଲୋଚନା ସାମିଲ୍ ରହିଛି ଯଦ୍ବାରା ରାଜ୍ୟ ବର୍ଜ୍ୟ ମୁକ୍ତ ସ୍ଥିତି ଦିଗରେ ଜାରି ଏହାର କୌଶଳ, ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ଏବଂ ଆହ୍ବାନ ଉପରେ ବିଚାର ବିମର୍ଷ କରିବା ପାଇଁ ନିଜର ସହରକୁ ସକ୍ଷମ କରିପାରିବେ। 

ଗତ ଆଠ ବର୍ଷରେ, ମିଶନ ଦେଶର କୋଣ-କୋଣରେ ‘ପିପୁଲ୍ ଫାଷ୍ଟ’ ଫୋକସ୍ ସହିତ ବହୁତ ନାଗରିକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି। ମିଶନ 70 ଲକ୍ଷରୁ ଅଧିକ ଘର, ଗୋଷ୍ଠୀ ଓ ସାର୍ବଜନିନ ଶୌଚାଳୟ ନିର୍ମାଣ କରିବାରେ ସହରୀ ଭାରତରେ ସ୍ବଚ୍ଛତା ସ୍ଥିତିକୁ ପରିବର୍ତ୍ତନ କରି ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ସମ୍ମାନଜନକ ସ୍ବଚ୍ଛତା ସମାଧାନ ପ୍ରଦାନ କରିଛି। ଏସବିଏମ-ୟୁ ମହିଳା, ଟ୍ରାନ୍‌ସଜେଣ୍ଡର ଗୋଷ୍ଠୀ ଏବଂ ଦିବ୍ୟାଙ୍ଗମାନଙ୍କର ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ବ ପ୍ରଦାନ କରି ଭାରତରେ ବର୍ଜ୍ୟ ପ୍ରକ୍ରିୟାକରଣ ସ୍ଥିତି 2014 ରେ 18 ପ୍ରତିଶତରୁ ଚାରି ଗୁଣା ବି ଆଜି 73 ପ୍ରତିଶତ ହୋଇପାରିଛି। 98 ପ୍ରତିଶତ ୱାର୍ଡ଼ରେ 100 ପ୍ରତିଶତ ଡୋର-ଟୁ-ଡୋର ବର୍ଜ୍ୟ ସଂଗ୍ରହ ଏବଂ 89 ପ୍ରତିଶତ ୱାର୍ଡ଼ରେ ନାଗରିକମାନଙ୍କ ଦ୍ବାରା ଉତ୍ସାହର ସହିତ ବର୍ଜ୍ୟର ଉତ୍ସକୁ ଭିନ୍ନ ଭିନ୍ନ କରି ଏହାକୁ ସହାୟତା ପ୍ରଦାନ କରାଯାଇଛି। ଏହାଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ମିଶନ୍ ସିୱର ସଫେଇଏବଂ ସେପ୍‌ଟିକ ଟ୍ୟାଙ୍କର ସଫେଇ କାର୍ଯ୍ୟରେ ସାମିଲ୍ ସମସ୍ତ ଶ୍ରମିକମାନଙ୍କୁ ସୁରକ୍ଷା ଏବଂ କଲ୍ୟାଣକୁ ଆରମ୍ଭ କରି ସ୍ବଚ୍ଛତା ଶ୍ରମିକ ଏବଂ ଅନୌପଚାରିକ ବର୍ଜ୍ୟ ଶ୍ରମିକମାନଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି। 

1 ଅକ୍ଟୋବର 2021 ରେ ସ୍ବଚ୍ଛ ଭାରତ ମିଶନ –ସହରୀ 2.0 ର ଶୁଭାରମ୍ଭ ସ୍ବଚ୍ଛତା ଏବଂ କଠିନ ବର୍ଜ୍ୟ ପରିଚାଳନା ପରିଣାମର ସ୍ଥିରତା ଉପରେ ଧ୍ୟାନ କେନ୍ଦ୍ରିତ କରି ସ୍ବଚ୍ଛତାର ଆଗାମୀ ସେପାନ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଛି। ଏହି ମିଶନ ଏବେ ଗ୍ରାମୀଣ କ୍ଷେତ୍ରରୁ ସହରୀ କ୍ଷେତ୍ରକୁ ପ୍ରବାସ କରୁଥିବା ଅତିରିକ୍ତ ଜନସଂଖ୍ୟାଙ୍କ ସେବା ପାଇଁ ସ୍ବଚ୍ଛତା ସୁବିଧା ଗୁଡ଼ିକ ପ୍ରତି ସମ୍ପୂର୍ଣ୍ଣ ପହଞ୍ଚ ସୁନିଶ୍ଚିତ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି। ଏକ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରରେ ସମ୍ପୂର୍ଣ୍ଣ ତରଳ ବର୍ଜ୍ୟ ପରିଚାଳନା – ଏସବିଏମ୍‌ –ସହରୀ 2.0 ଅନ୍ତର୍ଗତ ଉପସ୍ଥାପନ କରାଯାଇଥିବା ଏକ ନୂଆ ଉପାଦାନ, ଏହା ସୁନିଶ୍ଚିତ କରିବା ପାଇଁ ସାମିଲ୍ କରାଯାଉଛି ଯଦ୍ବାରା ସମସ୍ତ ବର୍ଜ୍ୟ ଜଳକୁ ସୁରକ୍ଷିତ ଭାବରେ ସମାହିତ, ଏକତ୍ରିତ, ପରିବହନ ଏବଂ ଉପଚାରିତ କରାଯିବ ଯଦ୍ବାରା କୌଣସି ପ୍ରକାରର ବର୍ଜ୍ୟ ଜଳ ଆମର ଜଳ ସଂସ୍ଥାକୁ ପ୍ରଦୂଷିତ କରିବ ନାହିଁ। କଠିନ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଏହି ମିଶନ ବର୍ଜ୍ୟର ମୂଲ୍ୟର ସର୍ବାଧିକ ରିକଭରି ପ୍ରାପ୍ତ କରିବା ପାଇଁ ବର୍ଜ୍ୟ ସ୍ରୋତର ପୃଥକୀକରଣର ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟାନ୍ବିତ କରୁଛି। ଏହା ସହିତ ବର୍ଜ୍ୟ ରିସାଇକେଲିଂ ସୁବିଧାର ସ୍ଥାପନା, ବର୍ଜ୍ୟ ପ୍ରକ୍ରିୟାକରର ସୁବିଧା, ନିର୍ମାଣ ଏବଂ ବିଧ୍ବଂସ (ସିଆଣ୍ଡଡି) ବର୍ଜ୍ୟ ପ୍ରକ୍ରିୟାକରଣ ସୁବିଧା, ରାଷ୍ଟ୍ରୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ସହରରେ ଯାନ୍ତ୍ରିକ ସଫେଇ କର୍ମିମାନଙ୍କର ଉପସ୍ଥିତି ବ୍ୟତୀତ ପ୍ରତି ସହରରେ ସିଙ୍ଗିଲ୍ ୟୁଜ ପ୍ଲାଷ୍ଟିକକୁ ସୋପାନ ଭିତ୍ତିରେ ସମାପ୍ତ କରିବାର ପ୍ରଚେଷ୍ଟା ଉପରେ ମଧ୍ୟ କାର୍ଯ୍ୟ କରୁଛି। ସହରକୁ ବର୍ଜ୍ୟ ମୁକ୍ତ କରିବା ପାଇଁ ସମସ୍ତ ପୁରୁଣା ଡମ୍ପ ସାଇଟର ସମାଧାନ ଏସବିଏମ୍-ୟୁ 2.0 ଅନ୍ତର୍ଗତ କରାଯାଉଥିବା ଏକ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଉପାଦାନ ମଧ୍ୟରେ ସାମିଲ୍ ରହିଛି। ଗଭୀର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଏବଂ ବ୍ୟବହାର ପରିବର୍ତ୍ତନ କାର୍ଯ୍ୟ ମାଧ୍ୟମରେ ଏହି ମିଶନ ଜନ ଆନ୍ଦୋଳନ ବା ଲୋକମାନଙ୍କର ଆନ୍ଦୋଳନକୁ ଆହୁରି ଦ୍ରୁତ ଏବଂ ମଜବୁତ୍ କରିବ ଯାହା ଏସବିଏମ୍‌ –ୟୁ ର ପର୍ଯ୍ୟାୟ ହୋଇପାରିଛି।

ଏହି ପୁରସ୍କାର ସମାରୋହରେ ସ୍ବଚ୍ଛତା ପ୍ରତି ସହରକୁ ସମ୍ପୂର୍ଣ୍ଣ ସମର୍ପଣକୁ କେବଳ ଉପଯୁକ୍ତ ସମ୍ମାନ ମିଳିବ ନାହିଁ ବରଂ ଏହି କାର୍ଯ୍ୟକ୍ରମ ସଭିଙ୍କ ପାଇଁ ସହରୀ ଭାରତକୁ ଏକ ସ୍ବଚ୍ଛ, ସୁସ୍ଥ ଏବଂ ଅଧିକ ସମାବେଶୀ ପ୍ରଣାଳୀର ନିର୍ମାଣରେ ନିଜର ପ୍ରତିଜ୍ଞାକୁ ପୁଣିଥରେ ଦୋହରାଇବାରେ ଏକ ସ୍ପଷ୍ଟ ଆହ୍ବାନ ମଧ୍ୟ ଅଟେ। 

 

BS



(Release ID: 1863965) Visitor Counter : 146