ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ପିଏମ୍‍ ଉପହାର ନିଲାମ' ପାଇଁ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 28 SEP 2022 5:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଉପହାର ନିଲାମ ପାଇଁ ବର୍ତ୍ତମାନର ଉତ୍ସାହ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ସେ ସମସ୍ତଙ୍କୁ ବିଶେଷ ଭାବରେ ଯୁବକମାନଙ୍କୁ ନିଲାମ କରାଯାଉଥିବା ଉପହାରଗୁଡ଼ିକ ଉପରେ ନଜର ରଖିବା ଏବଂ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ ଉପହାର ଦେବା ପାଇଁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଗତ କିଛି ଦିନ ମଧ୍ୟରେ ପିଏମ ଉପହାର ନିଲାମ ପ୍ରତି ଉତ୍ସାହ ମୋତେ ଆନନ୍ଦିତ କରିଛି । ବହିଠାରୁ ଆରମ୍ଭ କରି କାରୁ କାର୍ଯ୍ୟ, କପ୍ ଏବଂ ସିରାମିକ୍ସ ରୁ ପିତ୍ତଳ ଦ୍ରବ୍ୟ ପର୍ଯ୍ୟନ୍ତ, ଏହା ନିଲାମ ପାଇଁ ବହୁ ବର୍ଷ ଧରି ମୁଁ ପାଇଥିବା ଉପହାରର ଏକ ସମ୍ପୁର୍ଣ୍ଣ ପରିସର ଅଟେ । pmmementos.gov.in/#/”

“ପ୍ରଧାନମନ୍ତ୍ରୀ ଉପହାର ନିଲାମରୁ ମିଳିଥିବା ଅର୍ଥ ନାମାମୀ ଗଙ୍ଗେ କାର୍ଯ୍ୟ ପାଇଁ ଯିବ । ମୁଁ ସମସ୍ତଙ୍କୁ ଆହ୍ୱାନ କରିବି, ବିଶେଷ ଭାବରେ ଯୁବକମାନଙ୍କୁ, ନିଲାମ କରାଯାଉଥିବା ଉପହାରଗୁଡ଼ିକ ଉପରେ ଦୃଷ୍ଟି ରଖନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ ତଥା ପରିବାରକୁ ମଧ୍ୟ ଉପହାର ଦିଅନ୍ତୁ!”

HS



(Release ID: 1863201) Visitor Counter : 155