ରାଷ୍ଟ୍ରପତିଙ୍କ ସଚିବାଳୟ
ଭାରତର ରାଷ୍ଟ୍ରପତି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ର ସମନ୍ୱିତ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣ ସୁବିଧାକୁ ଉଦ୍ଘାଟନ କରିଛନ୍ତି : କ୍ଷେତ୍ରୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ (ଦକ୍ଷିଣ କ୍ଷେତ୍ର) ର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି
ହାଲ୍ (ଏଚ୍ଏଏଲ୍) ଶକ୍ତି ସମୂହ ପଛରେ ଶକ୍ତି ହୋଇ ରହିଛି ; ରାଷ୍ଟ୍ରପତି ମୁର୍ମୁ
Posted On:
27 SEP 2022 1:26PM by PIB Bhubaneshwar
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୭ ସେପ୍ଟେମ୍ବର, ୨୦୨୨) ବାଙ୍ଗାଲୋର ଠାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍)ର ସମନ୍ୱିତ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣର ସୁବିଧାକୁ ଉଦ୍ଘାଟନ କରିଛନ୍ତି । ସେ ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟ ଜୋନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ସାଉଥ୍ ଜୋନ୍) / କ୍ଷେତ୍ରୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ (ଦକ୍ଷିଣ କ୍ଷେତ୍ର)ର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।

ଆଜିର ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସମନ୍ୱିତ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣର ସୁବିଧାର ଉଦ୍ଘାଟନ ବାସ୍ତବ ରୂପରେ କେବଳ ହାଲ୍ ଏବଂ ଇସ୍ରୋ ନିମନ୍ତେ ନୁହେଁ, କ୍ରାୟୋଜେନିକ୍ ଏବଂ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ ଗୁଡିକର ଉତ୍ପାଦନ ପାଇଁ ସମଗ୍ର ଦେଶ ନିମନ୍ତେ ଏକ ଐତିହାସିକ ମୁହୂର୍ତ୍ତ ଅଟେ । ସେ ଆହୁରି ମଧ୍ୟ କହିଥିଲେ ଯେ, ହାଲ୍ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା କ୍ଷେତ୍ରରେ ବହୁତ ଅଧିକ ଅବଦାନ ରଖିଛି । ଏହା ମଧ୍ୟ କୁହା ଯାଇପାରିବ ଯେ, ହାଲ୍ ଶକ୍ତି ସମୂହ ପଛରେ ଶକ୍ତି ହୋଇ ରହିଛି । ହାଲ୍ ବିଭିନ୍ନ ସମୟରେ ବିଭିନ୍ନ ଏୟାରକ୍ରାଫ୍ଟ ପ୍ଲାଟଫର୍ମର ଗବେଷଣା, ବିକାଶ ଏବଂ ନିର୍ମାଣ କ୍ଷେତ୍ରରେ ନିଜର କ୍ଷମତା ସମୂହକୁ ପ୍ରଦର୍ଶିତ କରିଛି ।

ରାଷ୍ଟ୍ରପତି କହିଥିଲେ ଯେ, ଇସ୍ରୋ ଦେଶର ଗୌରବ ହୋଇ ରହିଛି । ଯେତେବେଳେ ଏହି ସଂସ୍ଥା ୧୯୬୦ ଦଶକରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା, ସେତେବେଳେ ଭାରତ ମଧ୍ୟ ଏକ ଯୁବ ଗଣତନ୍ତ୍ର ଥିଲା, ଯାହା ଅତ୍ୟଧିକ ଦାରିଦ୍ର୍ୟ ଏବଂ ନିରକ୍ଷରତା ଭଳି ଆହ୍ୱାନ ଗୁଡିକୁ ସାମନା କରୁଥିଲା । କିନ୍ତୁ ସେତେବେଳେ ମଧ୍ୟ ଅନେକ ସମ୍ଭାବନା ରହିଥିଲା । ଇସ୍ରୋ ଯେଉଁ ଦ୍ରୁତ ଗତିରେ ବିକାଶ କରିଛି, ତାହା ସବୁଠାରୁ ଉନ୍ନତ ଏବଂ ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିକୋଣରୁ ବିକଶିତ ଦେଶ ଗୁଡିକର ମଧ୍ୟ ଧ୍ୟାନ ଆକର୍ଷିତ କରିଛି । ଇସ୍ରୋର ଆନ୍ତରିକ ପ୍ରୟାସ ଏବଂ ସମର୍ପଣ ଭାରତକୁ ସମଗ୍ର ବିଶ୍ୱରେ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣ କ୍ଷମତା ରଖିଥିବା ଷଷ୍ଠ ଦେଶ କରି ଦେଇଛି ।

ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ହାଲ୍ ଏବଂ ଇସ୍ରୋ ଏକାଠି ହୋଇ ସାମରିକ ସୁରକ୍ଷା ଏବଂ ବିକାଶ କ୍ଷେତ୍ରରେ ଯୋଗଦାନ କରିଥାନ୍ତି । ଏହି ଦୁଇଟି ସଙ୍ଗଠନ ବିଭିନ୍ନ ଉପକରଣ ଗୁଡିକର ଏବଂ କାର୍ଯ୍ୟକ୍ରମ ଗୁଡିକର ବିକାଶରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି, ଯାହା ଆମ ଦେଶର ସୁରକ୍ଷା ଏବଂ ବିକାଶକୁ ସୁଦୃଢ଼ କରିଛି । ହାଲ୍ ସୁରକ୍ଷା ସମ୍ବନ୍ଧୀୟ ଉପକରଣର ନିର୍ମାଣ କ୍ଷେତ୍ରରେ ନିଜସ୍ୱ ଉଚ୍ଚ କ୍ଷମତା ସମ୍ପନ୍ନ ସୁବିଧା ସହିତ ଆମ ଦେଶ ନିମନ୍ତେ ଏକ ଅମୂଲ୍ୟ ସମ୍ପତ୍ତି ସାବ୍ୟସ୍ତ ହୋଇଛି ।

ରାଷ୍ଟ୍ରପତି କହିଥିଲେ ଯେ, ହାଲ୍ ଏବଂ ଇସ୍ରୋର ଗୌରବମୟ ଅତୀତ ଆମକୁ ଏହି ଆଶ୍ୱାସନା ପ୍ରଦାନ କରିଥାଏ ଯେ, ଭାରତ ଅମୃତ କାଳରେ ପ୍ରବେଶ କରିବା ସହିତ ହିଁ ଏହି ସଙ୍ଗଠନ ଗୁଡିକ ଭବିଷ୍ୟତରେ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଭୂମିକା ନିର୍ବାହ କରି ଚାଲିବେ ।
୨୦୪୭ ସୁଦ୍ଧା, ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା, ଆମ ଆଖ - ପାଖର ଦୁନିଆ ବହୁତ ବଦଳି ଯାଇଥିବ । ଯେଉଁ ଭଳି ଭାବେ ଆମେମାନେ ୨୫ ବର୍ଷ ତଳେ ସମକାଳୀନ ବିଶ୍ୱର କଳ୍ପନା କରିବା ସ୍ଥିତିରେ ନଥିଲେ, ସେହି ଭଳି ଭାବେ ଆଜି ଆମେ କଳ୍ପନା କରି ପାରିବା ନାହିଁ ଯେ, କିଭଳି ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (କୃତ୍ରିମ ବୁଦ୍ଧି) ଏବଂ ଅଟୋମେସନ୍ (ସ୍ୱୟଂଚାଳନ) ଜୀବନକୁ ବଦଳାଇ ଦେଉଛି । ଆମେ ଏକ ସ୍ୱତନ୍ତ୍ର ଦେଶ ଭାବରେ ୭୫ ବର୍ଷ ପୂରଣ କରି ସାରିଛେ । ଆମେ ଆଗାମୀ ୨୫ ବର୍ଷ ଗୁଡିକରେ ଭାରତ ସମ୍ପର୍କରେ ପୁଣି ଥରେ କଳ୍ପନା କରିବା ଏବଂ ଏହାକୁ ଏକ ବିକଶିତ ଦେଶ ଭାବରେ ଗଢ଼ିବାର ଅବଧି ରୂପରେ ଦେଖୁଛେ । ଆମର ମିଳିତ ଦାୟିତ୍ୱ ହେଉଛି ଏହାକୁ ସୁନିଶ୍ଚିତ କରିବା ଯେ ୨୦୪୭ର ଭାରତ ଯେପରି ଏକ ଅଧିକ ସମୃଦ୍ଧ ଏବଂ ସୁଦୃଢ଼ ରାଷ୍ଟ୍ର ହେବ ।
କୋଭିଡ୍ ମହାମାରୀ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ ଯେ, ଆମ ଦେଶର ଡାକ୍ତର ମାନେ ଏବଂ ବୈଜ୍ଞାନିକ ମାନଙ୍କର ନମନୀୟତା ଏବଂ ଅସାଧାରଣ ପ୍ରୟାସ ଆମକୁ ଏହି ସମସ୍ୟା ସହିତ ମୁକାବିଲା କରିବାରେ ସହାୟତା କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ) ପ୍ରଭାବଶାଳୀ କୋଭିଡ୍ ପରିଚାଳନା ନିମନ୍ତେ ଅନୁକରଣୀୟ ସହାୟତା ପ୍ରଦାନ କରିଛି ଏବଂ ନିଜର ଗବେଷଣାର ଭିତ୍ତିଭୂମି ସଂରଚନାର ବିସ୍ତାର କରିଛି । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅନୁସାରେ ପୁନେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟ ଭୂତାଣୁ କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସବୁ ପ୍ରକାରର ସମ୍ଭବ ପଦକ୍ଷେପ ନେଉଛି । ସେ ଏହା ଜାଣି ଖୁସି ହୋଇଥିଲେ ଯେ, ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସହଯୋଗୀ ଲାବରେଟୋରୀ ଗୁଡିକ ମଧ୍ୟରୁ ଗୋଟିଏ ରୂପରେ ନାମିତ କରା ଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ବିଭିନ୍ନ ଭୌଗୋଳିକ କ୍ଷେତ୍ର ଗୁଡିକର ଚାହିଦାକୁ ପୂରଣ କରିବା ନିମନ୍ତେ ସାରା ଦେଶରେ କ୍ଷେତ୍ରୀୟ ପରିସର ଗୁଡିକ ମାଧ୍ୟମରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନର ବିସ୍ତାର ପ୍ରଶଂସନୀୟ ଅଟେ ।
ରାଷ୍ଟ୍ରପତିଙ୍କ ଭାଷଣ ଦେଖିବା ନିମନ୍ତେ ଏହାକୁ କ୍ଲିକ୍ କରନ୍ତୁ ।
****
SSP
(Release ID: 1862685)
Visitor Counter : 173