ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବରାତ୍ରୀର ପବିତ୍ର ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଦେବୀ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା

Posted On: 26 SEP 2022 10:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବରାତ୍ରୀ ପ୍ରାରମ୍ଭରେ ଶ୍ରୀ ମୋଦୀ ଦେବୀ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରିବା ସହ ସୁଖ, ସୌଭାଗ୍ୟ ଓ ସୁସ୍ଥତା କାମନା କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଶକ୍ତି ଉପାସନାର ମହାପର୍ବ ନବରାତ୍ରୀର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସ୍ଥା ଓ ବିଶ୍ୱାସର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ନୂଆ ଉତ୍ସାହ ସଂଚାର କରୁ । ଜୟ ମାତା ଦୀ ।”

"वन्दे वाञ्छितलाभाय चन्द्रार्धकृतशेखराम्‌।

वृषारूढां शूलधरां शैलपुत्रीं यशस्विनीम्‌ ।।

ଦେବୀ ଶୈଳପୁତ୍ରୀଙ୍କ ଆରାଧନା ସହିତ ଆଜି ଠାରୁ ନବରାତ୍ରୀର ଶୁଭାରମ୍ଭ ହେଉଛି । ତାଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସୁସ୍ଥତାରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି । 

SR



(Release ID: 1862362) Visitor Counter : 244