ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀଙ୍କ ଚୟନିତ ଭାଷଣର ସଂଗ୍ରହ, ‘‘ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ବାସ’’ ର ଉନ୍ମୋଚନ
ପୋଷ୍ଟ କରାଯିବା ଦିନାଙ୍କ:
22 SEP 2022 10:23AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚୟନିତ ଭାଷଣର ସଂଗ୍ରହ, ‘‘ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ବାସ’’ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ (ମେ 2019-ମେ 2020) ର ଉନ୍ମୋଚନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ବାରା 23 ସେପ୍ଟେମ୍ବର 2022 ରେ ରଙ୍ଗ ଭବନ ଅଡିଟୋରିୟମ, ଆକାଶବାଣୀ ଭବନ, ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ କରାଯିବ।


ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି, କେରଳର ରାଜ୍ୟପାଳ, ଶ୍ରୀ ଆରିଫ୍ ମହମ୍ମଦ ଖାନ ଏବଂ ସମ୍ମାନିତ ଅତିଥି, ପୂର୍ବ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁ ହେବେ। କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି କାର୍ଯ୍ୟକ୍ରମର ଆୟୋଜକର ଭୂମିକା ଗ୍ରହଣ କରିବେ। ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରା ତଥା ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ଷିପ୍ତ ଭାଷଣର ଏହା ସଙ୍କଳନ, 130 କୋଟି ଭାରତୀୟଙ୍କ ଆଶା ଏବଂ ଆକାଂକ୍ଷା ମାଧ୍ୟମରେ ନ୍ୟୁ ଇଣ୍ଡିଆର ନିର୍ମାଣ ସାରସଂଗ୍ରହ ଅଟେ।
‘ଜନ ଭାଗିଦାରୀ – ସଭିଙ୍କୁ ସାଥୀରେ ନେଇ ଚାଲିବା’ – ଏହି ଭିଜନକୁ ପ୍ରାପ୍ତ କରିବାର ମୁଖ୍ୟ ଆଧାର ଅଟେ, ସାମୁହିକ ବିଶ୍ବାସ ଏବଂ ସଙ୍କଳ୍ପ ମାଧ୍ୟମରେ ସମନ୍ବିତ ବିକାଶ।
ଏହି ସଂଗ୍ରହ ବିଭିନ୍ନ ବିଷୟ ଉପରେ ମେ 2019 ରୁ ମେ 2020 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ 86 ଭାଷଣ ଉପରେ ଧ୍ୟାନ ପ୍ରଦାନ କରେ। ଦଶଟି ବିଷୟଗତ କ୍ଷେତ୍ରରେ ବିଭାଜିତ ଏହି ଭାଷଣ ପ୍ରଧାନମନ୍ତ୍ରୀଙ୍କ ନ୍ୟୁ ଇଣ୍ଡିଆ ଦୃଷ୍ଟିକୋଣକୁ ଦର୍ଶାଇଥାଏ। ଉତ୍ତମ ଭାବର ପ୍ରସ୍ତୁତ ସେକ୍ସନ ଗୁଡ଼ିକ ହେଉଛି – ଆତ୍ମନିର୍ଭର ଭାରତ : ଅର୍ଥବ୍ୟବସ୍ଥା, ଜନ ପ୍ରଥମ ଶାସନ, କୋଭିଡ୍ -19 ବିପକ୍ଷରେ ସଂଗ୍ରାମ, ବିକାଶଶୀଳ ଭାରତ : ବିଦେଶୀ ବ୍ୟାପାର, ଜୟ କିଶାନ, ଟେକ୍ ଇଣ୍ଡିଆ –ନ୍ୟୁ ଇଣ୍ଡିଆ, ହରିତ ଭାରତ-ସହନଶୀଳ ଭାରତ- ସ୍ବଚ୍ଛ ଭାରତ, ସ୍ବସ୍ଥ ଭାରତ, ସକ୍ଷମ ଭାରତ, ସନାତନ ଭାରତ-ଆଧୁନିକ ଭାରତ : ସାଂସ୍କୃତିକ ଐତିହ୍ୟ ଓ ମନ କି ବାତ୍।
ଏହି ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ନ୍ୟୁ ଇଣ୍ଡିଆ ଦୃଷ୍ଟିକୋଣକୁ ଚିତ୍ରିତ କରିଥାଏ, ଯାହା ଆତ୍ମନିର୍ଭର, ସହନଶୀଳ ଏବଂ ଆହ୍ବାନକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ସକ୍ଷମ ଅଟେ। ପ୍ରଧାନମନ୍ତ୍ରୀ ନିଜର ଅସାଧାରଣ ବକ୍ତବ୍ୟ ଶୈଳୀ ମାଧ୍ୟମରେ ଜନତାଙ୍କ ସହିତ ସାମିଲ୍ ହେବା ପାଇଁ, ଉତ୍କୃଷ୍ଟ ସମ୍ବାଦ କ୍ଷମତା ସହିତ ନେତୃତ୍ବ ଗୁଣ, ଦୂରଦର୍ଶୀ ଚିନ୍ତାଧାରା ଓ ଦୂରଦର୍ଶୀତାର ସମନ୍ବୟ କରିଛନ୍ତି। ଏହି ବିଷୟ ଏହି ପସ୍ତୁକର ଅନେକ ଶବ୍ଦ ମାଧ୍ୟମରେ ପରିଲକ୍ଷିତ ହୋଇଥାଏ ଯେପରି ‘‘ଆମେ ‘ସଭିଙ୍କ ସହିତ ସଭିଙ୍କ ବିକାଶ’ ମନ୍ତ୍ର ସହିତ ଆରମ୍ଭ କରିଥିଲୁ; କିନ୍ତୁ ପାଞ୍ଚ ବର୍ଷର ନିରନ୍ତର ସମର୍ପଣ ସହିତ ଲୋକମାନେ ଏହା ସହିତ ଆଉ ଏକ ଅଦ୍ଭୁତ ଶବ୍ଦ ଯୋଡ଼ିଛନ୍ତି ଯାହା ହେଉଛି ‘ସବକା ବିଶ୍ବାସ’।
ହିନ୍ଦୀ ସହିତ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକ ସାରା ଦେଶରେ ପ୍ରକାଶନ ବିଭାଗର ବିକ୍ରୀ କେନ୍ଦ୍ର ଏବଂ ସୂଚନା ଭବନ, ସିଜିଓ କମ୍ପ୍ଲେକ୍ସ, ନୂଆ ଦିଲ୍ଲୀର ବୁକ୍ ଗ୍ୟାଲେରିରେ ଉପଲବ୍ଧ ହେବ। ପୁସ୍ତକକୁ ପ୍ରକାଶନ ବିଭାଗର ୱେବସାଇଟ୍ ସହିତ ଭାରତକୋଶ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ମଧ୍ୟ କିଣା ଯାଇପାରିବ। ଇ-ପୁସ୍ତକ ଆମାଜନ୍ ଓ ଗୁଗଲ୍ ପ୍ଲେ ରେ ମଧ୍ୟ ଉପଲବ୍ଧ ହେବ।
ପ୍ରକାଶନ ବିଭାଗ ବିଷୟରେ :
ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟ ପୁସ୍ତକ ଏବଂ ପତ୍ରିକାର ଏକ ଭଣ୍ଡାର ଅଟେ ଯାହା ଦେଶର ଗୁରୁତ୍ବପୂର୍ଣ୍ଣ ବିଷୟ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ କେନ୍ଦ୍ରୀତ ଅଟେ। 1941 ରେ ସ୍ଥାପିତ, ପ୍ରକାଶନ ବିଭାଗ ଭାରତ ସରକାରଙ୍କ ଏକ ପ୍ରମୁଖ ପ୍ରକାଶନ ଗୃହ ଅଟେ ଯାହା ବିଭିନ୍ନ ଭାଷାରେ ଏବଂ ବିକାଶ, ଭାରତୀୟ ଇତିହାସ, ସଂସ୍କୃତି, ସାହିତ୍ୟ, ଜୀବନୀ, ବିଜ୍ଞାନ, ପ୍ରଯୁକ୍ତି, ପରିବେଶ ଏବଂ ରୋଜଗାର ପରି ବିବିଧ ବିଷୟ ଉପରେ ପୁସ୍ତକ ଓ ପତ୍ରିକା ପ୍ରକାଶ କରିଥାଏ। ଏହି ବିଭାଗର ପାଠକ ଏବଂ ପ୍ରକାଶକଙ୍କ ମଧ୍ୟରେ ବିଶ୍ବସନୀୟତା ରହିଛି ଏବଂ ଏହା କଣ୍ଟେଣ୍ଟର ପ୍ରାମାଣିକତା ପାଇଁ ଜଣା ଯାଇଥାଏ।
ବିଭାଗର ପ୍ରମୁଖ ପ୍ରକାଶନରେ ଲୋକପ୍ରିୟ ମାସିକ ପତ୍ରିକା ଯଥା ଯୋଜନା, କୁରୁକ୍ଷେତ୍ର ଏବଂ ଆଜକାଲ୍ ସହିତ ସାପ୍ତାହିକ ରୋଜଗାର ସମାଚାର ପତ୍ର ‘‘ରୋଜଗାର ସମାଚାର’’ ଏବଂ ‘‘ଏମ୍ପଲଏମେଣ୍ଟ ନ୍ୟୁଜ’’ ସାମିଲ୍ ରହିଛି। ଏହା ବ୍ୟତୀତ ପ୍ରକାଶନ ବିଭାଗ ସରକାରଙ୍କ ପ୍ରତିଷ୍ଠିତ ରେଫରେନ୍ସ ବାର୍ଷିକ ପୁସ୍ତକ ‘ଇଣ୍ଡିଆ ଇୟର ବୁକ୍’ ମଧ୍ୟ ପ୍ରକାଶନ କରିଥାଏ।
(ରିଲିଜ ଆଡି: 1861561)
ପରିଦର୍ଶକ କାଉଣ୍ଟର : 234
ଏହି ରିଲିଜ ପଢନ୍ତୁ :
Punjabi
,
Tamil
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Gujarati
,
Telugu
,
Malayalam