ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ ଇଜିପ୍‌ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ମଧ୍ୟରେ କାଇରୋରେ ଦ୍ବିପାକ୍ଷିକ ଆଲୋଚନା


ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଯୁଗ୍ମ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ ପାଇଁ ସେନା କର୍ମଚାରୀଙ୍କ ଆଦାନ ପ୍ରଦାନ ପାଇଁ ସହମତି

ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ବୁଝାମଣା ସ୍ବାକ୍ଷର

Posted On: 20 SEP 2022 10:24AM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ 19, ସେପ୍ଟେମ୍ବର 2022 ରେ କାଇରୋରେ ଇଜିପ୍‌ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଶ୍ରୀ ରାଜନାଥ ସିଂ ବର୍ତ୍ତମାନ ଇଜିପ୍‌ଟ ଗସ୍ତରେ ରହିଛନ୍ତି। ତାଙ୍କୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି। 

ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍‌ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି। ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ତଥା ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତ ତଥା ଇଜିପ୍‌ଟର ଯୋଗାଦାନକୁ ରେଖାଙ୍କିତ କରିଛନ୍ତି। ଉଭୟ ପକ୍ଷ ଏହି ବିଷୟ ଉପରେ ଖୁସି ପ୍ରକାଶ କରିଛନ୍ତି ଯେ କୋଭିଡ୍ 19 ମହାମାରୀ ସତ୍ତ୍ବେ ଗତ ବର୍ଷ ସମୟରେ ଉଭୟ ଦେଶ ମଧ୍ୟରେ ରକ୍ଷା କାର୍ଯ୍ୟକାରୀତା ଓ ଆଦାନ-ପ୍ରଦାନର ଗତି ତୀବ୍ର ରହିଛି। 

ଇଜିପ୍‌ଟର ରାଷ୍ଟ୍ରପତି ଶ୍ରୀଆବଦେଲ୍ ଫତାହ-ଅଲ୍ –ସିସି ଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସାକ୍ଷାତ ପରେ ଉଭୟ ରକ୍ଷା ମନ୍ତ୍ରୀ ଦ୍ବିପାକ୍ଷୀୟ ସହଯୋଗ ବିଷୟରେ ସୁରକ୍ଷା ଏବଂ ରକ୍ଷା ପକ୍ଷର ବୃଦ୍ଧି ଉପରେ ସହମତି ବ୍ୟକ୍ତ କରିଛନ୍ତି। ଉଭୟ ରକ୍ଷା ମନ୍ତ୍ରୀ ରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ରାଜିନାମା ଉପରେ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ରାଜିନାମା ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ରକ୍ଷା ସହଯୋଗ ବଢ଼ାଇବାର ମାର୍ଗକୁ ପ୍ରଶସ୍ତ କରିବ। 

ଶ୍ରୀ ରାଜନାଥ ସିଂ ଭାରତ-ଆଫ୍ରିକା ରକ୍ଷା ସମ୍ବାଦ ଏବଂ ଆଇଓଆର ରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଭାଗ ନେବା ପାଇଁ ଇଜିପ୍ଟ ସମକକ୍ଷଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ 12ଶ ଡେଫ୍‌ ଏକ୍ସପୋର ଭାଗ ରୂପେ ଗୁଜରାଟର ଗାନ୍ଧୀନଗରରେ 18-22 ଅକ୍ଟୋବର 2022 ମଧ୍ୟରେ ଆୟୋଜିତ ହେବ। 

ଦିନ ବ୍ୟାପି ନିଜର କାର୍ଯ୍ୟକ୍ରମ ସମୟରେ ରକ୍ଷା ମନ୍ତ୍ରୀ କାଇରୋରେ ଅଜ୍ଞାତ ସୈନ୍ୟ ସ୍ମାରକ ଏବଂ କାଇରୋର ପୂର୍ବ ରାଷ୍ଟ୍ରପତି ଅନୱର-ଅଲ-ସାଦାତ୍ ଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। 

BS



(Release ID: 1860830) Visitor Counter : 155